ଆଜି ସେଇ ‘ଦିଲୱାଲେ’ଙ୍କ ଜନ୍ମଦିନ,ଯିଏ ‘ସିଂହମ’ଭଳି ‘ଇସ୍କ’ କରନ୍ତି..ତାଙ୍କୁ କୁହନ୍ତୁ ‘ଅଲ ଦ ବେଷ୍ଟ୍’

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ହ୍ୟ।ଣ୍ଡସମ୍‌ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ହେଉଛନ୍ତି ଅଜୟ ଦେବଗନ୍‌ । ୧୯୬୯ ମସିହା ଏପ୍ରିଲ ମାସ ଦିଲ୍ଲୀରେ ଅଜୟ ଦେବଗନ୍‌ ଙ୍କ ଜନ୍ମ ହୋଇଥିଲା । ପାଖାପାଖି ୧୦୦ରୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରି ଅଜୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ବଲିଉଡର ସେ ଜଣେ ସଫଳ ଅଭିନେତା । ୧୯୯୧ ମସିହାରେ ଫିଲ୍ମ ‘ଫୁଲ୍‌ ଔର୍ କାଣ୍ଟେ’ରେ ଅଭିନୟ କରି ସେ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ଫଛକୁ ଫେରିନାହାଁନ୍ତି ।

ଜିଗର୍‌,ସଂଗ୍ରାମ,ବିଜୟପଥ୍‌,ଦିଲ୍‌ୱାଲେ,ସୁହାଗ୍‌,ହକିକତ୍‌,ଇସ୍କ,ରାଜନୀତି,ଗଙ୍ଗାଜଲ୍‌ ଭଳି ବହୁ ଫିଲ୍ମରେ ସେ ଅଭିନୟ କରିଛନ୍ତି । ବଲିଉଡରେ ପାଦ ଦେବା ପରେ ସେ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି । ଆଜି ଅଜୟ ତାଙ୍କ ୫୧ତମ ଜନ୍ମଦିନ ପାଳନ କରୁଛନ୍ତି । ଲକଡାଉନ୍ ଯୋଗୁଁ ଅତି ଆନନ୍ଦରେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି ।

ସୂଚନାଯୋଗ୍ୟ ଯେ,ଅଜୟ ଦେବଗନ୍‌ଙ୍କର ଯୋଡ଼ି ରୋହିତ ସେଟ୍ଟୀଙ୍କ ସହ ଖୁବ ଜମେ । ଏଥିପାଇଁ ଉଭୟେ ମିଶି ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଅଜୟ ଦେବଗନ୍‌ଙ୍କ ପତ୍ନୀ କାଜୋଲ୍‌ ମଧ୍ୟ ବଲିଉଡ଼ର ଜଣେ ଆଗଧାଡ଼ିର ଅଭିନେତ୍ରୀ । ଅଜୟ ଦେବଗନ୍‌ଙ୍କ ନିଜସ୍ୱ  ଫିଲ୍ମ ପ୍ରଡ଼କ୍ସନ୍‌ ହାଉସ୍‌ ଅଛି । ତାଙ୍କ ପ୍ରଡ଼କ୍ସନ୍‌ ବ୍ୟାନରରେ ରାଜୁ ଚାଚା, ଅଲ୍‌ ଦ ବେଷ୍ଟ, ସିଂହମ୍‌ ରିଟର୍ଣ୍ଣସ୍‌, ଆଦି ଫିଲ୍ମ ନିର୍ମାଣ କରିଛନ୍ତି । ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଅଜୟ ଦେବଗନ୍‌ଙ୍କ ଅନେକ କିଛି ଦେଇଛନ୍ତି । ତାଙ୍କ ଦମଦାର ଅଭନିୟ ଖୁବ ପ୍ରଶଂସନୀୟ ।

ତାଙ୍କର ଏହି ସଫଳତା ଓ ଅବଦାନ ପାଇଁ ସେ ୩୨ଟି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ନ୍ୟାସନାଲ୍‌ ଫିଲ୍ମ ଆୱାର୍ଡ,ଷ୍ଟାର୍‌ ଡଷ୍ଟ ଆୱାର୍ଡ,ସ୍କ୍ରିନ୍‌ ଆୱାର୍ଡ ସହ ଭାରତର ଚତୁର୍ଥ ଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନ ମିଳିଛି । ସବୁଠୁ ବଡ କଥା ହେଲା ବଲିଉଡର ସିଂହମଙ୍କ ହୃଦୟ କେତେ ବଡ ତାହା କରୋନା ଲକଡାଉନ୍ ବେଳର ଘଟଣାରୁ ଜଣା ପଡୁଛି । ନିକଟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କ ପାଇଁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଲକଡାଉନ ବେଳେ ଯେମିତି ବଲିଉଡର କୌଣସି ଠିକା କର୍ମଚାରୀ ଭୋକରେ ନରୁହନ୍ତୁ ସେଥିପାଇଁ ସେ ଏହି ଦାନ କରିଛନ୍ତି ।

 

 

 

 

Leave a Reply