ତାଜା ଖବର ରାଉରକେଲା: ଜନ ସେବା କେନ୍ଦ୍ରରୁ ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ଝାରବେଡ଼ା ଜନ ସେବା କେନ୍ଦ୍ରରୁ ଲୁଟ । ନଗଦ ୨୫ ହଜାର ଟଙ୍କା, କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ଅଭିଯୋଗ । ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ ବିରମିତ୍ରପୁର ଥାନା ପୋଲିସର ତନାଘନା । November 12, 2019 ')}
ତାଜା ଖବର ଯାଜପୁର: ପାଣିକୋଇଲି ପଥରପଦା ନିକଟରେ ମର୍ମତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ । ଆଳୁ ବୋଝେଇ ଟ୍ରକ ସହ ବାଇକ୍ ଧକ୍କା ଫଳରେ ଦୁର୍ଘଟଣା । November 12, 2019 ')}
ତାଜା ଖବର ଭୁବନେଶ୍ୱର : ଆସନ୍ତା ୧୩ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିରେ ୩୦ଟି କାର୍ଯ୍ୟଦିବସ ରହିଛି । ସେଥିରୁ ୨୧ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟଦିବସ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ଏହା ଉପରେ ୩ ଦିନ ଧରି ହେବ ଆଲୋଚନା। ଡିସେମ୍ୱର ୧୯ ତାରିଖ ଯାଏଁ ଚାଲିବ ଶୀଳକାଳୀନ ଅଧିବେଶନ। November 11, 2019 ')}
ତାଜା ଖବର ହାଇଦ୍ରାବାଦ୍: କଚେଇଗୁଡ଼ା ରେଳ ଷ୍ଟେସନ୍ରେ ୨ଟ୍ରେନ୍ ମୁହାଁମୁହିଁ ଧକ୍କା, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ । ଘଟଣାସ୍ଥଳରେ ରେଳ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି । November 11, 2019 ')}
ତାଜା ଖବର କୋରାପୁଟ ମେଡିକାଲରେ ପଡ଼ିରହିଲା ଶବ। ବୈପାରିଗୁଡ଼ା ବ୍ଲକ୍ ଦଣ୍ଡାବାଡ଼ି ପଞ୍ଚାୟତ ପଣସପୁଟ ଗାଁର ଜଣେ କ୍ୟାନସର ରୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଶବବାହକ ଗାଡ଼ି ନଥିବାରୁ ଦୀର୍ଘ ସମୟ ଧରି ବେଡରେ ଶବ ପଡ଼ିରହିଥିବା ଅଭିଯୋଗ ।ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ସ୍ୱେଛାସେବୀ। November 11, 2019 ')}
ତାଜା ଖବର ଭୁବନେଶ୍ୱର: ବିଜେପି ବିଧାୟକ ଦଳ ବୈଠକ । ଆଗାମୀ ବିଧାନସଭାର ଶୀତକାଳୀନ ଅଧିବେଶନ ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା । ସମସ୍ତ ବିଧାୟକ ଉପସ୍ଥିତ ନଥିବାରୁ ଆସନ୍ତା ୧୩ରେ ପୁଣି ବସିବ ବୈଠକ । November 11, 2019 ')}
ତାଜା ଖବର ଭୁବନେଶ୍ୱର : ବାତ୍ୟା ବୁଲବୁଲ୍ ପ୍ରଭାବରେ ପଶ୍ଚିମବଙ୍ଗରେ ୭ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ, ୧ ଲକ୍ଷ ଘର ଭାଙ୍ଗିଛି । ବିଦ୍ୟୁତ୍ ଓ ଟେଲିକମ୍ ସେବା ୪୮ ଘଣ୍ଟା ମଧ୍ୟରେ ସ୍ୱଭାବିକ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ସୂଚନା । ଓଡ଼ିଶାରେ ୨ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । November 11, 2019 ')}
ତାଜା ଖବର ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। November 11, 2019 ')}
ତାଜା ଖବର କାଲିମେଳା: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା । ଆସିଲା ରକ୍ତ ନମୁନା ଓ କଫ ପରୀକ୍ଷା ରିପୋର୍ଟ । ବ୍ରଙ୍କୋନିମୋନିଆ ରୋଗରେ ଆକ୍ରାନ୍ତ ନେଇ ରିପୋର୍ଟରେ ଉଲ୍ଲେଖ । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋରାପୁଟରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ । November 11, 2019 ')}
ତାଜା ଖବର ଭୁବନେଶ୍ୱର: ୟୁନିଟ୍-୧ ନିକଟ ଭଡ଼ାଘରୁ ଉଠାଇନେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।, ଅଭିଯୁକ୍ତ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ରବିବାର ବିଳମ୍ବିତ ରାତିରେ ଘଟିଛି ଘଟଣା । November 11, 2019 ')}