spot_img
Home Blog Page 99

କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଭଞ୍ଜନଗର : ଗଞ୍ଜାମ ଭଞ୍ଜନଗରରେ ଅଭାବନୀୟ ଘଟଣା । କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ । ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । କାମ ସାରି ବାଇକରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରିଥିଲା ଅଭିଯୁକ୍ତ ଦିଲ୍ଲୀପ ଜେନା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଜଣକ କୋର୍ଟରେ ଆତ୍ମସମର୍ପଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଜଣାପଡିଛି ।ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି ।.

ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ଧରଣର ହଲଚଲ। ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ସେ ଦଳବଳ ଧରି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ପାଟନାସ୍ଥିତ ନୀତୀଶଙ୍କ ବାସଭବନ ଆଗରେ ହଙ୍ଗାମା ଦେଖାଦେଇଛି । ସମର୍ଥକମାନେ ନୀତୀଶଙ୍କ ନିଷ୍ପତ୍ତିର କଡ଼ା ପ୍ରତିବାଦ କରିଛନ୍ତି । କାହିଁକି ନୀତୀଶ ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟସଭା ଯାଉଛନ୍ତି ବୋଲି ହଙ୍ଗାମା କରିଛନ୍ତି ସମର୍ଥକ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିର ହେବା ସମ୍ଭାବନା ଥିବାରୁ ଏହାକୁ ସେମାନେ ଗ୍ରହଣ କରିପାରିନାହାଁନ୍ତି ।

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ। ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଡେଟ ଡ. ଦତ୍ତେଶ୍ବର ହୋତା ଦାଖଲ କଲେ ପ୍ରାର୍ଥିପତ୍ର। ସଂତୃପ୍ତ ୨ ସେଟ ଓ ଦତ୍ତେଶ୍ବର ୩ ସେଟ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଭୟ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦୁଇ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି ।

ସେପଟେ ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସିପିଏମ ସମ୍ପାଦକ ସୁରେଶ ପାଣିଗ୍ରାହୀ। ଭକ୍ତ କହିଛନ୍ତି- ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୟନ୍ତୀ। ବିଜୁ ବାବୁ ଭାରତୀୟ ରାଜନୀତିରେ ନୂଆ ଦିଗ ଦେଇ ଆସିଥିଲେ। ସବୁବେଳେ ନୂଆ ଉଦାହରଣ ସୃଷ୍ଟି କରିଥଲେ। ତାଙ୍କ ଲିଗାସୀକୁ ୨୪ ବର୍ଷ ଧରି ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିଥିଲେ।  ଉଭୟ ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷବାଦରେ ବିଶ୍ବାସ ରଖନ୍ତି। ଯେଉଁଥିପାଇଁ ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି ଉଚ୍ଚକୋଟୀର ଡାକ୍ତର, ପଶ୍ଚିମ ଓଡ଼ିଶାର ଦକ୍ଷ ଡାକ୍ତର ପ୍ରଥମ କରି ରାଜ୍ୟରେ କିଡନୀ ଅପରେସନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ଜଣେ ଦକ୍ଷ ବ୍ୟକ୍ତି ରାଜ୍ୟସଭା ଗଲେ ଓଡ଼ିଶାର ଅଶେଷ ଉନ୍ନତି ସାଧିତ ହେବ।

ସେହିପରି ସିପିଏମ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି ସାରା ଦେଶରେ ଧର୍ମନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନକୁ ସମର୍ଥନ କରିଛି ସିପିଏମ। ସିପିଏମର ଜଣେ ବିଧାୟକ ଅଛନ୍ତି। ୧୬ ତାରିଖ ଭୋଟ ଦିନ କମନ ପ୍ରାର୍ଥୀ ଦତ୍ତେଶ୍ବରଙ୍କୁ ନିଜର ଭୋଟଦାନ କରିବେ।

