ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଆଶିଷ ନେଲେ ଅନନ୍ତ ଅମ୍ବାନୀ

ପୁରୀ: ପୁରୀରେ ବିଜିନେସ ଟାଇକୁନ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଅନନ୍ତ । ଭୁବନେଶ୍ବର ଏୟାରପୋର୍ଟରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଯାଇଥିଲେ ଅନନ୍ତ । ସେଠାରୁ କଡ଼ାସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ନିକଟରେ ଅନନ୍ତଙ୍କ ନିର୍ବନ୍ଧ ସରିଛି । ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଆଶିଷ ନେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ସେ ମୁମ୍ବାଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନନ୍ତ କହିଛନ୍ତି ପ୍ରଭୁଙ୍କ ଆଶୀର୍ବାଦ ଏମିତି ଥାଉ । ଜୟ ଜଗନ୍ନାଥ । ଗତକାଲି ଗୌହାଟିର କାମାକ୍ଷା ପୀଠକୁ ଯାଇ ଦର୍ଶନ କରିଥିଲେ ଅନନ୍ତ ।