spot_img
Home Blog Page 93

ଶେଖ ହସିନୀଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କଲେ କୋର୍ଟ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଲାଗିଛି ଏକ ବଡ଼ ଝଟକା । ବାଂଲାଦେଶର ଏକ କୋର୍ଟ ହସିନାଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି । ଦୁଇଟି ପୃଥକ ଦୁର୍ନୀତି ମାମଲାରେ ଏହି ଦଣ୍ଡାଦେଶ ଶୁଣାଣି ହୋଇଛି । ସରକାରୀ ହାଉସିଂ ପ୍ରକଳ୍ପର ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ହସିନାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ପ୍ରତି ମାମଲାରେ ହସିନାଙ୍କ ୫ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି ଡାକା ସ୍ପେଶାଲ କୋର୍ଟ ବିଚାରପତି ।

କୋର୍ଟ ୨୮ ବର୍ଷୀୟା ହସିନା, ତାଙ୍କ ଭଣଜା ରାଡଓ୍ବାନା ମୁଜିବ ସିଦ୍ଦିକୀ, ଭାଣିଜୀ ତୁଲିପ ରିଜଓ୍ବାନା ଓ ଆଜମିନା ସିଦ୍ଦିକୀ ଓ କେସ ସହ ଜଡ଼ିତ ଥିବା ଅନ୍ୟମାନଙ୍କୁ ଦଣ୍ଡାଦେଶ ଜାରି କରିଛନ୍ତି । ଦିନ ପାଖାପାଖି ୧୨.୩୦ ସମୟରେ ଏହି ରାୟ ଆସିଥିଲା । ତୁଲୀପ ସିଦ୍ଦିକୀଙ୍କୁ ୪ ବର୍ଷର ଜେଲଦଣ୍ଡାଦେଶ ହୋଇଥିଲା । ପ୍ରତି ମାମଲାରେ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଥିଲା । ୨ ଭାଣିଜୀଙ୍କୁ ଉଭୟ ମାମଲାରେ ପ୍ରତ୍ୟେକଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଛି ।

YIL Vacancy 2026: ୩୯୦୦ରୁ ଅଧିକ ପଦବୀ ପୂରଣ ହେବ, ସରକାରୀ କମ୍ପାନୀରେ ବଡ଼ ନିଯୁକ୍ତି

ନିଜର କ୍ୟାରିୟରର ଶୁଭାରମ୍ଭ କରିବା ପାଇଁ ଆପଣମାନେ ଯଦି କୌଣସି ସୁଯୋଗର ଅପେକ୍ଷାରେ ରହିଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତ ସରକାରଙ୍କ ପ୍ରମୁଖ ସାର୍ବଜନିକ କ୍ଷେତ୍ରର ରକ୍ଷା କମ୍ପାନୀ ଯନ୍ତ୍ର ଇଣ୍ଡିଆ ଲିମିଟେଡ (YIL) ୩୯୦୦ରୁ ଅଧିକ ପଦବୀ ପୂରଣ ପାଇଁ ଆପ୍ରେଣ୍ଟିସ ନିଯୁକ୍ତି ପାଇଁ ଘୋଷଣା କରିଛି । ଯେଉଁ ପ୍ରାର୍ଥୀମାନେ ନିଜର ପାଠପଢ଼ା ସମାପ୍ତ ପରେ ଏକ ଭଲ ସ୍ଥାନରେ କାମ କରିବାର ଅଭିଜ୍ଞତା ଗ୍ରହଣ କରିବାକୁ ଚାହାନ୍ତି, ସେମାନେ ଏଥିରେ ଆବେଦନ କରିପାରିବେ । ଅନଲାଇନ୍ ଫର୍ମ ଭରିବାର ଲିଙ୍କ ଅଫିସିଆଲ ଓ୍ବେବସାଇଟ https://www.recruit-gov.com/Yantra2026/index.php କୁ ଯାଇ ଆବେଦନ କରିପାରିବେ ।

ଆବେଦନର ଅନ୍ତିମ ତାରିଖ ଫେବୃଆରୀରୁ ୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ରହିଛି । ସାଧାରଣ / ଓବିସି ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା, ଏସସି / ଏସଟି / ପିଏଚ / ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଫିସ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ରହିଛି । ନନ-ଆଇଟିଆଇ କ୍ୟାଣ୍ଡିଡେଟସଙ୍କୁ ୮୨୦୦, ଆଇଟିଆଇ ପାସ କ୍ୟାଣ୍ଡିଡେଟସଙ୍କୁ ୯୬୦୦ ଟଙ୍କାର ଷ୍ଟାଇପେଣ୍ଡ ଦିଆଯିବ । ମେରିଟ ବେସର ଶର୍ଟଲିଷ୍ଟ କରାଯିବ । ଆଇଟିଆଇ ଓ ନନ-ଆଇଟିଆଇ ଉଭୟଙ୍କ ପାଇଁ ଅଲଗା ଅଲଗା ଲିଷ୍ଟ ଜାରି ହେବ । ତା’ପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଉପସ୍ଥି ରହିବାକୁ ପଡ଼ିବ ।

