ବଲିଉଡ ଅଭିନେତ୍ରୀ କିରଣ ଖେର ବ୍ଲଡ କ୍ୟାନ୍ସରରେ ପୀଡିତ, ଚାଲିଛି ଚିକିତ୍ସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସାଂସଦ କିରଣ ଖେର ଅସୁସ୍ଥ ଅଛନ୍ତି । ସେ ମଲ୍ଟିପଲ ମାଇଲୋମା, ଯାହା କି ଏକ ପ୍ରକାରର ବ୍ଲଡ କ୍ୟାନସର (ରକ୍ତ କର୍କଟ) ରୋଗରେ ପୀଡିତ ଥିବା ଜଣାପଡ଼ିଛି। କୁହାଯାଉଛି କି କିରଣ ଖେରଙ୍କର ମୁମ୍ବାଇରେ ଚିକିତ୍ସା ଚାଲିଛି ।

ବୁଧବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କିରଣ ଖେରଙ୍କ ସହଯୋଗୀ ତଥା ବିଜେପି ଚଣ୍ଡିଗଡ଼ ସଦସ୍ୟ ଅରୁଣ ସୁଦ କିରଣଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି। ସୁଦ କହିଛନ୍ତି ଯେ କିରଣ ଖେର ଗତ ବର୍ଷରୁ ନିଜର ଚିକିତ୍ସା ଜାରି ରଖିଛନ୍ତି। ଅରୁଣ ସୁଦ କହିଛନ୍ତି ‘ଗତ ବର୍ଷ ନଭେମ୍ବର ୧୧ରେ, ଚଣ୍ଡିଗଡ଼ ଘରେ ତାଙ୍କର ହାତ ଭାଙ୍ଗି ଯାଇଥିଲା। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସା ସମୟରେ ତାଙ୍କ ଶରୀରରେ ମଲ୍ଟିପଲ ମାଇଲୋମାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଇଥିଲା।

ଏହି ରୋଗ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ପର୍ଯ୍ୟନ୍ତ ବ୍ୟାପିଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ୪ ଡିସେମ୍ବର ୨୦୨୦ରେ ମୁମ୍ବାଇକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେବେଠାରୁ ତାଙ୍କର କ୍ରମାଗତ ଭାବେ ଚିକିତ୍ସା ଚାଲିଛି। ପ୍ରତିଦିନ ଚିକିତ୍ସା ପାଇଁ ସେ ହସ୍ପିଟାଲ ଯାହାଆନ୍ତି ବୋଲି ଅରୁଣ ସୁଦ୍‌ କହିଛନ୍ତି ।

Leave a Reply