spot_img
Home Blog Page 89

ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ନନ୍ଦିଘୋଷ ବ୍ୟୁରୋ : ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ତାଙ୍କ ସହିତ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ବି ଥିଲେ। ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବନ୍ଯା ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ପରିସ୍ଥିତିର ସମୀକ୍ଷା କରିଥିଲେ। କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଜୟପୁରରେ ସ୍ଥିତି ସମୀକ୍ଷା କରିବା ପରେ କୋଟପାଡ଼ ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ବୋଟରେ ଯାଇ ତୁରୁଞ୍ଜି ଗାଁରେ ସେ ବନ୍ୟା ପ୍ରଭାବିତଙ୍କ ସହିତ ଆଲୋଚନା କରିଥିଲେ। ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ସେ ଚାନ୍ଦିଲି ନିକଟରେ ଥିବା ରିଲିଫ କେନ୍ଦ୍ରକୁ ଯାଇ ବନ୍ୟା ପ୍ରଭାବିତଙ୍କ ସହିତ ଆଲୋଚନା କରିଥିଲେ। ଚାଷବାସ, ଘରଦ୍ୱାର, ରାସ୍ତାଘାଟ, ବିଦ୍ୟୁତ – ସମସ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  …

 

 

 

 

ଡିଜେ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଡିଜେ ବାଜୁଛି, ଛାତି ଥରୁଛି । କାନ୍ଥ ଫାଟି ଆଁ କରୁଛି, ଛାତ ଗଳି ପଡୁଛି । ନିୟମକୁ ଜଳାଞ୍ଜଳି ଦେଇ ଦୁମ୍ ଦୁମ୍ କରୁଛି ଭାଇବ୍ରେଟର । ସେପ୍ଟେମ୍ବର ୨୪ ତାରିଖ । ପାର୍ବଣ ଓ ଦୁର୍ଗାପୂଜା ପାଇଁ ପୋଲିସ ସେବା ଭବନରେ ବସିଥିଲା ପ୍ରାକ୍ ପ୍ରସ୍ତୁତି ବୈଠକ । ଆଇନ କାନୁନ, ଟ୍ରାଫିକ, ମହିଳା ସୁରକ୍ଷା ସହ ଡିଜେ ନେଇ ହୋଇଥିଲା କଟକଣା। ସାଂସ୍କୃତିକ କାର୍ଯ୍ୟକ୍ରମ, ରାବଣପୋଡ଼ି, ଭସାଣିରେ କେହି ଡିଜେ ବଜାଇପାରିବେ ନାହିଁ । କେବଳ ଡିଜେ ନୁହେଁ, ଭସାଣି ସମୟରେ ଲେଜର୍ ଲାଇଟ୍ ଶୋ କିମ୍ବା ବାଣ ଫୁଟିବ ନାହିଁ । ଯେଉଁମାନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଡିଜେ ମାଲିକଙ୍କୁ ଜୋରିମାନା କରାଯିବ ବୋଲି ଚେତାବନୀ ଦେଇଥିଲେ ପୋଲିସ କମିଶନର । କିନ୍ତୁ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଡିଜେର ବିକଟାଳ ଶବ୍ଦ ଜୀବନ ନେଇଛି । ଅଘଟଣ ଘଟିଛି ଜଟଣୀ ଭସାଣି ଉତ୍ସବରେ । ପ୍ରୋସେସନ ଯାଉଥିବା ସମୟରେ ପୋଷ୍ଟ ଅଫିସ ଛକରେ ଥିବା ଏକ ଘରୋଇ ବ୍ୟାଙ୍କ ଛାତ ତାଜା ଖସିବା ପରେ ଡେଲାଙ୍ଗ ଥାନା ହରିରାଜପୁରର ବିଶ୍ୱଜିତ ବାରିକଙ୍କ ମୃତ୍ୟୁ ହେବା ସହ ୧୦ରୁ ଉର୍ଦ୍ଧ୍ବ ଯୁବକ ଆହତ ହୋଇଥିବା ଜଣାପଡିଛି ।

