spot_img
Home Blog Page 925

କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା? ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି

ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ କୋଭିଡ କେସ୍ ୧୨୦୦ % ରୁ ଅଧିକ ବୃଦ୍ଧି ପାଇଛି। ଏହି ବୃଦ୍ଧିର କାରଣ କ’ଣ ? ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୫୮ ଥିବା ବେଳେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସଦ୍ୟତମ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ହୋଇଥିବା ବେଳେ, ମହାରାଷ୍ଟ୍ରରେ ୪୮୫,

ତଥ୍ୟ ଅନୁଯାୟୀ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ କେରଳରେ ୧୮୯ ଜଣ ନୂତନ କୋଭିଡ୍ ମାମଲା ରିପୋର୍ଟ ହୋଇଛି ଏବଂ ଏଠାରେ ୧,୩୩୬ ଜଣ ସକ୍ରିୟ ସଂକ୍ରମଣ ଅଛନ୍ତି। ଏହା ପରେ ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫, ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫, ଉତ୍ତର ପ୍ରଦେଶରେ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କହିଛି ଯେ ପଶ୍ଚିମ ଏବଂ ଦକ୍ଷିଣରେ ନମୁନାଗୁଡ଼ିକର ଜିନୋମ୍ ସିକୋଇନ୍ସିଂରୁ ଜଣାପଡିଛି ଯେ ନୂତନ ଭାରିଆଣ୍ଟ ଓମିକ୍ରନର ସବ୍ – ଭାରିଆଣ୍ଟ। ଏହି ଷ୍ଟ୍ରେନ 2022 ରେ ଭାରତରେ ବଡ଼ ଲହରର କାରଣ ହୋଇଥିଲା। ଏହି ଭାରିଆଣ୍ଟଗୁଡ଼ିକ ହେଲା LF.7, XFG, JN.1 ଏବଂ NB.1.8.1 ।
ତେବେ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ସଂକ୍ରମଣ ଏତେ ଗମ୍ଭୀର ନୁହେଁ। ଚିନ୍ତାର କୌଣସି କାରଣ ନାହିଁ। ନୂଆ ଭାରିଆଣ୍ଟ ଆମର ପୂର୍ବ ରୋଗ୍ ପ୍ରତିରୋଧକ ଶକ୍ତିକୁ ପରାସ୍ତ କରିପାରୁ ନାହାନ୍ତି, ତେଣୁ ଚିନ୍ତିତ ହେବା ଅନୁଚିତ। …

ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଆଜି ଆଉ ୩ ନୂଆ କେଶ ବାହାରିଛି। ତେବେ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଫିଲଡ ଅଧିକାରୀଙ୍କ ପାଖରେ ବି ଖବର ନାହିଁ। ଏ ନେଇ ଅନୁସନ୍ଧାନ ଜାରି ରହିଛି।ଯାହା ସୂଚନା ଗଣମାଧ୍ୟମରୁ ମିଳିଛି। କୋଭିଡର ନୂଆ ଗାଇଡଲାଇନ ଆସିନି। ପୁରୁଣା ଗାଇଡଲାଇନ ତ ପରିବର୍ତ୍ତନ ହୋଇଥିଲା। ସେହି ନିର୍ଦ୍ଦେଶ ଅନୁସାରେ ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନୂଆ ପ୍ରକାର ରୋଗ କି ରୋଗୀ ନେଇ IDSP ସେଲକୁ ଜଣାଇବେ। ଏହି ସେଲ ଡାଟା ସଂଗ୍ରହ କରି ସରକାରଙ୍କୁ ଅବଗତ କରେ। ନ ହେଲେ ଏହିପରି ମୃତ୍ୟୁ ଖବର ଏ ଯାଏଁ ସ୍ପଷ୍ଟ ହୋଇ ପାରିବ ନାହିଁ। ସତର୍କ ରୁହିବା ସହ ଆତଙ୍କିତ ନେହେବାକୁ କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଜେନମ ସିକୁଇନସିଂରୁ ଓମିକ୍ରନର ସବ ଭାଇରାଣ୍ଟ ନା ନାହିଁ ଜଣାପଡିବ। କଟକ ଭୁବନେଶ୍ୱରରୁ ଅଧିକ କେଶ ବାହାରିଛି। ବାଲେଶ୍ୱରର ରୋଗୀ ବି ଭୁବନେଶ୍ୱରରେ ପରୀକ୍ଷା କରିଛନ୍ତି।

ସଂସଦ ଭିତରେ ଜୋତାରେ ବିୟର ପିଇଲେ ସାଂସଦ !