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ବନାଯୋଡି ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ରେଞ୍ଜ ବନାଯୋଡି ଗାଁକୁ ଖାଦ୍ୟ ଅନ୍ୱେଷଣ ପାଇଁ ଆସିଥିବା ତିନୋଟି ଦନ୍ତା ମଧ୍ୟରୁ ଗୋଟିଏ ଦନ୍ତା ଏକ କୂଅରେ ଖସି ପଡିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ନିକଟରୁ ଖବର ପାଇ ବନ ବିଭାଗ କର୍ମଚାରୀ ପହଁଞ୍ଚି ଅନେକ ପରିଶ୍ରମ ପରେ ତାକୁ ଉଦ୍ଧାର କରିଛନ୍ତି। କୂଅଟି ଅଣଓସାରିଆ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ଆମେରିକାର ଆଣବିକ ସାମର୍ଥ୍ୟସମ୍ପନ୍ନ ମିସାଇଲ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାର ଆଣବିକ ସାମର୍ଥ୍ୟସମ୍ପନ୍ନ ମିସାଇଲ ପରୀକ୍ଷଣ। ମିନଟମ୍ୟାନ-୩ ଅନ୍ତର୍ଦେଶୀ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରିଛି ଆମେରିକା। ହିରୋସିମାରେ ୧୯୪୫ରେ ପକାଯାଇଥିବା ବୋମାଠାରୁ ଏହା ବହୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ହାସଲ କରିଛି। କାଲିଫର୍ଣ୍ଣିଆର ବଣ୍ଡେନଗର୍ଗ ସ୍ପେସ ଫୋର୍ସ ବେସରୁ ମିନଟମ୍ୟାନ -୩ ଆଇସିବିଏମକୁ ପରୀକ୍ଷଣ ଖରିଛି ଆମେରିକା। ଏନେଇ ସୂଚନା ଦେଇଛି ଆମେରିକା ସ୍ପେସ ଫୋର୍ସ। ଏହି କ୍ଷେପଣାସ୍ତ୍ରର ବେଗ ଘଣ୍ଟାପ୍ରତି ୧୫ ହଜାର ମାଇଲ ବେଗ ଗତି କରିପାରିବାର କ୍ଷମତା ହାସଲ କରିଛି। କିଛି ମିନଟ ଭିତରେ ଏହା ବିଶ୍ବର ଯେ କୌଣସି ସ୍ଥାନକୁ ହିଟ୍ କରିବାର କ୍ଷମତା ହାସଲ କରିଛି।

ଦ୍ଵିତୀୟ ସେମିଫାଇନାଲରେ ଇଣ୍ଡିଆ-ଇଂଲଣ୍ଡ ଟକ୍କର

ନନ୍ଦିଘୋଷ ବ୍ୟୁରୋ ;  ଆଜି T-20 ବିଶ୍ଵକପ୍ ର ଦ୍ଵିତୀୟ ସେମିଫାଇନାଲରେ ଇଣ୍ଡିଆ-ଇଂଲଣ୍ଡ ଟକ୍କର। ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବେ ଏହି ମ୍ୟାଚ। T-20 ବିଶ୍ଵକପ୍ ଇତିହାସରେ ଭାରତ ଷଷ୍ଠ ଥର ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଆଜିର ମ୍ୟାଚର ଓପନର୍ ଯୋଡ଼ି କିଏ ହେବ, ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି। ସଂଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଓପନ କରିବା ନେଇ ସନ୍ଦେହ ରହିଚି। ଏହି ମ୍ୟାଚରେ ବ୍ଯାଟିଂ ଅର୍ଡର ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ଅନ୍ଯ ପକ୍ଷରେ ଇଂଲଣ୍ଡ ଦଳ ବେଶ ଭଲ ଫର୍ମରେ ଥିବାରୁ ମୁକାବିଲା ଜୋରଦାର ହେବ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଆଜି ଜିତିବ, ସେ ଟାଇଟଲ ପାଇଁ ନ୍ଯୁଜିଲାଣ୍ଡ ସହିତ ଖେଳିବ। ୮ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ଯାଚ ଖେଳାଯିବ।