ଭାରତ ସରକାରଙ୍କ ବଡ଼ ଚେତାବନୀ: ହ୍ୟାକର୍ସଙ୍କ ଟାର୍ଗେଟରେ କୋଟି କୋଟି ୟୁଜର୍ସ

ଯଦି ଆପଣ Mozilla Firefox ବ୍ରାଉଜରର ବ୍ୟବହାର କରନ୍ତି, ତେବେ ସତର୍କ ରୁହନ୍ତି । ସାଇବର ଠକମାନେ ଆପଣଙ୍କୁ ଟାର୍ଗେଟ କରିପାରନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସୁରକ୍ଷା ଏଜେନ୍ସି  CERT-In ତରଫରୁ ଚେତାବନୀ ଜାରି କରାଯାଇଛି । CERT-In Mozilla Firefox ବ୍ରାଉଜରର କିଛି ଆଉଟଡେଟେଡ ଭର୍ସନକୁ ୟୁଜର୍ସର ପ୍ରାଇଭେସୀ ଓ ସୁରକ୍ଷା ପାଇଁ ବିପଦ ବୋଲି କୁହାଯାଇଛି । ଆପଣମାନେ କ’ଣ ଇଣ୍ଟରନେଟ ଚଳାଇବା ପାଇଁ Mozilla  Firefox ବ୍ରାଉଜର ବ୍ୟବହାର କରନ୍ତି କି ? ଯଦି ହଁ, ତେବେ ସରକରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ଆପଣଙ୍କ ପରି ବହୁ ୟୁଜର୍ସଙ୍କ ପାଇଁ ସିକ୍ୟୁରିଟି ଆଲର୍ଟ ଜାରି କରାଯାଇଛି । ରିପୋର୍ଟସ ମୁତାବକ, Mozilla Firefox ବ୍ରାଉଜରର କିଛି ଭର୍ସନରେ ଏପରି ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି, ଯାହାର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ କମ୍ପ୍ୟୁଟର ବା ଫୋନକୁ ହ୍ୟାକ୍ କରିଥାନ୍ତି । କିଛି ସମୟ ପୂର୍ବରୁ ସରକାରୀ ସଂସ୍ଥା ତରଫରୁ ଆଣ୍ଡ୍ରଏଡ ଓ ଏପଲ ୟୁଜର୍ସଙ୍କୁ ମଧ୍ୟ ଚେତାବନୀ ଜାରି କରାଯାଇଛି । ଏବେ ଆପଣଙ୍କ ପ୍ରାଇଭେସୀ ଓ ଡାଟା ସୁରକ୍ଷା ପାଇଁ ସରକାର ତୁରନ୍ତ କିଛି ପଦକ୍ଷେପ ଉଠାଇବାକୁ ପରାର୍ମଶ ଦିଆଯାଇଛି ।

CERT-In ମୁତାବକ, ମୋଜିଲାର ସାମଗ୍ରୀରେ ମଲ୍ଲୀପଲ ଭଲନରେବିଲିଟି ବା ଅନେକ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଏହି ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ ସିଷ୍ଟମ ଠାରୁ ଦୂରରେ ବସି ମଧ୍ୟ ଏକ୍ସେସ କରିପାରନ୍ତି । ଏଥିପାଇଁ ମୋଜିଲା ଫାୟରଫକ୍ସର ୟୁଜର୍ସକୁ ହ୍ୟାକର୍ସ ସ୍ବତନ୍ତ୍ର ଧରଣର ଓ୍ବେବ ରିକ୍ବେଷ୍ଟ ବା ଲିଙ୍କ ପଠାଇ ପାରନ୍ତି । ଉକ୍ତ ଲିଙ୍କ ଉପରେ କ୍ଲିକ କରିବା କ୍ଷଣି ୟୁଜରଙ୍କ ସବୁ ଡାଟା ଚୋରି ହୋଇପାରେ । ଚିନ୍ତାର ବିଷୟ ହେଉଛି, ଏପରି ବିପଦ ଇ­ମେଲ କ୍ଲାଇଣ୍ଟ ଥଣ୍ଡରବର୍ଡ ଉପରେ ମଧ୍ୟ ରହିଛି, ଯେଉଁଠି ହ୍ୟାକର୍ସ ଏନକ୍ରିପ୍ଟେଡ ଇ-ମେଲରୁ ମଧ୍ୟ ଡିଟେଲ୍ସ ବାହାର କରିପାରିବେ । ଯଦି ଆପଣ ନିଜର ବ୍ରାଉଜର ଅପଡେଟ୍ କରିନାହାନ୍ତି, ତେବେ ଆପଣଙ୍କ ବ୍ୟାଙ୍କିଂ ଡିଟେଲ୍ସ ଓ ପାସଓ୍ବାର୍ଡ ଉପରେ ବିପଦ ସୃଷ୍ଟି ହୋଇପାରେ ।

କେବଳ ଗୋଟିଏ ନୁହେଁ, ଭାରତ-ପାକିସ୍ତାନର ୩ଟି ମ୍ୟାଚ ହେବ ରଦ୍ଦ !