ନନ୍ଦିଘୋଷ ବ୍ୟୁରୋ: ସଂସଦ ହେଉଛି ଏପରି ଏକ ସ୍ଥାନ ଯେଉଁଠାରୁ ଦେଶ ପରିଚାଳିତ ହୁଏ । ଏଠାରେ ନୀତି ନିର୍ଣ୍ଣୟ କରାଯାଏ । ଏଠାରେ ବସିଥିବା ଲୋକେ ଲକ୍ଷ ଲକ୍ଷ ଲୋକଙ୍କ ଭବିଷ୍ୟତ ନିର୍ଣ୍ଣୟ କରିଥାନ୍ତି । ଥରେ କଳ୍ପନା କରନ୍ତୁ ତ ଏପରି ସ୍ଥାନରେ ଏପରି ଏକ ପବିତ୍ର ଗୃହରେ ଯଦି ଖୋଦ ସାଂସଦ ମଦ ପିଅନ୍ତି ତାହାଲେ ଦେଶର ଭବିଷ୍ୟତ କ’ଣ ହେବ?

ଏପରି ଏକ ଘଟଣା ସଂସଦରେ ଘଟିଛି । ଅଷ୍ଟ୍ରେଲିୟା ସଂସଦରେ ଜଣେ ସାଂସଦ ଜୋତାରେ ବିୟର ଢାଳି ପିଇଛନ୍ତି । ଆଉ ସାଂସଦ ମଦ ପିଇବା ପରେ ଅନ୍ୟମାନେ ତାଳି ମାରିଥିଲେ ।

ଏହା କୌଣସି ନାଟକ ନୁହେଁ ଏହା ସମ୍ପୂର୍ଣ୍ଣ ସତ ।

ସାଂସଦ କାଇଲ ମ୍ୟାକଗିନ ତାଙ୍କ ଶେଷ ଭାଷଣ ସମୟରେ ନିଜ ଜୋତାରୁ ବିୟର ପିଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କେହି କିଛି ସମୟ ପାଇଁ ବୁଝି ପାରିଲେନି ଯେ, ଏଠାରେ ଘଟୁଛି କ’ଣ । ତା’ ପରେ ସମସ୍ତେ ହସିବାକୁ ଲାଗିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା । ପରେ ସେ କହିଥିଲେ ଯେ, ନିଜର ଶେଷ ଭାଷଣକୁ ସ୍ମରଣୀୟ କରିବାପାଇଁ ଏପରି କରିଛନ୍ତି ।

ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଜୋତାରେ ମଦ ପିଇବାକୁ ଅଷ୍ଟ୍ରେଲିୟାରେ ଶୁଭ ବୋଲି ଧରାଯାଏ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଅନେକ ଅଷ୍ଟ୍ରେଲିୟ ଏପରି କରୁଥିବାର ଦେଖାଯାଏ ।

 

 

ଶରିଫଙ୍କ ସ୍ୱୀକାରୋକ୍ତି,ଆମ ବନ୍ଧୁ ମାନେ ଚାହୁଁନାହାନ୍ତି ଆମେ ଭିକ୍ଷା ମାଗୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଭିକ୍ଷା ମାଗିବାର ଏକ ପୁରୁଣା ଅଭ୍ୟାସ ଅଛି। ସାରା ବିଶ୍ୱ ସମୟ ସମୟରେ ଦେଖୁଛି ଯେ ସେ କିପରି ହାତରେ ପାତ୍ର ଧରି ଭିକ୍ଷା ମାଗୁଛନ୍ତି। କେତେବେଳେ ଆମେ ସାହାଯ୍ୟ ପାଇଥାଉ, କିନ୍ତୁ ଅନ୍ୟ ସମୟରେ ଏହି ଭିକ୍ଷା ସାହାଯ୍ୟ ପାଇଁ ବହୁତ ସମୟ ଲାଗେ। ଏବେ ସାରା ବିଶ୍ୱରୁ ମିଳିଥିବା ଏହି ସାହାଯ୍ୟକୁ ଦାନ ଭାବରେ ଗ୍ରହଣ କରିଛି ପାକିସ୍ତାନ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ ଏବେ ଆମର ବନ୍ଧୁମାନେ ମଧ୍ୟ ଭିକ୍ଷା ପାତ୍ର ନେଇ ପାକିସ୍ତାନ ଆସିବାକୁ ଚାହୁଁନାହାଁନ୍ତି।