ଓଡ଼ିଶା ଫାୟାର ୱାର୍କସ ଆଣ୍ଡ ଲାଉଡ ସ୍ପିକରସ୍ ରେଗୁଲେସନ ଆଇନ, ୧୯୫୮ ଅନୁସାରେ ଡିଜେ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଡିଜେରୁ ୬୫ ଡେସିବେଲରୁ ଅଧିକର ଶବ୍ଦ ବାହାରୁଥିବା ଦର୍ଶାଯାଇ ବିବାହ ଓ ଅନ୍ୟ ଶୋଭାଯାତ୍ରାରେ ଏହା ଉପରେ କଟକଣା ଜାରି କରାଯାଇଥିଲା । ପରେ ନିୟମ ଅନୁପାଳନ କରି କେବଳ ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ପ୍ରଶାସନ ଅନୁମତି ଦେଇଥିଲା । କିନ୍ତୁ ସମସ୍ତ ନିୟମର ଜଳାଞ୍ଜଳି ଦେଇ ଭସାଣିରେ ଛାତି ଥରାଇ ଦେଇଛି ଡିଜେ ଓ ଭାଇବ୍ରେଟର । ସେପଟେ ଘଟଣା ଘଟିବା ପରେ ଆକ୍ସନ । ଜଟଣୀରେ ସାମିଲ ହୋଇଥିବା ସମସ୍ତ ପୂଜା କମିଟିକୁ କମିସନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଘଟଣାକୁ ନେଇ କମିଟି ଗଠନ ହୋଇଛି । କମିଟିରେ ଜୁନିୟର ଇଞ୍ଜିନିୟର ସହ ରହିଛନ୍ତି ଟେକ୍ନିକାଲ ଯନ୍ତ୍ରୀ । DJ ପାଇଁ ଦୁର୍ଘଟଣା ଘଟିଛି ନା ଆଉ କୌଣସି କାରଣ ପାଇଁ ଘଟିଛି ସେ ନେଇ ଚାଲିଛି ତଦନ୍ତ । ଗତ ଗୁରୁବାର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ କ’ଣ କହିଥିଲେ ପୋଲିସ କମିଶନର ଶୁଣନ୍ତୁ ।

ଡିଜେ ପାଇଁ ଶବ୍ଦ ପ୍ରଦୂଷଣ ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରୁଛନ୍ତି ପରିବେଶବିତ । ଶିଶୁ ଓ ବୟସାଧିକ ବ୍ୟକ୍ତି ଏଭଳି ସାଉଣ୍ଡ ଯୋଗୁଁ ଅସୁସ୍ଥ ହେଉଥିବାରୁ, ତୁରନ୍ତ ଏହା ଉପରେ ଲଗାମ୍ ଲଗାଇବାର ସମୟ ଆସିଛି ।…

