ତାଜା ଖବର ଜୟପୁର: ଦାୟିତ୍ୱ ଗ୍ରହଣ ପରେ ଆଜି କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ଏସପିଙ୍କ କାର୍ଯ୍ୟାଳୟରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଏସପିଙ୍କ ସହ କରିବେ ଆଲୋଚନା । December 14, 2019
ତାଜା ଖବର ଆଠଗଡ଼: ଦିନିକିଆ ରିମାଣ୍ଡରେ ଗଲେ ୧୦ ଅଭିଯୁକ୍ତ । ବଜ୍ରକାପ୍ତା ଚାଲାଣ ମାମଲାର ବିଦେଶୀ ଲିଙ୍କ୍ ନେଇ ପଚରାଉଚରା କରିବ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ । December 14, 2019
ତାଜା ଖବର ରାଉରକେଲା: ସରକାରୀ ଚିକିତ୍ସାଳୟରେ କୁକୁର କାମୁଡ଼ା ଇଞ୍ଜେକସନ ମିଳୁନଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ, ଉତ୍ତେଜନା । କୁକୁର କାମୁଡ଼ା ଇଞ୍ଜେକ୍ସନ ମହଯୁଦ ରଖିବା ପାଇଁ ଦାବି । December 14, 2019
ତାଜା ଖବର ଜୟପୁର: କୋରାପୁଟରେ ପୋଲିସ ଡିଜି ଅଭୟ । ଏସପିଙ୍କ ଅଫିସରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ । ଡିଜିପିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଏଡିଜି (ଆଇନ ଶୃଙ୍ଖଳା) ଡି.ଏସ୍ କୁଟ୍ଟେ, ଗୁଇନ୍ଦା ବିଭାଗ ଡିଆଇଜି ଆର.କେ. ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ସଫିନ ଅହମଦ ପ୍ରମୁଖ ଉପସ୍ଥିତ । December 14, 2019
ତାଜା ଖବର ପଟ୍ଟାମୁଣ୍ଡାଇ: ରାଜନଗର ପେଣ୍ଠ ବେଳାଭୂମିରେ ୩ଟି ଡଲଫିନର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ, ଅନୁଧ୍ୟାନ ପାଇଁ ପହଞ୍ଚିଲା ବନ ବିଭାଗ ଟିମ୍ ।ଟ୍ରଲର ମାଡ଼ରେ ମୃତ୍ୟୁ ଘଟିଥିବା ଅନୁମାନ । December 14, 2019
ତାଜା ଖବର ନୂଆଦିଲ୍ଲୀ: ମୁଣ୍ଡକା ଅଞ୍ଚଳର ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ । ବିଳମ୍ବିତ ରାତିରୁ କାରଖାନାରେ ଲାଗିଛି ନିଆଁ । December 14, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୮ । December 14, 2019
ତାଜା ଖବର ସମ୍ବଲପୁର: ଯୁଜୁମୁରାରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍- ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଜୀଅନ୍ତା ଜଳିଗଲେ ୨ ଗାଡ଼ିର ଡ୍ରାଇଭର । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ । December 14, 2019
ତାଜା ଖବର ପାରାଦୀପ: ଗଡ଼ ବଜାରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩ଟି ଦୋକାନ । ଗ୍ୟାସ୍ ଲିକ୍ କିମ୍ବା ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । December 14, 2019