ବେଲୁଚିସ୍ତାନର କ୍ୱେଟାରେ ଥିବା କମାଣ୍ଡ ଆଣ୍ଡ ଷ୍ଟାଫ୍ କଲେଜରେ ସେନା ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶ ଆଉ ଆଶା କରେ ନାହିଁ ଯେ ଇସଲାମାବାଦ ସେମାନଙ୍କ ଆଗରେ ଭିକ୍ଷା ପାତ୍ର ନେଇ ଆସିବ। ସେ କହିଛନ୍ତି ଯେ ଚୀନ୍, ସାଉଦି ଆରବ, ତୁର୍କୀ, କତାର, ୟୁଏଇ ସମସ୍ତେ ପାକିସ୍ତାନର ବିଶ୍ୱସ୍ତ ବନ୍ଧୁ। ସେମାନେ ଆଶା କରନ୍ତି ଯେ ଆମେ ସେମାନଙ୍କ ସହିତ ବାଣିଜ୍ୟ, ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିବେଶରେ ଜଡିତ ହେବୁ। ଏବେ ଆମେ ଚାହୁଁନାହୁଁ ଯେ ଆମେ ଭିକ୍ଷା ପାତ୍ର ନେଇ ସେମାନଙ୍କ ପାଖକୁ ଯାଉ।

ଶାହବାଜ ସରିଫ କହିଛନ୍ତି ଯେ ସେ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆଉ ନିଜ କାନ୍ଧରେ ନିର୍ଭରଶୀଳତାର ବୋଝ ବହନ କରିବାକୁ ଚାହୁଁନାହାଁନ୍ତି। ସେ କହିଥିଲେ ଯେ ମୁଁ, ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିରଙ୍କ ସହିତ, ଶେଷ ବ୍ୟକ୍ତି ଯିଏ ଏହି ଭାର କାନ୍ଧରେ ନେବାକୁ ଚାହୁଁଛି, କାରଣ ଶେଷରେ ଏହାର ଭାର ଏହି ଦେଶର କାନ୍ଧରେ ଅଛି। ପାକିସ୍ତାନର ବିକାଶ ଏହାର ସମ୍ପଦର ଶୋଷଣ ଉପରେ ନିର୍ଭର କରେ।

ଆତଙ୍କବାଦୀଙ୍କୁ କୋଳରେ ପାଳନ କରିଥିବା ଶାହବାଜ ସରିଫ ଏବେ ଏହାକୁ ବିରୋଧ କରୁଥିବା ଦେଖାଯାଉଛି। ସେ କହିଛନ୍ତି ଯେ ପାକିସ୍ତାନକୁ ଏକଜୁଟ ହେବା ଉଚିତ, ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଉଚିତ ଏବଂ ସେହି ବ୍ୟବସାୟଗୁଡ଼ିକୁ ସମର୍ଥନ କରିବା ପରିବର୍ତ୍ତେ ରପ୍ତାନି ବୃଦ୍ଧି ଉପରେ ଧ୍ୟାନ ଦେବା ଉଚିତ।

ସେ ଆହୁରି କହିଛନ୍ତି ଯେ, ଆମେ ଆତଙ୍କବାଦକୁ ପରାସ୍ତ କରିପାରିବା । ଯଦି ଆମର ଦୃଷ୍ଟିକୋଣ ସ୍ପଷ୍ଟ ତାହାଲେ ଆମକୁ ରପ୍ତାନି ଅଭିବୃଦ୍ଧିକକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।