ଠିକାଦାରୀ ଲାଇସେନସ ନକଲି । କାମ ପାଇଥିଲେ ଅସଲି,ଶାଳକ ନାଁରେ ଲାଇସେନସ

ନନ୍ଦିଘୋଷ ବ୍ୟୁରୋ : ଠିକାଦାରୀ ଲାଇସେନସ ନକଲି…କାମ ପାଇଥିଲେ ଅସଲି…ଶାଳକ ନାଁରେ ଲାଇସେନସ…ନବୀକରଣ ହୋଇନଥିବା ଲାଇସେନସକୁ ଜାଲ କରି ଭିଣୋଇ ହାତେଇଥିଲେ ବଲାଙ୍ଗୀର ଲୋୟର ସୁକତେଲ କଲୋନୀ ନିର୍ମାଣ କାମ…ଏବେ କଥା ଧରାପଡ଼ିବା ପରେ ତରବରିଆ ଭାବେ ଟେଣ୍ଡରକୁ ବାତିଲ କରି ସରକାର ସମ୍ପୃକ୍ତ ଠିକା ସଂସ୍ଥାକୁ କଳାତାଲିକାଭୁକ୍ତ କରିଛନ୍ତି।…ଅଭିଷେକ କେଡ଼ିଆଙ୍କ ନାମରେ ଠିକାଦାରୀ ଲାଇସେନସ। ହେଲେ ଲାଇସେନସ ଅବଧି ସରିଯାଇଛି। ଚଞ୍ଚକତା କରି ଅବୈଧ ଲାଇସେନସରେ ଟେଣ୍ଡର ପକାଇଥିଲେ ଅଭିଷେକଙ୍କ ଭିଣୋଇ ସୌରଭ ଅଗ୍ରୱାଲ। ଗତ ମେ ୩୦ ତାରିଖରେ ରାଜ୍ଯ ସରକାର କପିଲବାହାଲରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗ୍ରାମବାସୀଙ୍କ ପାଇଁ କଲୋନି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଜିଲ୍ଲା ଠିକାଦାରୀ ସଂଘର ସଂକଳ୍ପକୁ ଉଲଂଘନ କରି ଅଭିଷେକଙ୍କ ଭିଣୋଇ ଅତି କମ ଦରରେ ଟେଣ୍ଡର ପକାଇଲେ। ଆଉ ଟେଣ୍ଡର ପାଇବାଲେ ସଫଳ ହେଲେ। ଏ ନେଇ ଜିଲ୍ଲା ଠିକାଦାରୀ ସଂଘ ପକ୍ଷରୁ ଅଭିଯୋଗ ହେବାରୁ ଅଭିଷେକଙ୍କ ଲାଇସେନସ ଜାଲ ହୋଇଥିବା ଜଣାପଡ଼ିଥିଲା। ପରେ ଲୋୟର ସୁକତେଲ ମୁଖ୍ଯ ନିର୍ମାଣ ଯନ୍ତ୍ରୀ ନକଲି ଲାଇସେନସରେ ଠିକା ହାତେଇଥିବା ଠିକାଦାରଙ୍କ ବିରୋଧ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ଯପଟେ ଠିକାଦାର ସଂଘ ଅଭିଯୋଗ କରିଛି ଲାଇସେନସ ରଖିଥିବା ଠିକାଦାର ଅଭିଷେକ କେଡ଼ିଆ ଏକ ଆଇଟି କମ୍ପାନିରେ ଚାକିରି କରୁଛନ୍ତି।…

ଲାଇସେନସ ଜାଲିଆତି ଘଟଣାରେ ସମ୍ପୃକ୍ତ ଠକାଦାରୀ ସଂସ୍ଥାକୁ ୩ବର୍ଷ ପାଇଁ କଳାତାଲିକୁ ଭୁକ୍ତ କରାଯାଇଛି। ଏ ନେଇ  ଥାନାରେ ଏତଲା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ଯ ନିର୍ମାଣ ଯନ୍ତ୍ରୀ। ଏହି ଅଭିଯୋଗକୁ ନନ୍ଦିଘୋଷ ଟିଭି ପକ୍ଷରୁ ଫୋନଯୋଗେ ଅଭିଷେକ କେଡ଼ିଆଙ୍କୁ ଯୋଗାଯୋଗ କରାଯାଇଥିଲା। ଅଭିଷେକଙ୍କ କହିବା କଥା ସେ ତାଙ୍କ ଲାଇସେନସ ଫର୍ମ ପୂରଣ କଲାବେଳେ କିଛି ତ୍ରୁଟି ଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ତାକୁ ସଂଶୋଧନ କରି ଆବେଦନ କରିଥିଲେ। ତାଙ୍କ ପାଖରେ ଏବେ ବୈଧ ଲାଇସେନସ ଥିବା କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତ ଟେଣ୍ଡର ପାଇବା ବେଳେ ଅଭିଷେକଙ୍କ ଲାଇସେନସ ବୈଥ ଥିଲା କି ନାହିଁ। ଯଦି ନଥିଲା, ଶାଳକ ନାଁରେ ଥିବା ଲାଇସେନସ ବଳରେ ଭିଣୋଇ ସରକାରୀ ଟେଣ୍ଡର ପାଇଲେ କେମିତି? ଲାଇସେନସ ବୈଧ ନଥିଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଅଭିଷେକଙ୍କୁ ଚଳିତ ମାସ ୮ ତାରିଖରେ କଳାତାଲିକାଭୁକ୍ତ କରାଯାଇଥିବା ମୁଖ୍ଯ ନିର୍ମାଣ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।…

ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ ।

ନନ୍ଦିଘୋଷ ବ୍ୟୁରୋ : ଆରମ୍ଭ ହେଲା ପିତୃପକ୍ଷ । ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ୧୫ଦିନ ଚାଲିବ ଅପରପକ୍ଷ । ବିଶ୍ୱାସ ରହିଛି ଏହି ସମୟରେ ପିତୃ ପୁରୁଷମାନେ ପିତୃଲୋକ ତ୍ୟାଗ କରି ପୁତ୍ରଲୋକକୁ ଆସିଥାନ୍ତି । ଏଣୁ ପିତୃଲୋକଙ୍କ ଶାନ୍ତି ତଥା ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ବିଭିନ୍ନ ତୀର୍ଥ ପୁଷ୍କରିଣୀ, ନଦୀ ତଟ ମାନଙ୍କରେ ତିଳ ତର୍ପଣ ପିଣ୍ଡଦାନ ଆଦି କାର୍ଯ୍ୟ କରିଥାନ୍ତି । ଏହି ୧୫ ଦିନ ଧରି ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଚହଳି ଲାଗି ରହିଥିବା ବେଳେ ପରିବାର କଲ୍ୟାଣ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାପାଠ । ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣିରେ ବ୍ରାହ୍ମଣଙ୍କୁ ଦ୍ବାରା ପିତୃଲୋକଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।

ଶ୍ରଦ୍ଧାରୁ କରାଯାଇଥାଏ ଶ୍ରାଦ୍ଧ । ବିଭିନ୍ନ ଫୁଲ,ରାଶି,ଚାଉଳ,ନୈବେଦ୍ୟ ଆଦି ଦ୍ୱାରା ଏହି ଶ୍ରାଦ୍ଧ ନିଜ ପିତୃପୁରୁଷଙ୍କ ଉଦ୍ୟେଶ୍ୟରେ କରାଯିବା ଦ୍ୱାରା ମିଳିଥାଏ ଆତ୍ମତୃପ୍ତି ଓ ଶାନ୍ତି । ଆବାହମାନ କାଳରୁ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ସ୍ମରଣ କରି ଏହି ପିତୃପକ୍ଷ ଅବସରରେ ତର୍ପଣ ପୂଜାପାଠର ପରମ୍ପରା ଚାଲି ଆସୁଅଛି । ତେବେ ଏହି ତିଳ ତର୍ପଣ କରି ପିତୃପକ୍ଷଙ୍କ ମୁକ୍ତି ଉଦ୍ଦେଶ୍ୟରେ ଜାରି ରହିଛି ଏହି ପରମ୍ପରା । ଆଗାମୀ ପିଢ଼ି ଏହି ଧର୍ମ ଆଉ ସଂସ୍କୃତି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରଦ୍ଧାଳୁ ।

ଯେଉଁମାନେ ପିତୃପକ୍ଷ ତିଥିରେ ତିଳ ତର୍ପଣ କରିପାରନ୍ତି ନାହିଁ ସେମାନେ ଦୀପାବଳି ଅମାବାସ୍ୟା ଦିନ ବଡ଼ବଡୁଆ ଡାକି ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି

ଆବେଦନ କରି ବି ମିଳୁନି ଭତ୍ତା, ପ୍ରଶାସନ ଦୁଆରେ ଦୌଡ଼ି ଦୌଡ଼ି ନୟାନ୍ତ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ : ନିୟମ ଅନୁଯାଇ ଯୋଗ୍ୟ ହିତାଧିକାରୀ ଭାବେ ଆବେଦନ କଲେ । ଭତ୍ତା ପାଇବାକୁ ନାନା ଆଶା ବାନ୍ଧିଲେ । ହେଲେ ହାତକୁ ଆସୁନି ଟଙ୍କା । ପ୍ରଶାସନର ପିଣ୍ଡାକୁ ଦୌଡି ଦୌଡି ନୟାନ୍ତ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ । ଗଜପତି ଜିଲ୍ଲାରେ ଏବେ ଭତ୍ତାକୁ ଅପେକ୍ଷା କରିଛନ୍ତି ୪୫୫ ଜଣ ଯୋଗ୍ୟ ହିତାଧିକାରୀ । ଜିଲ୍ଲାରେ ୮୦ ବର୍ଷରୁ ଅଧିକ ବୟସର ୨୧୯ ଜଣ, ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ ଦିବ୍ୟାଙ୍ଗ ବର୍ଗର ୨୩୬ ଜଣ ରହିଛନ୍ତି । ଗୋସାଣି ବ୍ଲକରେ ୧୩୩, ଗୁମ୍ମାରେ ୬୫, କାଶୀନଗରରେ ୫୧ ଏବଂ ମୋହନା ରେ ୬୬ ଜଣ ଭତ୍ତା ଅପେକ୍ଷାରେ ଅଛନ୍ତି। ସେହିପରି ନୂଆଗଡ଼ାରେ ୧୮, ରାୟଗଡ଼ାରେ ୫, ଆର୍.ଉଦୟଗିରିରେ ୧୪, କାଶୀନଗର ଏନଏସୀ ରେ ୧୦ ଏବଂ ପାରଳାଖେମୁଣ୍ଡି ଅର୍ବାନରେ ୯୩ ଜଣ ରହିଛନ୍ତି । ସମସ୍ତେ ଭତ୍ତା ପାଇବାକୁ ଆବେଦନ କରିଛନ୍ତି । ହେଲେ ପ୍ରଶାସନିକ ଉଦାସିନତା ଯୋଗୁ ଏହା ଫାଇଲରେ ହିଁ ଅଟକି ରହିଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଟାର୍ଗେଟ୍ ଆସିନାହିଁ । ଟାର୍ଗେଟ୍ ଆସିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଉଛି । ହେଲେ ଅପେକ୍ଷାର ସୀମା କେତେଦିନ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ଓଡିଶା କଂଗ୍ରେସ ପ୍ରଦେଶ କମିଟିର ରାଜ୍ୟ ସମ୍ପାଦିକା ଯଶମିନ ଶେଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଜୀବନ ଜିଇଁବାକୁ ଅର୍ଥର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ ହାତଗୋଡ ଚଳୁନଥିବା ଏବଂ କାମ କରିବାକୁ ବୟସ ଅନୁମତି ଦେଉନଥିବା ବେଳେ ଏ ଅସହାୟଙ୍କ ପାଇଁ ଭତ୍ତା ପ୍ରଦାନ ପାଇଁ ସରକାରୀ ନିୟମ ରହିଛି । ହେଲେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ସମସ୍ତେ ଏବେ ସମସ୍ୟାରେ ।

 

 

 

ନିର୍ମାଣ ସରିଲା, ହେଲେ ଚାଲୁ ହେଉନି ଅଟଳ ବସଷ୍ଟାଣ୍ଡ; ଯାତ୍ରୀ ଓ ଅଞ୍ଚଳବାସୀ ଅସନ୍ତୁଷ୍ଟ

ନନ୍ଦିଘୋଷ ବ୍ୟୁରୋ :  ଲୋକଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲେ ନବୀନ ସରକାର ।  ନୂଆ ସରକାର ଆସିବା ପରେ କାମ ସମ୍ପୂର୍ଣ୍ଣ ହେଲା । ଅଟଳ ବସଷ୍ଟାଣ୍ଡ ଭାବେ ନାମକରଣ ବି କରାଗଲା । ହେଲେ କାର୍ଯ୍ୟକ୍ଷମ ହେଉନି, ଯଥା ପୂର୍ବଂ ତଥା ପରଂ । ଯାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଖ୍ୟ କାର୍ଯ୍ୟାଳୟ ସହ ଏଠାରେ ରହିଛି  ବ୍ଲକ, ଥାନା, ମେଡିକାଲ, କଲେଜ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ କାର୍ଯ୍ୟାଳୟ । ତେଣୁ ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତର ଲୋକେ ବିଭିନ୍ନ କାମ ପାଇଁ ପ୍ରତିଦିନ ଧରାକୋଟ ଆସିଥାନ୍ତି । ଖରା, ବର୍ଷା ଓ ଶୀତ କାକରରେ ଯାତ୍ରୀଙ୍କ ଦୁର୍ଦ୍ଦଶାକୁ ଦେଖି ଅଞ୍ଚଳରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ଲୋକଙ୍କ ଦାବି ଶୁଣି ଆଠ କୋଟି ଟଙ୍କା ବ୍ୟୟରେ ବିରାଟ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲେ ପୂର୍ବସରକାର । ପରେ ବିଜେପି ସରକାର କାମ ସମ୍ପୂର୍ଣ କରିଥିଲେ ।  ଲୋକେ ଆଶା କରିଥିଲେ, ଏହା କାର୍ଯ୍ୟକ୍ଷମ ହେଲେ ଯାତ୍ରୀଙ୍କ ଯାତାୟାତ ସମସ୍ୟା ଦୂର ହେବ । ହେଲେ ଏଯାଏଁ ବସଷ୍ଟାଣ୍ଡ ଲୋକଙ୍କ ସେବାରେ ଲାଗିପାରିନାହିଁ।…

ପ୍ରାୟ ୪ ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ବସଷ୍ଟାଣ୍ଡର ନିର୍ମାଣ କାମ ଶେଷ ହୋଇଛି। ହେଲେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ବ୍ଲକରେ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଭୁକ୍ତ ବସ ସମେତ ଅନ୍ୟ ବସଗୁଡ଼ିକ ରାସ୍ତା କଡ଼ରେ ଅସ୍ଥାୟୀ ଭାବେ ରହୁଛି । ଅନେକ ବସ ଧରାକୋଟ ଭିତରକୁ ନଆସି ବାଇପାସ୍ ଦେଇ ଚାଲିଯାଉଛନ୍ତି । ତେବେ ଖୁବଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବସଷ୍ଟାଣ୍ଡକୁ ଲୋକଙ୍କ ସୁବିଧା ପାଇଁ ଖୋଲିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।…

ପୂର୍ବ ସରକାର ଆରମ୍ଭ କରିଥିଲେ…ନୂଆ ସରକାର ସାରିପାରୁନାହାନ୍ତି ପ୍ରକଳ୍ପ କାମ

ନନ୍ଦିଘୋଷ ବ୍ୟୁରୋ : ପୂର୍ବ ସରକାର ଆରମ୍ଭ କରିଥିଲେ। ନୂଆ ସରକାର ସାରିପାରୁନାହାନ୍ତି ପ୍ରକଳ୍ପ କାମ  । ମନ୍ଥର ଗତିରେ ଚାଲିଛି କାକଟପୁର ବାସିନୀ ମା “ମଙ୍ଗଳା ପୀଠର ଉନ୍ନତ୍ତିକରଣ । ସେବାୟତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।  ସର୍ଭେରେ ହିଁ ଅଟକିଛି ବିକାଶ । ୨୦୨୩ରେ ପୂର୍ବ ସରକାର ପୀଠର କଳେବର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରି OBCC କୁ ଦାୟିତ୍ୱ ଦେଇଥିଲେ। ନୂଆ ସରକାର ଆସିବା ପରେ ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗ ପ୍ଲାନ ରିଭ୍ୟୁ କଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ୪ ଅଗଷ୍ଟ ୨୦୨୬ରେ OBCC MD ଅନୁପମ ଶାହା ଲୋକସେବା ଭବନରେ ବୈଠକ କଲେ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର ମରାମତି, ନୂଆ ରୋଷଘର, ବିଜେସ୍ଥଳୀ ବିକାଶ, ପାର୍କିଂ ଭଳି ବିଭିନ୍ନ ବ୍ୟବସ୍ଥାର ସର୍ଭେ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ କିନ୍ତୁ DPR ସର୍ଭେ ଜାରି ରହିଛି । ନିର୍ମାଣକାରୀ ସଂସ୍ଥା  OBCC କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସେବାୟତ । ମରାମତି ନାଁରେ କେବଳ ଲିପା ପୋଛା ହେଉଥିବା ଅଭିଯୋଗ ହୋଇଛି । ..

ମନ୍ଦିର ପରିସରରେ ଖଣ୍ଡଲାଇଟ ପଥର ବିଛାଇବା ନାଁରେ ନିମ୍ନମାନର ପଥର ଲଗାଯାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷାରେ ପୀଠରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ସେବାୟତ ଭବନ ଅଧପନ୍ତରିଆ ହୋଇ ରହିଛି । ଯାତ୍ରୀନିବାସ ଓ ଚନ୍ଦନ ଘାଟ କେବଳ କାଗଜରେ ଆଧୁନିକୀକରଣ ହୋଇଛି । ସାଇଟରେ କାମ ଅନୁଧ୍ୟାନ କରିବାକୁ କୌଣସି ଉଚ୍ଚସ୍ତରୀୟ ଇଞ୍ଜିନିୟର ନାହାନ୍ତି। OBCC ର ଠିକାଦାର ମନମୁଖୀ କାମ କରୁଥିବା ଅଭିଯୋଗ ହୋଇଛି ।

ପ୍ରସିଦ୍ଧ ମାଆ ମଙ୍ଗଳାଙ୍କ ଶାରଦୀୟ ପୂଜାକୁ ଦିନ କେଇଟା ବାକି ଥିବା ବେଳେ ପ୍ରକଳ୍ପ ଶେଷ ହେବାକୁ ନେଇ ଘୋର ଅନିଶ୍ଚିତତା ଦେଖା ଦେଇଛି।

ଯାତ୍ରା ପୂର୍ବରୁ ସରିଲାନି ମା’ ଭଟ୍ଟାରିକାଙ୍କ ମୁଖଶାଳା; ନିର୍ମାଣ କାମର ମନ୍ଥର ଗତିକୁ ନେଇ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ :  କଟକ ଜିଲ୍ଲା ବଡ଼ମ୍ବା ଗଡ଼ଯାତ୍ରାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ନେଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଆଉଧ ଯାତ୍ରାଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ମା’ଙ୍କ ଉଭା ଯାତ୍ରାରେ ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠେ ସମଗ୍ର ଅଞ୍ଚଳ। କିନ୍ତୁ ଏତେ ବଡ଼ ଧାର୍ମିକ ଆୟୋଜନର ମୁଖ୍ୟ କେନ୍ଦ୍ର ମା’ ଭଟ୍ଟାରିକାଙ୍କ ସିଂହଦ୍ୱାର ନିର୍ମାଣ କାମ ଏପର୍ଯ୍ୟନ୍ତ ସରିଲାନି। ଯାହାକୁ ନେଇ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରା ପୂର୍ବରୁ ମା’ଙ୍କ ମୁଖଶାଳା ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। କାମର ଏଭଳି ମନ୍ଥର ଗତିକୁ ନେଇ ଦାୟିତ୍ୱ କାହାର ? ସରକାରୀ ଯୋଜନା ଓ ଅନୁଦାନ ଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ କାହିଁକି ଏତେ ଧୀର ଗତିରେ ଚାଲିଛି ? ଠିକାଦାରଙ୍କ କାର୍ଯ୍ୟର କିଏ କରୁଛନ୍ତି ତଦାରଖ ? ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ, ସରକାର ତୁରନ୍ତ ହସ୍ତକ୍ଷେପ କରି ମା’ ଭଟ୍ଟାରିକାଙ୍କ ମୁଖଶାଳା ନିର୍ମାଣ କାମର ସ୍ଥିତି ସ୍ପଷ୍ଟ କରିବାକୁ ଦାବି ହୋଇଛି।

ବନ୍ୟାପାଣିରେ ଭାସି ୪ ନିଖୋଜ, ଜଣେ ଛାତ୍ରୀ ମୃତ

ନନ୍ଦିଘୋଷ ବ୍ୟୁରୋ :  ବନ୍ୟାପାଣିରେ ଭାସି ୪ ନିଖୋଜ। ବୈତରଣୀ ନଦୀ ନିକଟସ୍ଥ ମୁଁଆ ଗାଁରେ ଅଘଟଣ। ବନ୍ୟା ପାଣିରେ ପଶି ରାସ୍ତା ପାରି ହେଉଥିବା ବେଳେ ଭାସିଯାଇ ମୁଁଆ ଗାଁର ଗୋଲେଖ ଦାସ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୩ଜଣ ମଧ୍ୟ ଭାସି ଯାଇ ନିଖୋଜ ଅଛନ୍ତି। ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଡଙ୍ଗା ଦ୍ଵାରା ଖୋଜାଖୋଜି ଜାରିରହିଛି। ସେହିପରି ଧାମନଗର ବ୍ଲକ ଗେଙ୍ଗୁଟି ନଦୀରେ ଭାସିଯାଇ ଛାତ୍ରୀ ମୃତ। ଶୌଚ ହେବାକୁ ଯାଉଥିବା ସମୟରେ ଭାସିଯାଇଥିଲେ ଛାତ୍ରୀ। ଖବରପାଇ ଧାମନଗର ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜା ଖୋଜି କରିବା ପରେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ବାରମ୍ବାର ବନ୍ୟାରେ ଲୋକମାନେ ଭାସି ଯାଉଥିବା ଅଭିଯୋଗ ହୋଇଛି।

ଭିଜିଲାନ୍ସ ଜାଲରେ ମାଥିଲି ବ୍ଲକ୍ ସହକାରୀ ଯନ୍ତ୍ରୀ; ଏକକାଳୀନ ୬ ସ୍ଥାନରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ବରମୁଣ୍ଡାରେ ଥିବା ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ଥିବା ଦୁଇ ମହଲା କୋଠାରେ ରେଡ୍ କରାଯାଇଛି। ସେହିପରି ଗଞ୍ଜାମ ବାସୁଦେବପୁର ଗୋବରାରେ ଥିବା ଘର, ବ୍ରହ୍ମପୁର ଗଜପତିନଗରରେ ଥିବା ପୈତୃକ ବାସଭବନ, ମାଲକାନଗିରିରେ ଥିବା ଭଡ଼ା ଘର ସହ ମାଲକାନଗିରି ଡିଆରଡିଏ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୫ ଜଣ ଇନ୍ସିପେକ୍ଟର ସାମିଲ ହୋଇଛନ୍ତି