spot_img
Home Blog Page 920

ଏପ୍ରିଲ ପହିଲାରୁ ହେବ UPIରେ ବଡ଼ ପରିବର୍ତ୍ତନ! NPCI ଜାରି କଲା ନୂଆ ଗାଇଡଲାଇନ୍ସ

ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସ ପାଇଁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି, ଯାହାକି ଏପ୍ରିଲ ୧ରୁ ଲାଗୁ ହେବ । ୟୁପିଆଇ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା ହେଉଛି ଏନପିସିଆଇର ଏହି ନୂଆ ଗାଇଡଲାଇନ ପଛର ଉଦ୍ଦେଶ୍ୟ । ଏହି ପରିବର୍ତ୍ତନ ଫଳରେ ବ୍ୟାଙ୍କ ଓ ୟୁପିଆଇ ପ୍ରଦାତ୍ତାଙ୍କୁ ପ୍ରତି ସପ୍ତାହରେ ୟୁପିଆଇର ମୋବାଇଲ ନମ୍ବରର ତଥ୍ୟ ଅପଡେଟ କରିବାକୁ ପଡ଼ିବ । ଯାହାଦ୍ବାରା କି ଭୁଲ ଟ୍ରାଞ୍ଜାକସନ ସହ ଜଡ଼ିତ ସମସ୍ୟାକୁ ରୋକାଯାଇ ପାରିବ । ଏଥିସହିତ ୟୁପିଆଇ ଆଇଡି ଆସାଇନ କରିବା ପୂର୍ବରୁ ୟୁଜର୍ସଙ୍କ ଠାରୁ ଅନୁମତି ନେବା ଜରୁରୀ କରାଯାଇଛି ।

ଏନପିସିଆଇର ନୂଆ ଗାଇଡଲାଇନର ଉଦ୍ଦେଶ୍ୟ ହେଉଛି, ୟୁପିଆଇ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା । ଅଧିକାଂଶ ସମୟରେ ମୋବାଇଲ ନମ୍ବର ବଦଳିବା ବା ନୂଆ ଗ୍ରାହକଙ୍କୁ ରି-ଆସାଇନ କରାଯିବା କାରଣରୁ ଭୁଲ ୟୁପିଆଇ ଟ୍ରାଞ୍ଜାକସନର ଆଶଙ୍କା ବଢ଼ିଯାଇଥାଏ । ଏହାକୁ ଧ୍ୟାନରେ ରଖି ମୋବାଇଲ ନମ୍ବରକୁ ନିୟମିତ ଭାବେ ଅପଡେଟ କରିବାକୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସକୁ ଏନପିସିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ପୁରୁଣା ମୋବାଇଲ ନମ୍ବର କାରଣରୁ ହେଉଥିବା ତ୍ରୁଟିକୁ ରୋକାଯାଇପାରିବ ଓ ୟୁପିଆଇ ସିଷ୍ଟମ ପୂର୍ବାପେକ୍ଷା ଅଧିକ ସେଫ ଓ ଭରସାଯୋଗ୍ୟ ହୋଇପାରିବ ।

ବିଧାନସଭା ଏବେ ଋଷ-ୟୁକ୍ରେନ ଯୁଦ୍ଧକ୍ଷେତ୍ର ପାଲଟି ଗଲାଣି: ମାତ୍ର ୯ ମାସର ସରକାର କାହିଁକି ଏତେ ବିଚଳିତ- ବିଜେଡି