 

ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ଝଡ଼

କୋଲକାତା: କୋଲକାତା ପୋଲିସ ଦ୍ବାରା ସୋସିଆଲ ମିଡିଆ ସେନସେସନ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ଏ ନେଇ ବିଜେପି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି । ଏହା ସହ ସେ ଏ କିଛି ନିର୍ଦ୍ଧିଷ୍ଟ ବର୍ଗଙ୍କୁ ଖୁସି କରିବାକୁ ଏପରି କରିଛନ୍ତି ବୋଲି କହିଛନ୍ତି ।

ଆଇନ ଛାତ୍ରୀ ଶର୍ମିଷ୍ଠା ଅପରେସନ ସିନ୍ଦୂର ବେଳେ ଏପରି କଥା କହିଥିଲେ ଯେ, କିଛି ଲୋକଙ୍କ ପାଇଁ ଦୁଃଖଦ ଏବଂ ଆଘାତଦାୟକ ଥିଲା । ସେ ନିଜର ଭୁଲ ସ୍ବୀକାର କରି ଭିଡିଓ ଡିଲିଟ କରିଦେଇଛନ୍ତି । ତଥାପି ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସେ ଆହୁରି କହିଛନ୍ତି ଯେ, ଟିଏମସି ନେତା, ସାଂସଦ ଧର୍ମକୁ ମଜା କରନ୍ତି । ଆମ ଧର୍ମକୁ ଖରାପ ଧର୍ମ ବୋଲି କୁହାଯାଏ । ସେତେବେଳେ ତ ସେମାନେ ଭୁଲ ମାଗନ୍ତିନାହିଁ । ତାଙ୍କର ତ ଗିରଫଦାରି ହୁଏନି ।

ଏ ନେଇ ପବନ କଲ୍ୟାଣ କହିଥିଲେ ଯେ, ଇଶ୍ବରଙ୍କୁ ନିନ୍ଦା କରୁଥିବା ଲୋକଙ୍କୁ ସବୁବେଳେ ନିନ୍ଦା କରାଯିବା ଉଚିତ । ପଶ୍ଚିମବଙ୍ଗ ପୋଲିସ ଯାହା କରୁଛି ଦେଶ ଦେଖୁଛି । ସମସ୍ତଙ୍କ ପ୍ରତି ନ୍ୟାୟ କରିବା ଉଚିତ । ମୁଁ ଶର୍ମିଷ୍ଠାଙ୍କ ସହ ଠିଆ ହୋଇଛି ।

 

 

 

ପରକୀୟ ପ୍ରୀତି ହେଲା କାଳ, ସ୍ତ୍ରୀ ଓ ପ୍ରେମିକକୁ କଟୁରୀରେ ହାଣିଲା ସ୍ଵାମୀ

ଅନୁଗୁଳ: ଅନୁଗୁଳ କଣିହାଁ ଥାନା ଅନ୍ତର୍ଗତ ମସୁଣିହତା ଗାଁରେ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଓ ତାର ପ୍ରେମିକକୁ କଟୁରୀରେ ଆକ୍ରମଣ କରିଛନ୍ତି ସ୍ଵାମୀ ଓ ଦିଅର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବାଜୀ ନାଏକ ନାମକ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମସୁଣିହତା ଗାଁର ବାବାଜୀ ନାଏକ କାକୁଡିଆ ଗାଁର ବିଭୂତି ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ଦୀର୍ଘ ୭ ମାସ ଧରି ଏକାଠି ରହି ଆସୁଥିଲେ। ତେବେ ଗତକାଲି ରାତିରେ କାକୁଡିଆ ଗାଁର ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ବିଭୂତି ଓ ଦିଅର ଭୋଳା ରାତିରେ ବାବାଜୀ ଘରେ ଶୋଇଥିବା ସମୟରେ କଟୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାବାଜୀଙ୍କ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ଛାନଭିନ୍ ଜାରି ରଖିଛି।

 

