ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, ୬୨୫ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ମାତ୍ର ୬୨୫ କରୋନା ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୩୬୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨୫୯। ଜନ୍ମରୁ ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୮୦ ଜଣ ପିଲା। ତେବେ ଭାଇରସ ନେଇଛି ଆଉ ୬୭ ଜଣଙ୍କ ଜୀବନ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ଜଣ ଥିବା ବେଳେ, କଟକରୁ ୫୬, ବାଲେଶ୍ୱରରୁ ୫୦ ଓ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୩୮ ଜଣ ଥିବା ବେଳେ, ଯାଜପୁରରୁ ୩୪, ପୁରୀରୁ ୨୯, ଅନୁଗୁଳ, ସମ୍ବଲପୁର ଓ କେନ୍ଦୁଝରରୁ ୧୮ ଜଣ ଲେଖାଏଁ, ରାୟଗଡ଼ାରୁ ୧୨, କୋରାପୁଟରୁ ୧୧, ନୟାଗଡ଼ରୁ ୧୦, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, ଭଦ୍ରକରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳ, ଗଞ୍ଜାମ, ବରଗଡ଼ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ଗଜପତିରୁ ୨ ଜଣ ଲେଖାଏଁ, ମାଲକାନଗିରି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ରାଜ୍ୟରୁ ହଜାରେ ୩୨ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୯ ଲକ୍ଷ ୮୬ ହଜାରରୁ ଅଧିକ। ସେହିପରି ଆକ୍ଟିଭ୍ କେସ୍ ରହିଛି ୮ ହଜାର ୪୪୩।

Leave a Reply