ଭୁବନେଶ୍ବର: ଆଜି ବି ବିଧାନସଭା ସରଗରମ। ପ୍ରଶ୍ନ ଉତ୍ତର କାଳରେ କଂଗ୍ରେସ ବିଧାୟକମାନଙ୍କୁ ଗୃହରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କଣ ଓ କାହିଁକି ଘଟିଲା ଏ ନେଇ ସ୍ପଷ୍ଟ କରିବାକୁ ବିଜେଡି ଦାବି କରି କକ୍ଷତ୍ୟାଗ କରିଛି। ବିନା ବିରୋଧୀ ଦଳରେ ଚାଲିଛି ଗୃହକାର୍ଯ୍ୟ। ଜାତିଭିତ୍ତିକ ଜନଗଣନା ଦାବିରେ ବିଧାନସଭା ପରିକ୍ରମା କରୁଛି ବିଜେଡି। ସେପଟେ କଂଗ୍ରେସ ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ନିବେଦନ କରିଛନ୍ତି ବାଚସ୍ପତି। ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ। ସରକାରଙ୍କ ହିଟଲରୀ ଶାସନ ବିରୋଧରେ ବିଜେଡି କରିଛି କକ୍ଷତ୍ୟାଗ। ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ କରିଛନ୍ତି ପ୍ରତିବାଦ। ଲୋକଙ୍କ ଲାଗି ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି ବିଧାୟକ। ଏହା ସହ ନାରୀ ସୁରକ୍ଷା, ଆଇନଶୃଙ୍ଖଳା ପ୍ରସଙ୍ଗରେ ବି ଦଳ ସଂଗ୍ରାମ କରିବ ବୋଲି କହିଛନ୍ତି ବିଧାୟକ।

ଗତକାଲି କଂଗ୍ରେସ ବିଧାୟକଙ୍କୁ ପୋଲିସ ଲଗାଇ ମାଡ଼ ମରାଯାଇଥିବା ବେଳେ ଆଜି  ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଧାନସଭା ଯୁଦ୍ଧ କ୍ଷେତ୍ର ପାଲଟି ଯାଇଥିବା ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ବିଧାନସଭା ଋଷ-ୟୁକ୍ରେନ ଯୁଦ୍ଧ କ୍ଷେତ୍ର ପାଲଟି ଗଲାଣି । ମାତ୍ର ୯ ମାସର ସରକାର କ’ଣ ପାଇଁ ଏତେ ବିଚଳିତ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ସରକାର ଯେତେ ମନମୁଖୀ ଶାସନ କଲେ ବି ବିଜେଡି ଲୋକଙ୍କ ପାଇଁ ଆନ୍ଦୋଳନ ଜାରି ରଖିବ ବୋଲି ବିଜେଡି କହିଛି ।

ରାଜ୍ୟରେ ଚାଲିଛି ଏକଛତ୍ରବାଦ ଶାସନ: ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡି-କଂଗ୍ରେସ

ଭୁବନେଶ୍ବର: ଆଜି ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ । ବିଧାନସଭା ବାହାରେ ପୋଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ବିଜେଡି ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ନ୍ୟାୟ ମାଗୁଥିବା ବେଳେ ସରକାର କିନ୍ତୁ ସେମାନଙ୍କର ଦାବି ଶୁଣିବାକୁ ନାରାଜ । ଜାତିଭିତ୍ତିକ ଜନଗଣନା ଦାବିରେ ବିଜେଡି ଗର୍ଜନ କରିଥିଲା । ବିଧାନସଭାରେ ଯେଉଁଭଳି ଭାବେ ଗଣତନ୍ତ୍ରକୁ ହତ୍ୟା କରାଗଲା ତାହା ଓଡ଼ିଶା ରାଜନୀତିର ୭୦ ବର୍ଷର ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ବିଜେଡି କହିଥିଲା । ଭାଜପା ସରକାର ଆସିବା ପରେ ମନଇଛା, ଏକତରଫା ଭାବେ ଶାସନ କରୁଛି ବୋଲି ବିଜେଡି ଅଭିଯୋଗ କରିଥିଲା ।

