spot_img
Home Blog Page 889

ମୋଦି-ୟୁନୁସ ଭେଟଘାଟ : ପୂରଣ ହେଲା ୟୁନୁସଙ୍କ ଦୀର୍ଘଦିନର ଇଚ୍ଛା, ଏହି ସାକ୍ଷାତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ…

ବାଂଲାଦେଶ ମୁଖ୍ୟ ମହମ୍ମଦ ୟୁନୁସଙ୍କ ବହୁଦିନର ଇଚ୍ଛା ପୂରଣ ହୋଇଛି। ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକ ମାଟିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ଥାଇଲ୍ୟାଣ୍ଡରେ ଅନୁଷ୍ଠିତ BIMSTEC ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। କାରଣ ଶେଖ ହସିନାଙ୍କ ସରକାର ଯିବା ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା।

ପ୍ରକୃତରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଦୀର୍ଘଦିନର ଇଚ୍ଛା ଶେଷରେ ପୂରଣ ହୋଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଚାହୁଁଥିଲେ। ଦୁଇ ଦେଶ ମଧ୍ୟରେ ତିକ୍ତତା ଯୋଗୁଁ ଏହି ବୈଠକକୁ ନେଇ ସସପେନ୍ସ ରହିଥିଲା। କିନ୍ତୁ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କର ସମର୍ଥନ କରୁଥିବା ଭାରତ ବାଂଲାଦେଶର ମତକୁ ଗ୍ରହଣ କରି ଦ୍ୱିପାକ୍ଷିକ ବୈଠକ ପାଇଁ ରାଜି ହୋଇଥିଲା। ଏହି କାରଣରୁ ଆଜି ଅର୍ଥାତ୍ ୪ ଏପ୍ରିଲ ୨୦୨୫ରେ, ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ BIMSTEC ଶିଖର ସମ୍ମିଳନୀ ସମୟରେ ୟୁନୁସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।

ଏହି ସାକ୍ଷାତ କାହିଁକି ଗୁରୁତ୍ୱପୂର୍ଣ୍ଣ  ?
ଅଗଷ୍ଟ ୨୦୨୪ରେ ଶେଖ ହସିନା କ୍ଷମତାରୁ ଓହରି ଭାରତରେ ଆଶ୍ରୟ ନେବା ପରେ ଏହି ସାକ୍ଷାତ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା। ଏହି ବୈଠକକୁ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଶେଖ୍ ହାସିନାଙ୍କ ସରକାର ବାଂଲାଦେଶ ଛାଡିବା ପରଠାରୁ, ଭାରତ ସହିତ ବାଂଲାଦେଶର ସମ୍ପର୍କ ଭଲ ନାହିଁ। ମହମ୍ମଦ ୟୁନୁସଙ୍କ ନୀତି ଯୋଗୁଁ ସମ୍ପର୍କ ତିକ୍ତ ହୋଇଯାଇଥିଲା।

ଦୁଇ ଦେଶ ମଧ୍ୟରେ ଦୂର ହେବ କି ତିକ୍ତତା ?

ଶେଖ ହାସିନାଙ୍କ ସରକାରର କ୍ଷମତାଚ୍ୟୁତି ପରେ, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଙ୍କ ଉପରେ ଆକ୍ରମଣ ଏବଂ ଭାରତ ସହିତ ତିକ୍ତ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା। ମହମ୍ମଦ ୟୁନୁସ ପୂର୍ବରୁ ଭାରତକୁ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଥିଲା । ଏହି ସମୟରେ, ଏହି ବୈଠକରେ ଉଭୟ ନେତା ପାରସ୍ପରିକ ସହଯୋଗ ଏବଂ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନୁସ ଏବେ ନିକଟରେ ଚୀନ ସହ ଘନିଷ୍ଠତା ବୃଦ୍ଧି କରିଛି, ସେଥିପାଇଁ ଏହି ଭେଟଘାଟ ସ୍ୱତନ୍ତ୍ର ବୋଲି କୁହାଯାଉଝି । ଯାହା ଆଗକୁ ଭାରତ ସପକ୍ଷରେ କାମରେ ଆସିପାରେ । ତେଣୁ ଏହି ଭେଟଘାଟ ତିକ୍ତତା ଦୂର କରିବାରେ ସାହାଯ୍ୟ କରିବ କି ନାହିଁ ତାହା ଦେଖିବା ବାକିରହିଲା ।