ବର୍ଷା ଯୋଗୁ କ୍ଷେତରେ ପଚିଗଲା ଟନ୍ ଟନ୍ ପିଆଜ, ବଢ଼ିପାରେ ଦର

ନନ୍ଦିଘୋଷ ବ୍ୟୁରୋ: ବଢ଼ିପାରେ ପିଆଜ ଦର । ଦକ୍ଷିଣ ଏବଂ ମଧ୍ୟ ଭାରତରେ ପ୍ରବଳ ବର୍ଷା ଯୋଗୁ ପିଆଜ ଫସଲ ନଷ୍ଟ ହୋଇଛି । ଏଥିରେ ଚାଷୀଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଥିବାରୁ ବଜାରରେ ପିଆଜର ଅଭାବ ଦେଖାଦେଇପାରେ । ଏତେ ବର୍ଷା ହୋଇଛି ଯେ, ଚାଷୀମନେ ଏକର ପିଛା ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ତେବେ ଏତେ କ୍ଷତି ଭିତରେ ଆଗାମୀ ଦିନରେ ପିଆଜ ଦର ବଢ଼ିବ ନା ନାହିଁ ଯଦି ବଢ଼ିବ କେତେ ବଢ଼ିବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଚଳିତ ବର୍ଷ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି । ଏଥିରେ ଜଲଗାଓଁ, ଧୁଲେ, ନାଶିକ, ଅହଲୀନଗର, ପୁଣେ, ସୋଲାପୁର, ବିଡ ଇତ୍ୟାଦି ଅଞ୍ଚଳରେ ପିଆଦ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।

ଅମଳ ହୋଇ ସଂରକ୍ଷଣ ପାଇଁ ରହିଥିବା ପିଆଜ ମଧ୍ୟ ନଷ୍ଟ ହୋଇଯାଇଛି । କମ୍ ମୂଲ୍ୟରେ ଚାଷୀମାନେ ଫସଲ ବିକିବାକୁ ବାଧ୍ୟ ହେଉଛନ୍ତି । କ୍ଷେତରେ ହଜାର ହଜାର ଟନ୍ ପିଆଜ ପଚି ଯାଇଛି । ଯାହା ଫଳରେ ଚାଷୀ କୋଟି କୋଟି ଟଙ୍କାର କ୍ଷତି ସହିଛି ।

ତେବେ ଏହି ସବୁ କାରଣ ଯୋଗୁ ପିଆଜ ଦର ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ବର୍ଷା ଯୋଗୁ ଫସଲ ନଷ୍ଟ ହେବା ଫଳରେ ଦର ବଢ଼ିବାକୁ ଲାଗିଥିଲା ।

 

ରୁଷରେ ପୋଲ ଭୁଷୁଡ଼ି ପଡ଼ିବାରୁ ଲାଇନଚ୍ୟୁତ ହେଲା ଟ୍ରେନ୍, ୭ ମୃତ

ମସ୍କୋ: ରୁଷିଆର ବ୍ରାୟନସ୍କ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାଟି ୟୁକ୍ରେନୀୟ ସୀମା ସଂଲଗ୍ନ ଏକ ଅଞ୍ଚଳରେ ଘଟିଛି।

ଦୁର୍ଘଟଣା ସମ୍ପର୍କରେ ବ୍ରାୟନସ୍କ ରାଜ୍ୟପାଳ ଆଲେକଜାଣ୍ଡାର ବୋଗୋମାଜ୍ କହିଛନ୍ତି ଯେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୀଡିତମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ ଦେଶର ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ଦୁର୍ଘଟଣା ସମ୍ପର୍କରେ ମସ୍କୋ ରେଳବାଇ ଏକ ବିବୃତ୍ତିରେ କହିଛି ଯେ ପରିବହନ କାର୍ଯ୍ୟରେ ଅବୈଧ ହସ୍ତକ୍ଷେପ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ତଥାପି, ଅଧିକାରୀମାନେ ବର୍ତ୍ତମାନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହାଁନ୍ତି। ରୁଷିଆର ଫେଡେରାଲ୍ ରୋଡ୍ ଟ୍ରାନ୍ସପୋର୍ଟ ଏଜେନ୍ସି, ରୋଜାଭଟୋଡୋର କହିଛି ଯେ ଭୁଶୁଡ଼ି ପଡ଼ିଥିବା ପୋଲଟି ସେହି ରେଳ ଟ୍ରାକ ଉପରେ ନିର୍ମିତ ହୋଇଥିଲା ଯେଉଁ ଉପରେ ଟ୍ରେନ୍ ଯାଉଥିଲା।

