spot_img
Home Blog Page 94

ଆରମ୍ଭ ହେଲା ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା: ସବୁ ଜିଲ୍ଲାରେ ପରିକ୍ରମା ପରେ ୨୨ରେ ଯିବ ଅଯୋଧ୍ୟା

ଶ୍ରୀରାମ ମୟ ରାଉରକେଲା । ଆରମ୍ଭ ହେଲା ସ୍ବର୍ଣ୍ଣ କୋଦଣ୍ଡ ଧନୁଷ ଯାତ୍ରା । ସବୁ ଜିଲ୍ଲାରେ ପରିକ୍ରମା ପରେ ୨୨ରେ ଯିବ ଅଯୋଧ୍ୟା । ଧନୁଷ ସହ ୩ ଫୁଟର ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ହେବ ପ୍ରାଣ ପ୍ରତିଷ୍ଠା । ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ ହୋଇଛି ୨୮୬ କେଜି ଓଜନର ସ୍ବର୍ଣ୍ଣ କୋଦଣ୍ଡ ଧନୁଷ । ରାଉରକେଲା ହନୁମାନ ବାଟିକାରୁ ଏହାର ଆରମ୍ଭ ହୋଇଛି ଶୋଭାଯାତ୍ରା । ଏକ ଆଧ୍ଯାତ୍ମିକ ପରିବେଶରେ ହଜାର ହଜାର ଲୋକଙ୍କ ଗହଣରେ ଧନୁଷକୁ ଧରି ସହର ପରିକ୍ରମା କରିଛନ୍ତି ମଞ୍ଚର ସଦସ୍ୟ । ଓଡିଶାର ସମସ୍ତ ଜିଲ୍ଲା ଗସ୍ତ କରିବା ସହ ଝାଡ଼ଖଣ୍ଡ, ବିହାର, ଛତିଶଗଡ, ଉତ୍ତରପ୍ରଦେଶ ହୋଇ ଜାନୁଆରୀ ୨୨ ତାରିଖରେ ପହଞ୍ଚିବ ଅଯୋଧ୍ୟା । ଶ୍ରୀରାମଙ୍କ ମନ୍ଦିରରେ ଏହି କୋଦଣ୍ଡ ଧନୁଷ ସହ ଶ୍ରୀଜଗନ୍ନାଥଙ୍କ ହେବ ପ୍ରାଣ ପ୍ରତିଷ୍ଠା ।

ତାମିଲନାଡୁର କାଞ୍ଚିପୁରମର ୪୦ ଜଣ ମହିଳା କାରିଗର ଏହାକୁ ନିର୍ମାଣ କରିଛନ୍ତି । ଏଥିରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଧନୁର ଲମ୍ବ ୮ ଫୁଟ ଥିବାବେଳେ ଚଉଡ଼ା ରହିଛି ସାଢେ ୩ ଫୁଟ । କାର୍ଗିଲ ଯୁଦ୍ଧ ଠାରୁ ଅପରେସନ ସିନ୍ଦୁରରେ ସହିଦ ହୋଇଥିବା ୧୭ ଶହ ୫୦ ଯବାନଙ୍କ ନାମ ଏଥିରେ ଖୋଦେଇ ହୋଇଛି । ଧନୁଷକୁ ପ୍ରତି ଜିଲ୍ଲାର ପ୍ରମୁଖ ସ୍କୁଲ ଓ କଲେଜ ପରିକ୍ରମା କରି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ମହାସଚିବ ଚମ୍ପତ ରାୟଙ୍କୁ ଅର୍ପଣ କରାଯିବ । କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟାନ୍ତ ଗୌତମ, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ, ବାବା କାଳିଦାସ ମହାରାଜ ଓ ପୁର୍ବତନ ବିଧାୟକ ସୁବ୍ରତ ତରାଇଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

