ଅଳିଆ ସଫା କରୁଛି ଟେରେକ୍ସ ମେସିନ, ଘଣ୍ଟାକୁ ୫୦ ଟନ୍‌ ବର୍ଜ୍ୟର ହେଉଛି ପ୍ରକ୍ରିୟାକରଣ

ଭୁବନେଶ୍ବର: ରାଜଧାନୀରେ ବର୍ଜ୍ୟ ପରିଚାଳନା ପାଇଁ ବିଏମସିର ମାଷ୍ଟର ପ୍ଲାନ । ଗାଡକଣ ହେବ ଡମ୍ପିଂ ମୁକ୍ତ । ଅଳିଆ ଗଦା ତଳେ ଚା’ ପିଇଲେ ବିଏମସି କମିଶନର ଓ ପୂରା ଟିମ୍ । ଟିଟିଏସରେ ପହଞ୍ଚିଛି ଟେରେକ୍ସ ଓ୍ବାରିୟର ମେସିନ । ପରୀକ୍ଷଣ ପରେ ଆରମ୍ଭ ହୋଇଛି ବର୍ଜ୍ୟ ପକ୍ରିୟା କରଣ । ଏଥିପାଇଁ ଆଉ ଗନ୍ଧଉନି ଅଳିଆ । ଏଥିପାଇଁ ୬ ମାସର ଟାର୍ଗେଟ୍ ଦିଆଯାଇଛି ।

ହଟିବ ଅଳିଆ ପାହାଡ଼ । କେମିତି କାମ କରିଛି ଟେରେକ୍ସ ମେସିନ ସେନେଇ ବୁଲି ଦେଖିଛନ୍ତି ବିଏମସି କମିଶନର । ଟିଟିଏସରେ ରହିଥିବା ଅଳିଆର ତୁରନ୍ତ ସମାଧାନ ପାଇଁ ଦୁଇଧାଡିର ଟ୍ରମେଲ୍ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ, ଯୋଡି ହୋଇଛି ଟେରେକ୍ସ ମେସିନ୍ ।

ଏହି ମେସିନ୍ ଦ୍ବାରା ଘଣ୍ଟାକୁ ପ୍ରାୟ ୫୦ ଟନର ବର୍ଜ୍ୟ ପ୍ରକ୍ରିୟା କରଣ ହୋଇପାରିବ । ଅଳିଆ ପାଖକୁ ଯାଇ ମେସିନଟି ବିଭିନ୍ନ ଦିଗରୁ ଅଳିଆ ଆଣି ପ୍ରକ୍ରିୟା କରଣ କରିବାର କ୍ଷମତା ରଖିଛି । ଏଭଳି କାର୍ଯ୍ୟ ଚାଲିବା ଦ୍ବାରା ପ୍ରକ୍ରିୟାକରଣ ପାଇଁ କମ୍ ସମୟ ଲାଗିବ ।