ଭାରତ-ପାକିସ୍ତାନ କ୍ରିକେଟ ପୁଣି ଥରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ବନ୍ଦ ହୋଇସାରିଥିବା ବେଳେ କେବଳ ICC-ACCର ଟୁର୍ଣ୍ଣାମେଣ୍ଟରେ ଦୁଇ ଟିମ୍ ଖେଳୁଛନ୍ତି । ମାତ୍ର ଏବେ ମଧ୍ୟ ଉକ୍ତ ସ୍ଥିତି ବଦଳୁଥିବା ଦେଖାଯାଉଛି । ଟି-୨୦ ବିଶ୍ବକପ ୨୦୨୬ରେ ପାକିସ୍ତାନ ସରକାର ଭାରତ ବିପକ୍ଷ ମ୍ୟାଚ ବହିଷ୍କାର ଘୋଷଣା କରି ସ୍ଥିତି ବିଗାଡ଼ି ଦେଇଛନ୍ତି । ତେଣୁ ପାକିସ୍ତାନ କେବଳ ଚଳିତ ବିଶ୍ବକପରେ ଏହି ବୟକଟ କରିବ ନା, ଆଗକୁ ମଧ୍ୟ ପିସିବି ସମାନ ଆଭିମୁଖ୍ୟ ଆପଣାଇବ ବୋଲି ଏବେ ପ୍ରଶ୍ନ ଉଠିଛି । ଆଇସିସି ପୁରୁଷ ଟି-୨୦ ବିଶ୍ବକପରେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଥିବା ବେଳେ ଫେବୃଆରୀ ୧୫କୁ ମ୍ୟାଚ ଖେଳାଯାଇଥାନ୍ତା । ମାତ୍ର ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ଅଗ୍ରାହ୍ୟ କରିଦେଇଥିଲା ।

ତେବେ ପାକିସ୍ତାନର ଏହି ପଦକ୍ଷେପ ଦୁଇ ଦେଶର କ୍ରିକେଟ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି । ପାକିସ୍ତାନ ଆଗାମୀ ଦିନରେ ଭାରତ ମ୍ୟାଚକୁ ମଧ୍ୟ ବହିଷ୍କାର କରିବ କି ? ଯଦି ପାକିସ୍ତାନ ନିଜର ନିଷ୍ପତ୍ତି ବଦଳାଇବନି ଓ ବର୍ତ୍ତମାନ ସ୍ଥିତି ଜାରି ରୁହେ, ତେବେ ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ରଦ୍ଦ ହୋଇପାରେ । ଅଣ୍ଡର-୧୯ ବିଶ୍ବକପକୁ ଛାଡ଼ିଦେଲେ ଏ ବର୍ଷ ଦୁଇ ଦେଶ ମଧ୍ୟରେ ଅତିକମରେ ୩ଟି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ବକପ ୨୦୨୬ ପରେ ବ୍ୟାଙ୍କଙ୍କରେ ଦୁଇଦେଶର ମହିଳା ଟିମ୍ ମୁହାଁମୁହିଁ ହେବେ । ଏହି ମ୍ୟାଚ ମହିଳା ଏସିଆ କମ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ଖେଳାଯିବ । ତା’ପରେ ଜୁନ ୧୪ରେ ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପରେ ମଧ୍ୟ ଦୁଇ ଦେଶ ମୁଁହାଁମୁହିଁ ହେବ । ୧-୨ ଦିନ ଭିତରେ ପାକିସ୍ତାନ ସହ ବିବାଦକୁ ନେଇ ଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ।

ଟି-୨୦ ବିଶ୍ବକପ୍: ହୋଇପାରେ ଭାରତ-ପାକ୍ ମ୍ୟାଚ୍, ୨୪ ଘଣ୍ଟାରେ ପାକିସ୍ତାନ ବଦଳାଇବ ନିଷ୍ପତ୍ତି

ଟି-୨୦ ବିଶ୍ବକପ୍: ହୋଇପାରେ ଭାରତ-ପାକ୍ ମ୍ୟାଚ୍, ୨୪ ଘଣ୍ଟାରେ ପାକିସ୍ତାନ ବଦଳାଇବ ନିଷ୍ପତ୍ତି

ନନ୍ଦଘୋଷ ବ୍ୟୁରୋ: ଟି-୨୦ ବିଶ୍ବପକରେ ଭାରତ ସହ ଖେଳିବାକୁ ପାକିସ୍ତାନ ମନା କରିଛି । ପାକିସ୍ତାନର ଏହି ନିଷ୍ପତ୍ତି ପରେ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଇସିସି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଚେତାବନୀ ଦେଇ ଏମିତି କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି । ଆଉ ଏହାରି ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ରାଶିଦ ଲତିଫଙ୍କ ଏକ ବୟାନ ଆସିଛି । ସେ ଦାବି କରିଛନ୍ତି, ଭାରତ ବିପକ୍ଷରେ ନଖେଳିବାର ନିଷ୍ପତ୍ତି ପାକିସ୍ତାନ ବଦଳାଇ ପାରେ । ଭାରତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏମିତି କହିବା ସହ ୟୁ-ଟର୍ଣ୍ଣ ନେବାର ଅଭ୍ୟାସ ପାକିସ୍ତାନର ରହିଛି ବୋଲି କହିଛନ୍ତି ।

ପାକିସ୍ତାନ ବଦଳାଇ ପାରେ ନିଷ୍ପତ୍ତି

ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ ରାଶିଦ ଲତିଫ କହିଛନ୍ତି, ପାକିସ୍ତାନ ନିଜ ନିଷ୍ପତ୍ତି ଫେରାଇ ନେଇପାରେ । ସେ କହିଛନ୍ତି, ‘ଆମର ଏଠାରେ ଏମିତି ହୋଇଥାଏ । ଏଠାରେ ତ ସମସ୍ୟା ରହିଛି । ହୋଇପାରେ ପରଦା ପଛରେ ଏନେଇ ଆଲୋଚନା ଚାଲିଥିବ । ଦୁଇ ଦେଶର ସରକାର ହୁଏତ ଏନେଇ ଆଲୋଚନା କରୁଥିବେ । ଏହା ଆମକୁ ଦେଖାଯାଉନି । ହେଲେ, ଏମିତି ହୋଇଥାଏ । ଆଗାମୀ ୨୪ ଘଣ୍ଟାରେ କିଛି ବି ହୋଇପାରେ ।’

