ତାଜା ଖବର ପାରାଦୀପ : ଆସନ୍ତା ୨୪ ଓ ୨୫ ତାରିଖ ପାରାଦୀପ ବନ୍ଦରରେ ରହିବ ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ। ଏ ଦୁଇ ଯୁଦ୍ଧ ଜାହାଜ ହେଲା, INS ଐରାବତ୍ ଓ INS ରଣବୀର । ସାଧାରଣ ଲୋକ, ସ୍କୁଲ ଛାତ୍ରଛାତ୍ରୀ ଏହାକୁ ବୁଲି ଦେଖିପାରିବେ। November 20, 2019
ତାଜା ଖବର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଠାରେ ଟାୟାର ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଟାୟାର । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। November 20, 2019
ତାଜା ଖବର ଭୁବନେଶ୍ୱର: ଖଣ୍ଡଗିରି ଭରତପୁର ଅଞ୍ଚଳରୁ ପୁଣି ଥରେ ବ୍ରାଉନସୁଗର ଜବତ । ୫୫.୫୦ ଗ୍ରାମ ବ୍ରାଉନସୁଗର ସହ କାର ଓ ୪ଟି ମୋବାଇଲ ଜବତ କଲା ଡ୍ରଗ ଟାସ୍କ ଫୋର୍ସ । ୩ ନିଶା ବେପାରୀ ଗିରଫ । November 20, 2019
ତାଜା ଖବର ରାଉରକେଲା ପ୍ଲାଣ୍ଟସାଇଟ ଥାନା ମହତାବ ରୋଡ ନିକଟରେ ବିଳମ୍ବିତ ରାତିରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ । ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି । ଛୁରାମାଡ଼ର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି । November 20, 2019
ତାଜା ଖବର ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ । ସନ୍ଧ୍ୟା ୭ଟା ୫ ମିନିଟରେ ପଛକୁ ପଛ ୨ଟି ମିସାଇଲ ପରୀକ୍ଷଣ କଲା ଡିଆରଡିଓ । November 20, 2019
ତାଜା ଖବର ଗଞ୍ଜାମ ବୁଗୁଡା ବନ ବିଭାଗ ଦ୍ଵାରା ଶଙ୍କୁରୁ ଗାଁରୁ ଦୁଇଟି ହରିଣ ଛାଲ ସହ ଗୋଟିଏ ମୋଟରସାଇକେଲ ଜବତ । ଅଭିଯୁକ୍ତ ଫେରାର । November 20, 2019
ତାଜା ଖବର ଭୁବନେଶ୍ୱର: ଫନି କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କଲା ରାଜ୍ୟ ସମବାୟ ବ୍ୟାଙ୍କ । November 20, 2019
ତାଜା ଖବର ବରଗଡ଼: ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଅତାବିରା, ଗୋଡ଼ଭଗା ଓ ଭେଡେନରେ ବନ୍ଦ ପାଳନ । ସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାର ବନ୍ଦ କଲେ ଚାଷୀ । ଟୋକନ ଯୋଗୁଁ ଅଭାବି ବିକ୍ରୀର ଶିକାର ହେଉଥିବା ଅଭିଯୋଗ । November 20, 2019
ତାଜା ଖବର ବଦଳିଲେ ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା । ୧୯୮୬ ବ୍ୟାଚର ଅଭୟ ନେବେ ଡିଜିପି ଦାୟିତ୍ୱ । ସେ ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନଚାର୍ଜ ଡିଜିପି ଦାୟିତ୍ୱ ତୁଲାଇବେ । ଅଗ୍ନିଶମ ସେବା ଓ ହୋମଗାର୍ଡର ନୂଆ ନିର୍ଦ୍ଦେଶକ ହେଲେ ସୁନୀଲ ରୟ । November 20, 2019
ତାଜା ଖବର ଆଜି ପବିତ୍ର ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ଠାକୁର । ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ବିଭିନ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ । ଗତକାଲି ମହାପ୍ରଭୁଙ୍କ ମାମୁଘର ନିଆଳି ମାଧମ ମନ୍ଦିରରୁ ପଢ଼ୁଆଁ ଭାର ଆସିଥିଲା । November 20, 2019