ନେପାଳରେ ଆଜି ସାଧାରଣ ନିର୍ବାଚନ, କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ

ନନ୍ଦିଘୋଷ ବ୍ୟୁରୋ ;  ନେପାଳରେ ଆଜି ସାଧାରଣ ନିର୍ବାଚନ। ନୂଆ ସରକାର ଲାଗି କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ। ଜେନ ଜେଡ ଆନ୍ଦୋଳନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଉବା, କମ୍ୟୁନିଷ୍ଟ ପାର୍ଟି ସିପିଏନ-ୟୁଏମଏଲ ନେତା କେ.ପି. ଶର୍ମା ଓଲି ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର) ନେତା ପୁଷ୍ପ କମଲ ଦହଲଙ୍କ ହୋଇଛି ଅଗ୍ନିପରୀକ୍ଷା। ଏହା ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ନେତା ରବି ଲାମଚିହାନେଙ୍କ ଲାଗି ବି ଏହା ଅଗ୍ନିପରୀକ୍ଷା ହୋଇଛି। ଚଳିତ ନିର୍ବାଚନକୁ ନିରପେକ୍ଷ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି। ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦେଇଛନ୍ତି ଗୃହମନ୍ତ୍ରୀ ଓମ ପ୍ରକାଶ ଆରିଆଲ ଓ କାମଚଳା ନିର୍ବାଚନ କମିଶନର ରାମ ପ୍ରସାଦ ଭଣ୍ଡାରୀ। ଗତବର୍ଷ ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ୭୩ ବର୍ଷ ବୟସ୍କା କାର୍କି। କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଦେଶରେ ଦେଖାଦେଇଥିଲା ଅଚଳାବସ୍ଥା। ଦେଶରେ ଦୁର୍ନୀତି ଓ ସୋସିଆଲ ମିଡିଆ ନିଷିଦ୍ଧ ପରେ ଆରମ୍ଭ ହୋଇଥିଲା ଜେନ ଜେଡ ଆଦୋଳନ। ଗତବର୍ଷ ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିଲା ଜେନ ଜେଡ ଆନ୍ଦୋଳନ। ପରଦିନ ଇସ୍ତଫା ଦେଇଥିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି। ସେପ୍ଟେମ୍ବର ୧୦ରେ ସୁଶୀଳା କାର୍କି ହୋଇଥିଲେ ନୂଆ କାମଚଳା ପ୍ରଧାନମନ୍ତ୍ରୀ। ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ, ହ୍ବାଟସଆପ, ଏକ୍ସ, ଲିଙ୍କଡଇନ, ସ୍ନାପଚାଟ, ରେଡିଟ ଆଦି ବ୍ୟାନ କରାଯିବା ପ୍ରତିବାଦରେ ଦେଶରେ ଦେଖାଦେଇଥିଲା ଆନ୍ଦୋଳନ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ। ୧୯୧୬ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ ବିଜୁ ବାବୁ। ସାରା ରାଜ୍ୟ ମନେ ପକାଉଛି ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ। ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ଧୁମଧାମରେ ପାଳନ କରାଯାଉଛି ବିଜୁ ଜୟନ୍ତୀ। ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ନେତା।  ଭୁବନେଶ୍ବର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏବର୍ଷର ଥିମ୍ ରହିଛି ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସାଙ୍ଗକୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। କେବଳ ଆଧୁନିକ ଓଡ଼ିଶା ଗଠନ ନୁହେଁ, ଦେଶର ରାଜନୀତି ଓ ଦେଶ ପ୍ରତି ତାଙ୍କର ବହୁତ ଅବଦାନ ରହିଛି। ସେ ସ୍ଵାଧୀନତା ସଂଗ୍ରାମରେ ବି ଝାସ ଦେଇଥିଲେ। କେବଳ ଏତିକି ନୁହେଁ, ପ୍ରଥମ ପାଇଲଟ ଭାବେ କାଶ୍ମୀରରେ ବିମାନ ଲ୍ୟାଣ୍ଡିଂ କରାଇଥିଲେ। ଅନୁପ୍ରବେଶକାରୀଙ୍କୁ ଅଟକାଇବାରେ ବିଜୁ ପଟ୍ଟନାୟକଙ୍କର ଅବଦାନ ଥିଲା ଗୁରୁତ୍ବପୂର୍ଣ୍ଣ। ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ବି ବିଜୁ ବାବୁଙ୍କ ଅବଦାନ କିଛି କମ୍ ନୁହେଁ। ଓଡ଼ିଶାକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରି ପାରିଥିବା ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନୋଟି ଦେଶର ଜାତୀୟ ପତାକା ରଖାଯାଇଥିଲା। ଯାହା ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି । ଖାଲି ସେତିକି ନୁହେଁ, ବିଜୁ ବାବୁ ଜଣେ ବିଶ୍ବସ୍ତରୀୟ ନେତା ଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜଭୁତ୍ କରିବାରେ ବିଜୁ ବାବୁଙ୍କ ଅବଦାନ ସ୍ମରଣୀୟ।  ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ବିୟୋଗ ହୋଇଥିଲା।