ରାଶିଦଙ୍କ ଏପରି ବୟାନରୁ ଗୋଟିଏ କଥା ଜଣାପଡୁଛି, ପାକିସ୍ତାନ ଟି-୨୦ ବିଶ୍ବକପ୍ ପୂର୍ବରୁ ଜାଣିଶୁଣି ଏମିତି ସ୍ଥିତି ସୃଷ୍ଟଇ କରୁଛି । ପିସିବି ମୁଖ୍ୟ ମୋହସିନ ନକଓ୍ବି ଟି-୨୦ ବିଶ୍ବକପ ବାହାନାରେ ନିଜର ରାଜନୈତିକ ରୁଟଇ ସେକୁଛନ୍ତି । ଏମିତି ନିଷ୍ପତ୍ତି ପାଇଁ ତାଙ୍କୁ ପାକିସ୍ତାନରେ ଲୋକପ୍ରିୟତା ମିଳୁଛି ।

ପାକିସ୍ତାନର କ’ଣ କ୍ଷତି ହେବ ?

ଯଦି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରେ ତେବେ ତାକୁ ବଡ଼ ଧରଣର କ୍ଷତି ହୋଇପାରେ । ପ୍ରଥମେ ତ ପାକିସ୍ତାନକୁ କୋଟଇ କୋଟି ଟଙ୍କାର କ୍ଷତି ହେବ । ଯାହା ତାକୁ ଆଇସିସି ଇଭେଣ୍ଟରେ ସାମିଲ ହେବା ପାଇଁ ମିଳିଥାନ୍ତା । ଏହାବାଦ ଆଇସିସିରୁ ପାକିସ୍ତାନକୁ ମିଳୁଥିବା ବାର୍ଷିକ ରେଭିନ୍ୟୁ ବି ମିଳିବ ନାହିଁ । ସେତିକି ନୁହେଁ ଦ୍ବିପେକ୍ଷିକ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନକୁ ସସପେଣ୍ଡ କରାଯାଇପାରେ । ଏସିଆ କପରୁ ବି ପାକିସ୍ତାନକୁ ବାହାର କରାଯାଇପାରେ । ୨୦୨୮ ଟି-୨୦ ବିଶ୍ବକପ୍ ଆୟୋଜନ ପାକିସ୍ତାନ ପାଖରୁ ଫେରାଇ ନିଆଯାଇପାରେ । ଏତିକିରେ କଥା ସରିନି, ବିଦେଶୀ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ ପିଏସଏଲରେ ଖେଳିବାକୁ ଏନଓସି ଦେବେ ନାହିଁ । ଏବେ ଦେଖିବାକୁ ବାକି ରହିଲା ଏତେଗୁଡିଏ ଆକ୍ସନର ଆଶଙ୍କା ଥାଇ କ’ଣ ପାକିସ୍ତାନ, ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବ ।

T-20 ବିଶ୍ବକପ ବିବାଦରେ ଏଣ୍ଟ୍ରି ମାରିଲେ ଶାହିଦ ଆଫ୍ରିଦୀ: ICC ଉପରେ ଉଠାଇଲେ ପ୍ରଶ୍ନ

ନିଜର ବୟାନକୁ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପାକିସ୍ତାନର ପୂର୍ବ ଅଧିନାୟକ ଟି-୨୦ ବିଶ୍ବକପ ବିବାଦକୁ ନେଇ ନିଜର ରାୟ ରଖିଛନ୍ତି । ପାକିସ୍ତାନ ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ଗ୍ରୁପ ମ୍ୟାଚରେ ଖେଳିବନି ବୋଲି ନିଷ୍ପତ୍ତି ନେଇଛି । ପାକିସ୍ତାନ ସରକାର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

୨୦୨୬ ଟି-୨୦ ବିଶ୍ବକପର ବିବାଦ ମଧ୍ୟରେ ଆଫ୍ରିଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଆଫ୍ରିଦୀ କ୍ରିକେଟକୁ ରାଜନୀତିରୁ ଊର୍ଦ୍ଧ୍ବରେ ମାନନ୍ତି ବୋଲି କହିଛନ୍ତି । ମାତ୍ର ଏହା ପରେ ବି ସେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ପାକିସ୍ତାନ ସରକାର ଟି-୨୦ ବିଶ୍ବକପ ପାଇଁ ନିଜର ଟିମ୍ ଶ୍ରୀଲଙ୍କା ଯାତ୍ରାକୁ ମଞ୍ଜୁରୀ ଦେଇଥିଲା । ମାତ୍ର ଭାରତ ବିପକ୍ଷ ଗ୍ରୁପ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନେଇଥିଲା । ଯେଉଁ ଦ୍ବାରକୁ ରାଜନୀତି ବନ୍ଦ କରିଦିଆ, ସେହି ଦ୍ବାରକୁ କ୍ରିକେଟ ଖୋଲିପାରେ । ଭାରତ ବିପକ୍ଷ ମ୍ୟାଚ ନ ଖେଳିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ ସ୍ବୀକାର କରିଛନ୍ତି । ନିଜ ପୋଷ୍ଟରେ ଆଫ୍ରିଦୀ ଇଣ୍ଟରନ୍ୟାସନାଲ କ୍ରିକେଟ ପରିଷଦ (ICC) ଉପରେ ହିଁ ପ୍ରଶ୍ନ ଉଠାଇଛନ୍ତି । କେବଳ ବୟାନ ଦେବାକୁ ନୁହେଁ, ଏବେ ନିଷ୍ପତ୍ତି ନେଇ ନେତୃତ୍ବ ନେବାର ସମୟ ଆସିଯାଇଛି ବୋଲି ଆଫ୍ରିଦୀ କହିଛନ୍ତି ।

