spot_img
Home Blog Page 979

ପାକିସ୍ତାନର କିରାନା ହିଲ୍ସରେ ଲିକ ହେଉଛି ପରମାଣୁ ରେଡିଏସନ ! ଜଣାପଡିଲା ସତ୍ୟ

ନନ୍ଦିଘୋଷ ବ୍ୟୁରୋ  ; ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନରୁ ରେଡିଲସନ ଲିକ ହୋଇ ନାହିଁ । ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପରମାଣୁ ଲିକ୍ କଥାରେ କୌଣସି ସତ୍ୟତା ନାହିଁ। ଭାରତ ସହିତ ସାମରିକ ସଂଘର୍ଷ ବୃଦ୍ଧି ପାଇବା ପରେ ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନରୁ କୌଣସି ବିକିରଣ ଲିକ୍ ହୋଇନାହିଁ ବୋଲି ବିଶ୍ୱ ପରମାଣୁ ପର୍ଯ୍ୟବେକ୍ଷକ IAEA କହିଛି।

ଭିଏନାସ୍ଥିତ ବିଶ୍ୱ ପରମାଣୁ ପର୍ଯ୍ୟବେକ୍ଷକଙ୍କୁ ଏକ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଭାରତୀୟ ବାୟୁସେନାର ପ୍ରଥମ ଉତ୍ତର ସହିତ ମେଳ ଖାଉଥିଲା। ପାକିସ୍ତାନର କିରାନା ହିଲ୍ସରେ ଭାରତ କୌଣସି ଟାର୍ଗେଟକୁ ଆକ୍ରମଣ କରିନାହିଁ, ଯେଉଁଠାରେ କିଛି ପରମାଣୁ ପ୍ରତିଷ୍ଠାନ ଅବସ୍ଥିତ ବୋଲି ରିପୋର୍ଟ କରାଯାଇଛି।

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, IAEA ମୁଖପାତ୍ର କହିଛନ୍ତି ଯେ ଆପଣ ଯେଉଁ ରିପୋର୍ଟ ବିଷୟରେ କହୁଛନ୍ତି ତାହା ଆମେ ପୂର୍ବରୁ ଜାଣିଛୁ। ସେ କହିଛନ୍ତି ଯେ IAEA ପାଖରେ ଉପଲବ୍ଧ ସୂଚନା ଆଧାରରେ, ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନରୁ କୌଣସି ବିକିରଣ ଲିକ୍ ହୋଇନାହିଁ। IAEA ୨୦୦୫ ମସିହାରେ IEC ପ୍ରତିଷ୍ଠା କରିଥିଲା। ଏହି କେନ୍ଦ୍ର ଦୁର୍ଘଟଣା, ଅବହେଳା କିମ୍ବା ଉଦ୍ଦେଶ୍ୟମୂଳକ କାରଣ ହେତୁ ଯେକୌଣସି ପରମାଣୁ କିମ୍ବା ବିକିରଣ ସମ୍ବନ୍ଧୀୟ ଘଟଣା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ବିଶ୍ୱର ଦେଶଗୁଡ଼ିକୁ ସହାୟତା ଓ ସମନ୍ୱୟ ପ୍ରଦାନ କରେ। ୧୩  ତାରିଖରେ ୱାଶିଂଟନ ଡିସିରେ ଆମେରିକାର ବୈଦେଶିକ ବିଭାଗର ଏକ ପ୍ରେସ ବ୍ରିଫିଂ ସମୟରେ, ପ୍ରମୁଖ ଉପ-ପ୍ରବକ୍ତା ଥମାସ ପିଗଟଙ୍କୁ ପଚରାଯାଇଥିଲା, ପାକିସ୍ତାନରେ ପରମାଣୁ ଲିକ୍ ରିପୋର୍ଟ ପରେ ଆମେରିକା ଇସଲାମାବାଦ କିମ୍ବା ପାକିସ୍ତାନକୁ କୌଣସି ଦଳ ପଠାଇଛି କି? ଏହା ଉପରେ ପିଗଟ୍ କହିଲେ ଯେ ଏହି ସମୟରେ ମୋର ଏ ବିଷୟରେ ପୂର୍ବରୁ କିଛି ପର୍ଯ୍ୟବେକ୍ଷଣ କରିବା ନାହିଁ। ଏହାର ଅର୍ଥ ସେ ଏହି ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି। ଆମେରିକାରୁ କୌଣସି ସରକାରୀ ନିଶ୍ଚିତକରଣ କିମ୍ବା ସୂଚନା ନ ମିଳିବା ପରେ, IAEA ମଧ୍ୟ ସ୍ପଷ୍ଟ କରିଥିଲା ​​ଯେ ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନରୁ କୌଣସି ବିକିରଣ ଲିକ୍ ହୋଇନାହିଁ।