କାଶ୍ମୀର ଜାତୀୟ ରାଜପଥରେ ବଡ ଧରଣର ଭୂସ୍ଖଳନ, ଯାତାୟାତ ଠପ୍

ଆଜି କାଶ୍ମୀରର ଉରି ଠାରେ ଘଟିଛି ବଡ ଅଘଟଣ  । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ । ମିଳିଥିବା ସୂଚନାନୁଯାୟୀ, ଆଜି ଅପରାହ୍ନରେ କାଶ୍ମୀରର ଶ୍ରୀନଗର-ବାରାମୁଲା ଜାତୀୟ ରାଜପଥରେ ଅଚାନକ ପାହାଡ ଉପରୁ ପଥର ଖସିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା  । ଉପରୁ ପାହାଡ ଖସିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେ ତେଣେ ଦୌଡିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଯେଉଁଥିରେ ଦେଖାଯାଇଛି ଯେ କିପରି ଭୂସ୍ଖଳନ ଯୋଗୁଁ ପାହାଡ ଉପରୁ ପଥର ଖସି ରାସ୍ତା ଜାମ ହୋଇଯାଇଥିଲା । ଆଉ  ଶ୍ରୀନଗର-ବାରାମୁଲା ଜାତୀୟ ରାଜପଥ ନିକଟରେ ଥିବା ଇକୋ ପାର୍କ ସ୍ଥାନରେ ଯାତାୟାତ ପୁରାପୁରି ଠପ୍ ହୋଇଯାଇଥିଲା । କାଶ୍ମୀରରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ  ହୋଣଥିଲେ । ତେବେ ଘଟଣାସ୍ଥଳରେ ଥିବା ଲୋକଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । କିନ୍ତୁ ଭୂସ୍ଖଳନ ଯୋଗୁଁ ଏବେ ବି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଥିବା ସୂଚନା ମିଳିଛି । କାରଣ ଏବେ ବି ପାହାଡ ଉପରୁ ପଥର ଖଣ୍ଡ ଖସୁଥିବା ନେଇ ସୂଚନା ମିଳୁଛି । କାରଣ ସେଠାରେ ପ୍ରବଳ ମାତ୍ରାରେ ତୁଷାରପାତ ହେଊଥିବାରୁ  କାଶ୍ମୀରକୁ ଜାମ୍ମୁ ସହ ସଂଯୋଗ କରୁଥିବା ମୁଗଲରୋଡ ଓ ସିଂଥନ ଟାଁପ ରୋଡ ବନ୍ଦ ହୋଇପଡିଛି । ଟ୍ରାଫିକ ପୋଲିସଙ୍କ କହିବାନୁଯାୟୀ, ପ୍ରବଳ ତୁଷାରପାତ ଯୋଗୁଁ ମୁଗଲରୋଡ ଓ ସିଂଥନ ଟାଁପ ରୋଡକୁ ବନ୍ଦ କରାଯାଇଛି । ସେପଟେ ଲୋକଙ୍କୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି ଯେ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ରୂପେ ଠିକ୍ ନ ହୋଇଛି ସେ ଯାଏଁ ଗାଡି ଚଳାଚଳ ବନ୍ଦ ରହିବ । ତୁଷାରପାତ କମିଲେ ଯାତାୟାତ ପାଇଁ ରାସ୍ତାଗୁଡିକୁ ଖୋଲାଯିବ ।

ଅପରାଧୀଙ୍କ ଘର ମାଟିରେ ମିସାଇଲେ ଉତ୍ତ୍ୟକ୍ତ ଲୋକେ: ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା

ରାସ୍ତାରୋକ, ପୋଡ଼ାଜଳା, ଭଙ୍ଗାରୁଜା । ଅପରାଧୀଙ୍କ ଘର ମାଟିରେ ମିସାଇଲେ ଉତ୍ତ୍ୟକ୍ତ ଲୋକେ । ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା । ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବବଲୁ ଥିଲେ ଘରର ରୋଜଗାରିଆ ପୁଅ। ବାପା ବୋଉ, ସ୍ତ୍ରୀ ଓ ଦୁଇଟି ଛୁଆଙ୍କ ବୋଝ ତାଙ୍କ ମୁଣ୍ଡ ଉପରେ ଥିଲା। ଭଉଣୀ ବାହାଘର ପାଇଁ ମଧ୍ୟ ଚାଲିଥିଲା ପ୍ରସ୍ତୁତି । ହେଲେ ଗତ ୨୭ ତାରିଖ ସନ୍ଧ୍ୟାରେ ଘଟିଥିବା ଘଟଣା ନେଇଆସିଛି ଦାରୁଣ ଦୁଃଖ । ଜିତେନ୍ଦ୍ର ଦାସ ଓରଫ ବବଲୁଙ୍କ ହତ୍ୟାକାଣ୍ଡ ପରେ ଛାରଖାର ହୋଇଯାଇଛି ପୁରା ପରିବାର । ସେପଟେ ବବଲୁଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ଆଇନକୁ ହାତକୁ ନେଇଛନ୍ତି ଲୋକେ । ଦୁଇଘଣ୍ଟା ଧରି ରାଜରାସ୍ତା ଅବରୋଧ ସହ ହଲ୍ଲାବୋଲ ଡାକରା ଦେଇଥିଲେ ସାଧାରଣ ଲୋକେ । ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ଘର ମାଟିରେ ମିଶାଇଥିଲେ । ନୂଆବର୍ଷରେ ଏଭଳି ଦୃଶ୍ୟ ପୋଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତ୍ରିକୋଣୀୟ ପ୍ରେମ ପାଇଁ ମର୍ଡର ଘଟଣାକୁ ଖଣ୍ଡନ କରିଛନ୍ତି ମୃତକଙ୍କ ସ୍ତ୍ରୀ ।

୨୭ ତାରିଖ ସନ୍ଧ୍ୟାରେ ୭ ଜଣ ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚୋଟ ପରେ ଚୋଟ ପକାଇ ବବ୍ଲୁଙ୍କୁ ଲହୁଲୁହଣ କରିଦେଇଥିଲେ । ଘରୋଇ ହସ୍ପିଟାଲରେ ୩୧ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ନାଣ୍ଡୁ ଓ ତାର ସହଯୋଗୀଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ । ଜିଲ୍ଲା ବାହାରେ ଚଢ଼ାଉ ଜାରି ରହିଛି । ଗତବର୍ଷ ଗଣେଶ ପୂଜାଠାରୁ ଦୁଇ ପକ୍ଷ ଭିତରେ ବିବାଦ ବଢିଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଅପରାଧୀ ଏବେ ବି ତାଙ୍କ ଘର ସମ୍ମୁଖରେ ଖଣ୍ଡା ଧରି ବୁଲୁଛି । ଖୁବଶୀଘ୍ର ସେମାନଙ୍କୁ ଧରା ନଗଲେ ସେମାନେ ପୁଣି ରାଜରାସ୍ତା ଓ ଥାନା ଘେରାଉ କରବେ ବୋଲି ଚେତାବନୀ ଦେଇଛନ୍ତି ।