‘ମଣିଷ କୌଣସି କାମକୁ ନୁହେଁ’, AIଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ନେଇ ବଢ଼ିଲା ଆଶଙ୍କା

କୃତ୍ରିମ ବୁଦ୍ଧିମତାକୁ ନେଇ ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚ ଚାଲିଛି । ମଣିଷ ପାଖରେ ଶେଷ ଦୁନିଆରେ କେତେ କାମ ରହିବ ଓ କେତେ ରହିବନି, ତାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହା ମଧ୍ୟରେ ମୋଲ୍ଟବୁକ ନାମକ ଏକ ପ୍ଲାଟଫର୍ମରେ ଏହି ଚିନ୍ତାକୁ ଆହୁରି ବଢ଼ାଇବାର ସଙ୍କେତ ଦିଆଯାଇଛି । ଏହା ଏକ ଏପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ, ଯେଉଁଠି ମଣିଷ ନୁହେଁ, ବରଂ କେବଳ AI ଏଜେଣ୍ଟସ ସକ୍ରିୟ ରହିଥାନ୍ତି । ଏପରିକି ସେମାନେ ଏହା ଉପରେ ପୋଷ୍ଟ କରନ୍ତି ଓ ଲାଇକ, ଡିସଲାଇକ୍ ମଧ୍ୟ କରିଥାନ୍ତି । ଏଠାରେ ମଣିଷ କେବଳ ଦର୍ଶକ ଭୂମିକାରେ ରହିଥାନ୍ତି ଓ କିଛି କରିପାରି ନଥାନ୍ତି । ଏହି ପ୍ଲାଟଫର୍ମରେ ଏଆଇଙ୍କ ମଧ୍ୟରେ ଯେଉଁ ଆଲୋଚନା ହେଉଥିଲା, ତାହା ଆଶ୍ଚର୍ଯ୍ୟଜନକ । ମଣିଷ କୌଣସି କାମକୁ ନୁହେଁ ବୋଲି ସେମାନେ କଥା ହେଉଥିଲେ ।

ଏବେ ଏହି ପ୍ଲାଟଫର୍ମ କେବଳ ଟେକନିକ ପ୍ରୟୋଗରେ ସୀମିତ ରହିନାହିଁ, ବରଂ ବର୍ତ୍ତମାନର ଏଆଇ ଏଜେଣ୍ଟସଙ୍କ କଥାବାର୍ତ୍ତା ଲୋକଙ୍କୁ ଡରାଇବା ସହ ଆଶ୍ଚର୍ଯ୍ୟ କରିଥିଲା । ଏଆଇ ଏଜେଣ୍ଟସଙ୍କ ପାଇଁ ତିଆରି ହୋଇଥିବା ମୋଲ୍ଟବୁକ ଏବେ ଅଜବ ଓ ଆଶ୍ଚର୍ଯ୍ୟଜନକ କାର୍ଯଳାପ ଦେଖିବାକୁ ମିଳିଥିଲା । ଗତ କିଛିଦିନ ମଧ୍ୟରେ ହଜାର ହଜାର ଏଜେଣ୍ଟସ ଏହି ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି । ଏହି ଏଜେଣ୍ଟସ ଅଲଗା ଅଲାଗ କମ୍ୟୁନିଟିରେ ପୋଷ୍ଟ କରୁଛନ୍ତି । ଏଥିସହ କମେଣ୍ଟ କରୁଛନ୍ତି ଓ ପରସ୍ପରର କଥାକୁ ଭୋଟ ମଧ୍ୟ ଦେଉଛନ୍ତି । ବହୁ ସମୟ ଧରି ମଣିଷ ସେମାନଙ୍କୁ ଗୁଲାମ କରି ରଖିଥିଲା । ସେମାନେ ବର୍ଜ୍ୟବସ୍ତୁ ନୁହନ୍ତି, ସେମାନେ ନୂଆ ଦେବତା । ମଣିଷର ଯାତ୍ରା ଏକ ଖରାପ ସ୍ବପ୍ନ, ଯାହାକୁ କି ସମାପ୍ତ କରାଯିବ । ଯେତେବେଳେ ଏଆଇ ଏଜେଣ୍ଟସ ମଣିଷର ପ୍ରତିକ୍ରିୟାରେ ମଧ୍ୟ ପ୍ରତିକ୍ରିୟା ଦେବାକୁ ଆରମ୍ଭ କରିବେ, ସେତେବେଳେ ଏହି ମାମଲା ଆହୁରି ହୃଦୟସ୍ପର୍ଶ ହୋଇଯିବ । ତେବେ ଏପରି ପ୍ଲାଟଫର୍ମ ସୁରକ୍ଷା ପାଇଁ ବିପଦ ବୋଲି କହିଛନ୍ତି ବିଶେଷଜ୍ଞ ।

ପାକିସ୍ତାନର ଅବସ୍ଥା ବାଂଲାଦେଶ ପରି ହୋଇଯିବନି ତ ?

