spot_img
Home Blog Page 907

ଶଙ୍ଖଭବନରେ ବିଜେଡି ରାଜ୍ୟ ପରିଷଦ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ପୁଣିଥରେ ବିଜେଡିର ମଙ୍ଗ ଧରିବେ ନବୀନ ପଟ୍ଟନାୟକ ।  ନବମ ଥର ଲାଗି ବିଜେଡି ସଭାପତି ହେବେ ନବୀନ । ସର୍ବସମ୍ମତି କ୍ରମେ ଆଜି କରାଯିବ ଘୋଷଣା  । ନୂଆରୂପ ନେବ ଦଳୀୟ ସଙ୍ଗଠନ  । ସେନେଇ ଆଜି ବସିବ ରାଜ୍ୟ ପରିଷଦ ବୈଠକ । ଏହି ବୈଠକରେ ଯୋଗ ଦେବା ପାଇଁ ଶଙ୍ଖଭବନକୁ ଦଳୀୟ ନେତା ଓ କର୍ମୀଙ୍କ ସୁଅ ଛୁଟୁଛି । ଓଡ଼ିଶାବାସୀଙ୍କ ସେବା ଏବଂ ହକର ଲଢ଼େଇ ପାଇଁ ଏକାଠି ହେଇଛନ୍ତି ବିଜେଡି କର୍ମୀ । ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ। ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।

 

‘ମୁଁ ତୁମର ମୋବାଇଲ୍ ଭାଙ୍ଗିଦେବି’ …ଗଣମାଧ୍ୟମ ପ୍ରତିନିଧିଙ୍କୁ ଫେରାର ଶାଶୂଙ୍କ ଧମକ

ନନ୍ଦିଘୋଷ ବ୍ୟୁରୋ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଶାଶୂଙ୍କ ଧମକ । ପ୍ରଶ୍ନରେ ରାଗିଯାଇ ମୋବାଇଲ ଭାଙ୍ଗିଦେବାକୁ ଧମକ ଦେଲେ ଫେରାର ହୋଇଥିବା ଶାଶୂ ଅପନା ଦେବୀ । ୟୁପି ଆଲିଗଡ଼ରୁ ପଳାଇ ଆସିଥିବା ଶାଶୁ ଏବଂ ଜ୍ୱାଇଁଙ୍କୁ ପୋଲିସ ପଚରାଉଚରା ପରେ ଛାଡି ଦେବା ପରେ ଗଣମାଧ୍ୟମ ତାଙ୍‌କୁ ଘେରିଯାଇଥିଲେ । ସେମାନେ ଏକାଠି ରହିବା କଥା ଚର୍ଚ୍ଚା ହେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନାନାଦି ପ୍ରଶ୍ନରେ ଦୁହେଁ ଛନ୍ଦି ହୋଇପଡିଥିଲେ । ସେମାନଙ୍କ ପ୍ରଶ୍ନରେ ଜ୍ବାଇଁ କିଛି ଉତ୍ତର ଦେଇଥିବା ବେଳେ ଶାଶୂ କିନ୍ତୁ ଉଗ୍ର ରୂପ ଧାରଣ କରିଥିଲେ  । ଶାଶୂଙ୍କୁ ଏକାଠି ରହିବା ଉପରେ ପ୍ରଶ୍ନ କରାଯାଇଥିବା ବେଳେ ଶାଶୂ ମା’ ରାଗିଯାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେବା ସହିତ ମୋବାଇଲ ଭାଙ୍ଗିବାକୁ ଧମକ ଦେଇଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନେ ଶାଶୂ ଅପନା ଦେବୀଙ୍କୁ ପଚାରିଥିଲେ ଯେ,  ତୁମେ ଏବେ ରାହୁଲଙ୍କୁ ବିବାହ କରିବ କି ? ଏହିଥିରେ ଶାଶୁ ଅପନା ଦେବୀ ରାଗିଯାଇ କହିଥିଲ ‘ମୋତେ ପ୍ରଶ୍ନ ପଚାର ନାହିଁ ନଚେତ୍ ମୁଁ ତୁମର ମୋବାଇଲ୍ ଭାଙ୍ଗିଦେବି । ମୋତେ କିଛି କୁହ ନାହିଁ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋତେ କିଛି ପଚାରନ୍ତୁ ନାହିଁ’  । ତା’ପରେ ସେ ଡ୍ରାଇଭରକୁ ଗାଡ଼ି ଚଲେଇବାକୁ କହିଥିଲେ ।