ପ୍ରେସ ବ୍ରିଫିଂରେ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ, ଏୟାର ମାର୍ଶାଲ ଭାରତୀ କହିଥିଲେ ଯେ କିରାନା ହିଲ୍ସରେ କିଛି ପରମାଣୁ ପ୍ରତିଷ୍ଠାନ ଅଛି ବୋଲି ଆମକୁ ଜଣାଇବା ପାଇଁ ଧନ୍ୟବାଦ। ଆମେ ଏହା ବିଷୟରେ ଜାଣି ନଥିଲୁ। ଆମେ କିରାନା ହିଲ୍ସ ଉପରେ ଆକ୍ରମଣ କରିନାହୁଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଯୁଦ୍ଧ ସମ୍ପର୍କରେ ଆକଳନ ବିଷୟରେ ପଚରାଯିବାରୁ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୋମବାର କହିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଭାବରେ ପାରମ୍ପରିକ କ୍ଷେତ୍ରରେ ଥିଲା। କିଛି ରିପୋର୍ଟ ଥିଲା ଯେ ପାକିସ୍ତାନର ନ୍ୟାସନାଲ କମାଣ୍ଡ ଅଥରିଟି ମେ ୧୦ ତାରିଖରେ ବୈଠକ କରିବେ। କିନ୍ତୁ ପରେ ସେ ଏହାକୁ ଅସ୍ୱୀକାର କରିଥିଲେ। ସେ କହିଛନ୍ତି ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ନିଜେ ପରମାଣୁ ଦିଗକୁ ରେକର୍ଡରେ ଅସ୍ୱୀକାର କରିଛନ୍ତି।

ବିଜେପି ମନ୍ତ୍ରୀଙ୍କ ବିରୋଧରେ ପଞ୍ଜିକୃତ ହେଲା FIR, ସୁପ୍ରିମକୋର୍ଟ ଗଲେ ବିଜୟ

ନନ୍ଦିଘୋଷ ବ୍ୟୁରୋ :  ବିଜେପି ମନ୍ତ୍ରୀ ବିଜୟ ଶାହଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟକୁ ନେଇ ହାଇକୋର୍ଟ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ପଞ୍ଜିକୃତ କରାଯାଇଛି । ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି । ଏହା ସହିତ ଜଲଦି ଶୁଣାଣି କରିବାକୁ ସେ ନିବେଦନ କରିଛନ୍ତି ।

ତାଙ୍କ ବିରୋଧରେ ଏଫଆଇଆର ରୁଜୁ ଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ। ମନ୍ତ୍ରୀଙ୍କ ବିରୋଧରେ ବିଏନଏସର ୩ଟି ଅଲଗା ଅଲଗା ଧାରାରେ ଏଫଆଇଆର ପଞ୍ଜିକୃତ ହୋଇଛି ।

କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ବିରୋଧରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଦେଇଥିଲେ ବୟାନ। ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରେସ ବ୍ରିଫିଂ ସୋଫିଆ କରିଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟ ନିଜ ଆଡୁ କରିଥିଲେ ମାମଲା ରୁଜୁ। କର୍ଣ୍ଣେଲ ସୋଫିଆ ଜଣେ ଆତଙ୍କୀଙ୍କ ଭଉଣୀ ବୋଲି କହିଥିଲେ ବିଜୟ ।  ରାମକୁଣ୍ଡ ଗ୍ରାମରେ ଆୟୋଜିତ ଏକ ସଭାରେ ବିଜୟ ଏହି ବିବାଦୀୟ ବୟାନ ଦେଇଥିଲେ। ବିଜୟଙ୍କ ଏହି ବୟାନକୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା। ସେ ଏହି ବୟାନ ନେଇ କ୍ଷମା ପ୍ରାର୍ଥନା କରିଥିଲେ।

ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ସିଂହ ଆକାଶର ମୃତ୍ୟୁ

ମେଣ୍ଢାଶାଳ : ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ସିଂହ ଆକାଶର ମୃତ୍ୟୁ l ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । କିଛି ଦିନ ହେବ ସିଂହ ଆକାଶ ଖାଦ୍ୟ ଖାଉନଥିଲା କି ଛିଡ଼ା ହୋଇପାରୁନଥିଲା । ସେ କେବଳ ଶୋଇରହୁଥିଲା । ଗତ ବିଳମ୍ବିତ ରାତିରେ ତାର ମୃତ୍ୟୁ ଘଟିଛି l ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି l ୨୦୧୪ ମସିହାରେ ବେଙ୍ଗଲର ଚିଡିଆଖାନାରୁ ନନ୍ଦନକାନନକୁ ସିଂଘ ଆକାଶକୁ ଅଣାଯାଇଥିଲା l ସେ ସମୟରେ ସିଂଘକୁ ୪ ବର୍ଷ ହୋଇଥିଲା l ନନ୍ଦନକାନନରେ ସିଂହ ମାନଙ୍କ ସଂଖ୍ୟା ୨୬କୁ ହ୍ରାସ ପାଇଛି l

୧୦ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁରରୁ ବିପୁଳ କାଠ ଜବତ। ୧୦ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ ହୋଇଛି। ଆଜି  ଭୋର୍ ୫ଟାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗାଁରେ କେନ୍ଦୁଝର ଡିଏଫଓ ଙ୍କ ତତ୍ବାବଧାନରେ ସାନ୍ତରାପୁର ଗ୍ରାମରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ବନ ବିଭାଗ ଏକ ବଡ ଧରଣର ଚଢ଼ାଉ ଜାରି ରହିଛି ।  ତେବେ ଏହି ସାନ୍ତରାପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିଲା । କିନ୍ତୁ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟ୍ରିପ୍ ରୁ ଉର୍ଦ୍ଧ୍ବ ମୂଲ୍ୟବାନ କାଠ ଜବତ ହୋଇଥିବା ବେଳେ ଚଢ଼ାଉ ଜାରି ରହିଛି।

ଖଣି ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ଖଣି ବିଭାଗର ଏନଫୋର୍ସମେଣ୍ଟ ଟିମର ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଲେ ୫ଜଣ କର୍ମଚାରୀ । ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ପାଇ ଜିଲ୍ଲା ଖଣି ଅଧିକାରିଣୀ ନିର୍ଦ୍ଦେଶ କ୍ରମେ ଏକ  ସ୍ଵତନ୍ତ୍ର ଟିମ୍ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ଟିମରେ ଜଳେଶ୍ୱର ଜୁନିଅର ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ , ଭୋଗରାଇ ଜୁନିଅର ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା, ସୋର ଜୁନିଅର୍ ଖଣି ଅଧିକାରୀ ଜଗନ୍ନାଥ ଦାସ ଓ ପର୍ଶୁରାମ ଜେନା ସାମିଲ ରହିଛନ୍ତି । ତେବେ ଗତ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖାରୁ ଚୋରା ବାଲି ଉତ୍ତୋଳନ ହେଉଥିବା ଖବର ପାଇ ରେଡ୍ ପାଇଁ ବାହାରି ଥିଲା ଖଣିବିଭାଗ ଟିମ୍ । ପଥରପୁରା ଠାରେ ଖଣିବିଭାଗର ସ୍ଵତନ୍ତ୍ର ଟିମର ଗାଡ଼ିକୁ ଏକ ବାଲି ବୋଝେଇ ଟ୍ରାକ୍ଟର ଆଗରୁ ଧକ୍କା ଦେଇଥିଲା । ଗାଡ଼ିରେ ଥିବା ୫ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏନକାଉଣ୍ଟରରେ ୩ ଜୈଶ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ ;  ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ୩ ଜୈଶ ଆତଙ୍କବାଦୀ ନିହତ। ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ହେଉଛି ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର। ଏହା ଆଗରୁ ମଙ୍ଗଳବାର ଶୋପିଆନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ ହୋଇଥିଲେ। ଆଜି ଭୋରରୁ ତ୍ରାଲ ଅଞ୍ଚଳର ନାଦିର ଗାଁରେ ଏନକାଉଣ୍ଟର ହୋଇଥିଲା। ଗୁଳି ବିନିମୟରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ । ସେମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା। ୨୦୨୩ ମସିହାରେ ସେମାନେ ଲସ୍କରରେ ଯୋଗ ଦେଇଥିବା ଜଣାପଡ଼ିଛି। ଗତ ବର୍ଷ ଏପ୍ରିଲ ୮ ତାରିଖରେ ଡେନିସ୍ ରିସର୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଡିତ ଥିଲେ ଏହି ଆତଙ୍କବାଦୀ। ସେମାନଙ୍କ ଆକ୍ରମଣରେ ଦୁଇ ଜଣ ଜର୍ମାନ ପର୍ଯ୍ୟଟକ ଏବଂ ଜଣେ ଡ୍ରାଇଭର ଆହତ ହୋଇଥିଲେ। ଗତ ବର୍ଷ ମେ ମାସରେ ଶୋପିଆନର ହିରପୋରାରେ ଜଣେ ବିଜେପି ସରପଞ୍ଚଙ୍କ ହତ୍ୟାରେ ମଧ୍ୟ ଏହି ଆତଙ୍କବାଦୀ ସଂପୃକ୍ତ ଥିଲେ।

ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ପୁରୁଷ ବନ୍ଧୁ ଅଟକ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ ଦାସ ଇନ ନାମକ ଏକ ଓୟୋ ହୋଟେଲରୁ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବତୀ ନୟାଗଡ଼ ଅଞ୍ଚଳରେ ସୋନାଲି ମହାପାତ୍ର । ସେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିଲେ । ଘଟଣାରେ ପୁରୁଷବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଅଟକ ରଖିଛି ପୋଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର : ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର ଜିଲ୍ଲା ସୁନ୍ଦରିମୁହାଣ ସ୍ଥିତ ଗରଡେଶ୍ଵରରେ ପୈତୃକ ଘର, କାର୍ଯ୍ୟାଳୟ, ସରକାରୀ କ୍ଵାର୍ଟର ସହିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । କଟକ, ଭଦ୍ରକ ଓ ଭୁବନେଶ୍ଵରରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସାନବନସ୍ତ ଗାଁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲ୍ସା ଟିମ୍ । ଚଢ଼ାଉରେ ଯାଜପୁର ରୋଡ୍ ସ୍ଥିତ କହ୍ନେଇପୁରର ଚୋରଡ଼ାରେ ଏକ ୪ ମହଲା କୋଠା ଠାବ ହୋଇଛି । ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ଏକ ପ୍ଲଟ, କଟକ ଜିଲ୍ଲାର ଚାଉଳିଗଞ୍ଜରେ ଫ୍ଳାଟ ଠାବ ହୋଇଛି । ଧର୍ମଶାଳା ବ୍ଲକରେ ୩ ଜଣ ଡିଏସପି ଓ ୩ ଜଣ ଇନ୍ସେପେକ୍ଟର ଯାଞ୍ଚ କରୁଛନ୍ତି ସମସ୍ତ ପ୍ରକାର କାଗଜ ପତ୍ର ଯାଞ୍ଚ କରୁଛନ୍ତି।

ପାରଳାଖେମୁଣ୍ଡିରେ ବିଷ ପିଇ ବାପା, ପୁଅ ଓ ଝିଅର ମୃତ୍ୟୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଷ ପିଇ ବାପା, ପୁଅ, ଝିଅର ମୃତ୍ୟୁ। ଅଭିଯୋଗ ଅନୁସାରେ ପାରଳାଖେମୁଣ୍ଡି ପାରଳା ସାହିର ଶୁଭାଶିଷ ପାଣିଗ୍ରାହୀ ଗତକାଲି ନିଜ ପୁଅ ଝିଅଙ୍କୁ ବିଷ ପିଆଇବା ସହିତ ନିଜେ ବିଷ ପିଇ ଦେଇଥିଲେ। ଗତକାଲି ପୁଅ ବିଜୟାନନ୍ଦର ମୃତ୍ୟୁ ହୋଇଥିବା ବେଳେ ରାତିରେ ଝିଅ ପ୍ରିୟଦର୍ଶନୀର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଶୁଭାଶିଷଙ୍କ ମୃତ୍ୟୁ ହୋଇଛି। ପୁଅର ବୟସ ମାତ୍ର ୮ ବର୍ଷ ହୋଇଥିବା ବେଳେ ଝିଅର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ଗତକାଲି ବାପା ଓ ପୁଅକୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ପ୍ରାୟ ଦୁଇ ମାସରେ ଶୁଭାଶିଷଙ୍କ ପତ୍ନୀ ଶ୍ଵେତା ମଞ୍ଜୀରଙ୍କ ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ବିଷ କ୍ରିୟାରୁ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା।

ପାକିସ୍ତାନରେ ସେନା ସମର୍ଥକ ରାଲି ଉପରେ ଗ୍ରେନେଡ୍ ମାଡ଼

ନନ୍ଦିଘୋଷ ବ୍ୟୁରୋ : ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ସେନା ସମର୍ଥକ ରାଲିରେ ଗ୍ରେନେଡ ମାଡ କରାଯାଇଛି ।  ଏକ ମୋଟରସାଇକେଲରେ ଆସି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗ୍ରେନେଡ ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ମୁଖ୍ୟ ମହମ୍ମଦ ମାଲାଘାନି କହିଛନ୍ତି, ଆକ୍ରମଣଟି ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଘଟିଥିଲା। ସେ କହିଛନ୍ତି ଯେ ପ୍ରାୟ ୧୫୦ ଜଣ ଲୋକ କାର ଓ ମୋଟରସାଇକେଲରେ ସହରର ଏକ ହକି ଗ୍ରାଉଣ୍ଡ ଆଡକୁ ଯାଉଥିଲେ ଯେଉଁଠାରେ ଭାରତ ବିରୁଦ୍ଧରେ ପାକିସ୍ତାନ ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ସରକାରୀ ହସ୍ପିଟାଲର ମୁଖପାତ୍ର ୱାସିମ ବେଗ୍ କହିଛନ୍ତି,  ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଆକ୍ରମଣରେ କୌଣସି ସଂଗଠନ ନଜକୁ ଦାୟୀ କରିନଥିବା ବେଳେ ବାଲୁଚ୍ ଲିବରେସନ୍ ଆର୍ମି ଉପରେ ସନ୍ଦେହ କରାଯାଉଛି ।