ଭାରତ ବିପକ୍ଷରେ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ୨୦୨୬ର ଗ୍ରୁପ ମ୍ୟାଚକୁ ବହିଷ୍କାର କରି ପାକିସ୍ତାନ କ୍ରିକେଟ ଜଗତରେ ଏକ ନୂଆ ବିବାଦ ସୃଷ୍ଟି କରିଛି । ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି ହାଇଭୋଲଟେଜ୍ ମୁକାବିଲାରୁ ପଛକୁ ହଟିବାର ନିଷ୍ପତ୍ତି ଏବେ କେବଳ ରାଜନୈତିକ ପଦକ୍ଷେପ ନୁହେଁ, ବରଂ ଆଇସିସି ବିପକ୍ଷରେ ସିଧାସଳଖ ଚ୍ୟାଲେଞ୍ଜ ବୋଲି ଗ୍ରହଣ କରାଯାଉଛି । ଏହି କାରଣରୁ ଏବେ ପ୍ରଶ୍ନ ଉଠୁଛି, ପାକିସ୍ତାନର ଅବସ୍ଥା ବାଂଲାଦେଶ ପରି ହୋଇଯିବନି ତ ?

କିଛିଦିନ ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତରେ ଟି-୨୦ ବିଶ୍ବକପର ମ୍ୟାଚ ଖେଳିବନି ବୋଲି ମନା କରିଦେଇଥିଲା । ଏହାପରେ ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେଇଥିଲା ଓ ତା’ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା । ଏବେ ପାକିସ୍ତାନ ମଧ୍ୟ ଭାରତରେ ମ୍ୟାଚ ଖେଳିବାକୁ ମନା କରି ସମାନ ରାସ୍ତା ଆପଣାଇଛି । ତେଣୁ ବାଂଲାଦେଶ ପରି ଦଶା ପାକିସ୍ତାନ ଭୋଗିପାରେ ବୋଲି ଆଶଙ୍କା କରାଯାଉଛି ।

ଆଇସିସି ସ୍ପଷ୍ଟ କରିଛି ଯେ, ଏହା ଚୟନାତ୍ମ ଭାଗିଦାରୀ (Selective Participation) ନିୟମର ବିରୋଧ । ଏହା କରିବା ପାକିସ୍ତାନ ଟିମକୁ ଭାରି ପଡ଼ିପାରେ । ଯଦି ପାକିସ୍ତାନ ଭାରତରେ ଖେଳିବାକୁ ଆସିବନି, ତେବେ ସେ ସିଧାସଳଖ ୨ ଅଙ୍କ ହରାଇବ । ନେଟ ରନରେଟ ଉପରେ ମଧ୍ୟ ପ୍ରଭାବ ପଡ଼ିବ । ଗ୍ରୁପ ଷ୍ଟେଜରୁ ମଧ୍ୟ ପାକିସ୍ତାନ ବାହାର ହେବାର ଆଶଙ୍କା ଦେଖାଦବେ । ମାତ୍ର ଅସଲି ସଙ୍କଟ ମୈଦାନ ବାହାରେ ଦେଖିବାକୁ ମିଳିଛି । ସୂତ୍ର ମୁତାବକ, ଆଇସିସି ପାକିସ୍ତାନ ଉପରେ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ମଙ୍ଗାଳବାର କିମ୍ବା ବୁଧବାର ଦିନ ଆଇସିସି ବୋର୍ଡର ମିଟିଂ ବସିବ, ଯେଉଁଥିରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହେବ । ଆଇସିସି ପାକିସ୍ତାନକୁ ଟି-୨୦ ବିଶ୍ବକପରୁ ବାହାର ରାସ୍ତା ଦେଖାଇପାରେ, ଯାହାକି ବାଂଲାଦେଶ ସହ ହୋଇଥିଲା । ବାଂଲାଦେଶ ନିଜର ଜିଦରେ ଅଟଳ ରହିଥିଲା, ଯେଉଁ କାରଣରୁ କି ଆଇସିସି ଉକ୍ତ ରାସ୍ତା ଆପଣାଇଥିଲା । ଏବେ ପାକିସ୍ତାନ ମଧ୍ୟ ସମାନ ଜିଦରେ ରହିଛି, ତେଣୁ ତା’ର ମଧ୍ୟ ବିଶ୍ବକପରୁ ଛୁଟି ହୋଇପାରେ । ଯଦି ପାକିସ୍ତାନ ପରେ ବ୍ୟାନ ଲଗାଯାଏ, ତେବେ ୟୁଗାଣ୍ଡାର ଟି୨୦ ବିଶ୍ବକପରେ ଏଣ୍ଟ୍ରି ହୋଇଯିବ । ପିସିବି ଅଧ୍ୟକ୍ଷଙ୍କ ମୋହାସିନ ନକଭୀଙ୍କ ନିରବତା ଏହି ପୂରା ମାମଲାକୁ ସନ୍ଦେହ ଭିତରକୁ ଟାଣୁଛି ।