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ମାମୁଁ କଂସ ରଚିଛନ୍ତି ଷଡଯନ୍ତ୍ର

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ମାମୁଁ କଂସ ରଚିଛନ୍ତି ଷଡଯନ୍ତ୍ର। ଆୟୋଜିତ କରିଛନ୍ତି ଛଳନାର ଧନୁଯାତ୍ରା। ଯାତ୍ରା ଦେଖିବା ପାଇଁ ଭଣଜାଙ୍କୁ କରିଛନ୍ତି ନିମନ୍ତ୍ରଣ । ଗତକାଲି ନବମ ଦିନରେ କୃଷ୍ଣ ବଳରାମ ବେନି ଭାଇଙ୍କୁ ଧରି ଅକୃର ମଥୁରା ଅଭିମୁଖେ ଯାତ୍ରା କରିଥିଲେ। ସେପଟେ କୃଷ୍ଣ ବଳରାମ ଗୋପପୁର ଛାଡ଼ି ଚାଲି ଯାଇଥିବାରୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶ୍ରୀକୃଷ୍ଣ ବଳରାମଙ୍କୁ ବିଦାୟ ଦେବା ବେଳେ ନନ୍ଦରାଜା, ଯଶୋଦା, ଗୋପୀ ଗୋପାଳ, ରାଧା ବାଟ ଓଗାଳି ଥିଲେ। କୃଷ୍ଣ ଚାଲିଯିବା ଭାବନାରେ ରାଧା ମୂର୍ଚ୍ଛିତ ହୋଇପଡିଥିଲେ । ଧନୁଯାତ୍ରା ଦେଖି ମାତ୍ର ୪ ଦିନରେ ଫେରି ଆସିବାକୁ କଥା ଦେଇଥିଲେ କୃଷ୍ଣ। ଶେଷରେ କାନ୍ଦି କାନ୍ଦି ଗୋପପୁର ଦୁଇ ଭାଇଙ୍କୁ ବିଦାୟ ଦେଇଥିଲେ। କୃଷ୍ଣବଳରାମଙ୍କ ବିନା ଖାଁ ଖାଁ ଗୋପପୁର। ଗୋପୀ ଗୋପାଙ୍ଗନାଙ୍କ ଆଖିରୁ ବନ୍ଦ ହେଉ ନାହିଁ ଲୁହ। ଏହାକୁ ସ୍ୱଚକ୍ଷୁରେ ଦେଖି ଭାବବିହ୍ୱଳ ହୋଇଥିଲେ ଦର୍ଶକ ।

ଏପଟେ ମହାରାଜା କଂସଙ୍କ ଅତ୍ୟାଚାରରେ ଥରହର ମଥୁରା ନଗରୀ। ନଗର ଭ୍ରମଣ ବେଳେ ଆମ୍ରବନରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର କରିଛନ୍ତି କଂସ । ବନ୍ଦୀ କରି ମୁନିଋଷିଙ୍କୁ ରାଜଦରବାରରେ ଦଣ୍ଡବିଧାନ କରିଛନ୍ତି । ଏହି ସମୟରେ ଅକୃର ରାଜଦରବାରକୁ ପ୍ରବେଶ କରି କୃଷ୍ଣବଳରାମଙ୍କ ମଥୁରା ଆଗମନର ସୂଚନା ଦେଇଛନ୍ତି । ଏଥିରେ ଆନନ୍ଦିତ ହୋଇ ନୃତ୍ୟଗୀତରେ ବିଭୋର ହୋଇଯାଇଛନ୍ତି କଂସ। କୃଷ୍ଣ ବଳରାମଙ୍କୁ କିପରି ମାରିବେ ପାତ୍ର ମନ୍ତ୍ରୀଙ୍କ ସହ ବିଚାରବିମର୍ଶ କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଦଶମ ଦିନରେ କୃଷ୍ଣବଳରାମଙ୍କୁ ମଥୁରାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ, କୁବୁଜା ଉଦ୍ଧାର ହେବ। ସେପଟେ କଂସ ମହାରାଜାଙ୍କ ଦିଗବିଜୟ , କଂସର ଛାୟା, କଂସର ଦୁଃସ୍ବପ୍ନ ଆଦି ଦୃଶ୍ୟ ଅଭିନୀତ ହେବ।

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ନାଁ ଅଛି ପାନୀୟ ଜଳର ସୁବିଧା ନାଁ ଶୌଚାଳୟର ବ୍ୟବସ୍ଥା