ପୋଲିସ ଗୋଟିଏ ପଟେ କଂଗ୍ରେସ ବିଧାୟକଙ୍କୁ ଅଟକାଇଥିବା ବେଳେ ଅନ୍ୟପଟେ ବିଜେଡି  ବିଧାୟକଙ୍କୁ ମଧ୍ୟ ଅଟକାଇଥିଲା । ବିଜେଡି ଓ କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକମାନେ ବିଧାନସଭା ଅଭିମୂଖେ ଯାତ୍ରା କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ଛାତ୍ର ଓ ମହିଳା କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଲୋକଙ୍କ ସ୍ବାର୍ଥ ପାଇଁ ଏହି ଆନ୍ଦେଳନ ଜୋରଦାର ହେବ ବୋଲି କଂଗ୍ରେସ କହିଥିଲା । ଏ ସରକାରରେ ଗୁଣ୍ଡାଗର୍ଦ୍ଦି ଚାଲିଛି । ବିନା ବିରୋଧୀରେ ଗୃହକାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଜନସାଧାରଣ ବିଜେପିକୁ ଜବାବ ଦେବେ ବୋଲି କଂଗ୍ରେସ କହିଥିଲା ।

ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ

କଟକ: ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଛନ୍ତି ଷ୍ଟିସ ହରିଶ ଟଣ୍ଡନ। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବାହ୍ନ ୧୦ଟାରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡ଼ଭୋକେଟ ଜେନେରାଲ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ବରିଷ୍ଠ ଆଇନଜୀବୀ, ଅବସରପ୍ରାପ୍ତ ବିଚାରପତି ଉପସ୍ଥିତ ରହିଥିଲେ। ଜଷ୍ଟିସ ଟଣ୍ଡନ କୋଲକାତା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଗତକାଲି ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ ।

ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିକଟରେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା । ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ | ସେ ସିଟି ସିଭିଲ୍ କୋର୍ଟ, ଡିଆରଟି ଓ ସୁପ୍ରିମକୋର୍ଟ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ । ଜଣେ ଦକ୍ଷ ତଥା ସୁନାମ ଅର୍ଜନ କରିଥିବା ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।

ଏହି କାରଣ ପାଇଁ ହୋଇଥିଲା ଚହଲ-ଧନଶ୍ରୀଙ୍କ ଡିଭୋର୍ସ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନିକଟରେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ତଲାକକୁ ନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେବେ କ’ଣ ପାଇଁ ଏହି ହଟ ଯୋଡ଼ି ଅଲଗା ହୋଇଥିଲେ, ତାହା ଏବେ ବି ଫ୍ୟାନ୍ସଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ମାର୍ଚ୍ଚ ୨୦ରେ ଦୁହିଁଙ୍କର ତଲାକ ହୋଇଥିଲା । ପରସ୍ପରଙ୍କ ସହମତିରେ ତଲାକ ହୋଇଥିବା ଖବର ମଧ୍ୟ ଆସିଥିଲା । ମାତ୍ର ଏବେ କିନ୍ତୁ କିଛି ଅଲଗା କଥା ସାମ୍ନାକୁ ଆସିଛି । ଦୁହିଙ୍କ ମଧ୍ୟରେ ମତଭେଦ ଥିଲା, ତେଣୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏବେ ରିପୋର୍ଟରେ କୁହାଯାଇଛି ।

ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଚହଲ ଓ ଧନଶ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜର ରହିବାର ସ୍ଥାନକୁ ନେଇ ଦୁହେଁ ଏକମତ ନଥିଲେ । ସେହି କାରଣରୁ ସେମାନେ ତଲାକ ନେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ ଡିସେମ୍ବରରେ ବିବାହ ପରେ ଧନଶ୍ରୀ ହରିୟାଣାରେ ଚହଲ ଓ ଶାଶୂ-ଶ୍ବଶୁରଙ୍କ ସହ ରହିବାକୁ ଚାଲି ଯାଇଥିଲେ । କିଛିଦିନ ପରେ ମୁମ୍ବାଇରେ ରହିବାକୁ ଧନଶ୍ରୀ  ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ଏହା ଚହଲଙ୍କ ଭଲ ଲାଗିନଥିଲା ବୋଲି କୁହାଯାଉଛି ।

ଚହଲଙ୍କୁ ବିବାହ କରିବା କରିବା ପରେ ଧନଶ୍ରୀ ସ୍ବାମୀଙ୍କ ପରିବାର ସହ ହରିୟାଣାରେ ରହିଥିଲେ । କାମ ଥିବା ସମୟରେ ଧନଶୀ ମୁମ୍ବାଇ ଯାଉଥିଲେ । ମୁମ୍ବାଇ-ହରିୟାଣାରେ ରହିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ସେମାନଙ୍କର ରିଲେସନଶିପକୁ ସମାପ୍ତ କରିଦେଇଥିଲା । ନିଜର ପିତାମାତାଙ୍କ ସହ ଅଲଗା ରହିବାକୁ ଚହଲ ପ୍ରସ୍ତୁତ ନଥିଲେ । ସେ ନିଜ ଘର ପିତାମାତାଙ୍କ ସହ ରହିବାକୁ ଚାହୁଁଥିଲେ । ଆଇପିଏଲ ୨୦୨୫ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଚହଲ-ଧନଶ୍ରୀଙ୍କ ତଲାକ ହୋଇଥିଲା । ତଲାକ ଅନୁସାରେ ଚହଲଙ୍କୁ ୪.୭୫ କୋଟି ଟଙ୍କା ଧନଶ୍ରୀଙ୍କୁ ଦେବାକୁ ପଡ଼ିଥିଲା ।

ପିଇବାକୁ ପାଣି ନାହିଁ କି ଖାଇବାକୁ ଖାଦ୍ୟ ନାହିଁ, ଶୌଚାଳୟ ମଧ୍ୟ ବନ୍ଦ କରି ଦିଆଯାଇଛି

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ବାହାର କରିଦିଆଯାଇଥିଲା । ଏହାପରେ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନ ଆଗରେ ରାଜରାସ୍ତାରେ ଧାରଣା ଦେଇଛନ୍ତି । ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା। ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି।  ୪୦ରୁ ୫୦ ପୋଲିସ କର୍ମୀ ଲହୁଲୁହାଣ କରି ମାଡ ମାରିଥିବା ଅଭିଯୋଗ। ଧାରଣାସ୍ଥଳରେ ଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ। ସେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେପିର ମୁଖା ଖୋଲିଯାଇଛି। କଂଗ୍ରେସ ବିଧାୟକଙ୍କ ପ୍ରତି ହୋଇଛି ଅମାନବୀୟ ଆଚରଣ ବୋଲି ସେ କହିଛନ୍ତି ।

ବିନା ଖାଦ୍ୟ ଓ ପାନୀୟରେ କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାତି ସାରା ଧାରଣା ଦେଇଥିଲେ । ନଖାଇ, ନପିଇ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିଲେ । ଜୋରଜବରସ୍ତି ଭାବେ ଟଏଲେଟ ବନ୍ଦ କରିଦିଆଯାଇଥିଲା । ଖାଇବାକ ମନା କରାଯିବା ସହ ଗେଟରେ ମଧ୍ୟ କାହାକୁ ଛଡ଼ା ଯାଇନଥିଲା । ସରକାରୀ ଦଳର ଏଭଳି ଆଚରଣକୁ ବହୁ କଂଗ୍ରେସ ନେତା ନିନ୍ଦା କରିବା ସହ ସରକାରଙ୍କ ଉପରେ ବର୍ଷିଥିଲେ ।