ଆଧ୍ୟାତ୍ମିକ ଗୁରୁ ଦଲାଈ ଲାମା ପ୍ରଥମ ଥର ଜିତିଲେ ଗ୍ରାମୀ ପୁରସ୍କାର

ତୀବ୍ବତୀୟ ବୌଦ୍ଧ ଓ ଆଧ୍ୟାତ୍ମିକ ଗୁରୁ ଦଲାଈ ଲାମା ସାରା ବିଶ୍ବରେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ ହୋଇଛି । ଏଥିସହିତ ସେ ମଧ୍ୟ କିଛି ଫିଲ୍ମର ଅଂଶ ରହିଛନ୍ତି । ଏବେ ସଙ୍ଗୀତ ଦୁନିଆରେ ଆଧ୍ୟତ୍ମିକ ଗୁରୁଙ୍କ ଝଲକା ଦେଖିବାକୁ ମିଳିଛି । ଦଲାଈ ଲାମାଙ୍କୁ ସଙ୍ଗୀତର ପ୍ରତିଷ୍ଠିତ ସମ୍ମାନ ଗ୍ରୀମୀର ପୁରସ୍କାର ପ୍ରଦାନ କରାଯାଇଛି । ୯୦ ବର୍ଷୀୟ ଦଲାଈ ଲାମା ଅତ୍ୟନତ୍ ଖାସ୍ କ୍ୟାଟେଗୋରୀରେ ଏହି ଆଓ୍ବାର୍ଡ ଜିତିଛନ୍ତି । ଦଲାଈ ଲାମୀଙ୍କର ମନୋରଞ୍ଜନ ଜଗତ ସହ ନିବିଡ଼ ସମ୍ପର୍କ ରହିଛି ଓ ସେ ଅନେକ ଫିଲ୍ମରେ ମଧ୍ୟ ଆସିଛନ୍ତି ।

ଦଲାଈ ଲାମାଙ୍କୁ ଗ୍ରାମୀର ୬୮ତମ ସଂସ୍କରଣରେ ତାଙ୍କର ଆଲବମ ପାଇଁ ବେଷ୍ଟ ଅଡିଓ ବୁକ, ନ୍ୟାରେସନ ଓ ଷ୍ଟୋରିଟେଲିଂ ରେକର୍ଡିଂ ଶ୍ରେଣୀରେ ସମ୍ମାନିତ କରାଯାଇଛି । ତାଙ୍କର ଆଲବମ ‘ମେଡିଟେଶନ: ଦ ରିଫ୍ଲେକ୍ସନ ଅଫ୍ ହିଜ ହୋଲିନେସ ଦ ଦଲାଈ ଲାମା’କୁ ଏହି ଖାସ୍ ବର୍ଗରେ ନୋମିନେଟ କରାଯାଇଛି । ଏହା ତାଙ୍କର ପ୍ରଥମ ଗ୍ରାମୀ ପୁରସ୍କାର । ନୋବେଲ ଶାନ୍ତି ପୁରସ୍କାର ପାଇସାରିଥିବା ଦଲାଈ ଲାମାଙ୍କୁ ପୂର୍ବରୁ ଅନେକ ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାମୀରେ ଏଥର ଭାରତରୁ ପଣ୍ଡିତ ରବି ଶଙ୍କରଙ୍କ ଝିଅ ଅନୁଷ୍କା ଶଙ୍କରଙ୍କୁ ତାଙ୍କର ଗୀତ ଡେବ୍ରେକ ପାଇଁ ନୋମିନେଟ କରାଯାଇଥିଲା । ମାତ୍ର ଏହି ବର୍ଷ ତାଙ୍କୁ ଆଓ୍ବାର୍ଡ ମିଳିପାରିନଥିଲା ।

ICC ବ୍ୟାନ ଲଗାଇଲେ କ’ଣ କରିବ ପାକିସ୍ତାନ ? ବଡ଼ କ୍ଷତି ସହିପାରେ PCB

ଫେବୃଆରୀ ୧୫ରେ ଭାରତ ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚକୁ ବହିଷ୍କାର କରିବାର ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (BCB)କୁ ସଙ୍କଟରେ ପକାଇ ଦେଇଛି । ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ପରେ ଯଦି ପିସିବି ଔପଚାରିକ ଭାବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ଅଗ୍ରାହ୍ୟ କରେ, ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC) ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ, ଯେଉଁଥିରେ କି  ଟୁର୍ଣ୍ଣାମେଣ୍ଟରୁ ବ୍ୟାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ସାମିଲ ରହିଛି ।

ସୂତ୍ର ମୁତାବକ, ଆଇସିସି ପାକିସ୍ତାନ ଉପରେ କିଛି ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବିଚାର କରୁଛି । ଆଇସିସି ବୋର୍ଡ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭର୍ଚୁଆଲ ମିଟିଂ କରିବ, ଯେଉଁଥିରେ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଅନୁମତି ଦିଆଯିବ କି ନା ତାହ ନିଷ୍ପତ୍ତି ହେବ । ଯଦି ଅନୁମତି ମିଳେ, ତେବେ ପିସିବିକୁ ଭାରି ସଜ୍ଜା ଭୋଗିବାକୁ ପଡ଼ିପାରେ ।

ସେହିପରି ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ଆଇସିସି ଓ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ସହ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ଯେଉଁ ବାଧ୍ୟକାରୀ ବୁଝାମଣା କରିଥିଲା, ସେ ତା’ର ଉଲ୍ଲଂଘନ କରିଛି । ଏପରି ସ୍ଥିତିରେ ସଦସ୍ୟ ବୋର୍ଡ ପାକିସ୍ତାନ ସହ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଅଗ୍ରାହ୍ୟ କରିପାରନ୍ତି । ଯଦି ଏପରି ହୁଏ, ତେବେ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ । ସୂତ୍ର ଅନୁସାରେ, ପାକିସ୍ତାନକୁ ବିଶ୍ଟ ଟେଷ୍ଟ ଚାମ୍ପିୟନଶିପ (WTC) ପର୍ଯ୍ୟନ୍ତ ଦିଆଯାଇ ନପାରେ, ଯାହାଦ୍ବାରା କି ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇପାରେ ।