 

ବିଦେଶୀ ସ୍କଚ୍ ଅପେକ୍ଷା ଦେଶୀ ହ୍ୱିସ୍କି ପିଇବାକୁ ପସନ୍ଦ କରୁଛନ୍ତି ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ବିଦେଶୀ ବ୍ରାଣ୍ଡର ମଦ ଅପେକ୍ଷା ଦେଶୀ ବ୍ରାଣ୍ଡ ମଦ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି ଭାରତୀୟ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି । ମଦରୁ ସଂଗୃହିତ ଟିକସ ଦେଶର ଅର୍ଥନୀତି ଏବଂ ସରକାରଙ୍କ ଆୟ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆମ ଭାରତରେ ତିଆରି ବିଦେଶୀ ସ୍କଚ୍ ଏବଂ ହ୍ୱିସ୍କି ମଧ୍ୟରେ ଚାଲିଥିବା ଦୌଡରେ ଭାରତୀୟ ହ୍ୱିସ୍କି ଦୌଡ଼ରେ ବିଜୟୀ ହୋଉଛି। ଏହାର ଅର୍ଥ ହେଉଛି ଯେ ଭାରତର ସ୍ଥାନୀୟ ବ୍ରାଣ୍ଡଗୁଡ଼ିକର ପ୍ରଭାବ ଏବେ ସମଗ୍ର ବଜାରରେ ଦେଖାଯାଉଛି ।

୨୦୨୪ ମସିହାରେ ଦେଶର ଲୋକମାନେ ସ୍କଚ୍ ଅପେକ୍ଷା ଭାରତରେ ତିଆରି ସିଙ୍ଗଲ୍ ମାଲ୍ଟ ପିଇବାକୁ ଅଧିକ ପସନ୍ଦ କରିଛନ୍ତି, ଯାହା ଫଳରେ ଭାରତୀୟ ବ୍ରାଣ୍ଡର ବିକ୍ରୟ ମଧ୍ୟ ବୃଦ୍ଧି ପାଇଛି ଏବଂ ସ୍କଚର ବିକ୍ରୟ ହ୍ରାସ ପାଇଛି।

ସ୍କଚ୍ ସିଙ୍ଗଲ୍ ମାଲ୍ଟ ପଛରେ କିପରି ପଡ଼ିଗଲା?

ET ରିପୋର୍ଟ ଅନୁଯାୟୀ, ମଦ ବଜାର ଉପରେ ଏକ ଗବେଷଣା ଆଧାରିତ କମ୍ପାନୀ IWSR କହିଛି ଯେ ୨୦୨୩ ମସିହାରେ ଭାରତରେ ଉତ୍ପାଦିତ ସିଙ୍ଗଲ୍ ମାଲ୍ଟର ବିକ୍ରୟ ୭୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ସେତେବେଳେ, ଏହା ସ୍କଚ୍ ହ୍ୱିସ୍କି ବିକ୍ରୟଠାରୁ ୯,000 ନଅ ଲିଟର କେସ୍ ପଛରେ ଥିଲା। ୨୦୨୪ ମସିହାରେ, କେବଳ ଏହି ବ୍ୟବଧାନ ଦୂର ହୋଇନାହିଁ, ବରଂ ସିଙ୍ଗଲ୍ ମାଲ୍ଟ ହ୍ୱିସ୍କି ସ୍କଚ୍ ଠାରୁ ବହୁତ ଆଗକୁ ବଢ଼ିଯାଇଛି। IWSR ଅନୁଯାୟୀ, ୨୦୨୪ ମସିହାରେ ଭାରତୀୟ ବ୍ରାଣ୍ଡଗୁଡ଼ିକର ବିକ୍ରୟ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ।

ସିଙ୍ଗଲ ମାଲ୍ଟ କଣ?

