spot_img

Latest Posts

ମାଫିଆଙ୍କ କବଜାରେ ଢେଙ୍କାନାଳ ବ୍ରାହ୍ମଣୀ ନଦୀ ଶଯ୍ୟା…

ନନ୍ଦିଘୋଷ ବ୍ୟୁରୋ: ମାଫିଆଙ୍କ କବଜାରେ ବ୍ରାହ୍ମଣୀ ନଦୀ ଶଯ୍ୟା । ବର୍ଷା ପୂର୍ବରୁ ଠୁଳ କଲେଣି କୋଟି କୋଟି ଟଙ୍କାର ବାଲି। ଲୁଟ୍ ପଛରେ କାମକରୁଛି ସ୍ୱତନ୍ତ୍ର ରାକେଟ୍ । ଆଇନକୁ କାହାର ଭୟ ନାହିଁ । ମାଫିଆ-ରାଜନେତା, ଅସାଧୁ ପୁଲିସ୍ ଓ ସରକାରୀ କର୍ମଚାରୀଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ଚାଲିଛି ବାଲି ଲୁଟ୍ । ଆଗକୁ ବର୍ଷାଋତୁ ଆସିବାକୁ ଥିବାବେଳେ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ମାଫିଆମାନେ ଶହ ଶହ ଟ୍ରିପ୍ ଚୋରାରେ ବାଲି ବୋହି ଆଣି ନଦୀକୂଳ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଠୁଳ କରି ରଖୁଛନ୍ତି । ଆଉ ପ୍ରତିବାଦ କଲେ ମାଫିଆମାନେ ନାଲିଆଖି ଦେଖାଇବା ସହ ଗାଁରେ ବମା ପକାଇବାକୁ ଧମକ ଦେଉଛନ୍ତି । ଢେଙ୍କାନାଳ ଜିଲ୍ଲା ବଣିଆ ପଡା ଗାଁ ନିକଟ ବାଲି ଚୋରା ଚାଲାଣର ଏନ୍ତୁଡିଶାଳ ପାଲଟିଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଲାକା କୁଶୁପଙ୍ଗା, ମାନପୁର, କୁରୁଣ୍ଡି ଆଦି ଅଞ୍ଚଳରେ ଏଭଳି ଶହ ଶହ ଟ୍ରିପ୍ ବାଲି ଗଚ୍ଛିତ ହୋଇ ରହିଛି। ରାଜନେତାଙ୍କ ଛତ୍ରଛାୟା ରହି ଏହି ଅଞ୍ଚଳରେ ବଡ଼ଧରଣର ବାଲି ଚୋରାଚାଲାଣ ସିଣ୍ଡିକେଟ୍ କାମ କରୁଛି । ଏହିସବୁ ଅଞ୍ଚଳରେ ବାଲିଘାଟକୁ ସରକାରୀ ଭାବେ ନିଲାମ ଦିଆଯାଇନଥିଲେ ମଧ୍ୟ ମାଫିଆମାନେ ବନ୍ଧୁକ ମୁନରେ ଭୟଭୀତ କରାଇ ଅହରହ ବାଲି ଲୁଟ୍ କରିଚାଲିଛନ୍ତି ।

ଓଡ଼ାପଡ଼ା ତହସିଲର କଣ୍ଟାବଣିଆ ଓ ମୋଟଙ୍ଗା ଥାନା ଅଞ୍ଚଳ ବ୍ରାହ୍ମଣୀ ନଦୀର ଜୁଶୁପଙ୍ଗା, ମାନପୁର, କୁରୁଣ୍ଡି ଆଦି ନଦୀଘାଟକୁ ସରକାରୀ ଭାବେ ନିଲାମ ଦିଆଯାଇନାହିଁ, କିନ୍ତୁ ଏହିସବୁ ବାଲିଘାଟର ଏକାଧିକ ସ୍ଥାନରୁ ବେଆଇନ୍ ଭାବେ ବାଲି ଉତ୍ତୋଳନ ଓ ପରିବହନ ହେଉଛି । ଅତ୍ୟାଧୁନିକ ମେସିନ୍ ଲଗାଇ ବାଲି ଉତ୍ତୋଳନ କରାଯାଉଛି । ମାଫିଆମାନେ ଦାମୀଗାଡ଼ିରେ ଏସ୍କର୍ଟ କରି ଚୋରା ବାଲିଗାଡ଼ିକୁ ସୁରକ୍ଷା ଦେଉଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ଜିଟ୍ ପାସ୍ ସେମାନଙ୍କ ପାଖରେ ରହୁନାହିଁ । କମଳାଙ୍ଗଠାରୁ କୁରୁଣ୍ଡୀ ଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶହ ଶହ ଟ୍ରିପ୍ ବାଲି ଗଦା ହୋଇରହିଛି । ଏତେ ପରିମାଣର ବାଲି ଠୁଳ ହୋଇଥିଲେ ମଧ୍ୟ ଏହା ବିରୋଧରେ ପ୍ରଶାସନର ନଜର ନାହିଁ ? ତେବେ କାହା ଛତ୍ର ଛାୟାରେ ଚାଲିଛି କଳା ବେପାର ? ବର୍ଷା ଦିନେ ନଦୀରେ ବନ୍ୟ ଆସିଲେ କିଏ ଦାୟି ରହିବ ? ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ବର୍ଷା ହେଲେ ବ୍ରାହ୍ମଣୀ କୂଳ ଖାଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ରାହ୍ମଣୀ ନଦୀ ଅଞ୍ଚଳରେ ଶହ ଶହ ବସ୍ତି ବାସିନ୍ଦା ଥିବାବେଳେ ବାଲି ମାଫିଆଙ୍କ ପାଇଁ ଗ୍ରାମବାସୀ ବିପଦରେ ପଡ଼ିବେ ବୋଲି ଆଶଙ୍କା ଦେଖାଦେଇଛି । ଖୁଲମ ଖୁଲା ଖଣି ଖାଦାନ ଲୁଟ ହେଉଥିବା ବେଳେ ଖଣିମନ୍ତ୍ରୀ କିନ୍ତୁ ଅଜବ ବୟାନ ରଖିଛନ୍ତି । ବେଆଇନ ଖଣି ଖାଦାନରେ ପୂର୍ଣ୍ଣଛେଦ ପଡିଛି । ସରକାରଙ୍କ ତରଫରୁ ଏହା ଚମତ୍କାର ପଦକ୍ଷେପ ବୋଲି କହିଛନ୍ତି ମନ୍ତ୍ରୀ ।

Latest Posts

Don't Miss