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ନାଁ ଅଛି ପାନୀୟ ଜଳର ସୁବିଧା ନାଁ ଶୌଚାଳୟର ବ୍ୟବସ୍ଥା। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ପିତେଇପାଲି ସ୍କୁଲର । ପିତେଇପାଲି ଓ ଗଜବନ୍ଧ ୨ଟି ଗାଁର ପିଲା ଏଠାରେ ପାଠ ପଢ଼ନ୍ତି । ସ୍କୁଲ ପରିସରରେ ଅଛି ଦୁଇଟି ଅଙ୍ଗନବାଡି କେନ୍ଦ୍ର । ଚାରିଟି ଶ୍ରେଣୀଗୃହରେ ପାଠ ପଢୁଛନ୍ତି ଶିଶୁବlଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ l ତିନି ଜଣ ଶିକ୍ଷକରେ ପାଠ ପଢୁଛନ୍ତି ନଅଟି ଶ୍ରେଣୀର ପିଲା l ହେଲେ ଦୀର୍ଘ ଦିନ ହେବ ନଳକୂପ ମୋଟର ଅଚଳ ହୋଇପଡିଛି। ମଧ୍ୟାହ୍ନ ଭୋଜନ ପାଇଁ ବାହାରୁ ପାଣି ବୋହି କରି ଆଣିବାକୁ ପଡୁଛି l ସେପଟେ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପରିସ୍ରା ଓ ଶୌଚ ପାଇଁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l

ସମସ୍ୟା ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସମସ୍ୟା ସାମାଧାନ ପାଇଁ ବ୍ୟବସ୍ଥା କରାଯାଉ ବୋଲି କମିଟି ସଭାପତି କହିଛନ୍ତି l ଅନ୍ୟପଟେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ସ୍କୁଲ ସମସ୍ୟା ପ୍ରତି ସରକାର କେବେ ଦୃଷ୍ଟି ଦେଉଛନ୍ତି ଓ କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା । ଆଜି ରାଉରକେଲା ସହରର ହନୁମାନ ବାଟିକା ପରିସରରୁ ଶୋଭାଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ସ୍ବର୍ଣ୍ଣ ଧନୁଷ ରାଉରକେଲା ସହରର ହନୁମାନ ବାଟିକା ପରିସରରେ ପହଞ୍ଚିଥିଲା । ଆଜି ସକାଳ ସାଢେ ୧୧ଟା ସମୟରେ ସ୍ଵର୍ଣ୍ଣ ଧନୁଷର ଶୋଭାଯାତ୍ରା ଆରମ୍ଭ ହୋଇଛି । ୨୮୬ କେଜି ଓଜନର ଏହି ସ୍ବର୍ଣ୍ଣ ଧନୁଷରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହୃତ ହୋଇଛି। ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମିତ ହୋଇଛି ସ୍ଵର୍ଣ୍ଣ ଧନୁଷ । ରାଉରକେଲା ସହରରୁ ଆଜି ସ୍ବର୍ଣ୍ଣ ଧନୁଷ ଯାତ୍ରା ଆରମ୍ଭ ହୋଇ ୨୨ ଦିନ ଧରି ଅନୁଷ୍ଠିତ ହେଵ । ଓଡିଶାର ସମସ୍ତ ଜିଲ୍ଲା ଗସ୍ତ କରିବା ସହ ଝାଡ଼ଖଣ୍ଡ , ବିହାର, ଝତିସଗଡ, ଉତ୍ତରପ୍ରଦେଶ ହୋଇ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିଵାର କାର୍ଯ୍ୟକ୍ରମ ରହିଥିବା ସନାତନ ଜାଗରଣ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ: କାହାକୁ ଦଳି ମାରିଲେଣି ତ କାହାର ଭାଙ୍ଗିଲେଣି ଘର

ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ। କାହାକୁ ଦଳି ମାରିଲେଣି ତ କାହାର ଭାଙ୍ଗିଲେଣି ଘର। ବେଗୁନିଆ, ବାଘମାରି, ଭୁଆସୁଣୀ ପାଟଣା, ପରିଛଳ, ଗୋଡ଼ି, ଅଟ୍ରି ଅଞ୍ଚଳରେ ରଚିଛନ୍ତି ତାଣ୍ଡବ । ଭାଙ୍ଗୁଛନ୍ତି ଘର ନଷ୍ଟ କରୁଛନ୍ତି ଫସଲ । ହାତୀପଲ ରାତିସାରା ଆତଙ୍କ ଖେଳାଉଛନ୍ତି। ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଭୁଆସୁଣୀ ପାଟଣାର ପ୍ରିୟବ୍ରତ ପରିଡ଼ା । ଦୀର୍ଘ ସମୟ ଧରି ମୃତ ଯୁବକ ନିକଟରେ ଜଗି ରହିଥିଲା ଦନ୍ତା । ଯାହାକୁ ନେଇ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । ଖୋର୍ଦ୍ଧା ବନ ବିଭାଗ ରେଞ୍ଜରଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ । ବେଗୁନିଆ ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ହାତୀ ଉପଦ୍ରବ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ଖୋର୍ଦ୍ଧା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି ହାତୀ ରହିଛନ୍ତି । ଦିନରେ ଲୋକଙ୍କୁ ମାଇକ ଯୋଗେ ସଜାଗ କରିବା ସହ ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ସେପଟେ ଘଟଣାସ୍ଥଳରେ ବେଗୁନିଆ ବିଧାୟକ ପହଞ୍ଚି ପ୍ରଶାସନ ସହ ଆଲୋଚନା କରିଥିଲେ। ରେଡକ୍ରସ ପାଣ୍ଠିରୁ ୬୦ହଜାର ଟଙ୍କା ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ବନ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ମୃତ ପରିବାରକୁ ସହାୟତା ଘୋଷଣା କରାଯାଇଛି।

ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ଚାବି ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଚମ୍ପୁଆ ବ୍ଲକ ରଜିଆ ସ୍ଥିତ ଅସନ ବାହାଳୀ ସରକାରୀ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଚାବି ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଫଳରେ ପାଠପଢା ବନ୍ଦ ରହିଛି । ଚମ୍ପୁଆ ବ୍ଲକ ଅନ୍ତର୍ଗତ ଅସନ ବାହାଳୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ବର ମହାନ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଘୋର ବିରୋଧ କରିଛନ୍ତି । ବଡଦିନ ଛୁଟି ହୋଇଥିବା ବେଳେ ତରବରିଆ ଭାବେ ଶିକ୍ଷକଙ୍କ ବଦଳି କରାଯାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ତାଙ୍କ ବଦଳି ବାତିଲ ନକରାଯାଇଛି ସେପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକରୁ ତାଲା ଫିଟା ଯିବନାହିଁ ବୋଲି କହିଛନ୍ତି ।

ଜାନୁଆରୀ ୨୫ରୁ ଖଣ୍ଡଗିରି ମାଘ ମେଳା: ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ମେଳା

ଜାନୁଆରୀ ୨୫ରୁ ଖଣ୍ଡଗିରି ମାଘ ମେଳା । ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ମେଳା । ଏନେଇ ଖଣ୍ଡଗିରି ମାଘ ମେଳା ପାଇଁ ବିଏମସି ପ୍ରସ୍ତୁତି ବୈଠକ କରିିଛି । ସମସ୍ତ କର୍ପୋରେଟର, ଷ୍ଟାଣ୍ଡିଙ୍ଗ କମିଟି , ଯାତ୍ରା କମିଟି, ବିଦ୍ୟୁତ୍ ବିଭାଗ , ୱାଟକୋ, ଆର ଏଣ୍ଡ ବି , ପୋଲିସ ସହ ବିଏମ୍ସିର ବୈଠକ କରିଛି । ଖଣ୍ଡଗିରିରେ ୭ ଟି ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ କରିବେ କଳାକାର । ଅଶ୍ଳୀଳ ନୃତ୍ୟକୁ ଯାତ୍ରାପାର୍ଟିରେ ପରିବେଷଣକୁ ବାରଣ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୁଷ ଓ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହେବେ । ୧୦୦ ରୁ ଅଧିକ ସିସିଟିଭି ଲାଗିବ । BMCର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ, ସବୁ ବିଭାଗର ଅଧିକାରୀ ମାନେ ରହିବେ । ଠାକୁର ପ୍ରସେଶନଠୁ ନେଇ ଷ୍ଟଲ ବଣ୍ଟନ ଉପରେ ଆଲୋଚନା କରାଯାଇଛି । ନାଗା ସାଧୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ , ପାନୀୟ ଜଳ , ଆଲୋକିକରଣ, ସୁରକ୍ଷା ଯୋଗେଇ ଦିଆଯିବ । ଆବଶ୍ୟକ ଅନୁଯାୟୀ ସ୍ୱାସ୍ଥ୍ୟ ସେବା , ଭ୍ରାମ୍ୟମାଣ ଶୌଚାଳୟ , ପାନୀୟ ଜଳ ବ୍ୟବସ୍ଥା କରାଯିବ । ପୋଲିସର ପେଟ୍ରୋଲିଂଙ୍ଗ କଡ଼ା କଡି କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର।

ଶକ୍ତିଶାଳୀ ହେବ କଟକ ବିଜେଡି: ନବୀନଙ୍କ ନିର୍ଦ୍ଦେଶରେ ଦଳକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଲେ କର୍ମୀ

ନୂଆ ବର୍ଷରେ ନୂଆ ମିଶନ ନେଇ କଟକ ବିଜେଡିରେ ଦେଖା ଦେଇଛି ଉତ୍ସାହ, ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଦଳକୁ ମଜବୁତ କରିବା ପାଇଁ ତଥା ସରକାରଙ୍କୁ କାଉଣ୍ଟର କରିବା ପାଇ ଦଳୀୟ ନେତୃତ୍ୱ ଅଣ୍ଟା ଭିଡ଼ିଛନ୍ତି । ଗତ ଡ଼ିସେମ୍ବର 26 ତାରିଖରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳକୁ ମଜବୁତ କରିବା ପାଇଁ ଶପଥ ନିଆଯାଇଥିଲା । ତେବେ ଆଜି କଟକରେ ଥିବା ବିଜେଡିର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନେକ ଅଗଧାଡିର ବିଜେଡି ନେତୃମଣ୍ଡଳୀ ଏକାଠି ହୋଇଥିଲେ । ବହୁ ଦିନ ଧରି ପଡି ରହିଥିବା ଜିଲ୍ଲା କାର୍ଯାଳୟକୁ ନବୀକରଣ କରାଯିବା ପରେ ବିଜେଡିର ବହୁ ପୁରୁଖା ନେତାଙ୍କୁ ଜିଲ୍ଲା କାର୍ଯ୍ୟଳୟରେ ଏକଜୁଟ କରିବାର ପ୍ରୟାସ ଜାରି ରହିଛି । କର୍ମୀଙ୍କ ମନରେ ଏକ ସାଙ୍ଗଠନିକ ଉତ୍ସାହ ବେଶ ବାରି ହୋଇ ପଡୁଥିବାର ଦେଖିବାକୁ ମିଳିଛି । କଟକ ଜିଲ୍ଲା ଓଡିଶା ରାଜନୀତିରେ ଏକ ଦିଗବଳୟ ସୃଷ୍ଟି କରିବ ବୋଲି କର୍ମୀଙ୍କ ଭିତରେ ଏକ ଆଲୋଚ୍ୟ ବିଷୟ ପାଲଟିଛି । ଖୁବ ଶୀଘ୍ର ଜିଲ୍ଲା କମିଟିର ପୂର୍ଣ୍ଣ ଗଠନ କରିବା ପାଈଁ ସଭାପତି ନିଜର ପ୍ରତିକ୍ରିୟାରେ କହିଛନ୍ତି ।