ତାଜା ଖବର ରାଉରକେଲା: ସେକ୍ସ ରାକେଟ ଚାଲିଥିବା ଅଭିଯୋଗରେ ଏକ ହୋଟେଲରେ ଉଦିତନଗର ଥାନା ପୋଲିସ ପକ୍ଷରୁ ଚଢ଼ାଉ । ହୋଟେଲରୁ ୩ ଜଣ ଯୁବତୀ ଉଦ୍ଧାର, ପଚରାଉଚରା କରୁଛି ପୋଲିସ । November 24, 2019
ତାଜା ଖବର ମାଲକାନଗିରି: ୫ ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ମାଓବାଦୀ ନାଁରେ ଗ୍ରାନାଇଟ୍ ଖଣି ଲିଜଧାରୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଗିରଫ ବ୍ୟକ୍ତିମାନେ ମାଲକାନଗିରି ମୋଟୁ ଓ ଆନ୍ଧ୍ରପ୍ରଦେଶର ସୂଚନା । November 24, 2019
ତାଜା ଖବର ଛତିଶଗଡ଼: ସୁକମା ବୁର୍କାପାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ୨ ମାଓବାଦୀ ନିହତ, ଗୁଳିଗୋଳା ଜବତ । November 23, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ୍ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାରଙ୍କ ଶପଥ ଗ୍ରହଣକୁ ବିରୋଧ । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ଶିବସେନା । November 23, 2019
ତାଜା ଖବର ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଡକ୍ଟର ସିକ୍ତା ପତି । ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି । November 23, 2019
ତାଜା ଖବର ଦିଲ୍ଲୀ : ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ମିଳନୀ ଉଦଘାଟିତ । ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା । ଯୋଗଦେଇ ନାହାନ୍ତି ମହାରାଷ୍ଟ୍ର ରାଜ୍ୟପାଳ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ଏନସିପି ଓ ବିଜେପି ଗଠନ କଲେ ସରକାର । ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ । ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । November 23, 2019
ତାଜା ଖବର ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିକୁ ନେଇ ମୁମ୍ବାଇ କଂଗ୍ରେସ ନେତା ସଂଜୟ ନିରୁପମଙ୍କ ପ୍ରତିକ୍ରିୟା। କହିଲେ ଶିବସେନା ସହ କଂଗ୍ରେସର ସମ୍ଭାବ୍ୟ ମେଣ୍ଟ ଏକ ବଡ଼ ଭୁଲ୍ ହୋଇଥାନ୍ତା । ପ୍ରଥମେ ସୋନିଆ ଗାନ୍ଧି CWCକୁ ଭାଙ୍ଗିବା ଦରକାର । କଂଗ୍ରେସ ଆଜି ମହାରାଷ୍ଟ୍ରରେ ଅଯଥାରେ ବଦନାମ୍ ହୋଇଛି । November 23, 2019
ତାଜା ଖବର ବାଲେଶ୍ୱର: ବ୍ରାଉନସୁଗର ବ୍ୟବସାୟକୁ ନେଇ ବସ୍ତା ଥାନା ଛାନୁଆ ଗାଁରେ ଉତ୍ତେଜନା । କିଣିବାକୁ ଆସିଥିବା ଲୋକକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କଲେ ଗାଁ ଲୋକ । ବିକ୍ରି କରୁଥିବା ବ୍ୟବସାୟୀକୁ ଗିରଫ କରିବା ଦାବିରେ ପୋଲିସ ଗାଡ଼ି ଅଟକାଇଲେ ଲୋକ । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଲେ ଏସପି । November 23, 2019
ତାଜା ଖବର ଶିକ୍ଷା ବ୍ୟବସ୍ଥାରେ ଓଡ଼ିଶାରେ 5T ଆଣିଥିବା ପରିବର୍ତ୍ତନର ପ୍ରଶଂସା କଲେ ନିତି ଆୟୋଗ । ସାଥ୍-ଇ ପ୍ରକଳ୍ପ ଜରିଆରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ବିକାଶ ହୋଇଥିବା କହିଲେ ନିତି ଆୟୋଗ । November 23, 2019