ଲୁଟେରାଙ୍କ ଟାର୍ଗେଟରେ ସାମ୍ବାଦିକ, ଅଫିସ୍‌ ସାମ୍ନାରୁ ଲୁଟି ନେଲେ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ସମ୍ବାଦିକ ବି ସୁରକ୍ଷିତ ନୁହଁନ୍ତି। ଏବେ ଲୁଟେରାଙ୍କ ପ୍ରଥମ ଟାର୍ଗେଟ ହେଉଛନ୍ତି ସାମ୍ବାଦିକ। ରାଜଧାନୀରେ ବଢ଼ିଚାଲିଛି ଲୁଟେରାଙ୍କ ଆତଙ୍କ। ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଅପରାଧ। ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ। ଲୁଟ୍‌ ଯେମିତି ରାଜଧାନୀ ପାଇଁ ନିତିଦିନିଆ କଥା ହେଲାଣି। ପ୍ରତିଟି ସମୟରେ ନାମିଦାମୀ ବାଇକ୍‌କୁ ଦୁର୍ବୃତ୍ତ କରୁଛନ୍ତି ଲୁଟ। ପୋଲିସ୍‌କୁ ତିଳେମାତ୍ର ଡରୁ ନାହାଁନ୍ତି ଦୁର୍ବୃତ୍ତ। ରାସ୍ତା ଉପରୁ ବିନା ଭୟରେ ଲୁଟି ନେଇଛନ୍ତି ଗାଡ଼ି। ପାଖରେ ସିସିିଟିଭି ଲାଗିଥିଲେ ମଧ୍ୟ ଆଉ ସିସିଟଭିକୁ ମଧ୍ୟ ଖାତିର କରୁନାହାଁନ୍ତି। କିଛି ସେକେଣ୍ଡରେ ମ୍ୟାଜିକ୍‌ କିରେ ଗାଡ଼ି ନେଇ ଫେରାର ହୋଇଯାଉଛନ୍ତି ବାଇକ୍‌ ଲୁଟେରା।

ବୁଧବାର ନନ୍ଦିଘୋଷ ଟିଭି ଅଫିସ୍‌ ସାମ୍ନାରୁ ମଧ୍ୟ ଦୁର୍ବୃତ୍ତମାନେ ଗାଡ଼ି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଜଣେ ସାମ୍ବାଦିନ ତାଙ୍କ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଗାଡ଼ି ମଧ୍ୟ ସୁରକ୍ଷିତ ରହିପାରୁନି। ଦୁର୍ବୃତ୍ତମାନେ ଏବେ ସାମ୍ବାଦିକ ମାନଙ୍କର ଗାଡ଼ିକୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଲେଣି। ନନ୍ଦିଘୋଷ ଟିଭିର ଜଣେ କର୍ମଚାରୀ ଗାଡ଼ି ରଖି ଅଫିସ୍‌କୁ ଡ୍ୟୁଟି କରିବାକୁ ଆସନ୍ତି। ଏହା ପରେ ଠିକ୍‌ ୨ଟା ସମୟରେ ଜଣେ ଲୁଟେରା ବାଇକ ଚୋରି କରିବା ପାଇଁ ଆସେ।

ଚାରିଆଡ଼କୁ ଚାହିଁବା ପରେ ଲୁଟେରା ଜଣକ ସାଙ୍ଗରେ ଆଣିଥିବା ମ୍ୟାଜିକ୍‌ କି ରେ ଗାଡ଼ିର ଲକ୍‌ଖୋଲିବାକୁ ଲାଗେ। ଚାବି ଖୋଲିବା ପାଇଁ ମାତ୍ର ୫ ସେକେଣ୍ଡ ଲାଗେ ଦୁର୍ବୃତ୍ତକୁ। ଏହାପରେ ଦୁର୍ବୃତ୍ତ ଜଣକ ତତକ୍ଷଣାତ ଗାଡ଼ି ନେଇ ଉଭାନ ହୋଇଯାଏ। ଯାହା ସମ୍ପୂର୍ଣ୍ଣ ଭାବରେ ସିସିଟିଭିରେ ରେକର୍ଡ ହୋଇଛି। ଲୁଟେରା ଜଣକ କଫି କଲରର ଟି ସାର୍ଟ ପିନ୍ଧିଛି ଏବଂ ମୁହଁରେ ମାସ୍କ ଲଗାଇଛି। ଯାହା ସିସିଟିଭିରେ ସମ୍ପୂର୍ଣ୍ଣ ନଜର ଆସୁଛି। ଏହାପରେ ନୀଳାଦ୍ରିବିହାର ଥାନାରେ ଅଭିଯୋଗ କରାଯାଇଛି।

ନୀଳାଦ୍ରିବିହାର ଅଞ୍ଚଳରେ ଏଭଳି ଘଟଣା ନୀତିଦିନ ଘଟୁଛି। ନୀଳାଦ୍ରିବିହାର ଗ୍ରାଣ୍ଡ ଲୁମ୍ବିନୀ ରାସ୍ତାରେ କେତେବେଳେ ଗାଡ଼ି ଲୁଟ ହେଉଛି ତ ପୁଣି କେତେବେଳେ ମୋବାଇଲ ଝାମ୍ପି ନେଉଛନ୍ତି ଲୁଟେରା। ଏହି ରାସ୍ତା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି। କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌। ଅପରାଧ ରୋକିବା ପାଇଁ ଦିନ ରାତି ୨୪ ଘଣ୍ଟରା ଚାରିଆଡ଼େ ପୋଲିସ ପ୍ରହରା ଦେଇଥାଏ। ଗଳିକନ୍ଦିରେ ବି ଦେଖିବାକୁ ମିଳଳେ ପିସିଆର୍‌ ଭ୍ୟାନ୍‌ । କମିଶନରେଟ୍‌ ପୋଲିସର ବିନା ଅନୁମତିରେ ଏଠାରେ କିିଛି ହୋଇପାରେନି । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ଅପରାଧୀ ବାରମ୍ବାର ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି । ଦିନ ବେଳେ କମିଶନରେଟ୍‌ ପୋଲିସର ନାକ ତଳେ ହେଉଛି ଲୁଟ୍।

Leave a Reply