ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ପିଟିଲେ ସଫାରି ବସ୍ କର୍ମଚାରୀ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଅଭିଯୋଗ । ବିଳମ୍ବକୁ ନେଇ ବଚସାରୁ ଆକ୍ରମଣ କଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦକାନନ ଥାନାରେ ଅଭିଯୋଗ କରିଛନ୍ତି ପର୍ଯ୍ୟଟକ । ଅଭିଯୋଗ ଅନୁସାରେ ଛତିଶଗଡରୁ ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ ।

ମାତ୍ର ପର୍ଯ୍ୟଟକ ୩ଘଣ୍ଟା କାଳ ଅପେକ୍ଷା କରିବା ପରେ ମଧ୍ୟ ସଫାରି ଗାଡି ମିଳିନଥିଲା  । ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ସଫାରୀ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଘଟଣାର କାରଣ କଣ ଏନେଇ ମଧ୍ୟ ନନ୍ଦନକାନନ ପୋଲିସ କାରଣ ଖୋଜୁଛି  ।