ପୋଲିସ ଷ୍ଟେସନରେ ଦୁହିଁଙ୍କୁ ବୁଝାସୁଝା ସତ୍ତ୍ବେ ମଧ୍ୟ କିନ୍ତୁ ସେ ଏକାଠି ରହିବାରେ ଅଟଳ ଥିଲେ। ଉଭୟଙ୍କୁ ପରାମର୍ଶ କେନ୍ଦ୍ରକୁ ମଧ୍ୟ ପଠାଯାଇଥିଲା। ସେଠାରେ ମଧ୍ୟ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନେ ରାଜି ହୋଇ ନଥିଲେ। ତା’ପରେ ଶୁକ୍ରବାର ତାଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଥିଲା। ସେଠାରେ ଶାଶୁଙ୍କ ପୁଅ ମଧ୍ୟ ମାଆଙ୍କୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା। ତଥାପି, ମାଆ ତରଳି ନଥିଲେ। ସେ ତାଙ୍କ ଜିଦ୍ ରେ ଅଟଳ ରହିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କହିଥିଲେ ଯେ ତାଙ୍କର ଆଉ ସେମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ।

‘ଆମେ କୋର୍ଟ ମ୍ୟାରେଜ୍ କରିଛୁ’

ପୋଲିସ ଷ୍ଟେସନରୁ ବାହାରକୁ ଆସିଥିବା ରାହୁଲଙ୍କୁ ପଚରାଗଲା ଯେ ତୁମେ ତୁମର ଶାଶୁଙ୍କୁ କେମିତି ରଖିବ ? ତୁମେ କ’ଣ କୋର୍ଟ ମ୍ୟାରେଜ୍ କରିଥିଲ ନା କୋର୍ଟରୁ ଅନୁମତି ନେଇଥିଲ ? ରାହୁଲ ଏହାର କୌଣସି ସଠିକ୍ ଉତ୍ତର ଦେଇନପାରି କହିଥିଲେ ଯେ ଦୁହେଁ ପୂର୍ବରୁ ବିବାହିତ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କିପରି ବିବାହ କଲେ। ରାହୁଲ କହିଲେ- ଏହା ଏକ କୋର୍ଟ ମ୍ୟାରେଜ୍। ପ୍ରଶ୍ନ ଉଠିଥିଲା ​​ଯେ ଛାଡପତ୍ର ବିନା ବିବାହକୁ କୋର୍ଟ କିପରି ଅନୁମତି ଦେଲେ ? ରାହୁଲ କହିଲେ- ମୁଁ ଏ ବିଷୟରେ କିଛି କହିବାକୁ ଚାହୁଁନାହିଁ।

ଅଳଙ୍କାର କେଉଁଠି ଅଛି ?

ଅନ୍ୟପକ୍ଷରେ, ଅପନା ଦେବୀଙ୍କ ସ୍ୱାମୀ କହୁଛନ୍ତି ଯେ, ସେ ଯେଉଁଠାକୁ ଚାହିଁବେ ସେଠାକୁ ଯାଇପାରିବେ, କେବଳ ମୋ ଘରୁ ସେ ନେଇଥିବା ୫.୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଫେରାଇ ଦିଅନ୍ତୁ । ଅପନା ଦେବୀ ପୂର୍ବରୁ ଅସ୍ୱୀକାର କରିଥିଲେ ଯେ ସେ ଘରୁ କେବଳ ୨୦୦ଟଙ୍କା ନେଇଛନ୍ତି। ଏହା ଉପରେ ଜିତେନ୍ଦ୍ର ଦାବି କରିଥିଲେ ଯେ ତାଙ୍କ ସ୍ତ୍ରୀ ମିଛ କହୁଛନ୍ତି । ସେମାନେ ହରଦୋଇରେ ରାହୁଲଙ୍କ ମାଉସୀଙ୍କ ଘରେ ସମସ୍ତ ଜିନିଷ ଲୁଚାଇ ରଖିଛନ୍ତି ।

ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିର୍ଦ୍ଦେଶ

ଭୁବନେଶ୍ବର: ପୁଣି ଯାତ୍ରାକୁ ନେଇ ଆସିଲା ବଡ ଖବର । କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିର୍ଦ୍ଦେଶ । ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ ଦାବି କରିବା ସହ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି । କଳାକାର ଓ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଏକାଠି ହୋଇଛନ୍ତି ଯାତ୍ରା ମାଲିକ ।

ଗତକାଲି ଚଣ୍ଡିଖୋଲରେ ଯାତ୍ରା ମାଲିକ ମାନେ ଏକାଠି ହୋଇଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ମାଲିକ ସଂଘ, କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରେ ଲଗାଇଥିବା ବୟକଟକୁ ପ୍ରତ୍ୟାହାର କରାଯିବନି । ଅନ୍ୟପଟେ ଯାତ୍ରା ମାଲିକ ମାନେ କଳାକାର ବାପି ପଣ୍ଡାଙ୍କ ଉପରେ କଡ଼ା ଆଭିମୁଖ୍ୟ ନେଇଛନ୍ତି । ଆଗାମୀ ଦିନରେ ବାପି ପଣ୍ଡାଙ୍କୁ ସଂଘଭୁକ୍ତ କୌଣସି ଯାତ୍ରା ପାର୍ଟିରେ ରଖିବେ ନାହିଁ ବୋଲି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି । ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆ ଯାଇଛି । ଏ ନେଇ ଯାତ୍ରା ମାଲିକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଅନ୍ୟପଟେ ସୋସିଆଲ ମିଡିଆରେ ଯେଉଁଭଳି ଭାବେ ଆରୋପ ପ୍ରତ୍ୟାରୋପ ହେଉଛି, ତାକୁ ନେଇ ଯାତ୍ରା ଜଗତ କଳଙ୍କିତ ହେଲାଣି ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୦ ଦିନ ପରେ ମାଲିକ ସଂଘ ନେଇପାରେ ବଡ଼ ନିଷ୍ପତ୍ତି। ଦରକାର ପଡ଼ିଲେ ଯାତ୍ରାକୁ ବନ୍ଦ ରଖା ଯିବ ବୋଲି କହିଛନ୍ତି ମାଲିକ ସଂଘର ସଭାପତି। କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ କୌଣସି ବୟକଟ ଉଠିନାହିଁ। ଏହାସହ ଅଭିନେତା ବାପି ପଣ୍ଡାଙ୍କ କଥା ଆଲୋଚନା କରଯାଇନି। ମାଲିକ ମାନଙ୍କ ସହ ସବିଶେଷ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ବିସ୍ତୃତ ଭାବେ ଆଲୋଚନା ପରେ ମାଲିକ ସଂଘ ୧୦ ଦିନ ପରେ ବଡ ନିଷ୍ପତି ନେବ ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘ ସଭାପତି।

ବାହାଘର ବେଳେ ଫୁଟିଲା ଗୁଳି ; ସାଇଡ ମରାକୁ ନେଇ ତୁମୁଳକାଣ୍ଡ

ଯାଜପୁର: ବାହାଘର ବେଳେ ଫୁଟିଲା ଗୁଳି । ବାହାଘରରେ ବରାଯାତ୍ରୀ ପାଲଟିଲେ ରାବଣ । ଶୁଭ କାମରେ ଫୁଟେଇଲେ ଗୁଳି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ମହାବିନାୟକ ପୀଠରେ । ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ କିଛି ଲୋକ ଆହତ ହୋଇଛନ୍ତି । ଗତକାଲି ମହାବିନାୟକ ଶୈବପୀଠରେ ବାହାଘର ଚାଲୁଥିଲା । ଏହି ସମୟରେ ଗାଡି ସାଇଡ ମରାକୁ ନେଇ ବାଜବାଟିରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ବିବାହ ହେଉଥିବା କିଛି ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ।

ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହେବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଛନ୍ତି । ଗଣ୍ଡଗୋଳରେ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିବା କୁହାଯାଉଛି । ଘଟଣାସ୍ଥଳକୁ କିଛି ଖୋକା ଜବତ ହୋଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ ; ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ

ରାୟଗଡା: ରାୟଗଡା କୋରାପୁଟ କେ.ଆର ଲାଇନରେ ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ । ଅଟକିଛି ଇଣ୍ଟରସିଟି ଏକ୍ସପ୍ରେସ ଓ ହୀରାଖଣ୍ଡ ଏକ୍ସପ୍ରେସ । ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁଁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ, ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଲେଲିଗୁମା ଠାରେ ଅଟକି ରହିଛି । ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଣ ନହେବାରୁ ଟ୍ରେନ ଆଗକୁ ଗଡିନଥିଲା ବୋଲି ସୂଚନା ମିଳିଛି । ରେଳବାଇ ବିଭାଗର ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ମରାମତି କରୁଛନ୍ତି । ୧୨ ଘଣ୍ଟା ମଧ୍ୟରେ ଏହି ରୁଟରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇଛି । ଏହି ରୁଟରେ ପେଣ୍ଟୋଗ୍ରାଫ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ରାୟଗଡା ଷ୍ଟେସନ ମ୍ୟାନେଜର ।

ପ୍ରକାଶ ପାଇଲା JEE ମେନ୍ 2025 ; ଦେଖନ୍ତୁ ଟପରଙ୍କ ତାଲିକା

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା JEE ମେନ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶିତ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ପକ୍ଷରୁ ରେଜଲ୍ଟ ପ୍ରକାଶ  ।୨୪ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ମାର୍କ  । ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସେମାନଙ୍କ ଫଳାଫଳ jeemain.nta.nic.in କୁ ଯାଇ ନିଜ ସ୍କୋର ଦେଖିପାରିବେ । ରେଜଲ୍ଟ ଯାଞ୍ଚ କରିବା ପାଇଁ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ଆବଶ୍ୟକ ହେବ।

JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା କଟଅଫ୍ ପ୍ରକାଶ 

JEE ମେନ୍ 2025 ର ପ୍ରକାଶିତ ଫଳାଫଳ ସହିତ, JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା କଟଅଫ୍ ମଧ୍ୟ ଘୋଷଣା କରାଯାଇଛି। ଜେଇଇ ଆଡଭାନ୍ସଡ୍ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୯୩.୧୦ ପ୍ରତିଶତ ନମ୍ବର ରଖିବାକୁ ପଡିବ। ସେହିପରି, EWS ବର୍ଗ ପାଇଁ କଟଅଫ୍ ୮୦.୩୮, OBC ପାଇଁ ୭୯.୪୩, SC ପାଇଁ ୬୧.୧୫ ରହିଛି ।

ଟପ୍ପରଙ୍କ ତାଲିକା

ଚଳିତ ବର୍ଷ ଟପର୍ ମାନେ ହେଉଛନ୍ତି :