ଠିକାଦାରଙ୍କ ଟଙ୍କା ନଦେବାରୁ ସମ୍ପତ୍ତି ଆଟାଚ ନିର୍ଦ୍ଦେଶ ଘଟଣା : ଅଫିସରୁ ସମସ୍ତ ଦାମୀ ଆସବାବପତ୍ର ଗାଏବ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ବୁର୍ଲାରେ ଠିକାଦାରଙ୍କ ବକେୟା ଟଙ୍କା ନଦେବାରୁ ୩ ଅଫିସର ସମ୍ପତ୍ତି ଜବତ ଆଟାଚ ନିର୍ଦ୍ଦେଶ ଦିଆଯାଇଥିଲା । ବୁର୍ଲାସ୍ଥିତ ଉପର ମହାନଦୀ ଅବବାହିକାର ବେସିନ ମ୍ୟାନେଜର ତଥା ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଡ୍ୟାମ୍ ସର୍କିଲର ସୁପରିଟେଣ୍ଡିଂ ଇଂଜିନିୟରଙ୍କ କାର୍ଯ୍ୟାଳୟ, ସମ୍ବଲପୁର ଇରିଗେସନ ଡିଭିଜନର ଏକଜୁକୁଟିଭ୍ ଇଂଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍ ନେଇ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ସମ୍ପତ୍ତି ଜବତ ପୂର୍ବରୁ ବଦଳିଗଲା ଅଫିସର ନାଁ । ଅଫିସରୁ ସମସ୍ତ ଦାମୀ ଆସବାବପତ୍ର ଗାଏବ । ଘଟଣାକୁ ନେଇ ଅଦାଲତଙ୍କୁ ଜଣାଇବୁ କହିଲେ ଠିକାଦାରଙ୍କ ଓକିଲ ।

୨୦୦୦ ମସିହାରେ ମହାନଦୀ କୂଳରେ ନିର୍ମାଣ ହୋଇଥିବା ରିଂରୋଡର କାର୍ଯ୍ୟର ଟଙ୍କା ନିର୍ମାଣ ସଂସ୍ଥାକୁ ବିଭାଗ ଦେଇ ନଥିଲା। ଯାହାଫଳରେ ଠିକା ସଂସ୍ଥା ବାଧ୍ୟ ହୋଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ୨୦୧୪ ମସିହାରେ ଠିକାସଂସ୍ଥା କୁ ସମସ୍ତ ଟଙ୍କା ସୁଧ ସହ ଫେରସ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତେବେ ଜଳ ସମ୍ପଦ ବିଭାଗ ୨୦୨୪ ପର୍ଯ୍ୟନ୍ତ କୌଣସି ଟଙ୍କା ପୈଠ କରି ନଥିଲା।

ତେବେ ଆଜି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ନିର୍ଦ୍ଦେଶନାମା ଧରି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମ୍ପତ୍ତି ସିଜ କରିବା ପାଇଁ ପହଂଚିଛନ୍ତି। ତେବେ କୋର୍ଟ କର୍ମଚାରୀ ମାନେ ଏଠାରେ ପହଞ୍ଚିବା ପରେ ସେମାନେ ଦେଖିବାକୁ ପାଇଥିଲେ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହେବା ସହ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ଆସବାବପତ୍ର ନଥିଲା। ମୁଖ୍ୟଯନ୍ତ୍ରୀ କହିଥିଲେ ୨୦୨୧ରୁ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହୋଇସାରିଛି। ସେପଟେ କୋର୍ଟ କର୍ମଚାରୀମାନେ ପରବର୍ତ୍ତୀ ସମୟରେ ଏନେଇ କୋର୍ଟଙ୍କୁ ଆସନ୍ତା ଏପ୍ରିଲ ୭ ତାରିଖରେ ଅବଗତ କରାଇବେ ବୋଲି କହିଛନ୍ତି।

୨୫ତମ ବିବାହ ବାର୍ଷିକୀ ପାଳନ ବେଳେ ଆସିଲା ମୃତ୍ୟୁ ; ନାଚୁ ନାଚୁ ଟଳିପଡିଲେ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ : ବିବାହର ୨୫ତମ ବାର୍ଷିକୀ ପାଳୁଥିଲେ ଦମ୍ପତି । ନାଚଗୀତରେ ମସଗୁଲ ହେବା ସହ ସାରା ପରିବାର ଓ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ଥିଲା ଉତ୍ସାହ । ହେଲେ ସତେ ଯେପରି ଗୋଟିଏ କ୍ଷଣ ବି ବିଚ୍ୟୁତ ହୋଇ ନଥିଲା ନିୟତିର ନିଷ୍ପତ୍ତି । ନାଚିବା ଅବସ୍ଥାରେ ଅକସ୍ମାତ ତଳେ ପଡିଗଲେ ସ୍ବାମୀ । ବାସ୍ ସାରା ଉତ୍ସବରେ ଘୋଟିଗଲା ଶୋକର ଛାୟା । ଅଧୁରା ବି ରହିଗଲା କେକ୍ କାଟିବା । ତାଙ୍କ ଜୀବନର ସୁନେଲି ଯାତ୍ରାର ବି ହୋଇଯାଇଥିଲା ଅବସନ । ଏହି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ ବରେଲୀରେ । ଷ୍ଟେଜ ଉପରେ ହିଁ ଆଖି ବୁଜିଦେଇଥିଲେ ୫୦ ବର୍ଷ ବୟସ୍କ ଓ୍ବାସିମ ଶାଶ୍ବତ ।

ବିବାହର ୨୫ତମ ବାର୍ଷିକୀ ଅର୍ଥାତ ରୌପ୍ୟ ଜୁବିଲି ପାଳିବାକୁ ନିଷ୍ପତ୍ତି ନେଇଥିଲେ ଦମ୍ପତି । ଉତ୍ସବକୁ ରଙ୍ଗିନ କରିବା ଲାଗି ପତ୍ନୀ ଫାରା ବି ନିଜକୁ ବେଶ୍ ସଜ୍ଜିତ କରିଥିଲେ । ଉତ୍ସବ ପାଳନ ଲାଗି ଶତାଧିକ ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଙ୍ଗସାଥୀ ଉପସ୍ଥିତ ଥିଲେ । ଦମ୍ପତିଙ୍କ ସହ ଅନ୍ୟମାନେ ବି ନୃତ୍ୟଗୀତରେ ସାମିଲ ଥିଲେ । ଶୁଟିଂ ବି ଚାଲିଥିଲା । ହେଲେ ହଠାତ୍ ତଳେ ପଡିଯାଇଥିଲେ ଓ୍ବାସିମ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଓ୍ବାସିମ ଜଣେ ଯୋତା ବ୍ୟବସାୟୀ ହୋଇଥିବାବେଳେ ତାଙ୍କରୁ ଦୁଇଟି ପୁଅ ଅଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପ୍ରକାଶ କରିଥିଲେ । ନାଚଗୀତ ଶେଷରେ ଦୁହେଁ କେକ୍ କାଟିବା ଲାଗି ନିଷ୍ପତ୍ତି ନେଇଥିଲେ । ହେଲେ ଚିରଦିନ ଲାଗି ତାହା ରହିଗଲା ଅପୂରା ।

ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ନନ୍ଦିଘୋଷ ବ୍ୟୁରୋ : ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଏକ ମାମଲାରେ ଛନ୍ଦି ହୋଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ନେଇ ଜୟନାରାୟଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଏହା ସହ ହନୁମାନ ଜୟନ୍ତୀ ପୂର୍ବରୁ ଝଣ୍ଡା ଯାତ୍ରା ସମୟରେ ଖଣ୍ଡା ବୁଲାଇବା ଘଟଣାକୁ ନେଇ ୮ ଜଣକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଗତକାଲି ଗୋଲବଜାର ଅଞ୍ଚଳରେ ଝଣ୍ଡା ଯାତ୍ରା ବେଳେ ବୁଲାଯାଇଥିଲା ଖଣ୍ଡା ।

ଡବଲ ଏନକାଉଣ୍ଟର ଘଟଣା : ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ଯାଞ୍ଚ ; ବନ୍ଧୁକ, ଗୁଳି, ପଲସର ଗାଡି ଜବତ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ଡବଲ ଏନକାଉଣ୍ଟରରେ ଗୁରୁତର ବିହାରୀ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବଙ୍କୁ ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ କ୍ରାଇମ ସ୍ପଟ ବାଙ୍କୁଆଳ ନଦୀ ପଠାରେ ପଡିଛି ଦୁଇ ବନ୍ଧୁକ, ଗୁଳି, ଲୁଟରେ ବ୍ୟବହୃତ ବ୍ୟାଗ ଓ କଳା ରଙ୍ଗର ପଲସର ଗାଡି। ଯେଉଁଠି ପହଁଚି ଛାନଭିନ ଆରମ୍ଭ କରିଛି ସାଇଣ୍ଟିଫିକ ଟିମ। ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରିଛନ୍ତି।

ଗତକାଲି ରାତି ପ୍ରାୟ ୧୦ଟା ପରେ ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ ନଦୀ ପଠାରେ ଏନକାଉଣ୍ଟର ହୋଇଥିବା ବେଳେ ଅପରାହ୍ନରେ ଏହି ଗାଡି ଆଚାର୍ଯ୍ୟ ବିହାର ଛକ ଅତିକ୍ରମ କରିଥିଲା। ବିନା ହେଲମେଟ ଯୋଗୁଁ ଗାଡ଼ିରେ ୧ ହଜାର ଟଙ୍କାର ଫାଇନ କଟିଛି । ତେବେ ଏହି ଗାଡି ମଧ୍ୟ ଚୋରା ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ଗତ ମାର୍ଚ୍ଚ ୨୦ ତାରିଖରେ ଭୁବନେଶ୍ୱର ଆସିଥିଲେ। ୪ ଟି ଛିନତାଇ କରିଥିଲେ। । ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ ।

ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ୨୦ ମାର୍ଚ୍ଚରେ ଭୁବନେଶ୍ୱର ସମେତ ପୁରୀରେ ଲୁଟ କରି ପୁଣି ବିହାର ଚାଲିଯାଇଥିଲେ। ଏହା ପରେ ପୁଣି ରାଜଧାନୀ ଆସି ବଡ଼ଗଡ଼ ଅଞ୍ଚଳରେ ପୁଣି ଲୁଟ୍ କରିବାକୁ ପ୍ରସ୍ତୁତ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଧରିବାକୁ ଉଦ୍ୟମ ଵେକେ ପୋଲିସକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା। ପୋଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ। ଅନ୍ୟ କାହାରି ସମ୍ପୃକ୍ତି ରହିଛି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଭାରତୀୟ ସେୟାର ବଜାର ଉପରେ ଟ୍ରମ୍ପ ଟାରିଫର ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସେୟାର ବଜାର ଉପରେ ଟ୍ରମ୍ପ ଏଫେକ୍ଟ। ଧରାଶାୟୀ ହୋଇଛି ଷ୍ଟକମାର୍କେଟ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ବାରା ଘୋଷିତ ନୂଆ ଟାରିଫ ଅନୁସାରେ ଏହାର ପ୍ରଭାବ ପଡ଼ିଛି ଷ୍ଟକ ମାର୍କେଟ ଉପରେ। ବିଏସଇ ସେନସେସ୍କ ୮୧୭ ପଏଣ୍ଟ ଖସିଥିବାବେଳେ ନିଫ୍ଟି ୩୦୦ ପଏଣ୍ଟ ହ୍ରାସ ଘଟିଛି। ଆଜି ଷ୍ଟକ ମାର୍କେଟ ଖୋଲୁ ଖୋଲୁ ଏହି ବିପର୍ଯ୍ୟୟ ପରିଲକ୍ଷିତ ହୋଇଛି।ଗତକାଲି ଟ୍ରମ୍ପ ନୂଆ ଟାରିଫ ନୀତି ଘୋଷଣା କରିବା ପରେ କେବଳ ଭାରତ ନୁହେଁ ବିଶ୍ବର ଅଧିକାଂଶ ଷ୍ଟକମାର୍କେଟରେ ଏହାର ପ୍ରଭାବ ପଡିଛି। ଭାରତର ଆଇଟି ଓ ଅଟୋମୋବାଇଲ ସେକ୍ଟରରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ମାରୁତି, ଜେକେ ଟାୟାର କମ୍ପାନୀ ସେୟାର ୩ ପ୍ରତିଶତ ହ୍ରାସ ହୋଇଥିବାବେଳେ ଟାଟା ମୋଟର୍ସ ସେୟାର ଖସିଛି ୬ ପ୍ରତିଶତ। ସେହିପରି ରିଲାଏନ୍ସ, ଟିସିଏସ, ଇନଫୋସିସ, ଏଲ ଆଣ୍ଟ ଟି, ହାଭେଲ୍ସ, ଏଚସିଏଲଟେକ ପ୍ରଭୃତି କମ୍ପାନୀ ଘାଟାର ଶିକାର ହୋଇଛନ୍ତି।

ଖାଦ୍ୟ ନାହିଁ, କି ପାଣି ନାହିଁ…, ତାତିଲେ ତୁର୍କୀ ଏୟାରପୋର୍ଟରେ ୩୦ଘଣ୍ଟା ଧରି ଫସିରହିଥିବା ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଲଣ୍ଠନରୁ ମୁମ୍ୱାଇ ଆସୁଥିବା ଭର୍ଜିନ୍ ଆଟଲାଣ୍ଟିକ୍ ବିମାନର ୨୬୦ରୁ ଅଧିକ ଯତ୍ରୀ ୩୦ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ଫସି ରହିଛନ୍ତି  । ଏହି ଯାତ୍ରୀ ମାନେ ନିରନ୍ତର ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ଭର୍ଜିନ୍ ଆଟଲାଣ୍ଟିକ୍ ବିମାନକୁ ହାର୍ଡ ଲ୍ୟାଣ୍ଡିଙ୍ଗ ବୋଲି ଘୋଷଣା ସହ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଉଡାଣ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯାଇଛି । ଏହା ପରେ କ୍ରୁଙ୍କୁ ଏକ ହୋଟେଲକୁ ପଠାଯାଇଥିଲା, କିନ୍ତୁ ଯାତ୍ରୀମାନଙ୍କୁ ବିମାନବନ୍ଦରର ଏକ ନିଷିଦ୍ଧ ଅଞ୍ଚଳରେ ରଖାଯାଇଥଲା,ଯେଉଁଠାରେ ପର୍ଯ୍ୟାପ୍ତ ସୁବିଧା ନାହିଁ ।

ଭାରତୀୟ ଦୂତାବାସଙ୍କ ସହାୟତାରେ କିଛି ଯାତ୍ରୀଙ୍କୁ ନିକଟସ୍ଥ ହୋଟେଲକୁ ନିଆଯାଇଛି । ସକାଳ ୯ଟା ସୁଦ୍ଧା ଏକ ବ୍ୟାପଅପ୍ ବିମାନ ପ୍ରସ୍ତୁତ ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ହେଲେ ଏବେ ବି କିଛି ଯାତ୍ରୀ ଏୟାରପୋର୍ଟ ଭିତରେ ଅଛନ୍ତି ।

ଅନ୍ୟପଟେ ସେଠାରେ ଫସିରହିଥିବା ଯାତ୍ରୀମାନେ ଏୟାରପୋର୍ଟରେ ମୌଳିକ ଅସୁବିଧାକୁ ନେଇ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି କି, ଫସିରହିଥିବା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ କିମ୍ୱା କେତେବେଳେ ମୁମ୍ୱାଇ ଯାଇପାରିବେ ସେ ବିଷୟରେ ମଧ୍ୟ କୌଣସ ସୂଚନା ଦିଆଯାଇନାହଇଁ । ବିମାନବନ୍ଦରରେ ଫସିରହିଥିବା ଯାତ୍ରୀମାନେ ସୋସିଆଲ ମିଡିଆ ଏକ୍ସରେ ଖାଦ୍ୟ, ଶୌଚାଳୟ ଏବଂ ଚାର୍ଜିଙ୍ଗ ପଏଣ୍ଟ ସମେତ ଅନେ ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରି ଟ୍ୱିଟ୍ କରିଛନ୍ତି ।

ସେମାନେ କହିଛନ୍ତି ଯେ, ୨୪ଘଣ୍ଟା ଉପରେ ହେଲାଣି କିନ୍ତୁ ଜଣେ ବି ଏୟାରଲାଇନ୍ସ ପ୍ରତିନିଧି ଯାତ୍ରୀଙ୍କୁ ଭେଟି ନାହାନ୍ତି । ସେମାନଙ୍କ ପାଖରେ ଖାଦ୍ୟ ନାହିଁ, ୧୭୫ଜଣ ଯାତ୍ରୀଙ୍କ ପାଇଁ ଗୋଟିଏ ଶୌଚାଳୟ ରହିଛି । ଫୋନ ଚାର୍ଜିଙ୍ଗ ପାଇଁ ସୁବିଧା ନଥିବରୁ ବ୍ୟାଟେରୀ ସରିଗଲାଣି । ଏପରିକି ଯାତ୍ରୀମାନଙ୍କ ମଧ୍ୟରେ ଛୋଟପିଲା, ଗର୍ଭବତୀ ମହିଳା, ମଧୁମେହ ରୋଗୀ ଏବଂ ବୃଦ୍ଧ ବ୍ୟକ୍ତି ଅଛନ୍ତି,ହେଲେ ସେମାନଙ୍କ ପାଇଁ ମଧ୍ୟ କୌଣସି ସୁବିଧା ଉପଲବ୍ଧ ନାହିଁ ।

ସାଙ୍ଗକୁ ଗୁଳି କରି ମାରିଲା ଆଉ ଏକ ସାଙ୍ଗ ; ଶିକାର ଉଦ୍ଦେଶ୍ୟରେ ଡାକି ନେଇ ହତ୍ୟା !

ଢେଙ୍କାନାଳ : ସାଙ୍ଗକୁ ଗୁଳ କରି ମାରିଲା ଆଉ ଏକ ସାଙ୍ଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଦଳୀପାଳ ଗାଁ ମାନପୁର ସାହିରେ ଘଟିଛି ଅଭାବନୀୟ ଘଟଣା। ସାଙ୍ଗକୁ ଶିକାର ଉଦ୍ଦେଶ୍ୟରେ ଘରୁ ଡାକି ନେଇ ଗୁଳି କରିଛି। ଶିକାର ଭାବି ଗୁଳି ଚଳାଇଥିବାବେଳେ ଗାଁ ପାଖ ଜଙ୍ଗଲରେ ସାଙ୍ଗର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାବୁଲି ନାଏକ। ଖବର ଜଣା ପଡିବା ପରେ ଗାଁରେ ଆଲୋଡନ ସୃଷ୍ଟି ହୋଇଛି। ମୃତଦେହକୁ ଜବତ କରି ହିନ୍ଦୋଳ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାଏକଙ୍କୁ ଘରୁ ଉଠାଇ ନେବା ସହ ପଚରାଉଚରା କରୁଛି। ଘଟଣାସ୍ଥଳରେ ତଦନ୍ତ ଚଳାଇଛି ପୋଲିସ।

କୂଅ ସଫା ବେଳେ ବିଶାକ୍ତ ଗ୍ୟାସ ଯୋଗୁ ୮ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କୂଅ ସଫା ବେଳେ ବିଶାକ୍ତ ଗ୍ୟାସ ଯୋଗୁ ୮ ଜଣଙ୍କ ମୃତ୍ୟୁ ଅଭିଯୋଗ । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲା ଛାଇଗାଁ ମାଖନ ଅଞ୍ଚଳର କୋଣ୍ଡାଭାଟ ଗାଁରେ ଘଟିଛି ଏହି ବଡ଼ ଅଘଟଣ । ୬ ଜଣଙ୍କ ମୃତଦେହ ବାହାର କରାଯାଇଥିବା ବେଳେ ଆଉ ଦୁଇଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଗଙ୍ଗୌର ବିସର୍ଜନ ପାଇଁ କୂଅକୁ ସଫା କରାଯାଉଥିଲା। ଯାହା ପାଇଁ ୮ ଜଣ ଲୋକ କୂଅ ଭିତରକୁ ଓହ୍ଲାଇଥିଲେ। କୂଅ ଭିତରକୁ ଥିବା ଏକ ନାଳ ଦେଇ ଗାଁର ମଇଳା ପାଣି କୂଅକୁ ଯାଏ । ଯାହା ଫଳରେ କୂଅଟି ଅଳିଆ ଅବାର୍ଜନାରେ ଭର୍ତ୍ତି ହୋଇଥିଲା । ଏହାକୁ ସଫା କରିବା ପାଇଁ ୮ ଜଣ ଲୋକ ଓହ୍ଲାଇ ଆସିଥିଲେ। ହେଲେ କୂଅରେ ବିଷାକ୍ତ ଗ୍ୟାସ ସୃଷ୍ଟି ହେବା ଯୋଗୁଁ ଏହି ଲୋକମାନେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗାଁ ଲୋକ ।

ଆରପାରିରେ ବର୍ଷିଆନ୍ ଅଭିନେତା ମନୋଜ କୁମାର

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସିନେମା ଜଗତର ଅନ୍ୟତମ ବର୍ଷିଆନ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ଦିଗ୍ଗଜ କଳାକାର। ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।

ସହୀଦ, ସୋର, ରୋଟି କପଡା ଔର ମକାନ, ପୁରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ, ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ଦେବାନନ୍ଦ, ରାଜ କାପୁର, ଦିଲ୍ଲୀପ କୁମାର, ରାଜେଶ ଖାନ୍ନା ପ୍ରମୁଖଙ୍କ ସମସାମୟିକ ଥିଲେ ମନୋଜ କୁମାର। ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ। ୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନୀତ ହୋଇଥିଲେ ମନୋଜ କୁମାର। ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ୧୯୩୭ ମସିହାରେ ବର୍ତ୍ତମାନର ପାକିସ୍ତାନର ଖାଇବର ଫଖତୁନଖାୱାରା ଜଣେ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମନୋଜ। ତାଙ୍କର ପିଲାଦିନର ନାଁ ଥିଲା ହରିକ୍ରିଷ୍ଣା ଗୋସ୍ବାମୀ।