ଅନୁଭବ ଜାରି କଲେ ଭିଡିଓ, ଥାନାରେ ଏତଲା ଦେଲେ ବର୍ଷା

1 min read

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଥାନାକୁ ପୁଣି ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ  ।  ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦକୁ ନେଇ ଭିଡିଓ ଜାରି କରି ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ  । ବର୍ଷାଙ୍କୁ ପ୍ରେମ କରିବା ଠାରୁ ବିବାହ ପର୍ଯ୍ୟନ୍ତ ସମସ୍ତ ମାମଲାକୁ ଉଲ୍ଲେଖ କରିଥିଲେ । ଏଥି ସହିତ ସେ କାହିଁକି ବର୍ଷାଙ୍କ ଠାରୁ ବିଛେଦ ଚାହୁଁଥିବା ଘଟଣାକୁ ମଧ୍ୟ ଭିଡିଓ ମାଧ୍ୟମରେ ପ୍ରକାଶ କରିଥିଲେ  ।

ଅନୁଭବ ମହାନ୍ତି ଭିଡିଓ କରି ନାରୀତ୍ୱ ଏବଂ ଚରିତ୍ର ସଂହାର କରୁଥିବା ନେଇ ଅନୁଭବଙ୍କ ବିରୁଦ୍ଧରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି  । ବର୍ଷା ସାତ ପୂଷ୍ଠା ସମ୍ବଳିତ FIRକୁ ଥାନାରେ ଦାଖଲ କରିଛନ୍ତି  । ବର୍ଷା ଏଥିରେ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁଣି ସଙ୍ଗୀନ ଆରୋପ ଲଗାଇଛନ୍ତି  । ଭିଡିଓ କରି ମୋ ମାନ ସମ୍ନାନ ହାନି କରିବା ସହ ମୋ ନାରୀତ୍ୱକୁ ସେ ଅସମ୍ମାନ କରିଥିବା କହିଛନ୍ତି  । ଏଥି ସହିତ ମୋ ସ୍ୱାମୀ ମୋ ବିରୋଧରେ ପ୍ରାୟୋଜିତ ଷଡ଼ଯନ୍ତ୍ର କରି ମୋର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହ ସମ୍ମାନ ହାନି କରିଥିବା କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ  ।

ତେବେ ଥାନାରେ ପୋଲିସ ଏତଲା ଦେଇଥିବାବେଳେ ଆଗକୁ ପୋଲିସ ଏନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  । ଭିତ୍ତିହୀନ କାହାଣୀ ସଜାଇ ବିନା ଦୋଷରେ ତାଙ୍କୁ ଦୋଷୀ ସଜାଇଥିବା ବର୍ଷା ଏତଲାରେ ଲେଖିଛନ୍ତି । କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଅପଲୋଡ କରି କୋର୍ଟଙ୍କ ଅବମାନନା କରିଛନ୍ତି । ତାଙ୍କୁ ଅସ୍ତ୍ର କରି ବିଭ୍ରାନ୍ତିକର କାହାଣୀ ଶୁଣାଇ ସୋସିଆଲ ମିଡିଆରେ ଇମେଜ୍ ସଜାଡିବାକୁ ଅନୁଭବ ହୀନ ଷଡ଼ଯନ୍ତ୍ର କରିଥିବା ବର୍ଷା ଏତଲାରେ ଲେଖିଛନ୍ତି ।

୨୦୨୦ମସିହାରେ ଛାଡ଼ପତ୍ର ଦେବାକୁ ସ୍ବାମୀ ବାଧ୍ୟ କରିଥିଲେ । ରାଜି ନ ହେବାରୁ ସମାଜରେ ବାଟ ଚଳାଇ ଦେବେନି ବୋଲି ସେ ଧମକ ମଧ୍ୟ ଦେଇଥିଲେ । ସେବେଠାରୁ ଏଯାଏ ସେ ପ୍ରତିଶୋଧ ନେଇ ଚାଲିଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି । ମୋତେ ଗ୍ରହଣ କରିବାକୁ ସେ ଅନେକ ସର୍ତ୍ତ ରଖିଥିଲେ । ଯେପରିକି ମୁଁ କୌଣସି ସିନେମା କରିବି ନାହିଁ । ଏପରିକି ରାଜନୀତି କିମ୍ବା କୌଣସି ସମାଜସେବା କରିବି ନାହିଁ । ମାଙ୍କ ଘରକୁ ଯାଇପାରିବି ନାହିଁ ବୋଲି ମଧ୍ୟ ସେ ସର୍ତ୍ତ ରଖିଥିଲେ ।

ସବୁଥିରେ ଅସଫଳ ହେବା ପରେ ମୁଁ ଅସୁରକ୍ଷିତ ହୋଇ ଆଇନର ସାହାରା ନେଇଛି ବୋଲି ବର୍ଷା ଅଭିଯୋଗ ପତ୍ରରେ ଲେଖିଛନ୍ତି । ମୋ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢୁଛି । ଅନେକ ସାମାଜିକ କାର୍ଯ୍ୟ ମଧ୍ୟ କରୁଛି । ଏହାକୁ ମୋ ସ୍ବାମୀ ସହିପାରୁନାହାନ୍ତି ବୋଲି କହିଛନ୍ତି ବର୍ଷା । ମାମଲା କୋର୍ଟରେ ବିଚାରାଧୀନ ରହିଛି । ସେଠି ନିଜର ନିର୍ଦ୍ଦେଷ ପ୍ରମାଣ ନ ରଖି ସୋସିଆଲ ମିଡିଆରେ ମୋ ବିରୋଧରେ ଲୋକଙ୍କୁ ମତାଇବା କେତେଦୂର ଗ୍ରହଣୀୟ ବୋଲି ବର୍ଷା କହିଛନ୍ତି । ସ୍ବାମୀଙ୍କର ଦୁଇଟିଯାକ ଭିଡିଓ କ୍ଲିପକୁ ଅନୁଧ୍ୟାନ କରି ମିଥ୍ୟା ଗୁଜବ ପ୍ରସାର କରୁଥିବା ବ୍ୟକ୍ତିକୁ ଉପଯୁକ୍ତ ଦଣ୍ଡ ଦେବାକୁ ବର୍ଷା ଅନୁରୋଧ କରିଛନ୍ତି ।