ମହମ୍ମଦ ଅନସ – ରାଜସ୍ଥାନ

ଆୟୁଷ ସିଂଘଲ – ରାଜସ୍ଥାନ

ଆର୍କିସମାନ୍ ନନ୍ଦୀ – ପଶ୍ଚିମବଙ୍ଗ

ଦେବଦତ୍ତ ମାଝୀ – ପଶ୍ଚିମବଙ୍ଗ

ଆୟୁଷ ରବି ଚୌଧୁରୀ – ମହାରାଷ୍ଟ୍ର

ଲକ୍ଷ୍ୟ ଶର୍ମା – ରାଜସ୍ଥାନ

କୁଶାଗ୍ର ଗୁପ୍ତା – କର୍ଣ୍ଣାଟକ

ହର୍ଷ ଗୁପ୍ତା – ତେଲେଙ୍ଗାନା

ପ୍ରକାଶ ଭାଗଦେବ – ଗୁଜୁରାଟ

ଦକ୍ଷ – ଦିଲ୍ଲୀ

ହର୍ଷ ଝା – ଦିଲ୍ଲୀ

ରଜିତ ଗୁପ୍ତା – ରାଜସ୍ଥାନ

ଶ୍ରେୟସ ଲୋହିଆ – ଉତ୍ତର ପ୍ରଦେଶ

ସକ୍ଷମ ଜିନ୍ଦଲ – ରାଜସ୍ଥାନ

ସୌରଭ – ଉତ୍ତର ପ୍ରଦେଶ

ଭଙ୍ଗଲା ଅଜୟ ରେଡ୍ଡୀ – ତେଲେଙ୍ଗାନା

ସାନିଧି ସରଫ – ମହାରାଷ୍ଟ୍ର

ବିଶାଦ ଜୈନ – ମହାରାଷ୍ଟ୍ର

ଅର୍ଣ୍ଣବ ସିଂହ – ରାଜସ୍ଥାନ

ଶିବନ ବିକାଶ ତୋଷନିୱାଲ – ଗୁଜୁରାଟ

କୁଶଗ୍ରା ବାଙ୍ଗା – ଉତ୍ତରପ୍ରଦେଶ

ସାଇ ମନୋଗାନା ଗୁଥିକୋଣ୍ଡା – ଆନ୍ଧ୍ରପ୍ରଦେଶ

ଓମ୍ ପ୍ରକାଶ ବେହେରା – ରାଜସ୍ଥାନ

ବାଣୀ ବ୍ରତ ମାଜି – ତେଲେଙ୍ଗାନା

NTA ଅନୁଯାୟୀ, JEE ମେନ୍ ସେସନ୍ ୨ ପାଇଁ ୧୦,୬୧,୪୪୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ, ଯେଉଁଥିରୁ ୯,୯୨,୩୫୦ ଜଣ ପରୀକ୍ଷା ଦେଇଥିଲେ। JEE ମେନ୍ 2025 ସେସନ୍ 2 ପେପର୍-୧ ସାରା ଦେଶରେ ଏପ୍ରିଲ ୨,୩,୪,୭ ଏବଂ୮ ରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ପାଇଁ ମୋଟ ୫୩୧ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା, ଯେଉଁଥିରେ ଭାରତର ୨୮୫ ସହର ଏବଂ ବିଦେଶର ୧୫ ସହର ଅନ୍ତର୍ଭୁକ୍ତ ଥିଲା ।

JEE ମେନ୍ ରେଜଲ୍ଟ 2025: କିପରି ଯାଞ୍ଚ କରିବେ?

JEEର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in  Visit କରନ୍ତୁ

ହୋମପେଜରେ ଥିବା “JEE ମେନ ରେଜଲ୍ଟ 2025” ଲିଙ୍କ ଉପରେ କ୍ଲିକ୍ କରନ୍ତୁ

ଆପଣଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ କିମ୍ବା ଜନ୍ମ ତାରିଖ ପ୍ରବେଶ କରନ୍ତୁ

ଏହା ପରେ, “ସବମିଟ୍” ଉପରେ କ୍ଲିକ୍ କରିବା ମାତ୍ରେ ଫଳାଫଳ ସ୍କ୍ରିନରେ ଦେଖାଯିବ

ରେଜଲ୍ଟ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ

ନବମ ଥର ଲାଗି ବିଜେଡି ସଭାପତି ହେବେ ନବୀନ ; ସର୍ବସମ୍ମତି କ୍ରମେ ଆଜି କରାଯିବ ଘୋଷଣା

ଭୁବନେଶ୍ବର : ଆଜିଠୁ ନବମ ଥର ପାଇଁ ବିଜେଡିର ସଭାପତି ହେବେ ନବୀନ ପଟ୍ଟନାୟକ। ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହେବେ ନିର୍ବାଚିତ । ରାଜ୍ୟ ପରିଷଦ ବୈଠକ ପରେ ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ହେବା ପରେ ନବୀନ ନିଜର ନୂଆ ଟିମ ଗଢିବେ। ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ ।

ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।

ଦିଲ୍ଲୀରେ ଭୁଶୁଡିଲା ୪ମହଲା କୋଠା ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଳୀ: ଦିଲ୍ଲୀ ମୁସ୍ତଫାବାଦ ଅଞ୍ଚଳରେ ଅଘଟଣ । ଭୁଶୁଡିଲା ଚାରି ମହଲା ବିଶିଷ୍ଟ କୋଠା । ଏହି ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ କୋଠାଟି କିପରି ଭୁଶୁଡି ପଡିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କିଛି ଲୋକଙ୍କ କହିବାନୁଯାୟୀ କୋଠାଟି ଅଧିକ ଦୁର୍ବଳ ହୋଇଥିବାରୁ ଭୁଶୁଡି ପଡିଛି ।

କୋଠାଟି ଭୋର ୩ଟାରେ ଭୁଷୁଡି ପଡିଥିଲା । ସେତେବେଳେ ୧୪ଜଣଙ୍କୁ ଉଦ୍ଧାର କରାଯାଇଥିଲା ଯେଉଁମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେବି କୋଠା ତଳେ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଏନଡିଆରଏଫ, ଦିଲ୍ଲୀ ଫାୟାର ସର୍ଭିସ ଲୋକଙ୍କୁ ଉଦ୍ଧାର କରିବା ପାଇଁ କାମ କରୁଛନ୍ତି । ସିସିଟିଭିରେ କଏଦ ହୋଇଛି କୋଠାଟି ଭୁଶୁଡିଲା ବେଳର ଦୃଶ୍ୟ । ଦେଖନ୍ତୁ ..

https://x.com/i/status/1913407085989003748

ଶୁକ୍ରବାର ଦିଲ୍ଲୀରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଏବଂ ଝଡ଼ ତୋଫାନ ସହରର ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା। ସେହିପରି ଏକ ଘଟଣାରେ, ଗତ ସପ୍ତାହରେ ଧୂଳି ଝଡ଼ ସମୟରେ ମଧୁ ବିହାର ପୋଲିସ ଷ୍ଟେସନ ନିକଟରେ ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

ଅପହରଣ ପରେ ହତ୍ୟା ! ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ପିଟିପିଟି ହତ୍ୟା ..

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ବଢିଚାଲିଛି ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର । ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା ବନ୍ଦ ହେବାର ନାଁ ନାହିଁ ।  ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିୟମିତ ଭାବରେ ଟାର୍ଗେଟ କରାଯାଉଛି । ଗାଦି ପରିବର୍ତ୍ତନ ହେବା ପରଠାରୁ  ଅନେକ ହିନ୍ଦୁଙ୍କୁ ହତ୍ୟା କରାଯାଇଛି ଏବଂ ଅନେକ ହିନ୍ଦୁ ଜେଲରେ ଅଛନ୍ତି । ତେବେ ଏହାରି ଭିତରେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଦିନାଜପୁର ଜିଲ୍ଲାରେ, ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତାଙ୍କୁ ଘରୁ ଅପହରଣ କରାଯାଇ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କୁ ଘରୁ ଅପହରଣ କରାଯାଇଥିଲା । ପରେ ଗୁରୁବାର ତାଙ୍କର ମୃତଦେହ ମିଳିଥିଲା । ହିନ୍ଦୁ ନେତା ଜଣକ ବାଂଲାଦେଶ ପୂଜା ଉଦ୍ଜାପନ ପରିଷଦର ଉପାଧ୍ୟକ୍ଷ ଥିଲେ ଏବଂ ପ୍ରମୁଖ ହିନ୍ଦୁ ନେତା ଭାବେ ସେହି ଅଞ୍ଚଳରେ ବେଶ ପରିଚିତ ଥିଲେ ।

ତାଙ୍କ ଘରୁ କରାଯାଇଥିଲା ଅପହରଣ

ଭାବେଶ ଚନ୍ଦ୍ର ରାୟଙ୍କ ପତ୍ନୀ ଶାନ୍ତନାଙ୍କ ଅନୁଯାୟୀ, ସେ ତାଙ୍କ ଘରେ ଥିଲେ ଏବଂ ଅପରାହ୍ନ ପ୍ରାୟ ୪:୩୦ ସମୟରେ ତାଙ୍କୁ ଏକ ଫୋନ୍ ଆସିଥିଲା। ରିପୋର୍ଟରେ କୁହାଯାଇଛି ଯେ ରାୟ ତାଙ୍କ ଘରେ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ କଲ୍ ଆସିଥିଲା । ସ୍ତ୍ରୀ କହିଥିଲେ ଯେ ପରେ ସେମାନେ ତାଙ୍କୁ ଅପହରଣ କରି ନିକଟସ୍ଥ ଏକ ଗାଁକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ପରେ, ଆକ୍ରମଣକାରୀମାନେ ଭାବେଶଙ୍କୁ ଏକ ଭ୍ୟାନରେ ଆଣି ତାଙ୍କ ଘର ବାହାରେ ଫୋପାଡ଼ି ଦେଇ ପଳାଇଥିଲେ।