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ରେଡ୍‌: ED ପରେ CBI ଏଣ୍ଟ୍ରି

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ସିବିଆଇ ଟିମ୍ ରେଡ୍ କରିଛନ୍ତି । ବଘେଲଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ମହାଦେବ ବେଟିଂ ଆପ ମାମଲାରେ ଆଜି ସକାଳୁ ସକାଳୁ ଏହି ରେଡ୍ କରାଯାଇଥିଲା । ଏହି ମାମଲାରେ ହଜାର ହଜାର କୋଟି ଟଙ୍କାର ଠକେଇ ହୋଇଥିଲା । ବଘେଲଙ୍କ ଭିଲାଇ ଓ ରାୟପୁର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା । ଏହା ପୂର୍ବରୁ ଇଡି ଟିମ ପକ୍ଷରୁ ବଘେଲଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଏବେ ସିବିଆଇ ଏଣ୍ଟ୍ରି ମାରିଛି ।

ଭୂପେଶ ବଘେଲଙ୍କ କାର୍ଯ୍ୟାଳୟ ତରଫରୁ ସୋସିଆଲ ମିଡ଼ିଆରେ କୁହାଯାଇଛି, ’ଏବେ ସିବିଆଇ ଆସିଛି । ଆଗାମୀ ଏପ୍ରିଲ ୮ ଓ ୯ରେ ଅହମଦାବାଦରେ ହେବାକୁ ଥିବା AICCର ବୈଠକ ପାଇଁ ଗଠିତ ’ଡ୍ରାଫ୍ଟିଂ କମିଟି’ର ମିଟିଂ ପାଇଁ ଆଜି ବଘେଲ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ତା’ ପୂର୍ବରୁ ସିବିଆଇ ରାୟପୁର ଓ ଭିଲାଇ ବାସଭବନରେ ପହଞ୍ଚିଥିଲା ।’ ସୂଚନାଯୋଗ୍ୟ ଯେ, ମହାଦେବା ବେଟିଂ ଆପ ଅନଲାଇନ୍ ବେଟିଂ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଆପରେ ୟୁଜର୍ସ ପୋକର, କାଡ ଗେମ୍ସ, ଚାନ୍ସ ଗେମ୍ସ ନାମରେ ଲାଇଭ୍ ଗେମ ଖେଳାଯାଉଥିଲା । ଆପ ମାଧ୍ୟମରେ କ୍ରିକେଟ, ଟେନିସ, ଫୁଟବଲ ପରି ଖେଳ ଓ ନିର୍ବାଚନରେ ଅବୈଧ ବେଟିଂ ମଧ୍ୟ କରାଯାଉଥିଲା ।

ଘରୋଇ ପିଚରେ ହାରିଲା ଗୁଜରାଟ: ଶ୍ରେୟସଙ୍କ ଲଢ଼ୁଆ ବ୍ୟାଟିଂ, ୧୧ ରନରେ ଜିତିଲା ପଞ୍ଜାବ

ଅହମଦାବାଦ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଘରୋଇ ପିଚରେ ପରାଜୟବରଣ କରିଛି ଗୁଜରାଟ ଟାଇଟନ୍ସ । ଅନ୍ୟପକ୍ଷରେ ୧୧ ରନରେ ବାଜି ମାରିନେଇଛି ପ୍ରତିପକ୍ଷର ପଞ୍ଜାବ କିଙ୍ଗସ । ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୯୭ ରନର ବଡ଼ ଇନିଂସ ବଳରେ ପଞ୍ଜାବ ଏହି ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୪୩ ରନ୍ ସଂଗ୍ରହ କରିଥିଲା । ଶ୍ରେୟସ ୪୨ଟି ବଲ ଖେଳି ଏହି ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୯ଟି ଛକା ଓ ୫ଟି ଚୌକା  ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାନ୍ସ ଆର୍ଯ୍ୟ ୪୭ ଓ ଶଶାଙ୍କ ସିଂହ ୪୪ ରନ୍ ସଂଗ୍ରହ କରିଥିଲେ । ଗୁଜରାଟ ତରଫରୁ ସାଇ କିଶୋର ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

