spot_img
Home Blog Page 924

ଏହି ଗୋଟିଏ ପ୍ରତିକ୍ରିୟା ପାଇଁ କଟିଗଲା କି ଜିତେଶ ଶର୍ମାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ?

ନନ୍ଦିଘୋଷ ବ୍ୟୁରୋ: ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି ନୂତନ କେନ୍ଦ୍ରୀୟ ଚୁକ୍ତିନାମା । ଏଥିରେ ୩୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏଥିରେ ୭ ଜଣ ନୂଆ ମୁହଁ ରହିଛନ୍ତି । ସେପଟେ ୯ ଜଣ ଜଣ ଖେଳାଳି ସେମାନଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ବଜାୟ ରଖି ପାରିନାହାନ୍ତି । ଏଥି ମଧ୍ୟରେ ରହିଛନ୍ତି ଆରସିବିର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମା । ତେବେ କାହିଁକି ତାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ କଟିଛି ଏହାକୁ ନେଇ ଚର୍ଚ୍ଚା ହେଉଛି । ତେବେ ସେ ଏକ ପ୍ରତିକ୍ରିୟାରେ କହିଥିଲେ କି, ମୋତେ ଏତେ ପରିଚୟ RCBରୁ ମିଳିଛି । ମୁଁ ଟିମ ଇଣ୍ଡିଆ ପାଇଁ ଖେଳିଛି କିନ୍ତୁ ଲୋକେ ମୋତେ ଆରସିବି ଦଳରୁ ଚିହ୍ନିଛନ୍ତି । ମୁଁ ଯେବେ ଘରୋଇ ମ୍ୟାଚ ଖେଳିବାକୁ ଯାଏ ମୋତେ ପ୍ରଶଂସକମାନେ ଆରସିବି କହି ଚିୟର ଅପ୍ କରନ୍ତି । ଯାହାକି ବେଶ ଖୁସି ଦିଏ ଆଉ ଲାଗେ କି, ଏତେ ବଡ଼ ଟିମର ସଦସ୍ୟ ହେବାର ସୌଭାଗ୍ୟ ପାଇଛି ।

ଗତଥର ଜିତେଶ ଶର୍ମା ଗ୍ରେଡ୍ ସିରେ ସ୍ଥାନ ପାଇଥିଲେ । କିନ୍ତୁ ଗତବର୍ଷ ସେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ଯେଉଁ କାରଣ ଚଳିତ ବର୍ଷ ତାଙ୍କର କେନ୍ଦ୍ରୀୟ ଚୁକ୍ତିନାମାରୁ ନାମ କଟିଛି ବୋଲି କୁହାଯାଉଛି । ଅନ୍ୟପଟେ ଆରସିବି ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ସେଉଁଥିରେ ଜିତେଶ ଏଭଳି ନିଜର ପ୍ରତିକ୍ରିୟା ରଖିଥିଲେ । ଯେଉଁଥିପାଇଁ ବିସିସିଆଇ କ୍ଷୁବ୍ଧ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଅନୁରାଗ କାଶ୍ୟପଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି । ସୋସିଆଲ ମିଡିଆରେ ବ୍ରାହ୍ମଣଙ୍କୁ ନେଇ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ସେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ବ୍ରାହ୍ମଣ ସମାଜକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ବାରମ୍ବାର ସମାଲୋଚନାର ଶିକାର ହେଉଥିବାବେଳେ ଏବେ ଜଣେ ଅଭିନେତ୍ରୀ ତାଙ୍କ ବିପକ୍ଷରେ ଏଫଆଇଆର ଦେଇଛନ୍ତି । ଗେହନା ବଶିଷ୍ଟ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ତେବେ ସେ କହିଛନ୍ତି କି, କଣ ବ୍ରାହ୍ମଣମାନେ ଶୌଚାଳୟ କି? ମନଇଛା ଯିଏ ଯାହା ପାରିବ କହିପାରିବ । ସେପଟେ ଅନୁରାଗ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ପୂର୍ବରୁ କ୍ଷମା ମାଗିଛନ୍ତି । ଏହାସହ ସେ କହିଛନ୍ତି କି, ଏଭଳି ପ୍ରତିକ୍ରିୟା ଦେବା ପରଠାରୁ ତାଙ୍କ ପରିବାରକୁ ଧମକ ମିଳୁଛି । ଏମିତିକି ତାଙ୍କ ଝିଅକୁ ହତ୍ୟା କରିବାକୁ ମଧ୍ୟ ଧମକ ମିଳିଛି ।

ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସ ଖଟରେ ଭର୍ତ୍ତି କରି ସ୍ବାମୀ ଫେରାର

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସ ଖଟରେ ଭର୍ତ୍ତି କରି ସ୍ବାମୀ ଫେରାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ । ଏହି ଗାଁର ଅନିତା ସୋରିଙ୍କୁ ତାଙ୍କ ସ୍ବାମୀ ଦୁଷ୍ମନ୍ତ ନାୟକ ହତ୍ୟା କରି ମୃତଦେହକୁ ବକ୍ସ ଖଟ ଭିତରେ ଭର୍ତ୍ତି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅନିତାଙ୍କ ଖୋଜ ଖବର ନମିଳିବାରୁ  ତାଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଘରର ତାଲା ଭାଙ୍ଗି ମହିଳାଙ୍କ ଶବ ଜବତ କରିଛି। ଘଟଣାସ୍ଥଳରେ ଉମରକୋଟ SDPO ଶୁଭେନ୍ଦୁ ଶବର ପହଞ୍ଚି ତଦନ୍ତକୁ ଆଗକୁ ନେଇଛନ୍ତି ।

ନାବାଳକ ଆଶୀର୍ବାଦର ହତ୍ୟାର ପର୍ଦ୍ଦାଫାସ : ପୂର୍ବ ବ୍ୟାବସାୟିକ ଶତ୍ରୁତାରୁ ଜଘନ୍ୟ କାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ସାତ ଦିନ ପରେ ହଟିଲା ପରଦା । ପୁରୀ ଡେଲାଙ୍ଗ ଥାନା ରତନପୁର ନାବାଳକ ହତ୍ୟାର ପର୍ଦ୍ଦାଫାସ। ବ୍ୟାବସାୟିକ ଶତ୍ରୁତାରୁ ୧୧ ବର୍ଷୀୟ ଆଶୀର୍ବାଦକୁ ହତ୍ୟା କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି। ଆଜି ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ସ୍ୱତ୍ରନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ମୃତ ଆଶୀର୍ବାଦର ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଏପରି କି ଡିଏନଏ ଟେଷ୍ଟ ପାଇଁ ମଧ୍ୟ ସାମ୍ପଲ ସଂଗ୍ରହ କରାଯାଇଛି । ମାମଲାରେ ଜଣକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ଗତ ମଙ୍ଗଳବାର ନିଖୋଜ ହୋଇଥିଲା ମାନସ ସାହୁଙ୍କ ପୁଅ ଆଶୀର୍ବାଦ।

ସୋମବାର ହିଁ ପାଖ ଘରର ପାଇଖାନା ଟାଙ୍କିରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଅଭିଯୁକ୍ତର ନାଁ ହେଲା ବାପି ସାହୁ। ଅଭିଯୁକ୍ତ ବାପି ଆଶୀର୍ବାଦର ପଡୋଶୀ ଘରର ଦାଦା । ଗତକାଲି ତାକୁ ଟାଙ୍ଗୀ ଚାନ୍ଦପୁର ଏକ ଢାବାରୁ ଧରି ପଚାର ଉଚରା ପରେ ଘଟଣାର ପର୍ଦ୍ଦାଫାସହୋଇଛି। ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭାଙ୍ଗି ଦେଇଥିବାର ଜଣାପଡିଛି । ସୂଚନା ଅନୁସାରେ ଆଶୀର୍ବାଦର ଗୁପ୍ତାଙ୍ଗ କଟାଯାଇଥିବା ନେଇ ନାନା ସନ୍ଦେହ ଉଠିଛି। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଡିଏନଏ ଟେଷ୍ଟ ମଧ୍ୟ କରାଯିବ ବୋଲି ପୋଲିସ କହିଛି । ଏଥିରେ କେବଳ ଅଭିଯୁକ୍ତର ସଂପୃକ୍ତି ରହିଛି ନା ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଏସପି ।

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କ ପରଲୋକ। ୮୮ ବର୍ଷ ବୟସରେ ଭାଟିକାନ୍ ସିଟିରେ ତାଙ୍କର ବିୟୋଗ। କିଛି ଦିନ ହେଲା ଅସୁସ୍ଥ ଥିଲେ । ନିମୋନିଆରେ ପୀଡ଼ିତ ଥିବା ସୂଚନା ମିଳିଛି। ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ପରେ ତାଙ୍କର ବିୟୋଗ ହୋଇଛି। ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ପରେ ପୋପ୍ ହୋଇଥିଲେ ଫ୍ରାନସିସ୍ । ୨୦୧୩ରେ ସେ ଦାୟିତ୍ଵ ନେଇଥିଲେ ଏବଂ ୧୨ ବର୍ଷ ଧରି ପୋପ୍ ଥିଲେ । ଲାଟିନ ଆମେରିକାର ପ୍ରଥମ ବ୍ୟକ୍ତି ଭାବେ ସେ ପୋପ୍ ହୋଇଥିଲେ।

‘ରାଜ୍ୟରେ ବିଗିଡିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି; ଅପରାଧୀ ଜାଣିଗଲେଣି, ଏ ସରକାର ଦୁର୍ବଳ’

ନନ୍ଦିଘୋଷ ବ୍ୟୁରୋ : ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର । ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ । କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି । ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି । ଏ କଣ ଡବଲ ଇଂଜିନ ସରକାର ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ । ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି । ତେଣୁ ସରକାର ଦୟାକରି ଜାନିଯାତ୍ରାରେ ନମାତି ସରକାରୀ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହା ଭିତରେ ୮୦ ଦାଦନ ଶ୍ରମିକଙ୍କ ଶବ ଆସିଲାଣି । ଶିଶୁ ଚୋରି ହେଉଛି । ସରକାର ନାଚ ଗୀତ କରି ପାରିଧିରେ ଅଛନ୍ତି । ମାଆ ମଥାର ସିନ୍ଦୁର ଲିଭିଯାଉ, ଛୁଆ ବାପାକୁ ହରାଉ ସରକାରଙ୍କ ପରବାୟ ନାହିଁ । ତେଣୁ ବିଜେଡି ହାତ ଯୋଡ଼ି ନିବେଦନ କରିଛି ଯେ, ସରକାର ଦାୟିତ୍ବ ନିର୍ବାହ କରନ୍ତୁ । ଆଇନ ଶୃଙ୍ଖଳା ସମ୍ଭାଳନ୍ତୁ ।

ଲଙ୍କା ପାଉଡର ପକାଇ ଛୁରୀ ଭୁଶି ଡିଜିପି ସ୍ୱାମୀଙ୍କୁ ନିର୍ମମ ହତ୍ୟା କଲେ ସ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ : ଆଖିରେ ଲଙ୍କାଗୁଣ୍ଡ ପକାଇ ସ୍ୱାମୀଙ୍କୁ ହତ୍ୟା କରିଥିଲେ ପତ୍ନୀ ! କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ହତ୍ୟା ଘଟଣାରେ ନୂଆ ଖୁଲାସା ସାମ୍ନାକୁ ଆସିଛି । ଡିଜିପି ସ୍ୱାମୀଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ ଏହି କଥାର ସତ୍ୟତା ଜାଣିବା ପାଇଁ ଏବେ ପ୍ରମାଣ ଖୋଜୁଛି ପୋଲିସ ।

ରବିବାର କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ତାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ତାଙ୍କ ଶରୀରରେ ଅନେକଥର ଛୁରୀରେ ଆକ୍ରମଣ ହୋଇଥିବା ପୋଲିସ କହିଛି । ଘଟଣା ସମୟରେ ଘରେ ତାଙ୍କ ପତ୍ନୀ ଏବଂ ଝିଅ ଉପସ୍ଥିତ ଥିବା ଯୋଗୁଁ ପୋଲିସ ତାଙ୍କୁ ଅଟକ ନେଇ ରଖି ପଚରାଉଚରା କରୁଛି । ଅନ୍ୟପଟେ ପତ୍ନୀଙ୍କ ମାନସିକ ସନ୍ତୁଳନ ଠିକ୍ ନଥିବା ନେଇ ପୋଲିସ ସନ୍ଦେହ କରୁଛି ।

୧୯୮୧ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ ଓମ୍ ପ୍ରକାଶ । ସୂଚନା ଅନୁସାରେ, ପ୍ରବଳ ଯୁକ୍ତିତର୍କ ଏବଂ ଝଗଡ଼ା ପରେ ପଲ୍ଲବୀ  ଓମ୍ ପ୍ରକାଶଙ୍କ ମୁହଁକୁ ଲଙ୍କା ପାଉଡର ଫିଙ୍ଗି ଥିଲେ, ଯେତେବେଳେ ସେ ଜଳାପୋଡାରେ ଛଟପଟ ହେଉଥିଲେ ସେତେବେଳେ, ପତ୍ନୀ ପଲ୍ଲବୀ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥଲେ , ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେ ତାଙ୍କ ବନ୍ଧୁଙ୍କୁ ଏକ ଭିଡିଓ କଲ୍ କରି କହିଥିଲେ, ମୁଁ ରାକ୍ଷସକୁ ମାରି ଦେଇଛି । ହେଲେ ଏବେ ଏହି ଘଟଣା ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ପୋଲିସ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ବାରମ୍ୱାର ଝଗଡ଼ା ଲାଗିରହୁଥିଲା । ଯାହା ହତ୍ୟାର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୂର୍ବରୁ କିଛି ମାକସ ତଳେ ଏକ ସମ୍ପତ୍ତି ବିବାଦ ନେଇ ପଲ୍ଲବୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ପୋଲିସ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ, ଏହା ପରେ ସେ ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ । ଏହାଛଡା ସେ ସ୍କିଜୋଫ୍ରେନିଆ ରୋଗରେ ପୀଡିତ ଥିଲେ ଏବଂ ଏହା ପାଇଁ ଔଷଧ ମଧ୍ୟ ଖାଉଥିବା ଜଣା ପଡିଛି ।

 

ଝାଡ଼ଖଣ୍ଡ ବୋକାରୋରେ ଏନକାଉଣ୍ଟର, ୮ ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡରେ ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିହତ। ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୋକାରୋ ଜିଲ୍ଲା ଲୁଗୁ ପାହାଡ଼ରେ ଏନକାଉଣ୍ଟର ହୋଇଥିଲା। ବହୁ ବନ୍ଧୁକ, ରାଇଫଲ୍ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏବେ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କେହି ମୃତାହତ ହୋଇନାହାନ୍ତି।

ଅଧିକାରୀମାନେ କହିଛନ୍ତି ଯେ, ୨୦୯ କମାଣ୍ଡୋ ବାଟାଲିୟନ ଫର୍‌ ରିଜୋଲ୍ୟୁଟ ଆକ୍ସନ (COBRA) ର ସୈନ୍ୟମାନେ ଏହି ଅପରେଶନ କରିଥିଲେ ଯେଉଁଥିରେ ୮ ଜଣ ନକ୍ସଲ ନିହତ ହୋଇଥିଲେ ଏବଂ ଦୁଇଟି INSAS ରାଇଫଲ, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ (SLR) ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଥିଲା। କୌଣସି ସୁରକ୍ଷା କର୍ମୀ ଆହତ ହେବାର କୌଣସି ଖବର ନାହିଁ। କୋବ୍ରା ହେଉଛି CRPFର ଏକ ସ୍ବତନ୍ତ୍ର ଜଙ୍ଗଲ ଯୁଦ୍ଧ ୟୁନିଟ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲୁଗୁ ପାହାଡ଼ ତଳେ ଥିବା ଚୋରଗାଁଓ ମୁଣ୍ଡଟୋଲି ନିକଟରେ ଗୁଳି ଫୁଟିବାର ଶବ୍ଦ ଶୁଣି ସେମାନେ ଭୋର ୪ଟାରେ ଉଠିଥିଲେ। ଆମେ ବାହାରକୁ ଯାଇ ଦେଖିବା ମାତ୍ରେ ଦେଖିଲୁ ଯେ ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ବାହିନୀ ଉପସ୍ଥିତ ଅଛନ୍ତି। ପୋଲିସ ଆଖପାଖ ଅଞ୍ଚଳରେ ତଦନ୍ତ ଅଭିଯାନ ଆରମ୍ଭ କରିଛି।

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ବଡ଼ସ୍ନାନ କଲେ ମହାପ୍ରଭୁ

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ ନୀତି । ଭିତର କାଠ ନିକଟରେ ରକ୍ତ ପଡିଥିବାରୁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ସରିବା ପରେ ସାଧାରଣ ଦର୍ଶନ ନୀତି ସ୍ବାଭାବିକ ହୋଇଛି। ଆଜି ସକାଳେ ମଙ୍ଗଳା ଆଳତୀ ପରେ ଅବକାଶ ନୀତି ହୋଇଥିଲା। ଏହି ସମୟରେ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଛିବାର ନଜରକୁ ଆସିିଥିଲା। ଜଣେ OSAP ଯବାନଙ୍କ ଗୋଡ଼ରେ କାଚ ପଶିଯିବା ଯୋଗୁଁ ରକ୍ତ ପଡ଼ିଥିଲା। ତେଣୁ କରାଯାଇଥିଲା ମହାସ୍ନାନ। ଏଥିପାଇଁ ୮ ଟା ୧୦ ରୁ ୯ଟା ୧୦ ଯାଏ” ସାଧାରଣ ଦର୍ଶନ ବନ୍ଦ ଥିଲା। ମହାସ୍ନାନ ପରେ ନୀତି ସ୍ଵାଭାବିକ ଭାବେ ଚାଲିଛି।

ଜମ୍ମୁ-କାଶ୍ମୀରରେ ଧ୍ୱଂସର ତାଣ୍ଡବଲୀଳା, ୫ଜଣଙ୍କ ମୃତ୍ୟୁ, ରାସ୍ତା ସଫା ପାଇଁ ଆହୁରି ଲାଗିବ ୪୮ଘଣ୍ଟା

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଧ୍ୱଂସର ତାଣ୍ଡବ । ବାଦଲଫଟା ବର୍ଷାରେ ସେଠାରେ ବଡ଼ଧରଣର ଭୂସ୍ଖଳନ ହୋଇଛି । ଏକାଧିକ ଘର ଭାଙ୍ଗିଯିବା ସହ ଯାନବାହାନ ନଷ୍ଟ ହୋଇଯାଇଛି । ଅନେକ ସ୍ଥାନରେ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସହ କିଛି ଲୋକ ନିଖୋଜ ଥିବା କୁହାଯାଉଛି । ଅନ୍ୟପଟେ ଫସିରହିଥିବା ଲୋକଙ୍କ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଯାଇଛି ।

ରାମବନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ରାସ୍ତାଘାଟ ଭାଙ୍ଗିଯାଇଛି । ଏପରିକି ଜାତୀୟ ରାଜପଥରେ ପଥରଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ଅଞ୍ଚଳରେ ଅନେକ ଘର, ଦୋକାନ, ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀ ମାନେ କହିଛନ୍ତି ଯେ ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୨୫୦ କିମି ଲମ୍ୱର ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତାଟି କାଶ୍ମୀରର ଅନ୍ୟାନ୍ୟ ସ୍ଥାନକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା । ଏହି ରାସ୍ତାରେ ପାହାଡରୁ ପଥର ଖସି ରାସ୍ତା ଜାମ୍ ହୋଇଯାଇଛି । ଯାହା ଯୋଗଁ ଶହ ଶହ ଯାନବାହାନ ଫସି ରହିଛନ୍ତି । ଏହି ରାସ୍ତାକୁ ସଫା ସହ ଯାତାୟାତ ସ୍ୱାଭାବିକ କରିବାକୁ ଆହୁରି ୪୮ ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ରହିଛି ।

ଅନ୍ୟପଟେ ଭାରତୀୟ ସେନା ପକ୍ଷରୁ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏନଏଚ୍-୪୪ରେ ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ, ବାସସ୍ଥାନ ଏବଂ ଚିକିତ୍ସା ସହାୟତା ଯୋଗାଇବା ପାଇଁ QRT ଗୁଡିକୁ ନିୟୋଜିତ କରାଯାଇଛି । ଏହାସହ ୮ଟି ସେନାବାହିନୀ ଟିମ୍ ପ୍ରସ୍ତୁତ ଥିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଜାରି ରହିଛି ।