ପରିବାର ସଦସ୍ୟମାନେ ରାୟଙ୍କୁ ଘର ବାହାରେ ପଡ଼ିଥିବା ଦେଖିବା ମାତ୍ରେ, ତୁରନ୍ତ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତର ରାୟଙ୍କୁ ମୃତ ଘୋଷଣା କଲେ। ମାମଲାର ତଦନ୍ତ ଚାଲିଥିବା ବେଳେ ପୋଲିସ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଜୋରଦାର କାର୍ଯ୍ୟ କରୁଛି । ବାଂଲାଦେଶରେ ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି, ଯେତେବେଳେ ହିନ୍ଦୁ ପରିବାର ଏବଂ ସେମାନଙ୍କ ଘରକୁ ଟାର୍ଗେଟ କରାଯାଇଛି। ଶେଖ୍ ହସିନା ବାଂଲାଦେଶ ଛାଡିବା ପରଠାରୁ ଏପରି ଘଟଣା ବାରମ୍ବାର ଘଟୁଛି।

ସୁଧୁରିଲାଣି ମୁର୍ଶିଦାବାଦର ପରିସ୍ଥିତି ; ସ୍ଵାଭାବିକ ହେଲାଣି ଜୀବନଯାତ୍ରା

ପଶ୍ଚିମବଙ୍ଗ: ସୁଧୁରିଲାଣି ପଶ୍ଚିମବଙ୍ଗ ମୁର୍ଶିଦାବାଦର ପରିସ୍ଥିତି । ସ୍ଵାଭାବିକ ହେଲାଣି ଜୀବନଯାତ୍ରା। ଏହି ସୂଚନା ଦେଇଛନ୍ତି ଏସପି ଆନନ୍ଦ ରାୟ। ସେ କହିଛନ୍ତି, ବର୍ତ୍ତମାନ ଏବେ ପରିସ୍ଥିତି ବିଲକୁଲ ସ୍ଵାଭାବିକ ଅଛି। ହିଂସାକାଣ୍ଡକୁ ନେଇ ୧୨୨ ମାମଲା ରୁଜୁ କରାଯାଇଛି ଏବଂ ୨୭୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଇଣ୍ଟରନେଟ ବି ଚାଲୁ କରାଗଲାଣି। ସେପଟେ ରାଜ୍ୟପାଳ ମଧ୍ୟ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ସେମାନଙ୍କୁ ନ୍ୟାୟର ପ୍ରତିଶ୍ରୁତି ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିବି ଆନନ୍ଦ ବୋଷ।

ତେବେ ଏବେ ବି କ୍ୟାମ୍ପରେ ରହିଛନ୍ତି ହିଂସା ପ୍ରଭାବିତ ଲୋକେ । ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାରଣ ସତ୍ତ୍ଵେ ମାଲଦା ଯାଇଥିଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଜାତୀୟ ମାନବାଧିକାର କମିଶନ ଓ ଜାତୀୟ ମହିଳା କମିଶନ ମଧ୍ୟ ମୁର୍ଶିଦାବାଦ ଅଞ୍ଚଳ ଗସ୍ତ କରିଥିଲେ।

ଦେଶରେ ୱାକଫ ସଂଶୋଧନ ଆଇନ ଲାଗୁ ହେବା ଦିନଠାରୁ ବିଭିନ୍ନ ମୁସଲମାନ ସଂଗଠନ ଏହାକୁ ବିରୋଧ କରିଆସୁଛନ୍ତି । ପଶ୍ଚିମବଙ୍ଗରେ ସର୍ବାଧିକ ବିରୋଧ ପ୍ରଦର୍ଶନ କରାଯାଉଛି । ୮ ରୁ ୧୩ ଜାନୁଆରୀ ମଧ୍ୟରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିଲା। ଏହି ବିରୋଧ ପ୍ରଦର୍ଶନ ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ହିଂସା କମିଯିବା ପରେ ମଧ୍ୟ ଅନେକ କ୍ଷେତ୍ରରେ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଜାରି ରହିଛି । ତଥାପି, ଅନେକ କ୍ଷେତ୍ରରେ ଇଣ୍ଟରନେଟ୍ ପୁନଃ ଚାଲୁ କରାଯାଇଛି। କିଛି ସ୍ଥାନରେ ଅବସ୍ଥା ଏବେବି ତିକ୍ତତା ଜାରି ରହିଛି।