ଓ୍ବାଶିଂଟନ: ଆମେରିକାର ନୂଆ ଟାରିଫ ପ୍ଲାନରେ କ୍ଷତିଗ୍ରସ୍ତ ହୋଇପାରେ ଭାରତ। ଆସନ୍ତାକାଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନୂଆ ଟାରିଫ ପ୍ଲାନ ଘୋଷଣା କରିବାକୁ ଯାଉଥିବାବେଳେ ଏହି ଦିବସକୁ ଆମେରିକାର ମୁକ୍ତି ଦିବସ ଭାବେ ମାନ୍ୟତା ଦିଆଯାଇଛି। କେଉଁ ରାଷ୍ଟ୍ର ଲାଗି କେତେକ ପ୍ରତିଶତ ଟାରିଫ ଲାଗିବ ତାହା ଟ୍ରମ୍ପ ଘୋଷଣା କରିବେ। ଆମେରିକୀୟ ଚାଉଳ ଉପରେ ଜାପାନର ୭୦୦ ପ୍ରତିଶତ ଟାରିଫ, ଆମେରିକୀୟ ଦୁଗ୍ଧଜାତ ସାମଗ୍ରୀ ଉପରେ ୟୁରୋପୀୟ ୟୁନିଅନର ୫୦ ପ୍ରତିଶତ ଟାରିଫ, ଆମେରିକୀୟ କୃଷିଭିତ୍ତିକ ସାମଗ୍ରୀ ଉପରେ ଭାରତର ୧୦୦ ପ୍ରତିଶତ ଟାରିଫ ଯୋଗୁ ଆମେରିକା ବିଶେଷ ଚିନ୍ତିତ ହୋଇଛି। ସେହିପରି ଆମେରିକୀୟ ଲହୁଣୀ ଓ ଘିଅ ଉପରେ କାନାଡାର ୩ ୦୦ ପ୍ରତିଶତ ଟାରିଫ ବି ଆମେରିକା ଲାଗି ଚିନ୍ତାର କାରଣ ହୋଇଛି। ସେପଟେ ଟାରିଫ ପ୍ରସଙ୍ଗ ନେଇ ଷ୍ଟକ ମାର୍କେଟ ଉପରେ ପଡ଼ିଛି ପ୍ରଭାବ। ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ଖସିଥିବାବେଳେ ନିଫ୍ଟି ୨୨୫ ପଏଣ୍ଟ ହ୍ରାସ ପାଇଛି। ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଆଇଟି ସେକ୍ଟର।
ଓଡ଼ିଶା ପୋଲିସ ଅଧିକ ଶକ୍ତିଶାଳୀ ହେବ: ପୋଲିସ ପ୍ରତିଷ୍ଠା ଦିବସରେ ଲୋକଙ୍କ ମନରେ ସାହସ ଦେଲେ DGP
କଟକ: କଟକ ବକ୍ସିବଜାର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ଏଥିରେ ପୋଲିସ ଡିଜି ୱାଇ.ବି.ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପୋଲିସ ଜିଲ୍ଲାର ଅଧିକାରୀ ଓ ଯବାନ ମାନଙ୍କୁ ସାହାସିକତା ଓ ଅବଦାନ ପାଇଁ ପୁରସ୍କୃତ କରାଯାଉଛି। ଓଡ଼ିଶା ପୋଲିସ ଅଧିକ ଶକ୍ତିଶାଳୀ ହେବା ନେଇ ଉଦ୍ୟମ ଜାରି ରହିଛି ବୋଲି ଏହି ଅବସରରେ ଡିଜିପି କହିଥିଲେ । ଡିଜିପିଙ୍କ ଏହି ବୟାନ ଜନତାଙ୍କ ମଧ୍ୟରେ ସାହସ ଭରି ଦେଇଛି
କଟକରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ
କଟକ: କଟକର ଏକ ସୁଟକେସ ସୋ’ ରୁମ ସହିତ କପଡ଼ା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଦୋଳମୁଣ୍ଡାଇ ସ୍ଥିତ ସୋ’ ରୁମ କପଡ଼ା ଗୋଦାମରେ ଲାଗିଛି ନିଆଁ ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ସୋରୁମ୍ ଭିତରେ ନିଆଁ ଜଳୁଥିବା ବେଳେ ପ୍ରବଳ ଧୂଆଁ ବାହାରୁଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି।
ତେଲକୋଇରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଦୁଇ ନାବାଳକଙ୍କ ସମେତ ଅନ୍ୟ ଦୁଇ ଜଣ ଅଟକ
ତେଲକୋଇ: ତେଲକୋଇ କାଳିଆହତା ଫାଣ୍ଡି ଅଞ୍ଚଳରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ । ତେଲକୋଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦୁଇ ନାବାଳକ ସହିତ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ତେଲକୋଇ ପୋଲିସ।
ଆଜିଠୁ ବଦଳିବ ପାଗ: ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ବର: ଆଜିଠୁ ବଦଳିବ ପାଗ। ଗରମରୁ ଆଶ୍ଵସ୍ତି ଦେବ କାଳ ବୈଶାଖୀ ବର୍ଷା। ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବାନେଇ ଅନୁମାନ କରାଯାଉଛି । ଏହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।ସେପଟେ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ 42°C ରେକର୍ଡ କରାଯାଇଛି । ଚଳିତ ଅପ୍ରେଲରେ ରାଜ୍ୟରେ ଅସହ୍ୟ ତାତି ଅନୁଭବ ହୋଇପାରେ । ସ୍ୱାଭାବିକ ଠାରୁ ଅଧିକ ଦିନ ଗ୍ରୀଷ୍ମପ୍ରବାହ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