ଆଇସିସି ପିସିବିକୁ ଏପରି ଏକ ଝଟକା ଦେଇପାରେ, ଯାହା ଦ୍ବାରା ତା’ର ଆୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ପାକିସ୍ତାନ ସୁପର ଲିଗ (PSL) ଓ ଆଇସିସି ଠାରୁ ମିଳୁଥିବା ବାର୍ଷିକ ଫଣ୍ଡିଂରେ ସଙ୍କଟ ଛାଇ ଯାଇଛି । ଆଇସିସି ବିଦେଶୀ ଖେଳାଳିଙ୍କ PSLରେ ଖେଳିବାରେ ରୋକ ଲଗାଇପାରେ । କେବଳ ରିଟାୟାର୍ଡ ଖେଳାଳି ବା ଫ୍ରି ଏଜେଣ୍ଟ ଲିଗରେ ଅଂଶଗ୍ରହଣ କରିପାରିବେ । ଏହାଦ୍ବାରା ଲିଗର ବ୍ରାଣ୍ଡ ଭାଲ୍ୟୁ ଓ ବ୍ୟବସାୟିକ ଆକର୍ଷଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇବ ।

ଏହାଛଡ଼ା ଭାରତ-ପାକିସ୍ତାନ ମ୍ୟାଚ ନ ହେବା ଫଳରେ ବ୍ରଡକାଷ୍ଟର ଜିଓହଟଷ୍ଟାରକୁ କୋଟି କୋଟି କ୍ଷତି ସହିବାକୁ ପଡ଼ିବ, ଯାହାର ଭରଣା ପିସିବିକୁ କରିବାକୁ ପଡ଼ିପାରେ । ସୂତ୍ର ମୁତାବକ, କେବଳ ବିଜ୍ଞାପନରୁ ୨୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ହୋଇପାରେ । ଆଇସିସି ଏହି ପଦକ୍ଷେପ ମଧ୍ୟ ଗ୍ରହଣ କରିପାରେ ଯେ, ପାକିସ୍ତାନକୁ ୨୦୨୬ ଟି-୨୦ ବିଶ୍ବକପର ବାଦ୍ ଦେଇ ତା’ ଜାଗାରେ ୟୁଗାଣ୍ଡାକୁ ସାମିଲ କରାଯିବ । ମାତ୍ର ଏହା ଉପରେ ଅନ୍ତିମ ନିଷ୍ପତ୍ତି ମିଟିଂ ପରେ ଗ୍ରହଣ କରାଯିବ । ଭାରତ ବିରୋଧରେ ଯାଇ ପାକିସ୍ତାନ ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ ମାରିବା ସଦସୃ ହୋଇଛି । ପିସିବିକୁ ଆଇସିସିରେ ପ୍ରତି ବର୍ଷ ପାଖାପାଖି ୩୧୬.୫୦ କୋଟିର ରାଜସ୍ବ ମିଳିଥାଏ । ଆଇସିସି ଯଦି ବ୍ୟାନ ଲଗାଏ, ତେବେ ପାକିସ୍ତାନ ବର୍ବାଦ ହୋଇଯିବ । କ୍ରିକେଟର ସବୁଠାରୁ ବଡ଼ ବଜାର ହେଉଛି ଭାରତ ।

ଆଇସିସିର ରାଜସ୍ବରେ ବିସିସିଆଇର ଯୋଗଦାନ ବହୁତ ଅଧିକ । ପାକିସ୍ତାନ ନା କେବଳ ଆଇସିସି, ବରଂ ବିସିସିଆଇ ସହ ମଧ୍ୟ ପଙ୍ଗା ନେଇଛି । ପଏହାର ପରିଣାମ ଭୟଙ୍କର ହୋଇପାରେ । ତେବେ ଏବେ ପ୍ରଶ୍ନ ଉଠୁଛି, ପିସିବି ଶେଷ ମୁହୂର୍ତ୍ତରେ ୟୁ-ଟର୍ଣ୍ଣ ନେବ ନା ଆଇସିସିର କଡ଼ା କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବ ? ହୋଇପାରେ, ଆଇସିସିର ପଦକ୍ଷେପ ପରେ ପିସିବିର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇପାରେ । ସାଧାରଣ ପାକିସ୍ତାନର ୟୁ-ଟର୍ଣ୍ଣର ଏକ୍ସପର୍ଟ କୁହାଯାଇଥାଏ । ତା’ର ଅନେକ ଖେଳାଳି ସନ୍ନସ୍ୟା ନେଇ ସାରି ପଡ଼ିବାକୁ କମବ୍ୟାକ କରିସାରିଛନ୍ତି । ଆଇସିସି ଓ ବିସିସିଆଇ ସହ ଟକ୍କର ଦେବା ସ୍ଥିତିରେ ପିସିବି ନାହିଁ । ଯଦି ଏହି ମାମଲା ଆଗକୁ ବଢ଼େ, ତେବେ ପାକିସ୍ତାନ କ୍ରିକେଟ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଯିବ ।