ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି କି, କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ତେବେ ଏହା ପଛରେ ରହିଛନ୍ତି ଭାରତକୁ ଦୁଇଟି ବିଶ୍ବକପ ଦେଇଥିବା ମହେନ୍ଦ୍ର ସିଂ ଧୋନି । ସିଏସକେର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଅଶ୍ବିନୀ କହିଛନ୍ତି କି, ସେ ୨୦୨୪ରେ ଧର୍ମଶାଳାରେ ନିଜ କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ । ତେବେ ଏହି ମ୍ୟାଚରେ ସେ ଅବସର ନେବେ ବୋଲି ଯୋଜନା କରିଥିଲେ । ଏଣୁ ସେ ଧୋନୀଙ୍କୁ ଏହି ମ୍ୟାଚ ସମୟରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଧୋନୀଙ୍କ ଠାରୁ ସମ୍ମାନଜନକ ଭାବେ ଅବସର ନେବେ ବୋଲି ଭାବିଥିଲେ । ମାତ୍ର ଧୋନୀ ଏଠାକୁ ଆସିନଥିଲେ । ଯେଉଁ କାରଣରୁ ସେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ତେବେ କହି ରଖୁଛୁ କି, ଗତବର୍ଷ ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅବସର ଘୋଷଣା କରିଛନ୍ତି ଅଶ୍ବିନୀ ।
ଭୁବନେଶ୍ବର ଆସିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର୍
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରୁ ଭୁବନେଶ୍ବର ଆସିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର । ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଁଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ବିଜେଡି ନେତା ମହେଶ ସାହୁ, ବ୍ରଜ କିଶୋର ପ୍ରଧାନ, ରୋମାଞ୍ଚ ରଂଜନ ବିଶ୍ବାଳ, ମନ୍ମଥ ରାଉତରାୟ, ଭୃଗୁ ବକ୍ସିପାତ୍ର ଓ କଂଗ୍ରେସର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାପାଙ୍କ ପାର୍ଥିବ ଶରୀର ପହଞ୍ଚିବା ବେଳେ ଉପସ୍ଥିତ ରହିଥିଲେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ଗାଡିରେ ଡାକ୍ତର ପ୍ରଧାନଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଜ୍ୟ ବିଜେପିର ବହୁ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଜୟପୁରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ଅଣଦେଖା
ନନ୍ଦିଘୋଷ ବ୍ୟୁରୋ: ଜୟପୁର ସହରରେ ୮ଶହ ସଂଖ୍ଯା ବିଶିଷ୍ଟ ହଷ୍ଟେଲ୍ ନିର୍ମାଣରେ ବ୍ଯାପକ ଅବହେଳା । କାମ ସାରିବା ଅବଧି ସରିଯାଇଥିବା ପରେ ବି ୩ ବର୍ଷ ହେଲାଣି କାର୍ଯ୍ୟ ସରିବାର ନା ନେଉନାହିଁ । ଯାହା ଫଳରେ ହଷ୍ଟେଲ ସୁବିଧାରୁ ବଞ୍ଚିତ ହେଉଛନ୍ତି ପଛୁଆ ବର୍ଗର ଛାତ୍ରଛାତ୍ରୀ । ସେପଟେ ଅସମ୍ପୂର୍ଣ୍ଣ ହଷ୍ଟେଲକୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରହିବା ପାଇଁ ବିଶ୍ବ ବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଅଣଦେଖା । ହଷ୍ଟେଲ ନିର୍ମାଣରେ ବିଳମ୍ବ ଯୋଗୁଁ ଅସୁବିଧାରେ ବିଦ୍ଯାର୍ଥୀ । ଅସମ୍ପୂର୍ଣ୍ଣ ହଷ୍ଟେଲକୁ ବିଶ୍ବବିଦ୍ଯାଳୟକୁ ହସ୍ତାନ୍ତର । SC-ST ବିଭାଗ ନିକଟରେ ନାହିଁ ଖବର । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଛୁଆ ବର୍ଗ ଛାତ୍ରଛାତ୍ରୀ ଅଧିକ ଗୁରୁତ୍ବ ଦେଇଥିଲେ ପୂର୍ବ ସରକାର । ଏଥିପାଇଁ ୮ଶହ ସଂଖ୍ଯା ବିଶିଷ୍ଟ ହେଷ୍ଟେଲ ନିର୍ମାଣ ପାଇଁ ଯୋଗାଇ ଦେଇଥିଲେ ୧୦ କୋଟି ଟଙ୍କା । ୨୦୧୯ ରେ ନିର୍ମାଣ ପାଇଁ NPCC ନାମକ ଏକ ଜାତୀୟ ଠିକା ସଂସ୍ଥାକୁ ଦିଆଯାଇଥିଲା ଦାୟିତ୍ବ । ହେଲେ ବର୍ତ୍ତମାନ ଯାଏଁ ନିର୍ମାଣ କାର୍ଯ୍ୟ ସରିପାରୁନାହିଁ । ଫଳରେ ଛାତ୍ରଛାତ୍ରୀ ହଷ୍ଟେଲ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ବାଧ୍ଯହୋଇ ବାହାରେ ଘରଭଡ଼ା ନେଇ ରହୁଛନ୍ତି ଅନେକ ଛାତ୍ରଛାତ୍ରୀ । ଠିକା ସଂସ୍ଥା ପ୍ରତି ନୂଆ ସରକାର କାହିଁକି ଏତେ ଅନୁକମ୍ପା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।
ହଷ୍ଟେଲ କାର୍ଯ୍ଯ ସରି ନଥିବା ରାଜ୍ୟ SC-ST ବିଭାଗ ନିକଟରେ ଖବର ନାହିଁ । କାମ ଅସମ୍ପୂର୍ଣ୍ଣ ଥିବା ବେଳେ ଏହାକୁ ହସ୍ତାନ୍ତର କରିବା ଲାଗି ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ହଷ୍ଟେଲ କାର୍ଯ୍ୟ ଅଛି ସରି ନଥିବାରୁ ଏହାକୁ ଛାତ୍ରଛାତ୍ରୀଙ୍କୁ କିପରି ହସ୍ତାନ୍ତର କରାଯିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ବବିଦ୍ୟାଳୟ କୁଳ ସଚିବ । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, ତୁରନ୍ତ କାର୍ଯ୍ୟ ସାରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ରବି ଦାସ ହତ୍ୟା ମାମଲାରେ ୩ ଜଣ ଗିରଫ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ୍ । ଗିରଫ ତିନି ହେଲେ ରବି ଦାସର ପୁତୁରା ନିଲାଞ୍ଚଲ ଦାସ, ଶ୍ରୀନିବାସ ଦାସ, ସଞ୍ଜୟ ଦାସ। ଗତ ଦଶ ବର୍ଷ ଧରି ବେଆଇନ୍ ମଦ ବ୍ୟବସାୟ ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଶତ୍ରୁତା ସୃଷ୍ଠି ହୋଇଥିଲା। ପୂର୍ବରୁ ରବି ଦାସ ନିଜର ଦୁଇ ପୁତୁରାଙ୍କ ଉପରେ ବୋମା ମାଡ କରିଥିଲେ। ଯାହାର ପାଲଟା ଜବାବ ନିଜ ପୁତୁରା ମାନେ ମାନେ ଗତ ୫ ତାରିଖ ସକାଳୁ ରବିଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରି ଫେରାର ହୋଇଯାଇଥିଲେ। ରବିଙ୍କ ସ୍ତ୍ରୀ ମୀନତିଙ୍କ ଏତଲା ପରେ ପୋଲିସ ତଦନ୍ତ କରି ଗତ କାଲି ଛତ୍ରପୁର ଅଞ୍ଚଳରୁ ଅଞ୍ଚରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଫରଓ୍ବାର୍ଡ କରିଛି। ସେମାନଙ୍କ ଠାରୁ ଦୁଇ ଟି ଖଣ୍ଡା, 3ଟି ମୋବାଇଲ, ଗୋଟିଏ ବୁଲେଟ ଜବତ୍ କରିଛି ପୋଲିସ । ଏଇ ଘଟଣା ରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସାମ୍ୱାଦିକ ସମ୍ମିଲନି ରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେ଼ଇ।