୨୪୪ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ୬୧ ରନରେ ଅଧିନାୟକ ଶୁବମନ ଗିଲଙ୍କ ଓ୍ବିକେଟ ହରାଇଥିଲା । ଗିଲ ୧୪ଟି ବଲରୁ ୩୩ ରନ୍ କରି ଆଉଟ ହୋଇଥିଲେ । ଓପନର ସାଇ ସୁଦର୍ଶନ ୪୧ଟି ବଲ ଖେଳି ୬ଟି ଛକା ଓ ୫ଟି ଚୌକା ବଳରେ ୭୪ ରନ୍ କରିଥିଲେ । ଜୋସ ବଟଲର ୫୪ ଓ ଶେରଫାନେ ରଥରଫୋର୍ଡ ୪୬ ରନ୍ କରିଥିଲେ । ଦଳ ନିର୍ଦ୍ଧାରିତ ଓଭର ସୁଦ୍ଧା ୫ ଓ୍ବିକେଟ ହରାଇ ୨୩୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ସିଂହ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ ।

ବିଧାନସଭା ଇତିହାସରେ କଳାଫର୍ଦ୍ଦ: ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ, କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ବର: ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ବିଧାନସଭାରୁ ନିଲମ୍ବିତ ହୋଇଥିବା ବିଧାୟକମାନଙ୍କୁ ରାତି ୨ଟାରେ ଜୋର ଜବରଦସ୍ତ ବିଧାନସଭାରୁ ବାହାର କରିଦିଆଯାଇଛି। ନିଲମ୍ବିତ ବିଧାୟକମାନେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଛନ୍ତି। ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା।

ଗତକାଲି କଂଗ୍ରେସ ବିଧାୟକଙ୍କୁ ବିଧାନସଭାରେ ସୁରକ୍ଷାକର୍ମୀ ଟଣାଟଓରା କରିଥିଲେ।। ଟଣାଓଟରା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଥିଲେ । ଖବର ପାଇ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା। ବିଧାନସଭା ଭିତରେ ଥିବା ବିଧାୟକଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଓ ପିସିସି ସଭାପତି। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଯାହାକୁ ନେଇ ପୋଲିସ ସହ କିଛି ସମୟ ପାଇଁ କଂଗ୍ରେସ ନେତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜ ଦଳର ବିଧାୟକଙ୍କୁ ଭେଟିବାକୁ ଅଡି ବସିଥିଲେ କଂଗ୍ରେସ କର୍ମୀ। କିନ୍ତୁ ପୋଲିସ ସେମାନଙ୍କୁ ଛାଡିନଥିଲା। ଫଳରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ କର୍ମୀ।

ବଳିଗଲାଣି ସରକାରଙ୍କ ଦାଦାଗିରି: ନିଲମ୍ବିତ ବିଧାୟକମାନଙ୍କୁ ରାତି ୨ଟାରେ ବିଧାନସଭାରୁ ବାହାର କରାଗଲା

ଭୁବନେଶ୍ବର: ବଳିଗଲାଣି ସରକାରଙ୍କ ଦାଦାଗିରି। ବିଧାନସଭାରୁ ନିଲମ୍ବିତ ହୋଇଥିବା ବିଧାୟକମାନଙ୍କୁ ରାତି ୨ଟାରେ ଜୋର ଜବରଦସ୍ତ ବିଧାନସଭାରୁ ବାହାର କରିଦିଆଯାଇଛି। ନିଲମ୍ବିତ ବିଧାୟକମାନେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଛନ୍ତି। ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା। ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ଲୋକଙ୍କ କଥା ଶୁଣିବାକୁ ସରକାର ନାରାଜ ଥିବା କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି, ଲୁଟ, ହତ୍ୟା ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା ଦେଇଛି। ସୁନା ଚେନ ଛଡାଇ ନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ତାରା। ୪୦ରୁ ୫୦ ପୋଲିସ କର୍ମୀ ଲହୁଲୁହାଣ କରି ମାଡ ମାରିଥିବା ଅଭିଯୋଗ।