ଗୋଟିଏ ଡିଷ୍ଟିଲେରୀରେ ତିଆରି ହ୍ୱିସ୍କିକୁ ସିଙ୍ଗଲ୍ ମାଲ୍ଟ କୁହାଯାଏ। ଏହି ହ୍ୱିସ୍କିର ସ୍ୱାଦ ବହୁତ ଭିନ୍ନ। ବିଶେଷ କଥା ହେଉଛି ଏହା ବିଭିନ୍ନ ବ୍ରାଣ୍ଡକୁ ମିଶ୍ରଣ କରି ତିଆରି କରାଯାଏ ନାହିଁ। ଭାରତରେ ପ୍ରଥମ ସିଙ୍ଗଲ୍ ମାଲ୍ଟ ବ୍ରାଣ୍ଡ୍ ହେଉଛନ୍ତି ଅମ୍ରିତ ଏବଂ ପଲ ଜନ୍। ଯାହା ପ୍ରାୟ ଅଢ଼େଇ ଦଶନ୍ଧି ପୂର୍ବେ ଅର୍ଥାତ୍ ୨୦୦୦ ମସିହାରେ ଲଞ୍ଚ ହୋଇଥିଲା।

ଦେଶୀ ମଦ କାହିଁକି ପସନ୍ଦ କରାଯାଉଛି?

ଭାରତୀୟ ସିଙ୍ଗଲ୍ ମାଲ୍ଟ ହ୍ୱିସ୍କିର ଗୁଣବତ୍ତା, ପ୍ୟାକେଜିଂ ଏବଂ ମୂଲ୍ୟ ବର୍ତ୍ତମାନ ବିଦେଶୀ ସ୍କଚ୍ ଅପେକ୍ଷା ବହୁତ ଭଲ। ଏହି କାରଣରୁ ଲୋକମାନେ ଏବେ ଭାରତରେ ତିଆରି ହ୍ୱିସ୍କିକୁ ଅଧିକ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ, ଏହା ଜାତୀୟତାବାଦରୁ ମଧ୍ୟ ବହୁତ ଲାଭ ପାଉଛି। ଏବେ ଲୋକମାନେ ଅନୁଭବ କରିବା ଆରମ୍ଭ କଲେଣି ଯେ ସ୍କଚ୍ ଅପେକ୍ଷା ସିଙ୍ଗଲ୍ ମାଲ୍ଟ ଭଲ। ବିଶେଷଜ୍ଞମାନେ କୁହନ୍ତି ଯେ ଏବେ ଲୋକଙ୍କ ପାଖରେ ଅଧିକ ବିକଳ୍ପ ଅଛି। ଦୋକାନ ଗୁଡ଼ିକରେ ବିକ୍ରୟ ବୃଦ୍ଧି ପାଉଛି ଏବଂ ଏହା ସାମରିକ କ୍ୟାଣ୍ଟିନଗୁଡ଼ିକରେ ପହଞ୍ଚିଛି।

ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ ହେଉଥିବା ଡ୍ରୋନ ଭିଡିଓରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଦେଖିବାକୁ ମିଳିଛି। ଡ୍ରୋନ ଉଡିବା ସମୟରେ ସେ ଏନେଇ ଅବଗତ ଥିବା ଦୃଶ୍ୟରେ ବାରି ହୋଇପଡୁଛି। କାରଣ ତାଙ୍କ ଚିତ୍ର ଉତ୍ତୋଳନ ହେଉଥିବା ସମୟରେ ସେ କ୍ୟାମେରାକୁ ଦେଖି ମୁଣ୍ଡିଆ ମାରୁଛନ୍ତି। ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି। ଚୁନରା ସେବକ ଜଣକ ଦେଉଳ ଉପରେ ୧୪ ହାତିଆ ମୁଖ୍ୟ ବାନା ଲଗାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି। ଯେଉଁଠି ଆଣ୍ଟି ଡ୍ରୋନ ସିଷ୍ଟମର କଥା କୁହାଯାଉଛି ସେଠାରେ କିଭଳି ସାହାସ କରି ଡ୍ରୋନ ଉଠାଯାଉଛି, ତାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।