ସମ୍ବଲପୁର ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଳିବ ସ୍ଥାୟୀ ଜମି

ସମ୍ବଲପୁର ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଳିବ ସ୍ଥାୟୀ ଜମି l ଜିଏମୟୁ ବିଶ୍ବ ବିଦ୍ୟାଳୟ ପଛପଟେ ଥିବା ୪.୨ ଏକର ଜମି କୁ କରାଯାଇଛି ଚିହ୍ନଟ । ଏହି ଚି଼ହ୍ନଟ ଜମି ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ହସ୍ତାନ୍ତର କରାଯିବ l ଏନେଇ ସରକାରୀ ସ୍ତରରରେ ସମସ୍ତ ପ୍ରସ୍ତୁତି ସରିଛି l ଏନେଇ ଜିଲ୍ଲାପାଳ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି । ବର୍ତ୍ତମାନ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଜିଏମୟୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଶ୍ରେଣୀ ଗୃହରେ ଚାଲିଛି l ଯାହାକୁ ନେଇ ବହୁ ସମସ୍ୟା ଦେଖା ଦେଉଛି l ତେବେ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ହସ୍ତାନ୍ତର ପରେ ପ୍ରଶାସନିକ କାର୍ଯ୍ୟଳୟ, ଶ୍ରେଣୀ ଗୃହ,ଲାଇବ୍ରେରୀ, ପରୀକ୍ଷାଗାର ,ପାର୍କି ସହ ଅନ୍ୟାନ୍ୟ କୋଠା ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି l…
ଜିଏମ କଲେଜ ୧୯୪୪ ମସିହାରେ ସମ୍ବଲପୁର କଲେଜ ନାଁରେ ସ୍ଥାପନ ହୋଇଥଲା l ପରେ ଏହାକୁ ସ୍ୱଭାବ କବି ଗଙ୍ଗାଧର ମେହେର ନାମରେ ନାମିତ କରାଯାଇଥିଲା l ୧୯୯୮ ରେ ଜିଏମ ଜୁନିଅର କଲେଜର ମାନ୍ୟତା ପାଇଥିଲା l ପରେ ରାଜ୍ୟ ସରକାର ଏହାକୁ ୨୦୧୫ ରେ ଜିଏମୟୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେଇଥିଲେ l ବର୍ତ୍ତମାନ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା,ବାଣିଜ୍ୟ ଓ ବିଜ୍ଞାନରେ ୨୫୦୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି l ତାଙ୍କୁ ଶିକ୍ଷା ଦେବା ପାଇଁ ୩୬ ଟି ଶ୍ରେଣୀ ଗୃହ ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ଜିଏମୟୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ୧୧ଟି ଶ୍ରେଣୀ ଗୃହରେ ପାଠପଢା ଚାଲିଛି l ଦୀର୍ଘ ୨୮ ବର୍ଷର ଦାବି ପରେ ଏବେ କଲେଜକୁ ଜମି ମିଳିସାରିଛି ।  ଏବେ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ହସ୍ତାନ୍ତର ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ପୋଖରୀ ଭିତରେ ବିଦ୍ୟୁତ ଖୁଣ୍ଟ, ବିପଦ ସଙ୍କୁଳ ଭାବେ ପାଣିକୁ ବ୍ୟବହାର କରୁଛନ୍ତି ବସ୍ତିବାସିନ୍ଦା

ବ୍ରହ୍ମପୁର : ପୋଖରୀ ଭିତରେ ବିଦ୍ୟୁତ ପୋଲ । ବିପଦ ସଙ୍କୁଳ ଭାବେ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ବସ୍ତିବାସିନ୍ଦା । କେତେ ବେଳେ ବି ଅଘଟଣ ଘଟିଲେ ଯାଇପାରେ ଅନେକ ଜୀବନ । ବ୍ରହ୍ମପୁର ୩୭ ନମ୍ବର ଓ୍ବାର୍ଡରେ ଥିବା ଏହି ପୋଖରୀ ବିପଦପୂର୍ଣ୍ଣ ଭାବେ ରହିଛି । ବିଦ୍ୟୁତ ପୋଲ ସଟ ସର୍କିଟ କିମ୍ବା ବିଦ୍ୟୁତ ତାର ଛିଣ୍ଡି ପୋଖରୀ ପାଣିରେ ପଡିଲେ ବଡ଼ ଅଘଟଣ ଘଟିବାର ସମ୍ଭାବନା ରହିଛି । ତୁରନ୍ତ ପୋଖରୀ ମଧ୍ୟରେ ଥିବା ବିଦ୍ୟୁତ ପୋଲକୁ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ବିଇଏମସି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଛନ୍ତି ସ୍ଥାନୀୟ କର୍ପୋରେଟର । ପୋଖରୀ ଭିତରୁ କେବେ ହଟିବ ବିଦ୍ୟୁତ ପୋଲ ବୋଲି ପ୍ରଶ୍ନ କରିଛନ୍ତି । ସପ୍ତାହକ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।
ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଇଏମସିର ସାଧାରଣ ବୈଠକରେ ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ସହରର ୩୭ ନମ୍ବର ଓ୍ବାର୍ଡ଼ର ଗୌଡ଼ବନ୍ଧ ସାହିରେ ପୋଖରୀ ଭିତରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ହୋଇଥିଲା ଆଲୋଚନା । ବିପଦକୁ ନିମନ୍ତ୍ରଣ କରି ଥିବା ଏହି ବିଦ୍ୟୁତ୍ ପୋଲକୁ ତୁରନ୍ତ ସ୍ଥାନାନ୍ତର ପାଇଁ ମେୟର ଓ କମିଶନରଙ୍କ ଦୃଷ୍ଟିଗୋଚର କରିଥିଲେ ସ୍ଥାନୀୟ କର୍ପୋରେଟର । ବିଦ୍ୟୁତ୍ ପୋଲକୁ ସ୍ଥାନାନ୍ତର ପାଇଁ ବିଇଏମସି ଟଙ୍କା ପୈଠ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଟାଟା ପାଓ୍ବାରର ବରିଷ୍ଠ ଅଧିକାରୀ । ଏଭଳି ଅଜବ ଯୁକ୍ତିକୁ ନାପସନ୍ଦ କରିଛନ୍ତି ବିଇଏମସି କତୃପକ୍ଷ । ଟିପିଏସଓଡିଏଲ ର ଖାମଖିଆଲ ନୀତି ଯୋଗୁ ଅସୁବିଧା ଭୋଗୁଛନ୍ତି ଲୋକେ । ସମସ୍ୟାର ସମାଧାନ କେବେ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର।