ଭୁବନେଶ୍ବର : ରାଜଧାନୀର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ ରେ ଚଢ଼ାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ଭୁବନେଶ୍ୱରରେ ଦାମୀ ବ୍ରାଣ୍ଡ କ୍ରକ୍ସ୍ ଜୋତାର ନକଲି ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଜୋତାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିଥିଲା । ଜନପଥର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ କୁ କମ୍ପାନୀ ପ୍ରତିନିଧି ଦଳ ଗ୍ରାହକ ସାଜି ଯାଇଥିଲେ । ଜୋତା କିଣିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ପରେ ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି କ୍ରସ୍ କମ୍ପାନୀ ଜୋତା ଜବତ କରାଯାଇଛି । ପୋଲିସ ଜୋତା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ଯାତାୟତ ବାଧାପ୍ରାପ୍ତ
ନନ୍ଦିଘୋଷ ବ୍ୟୁରୋ : ତାମିଲନାଡ଼ୁରେ ପ୍ରବଳ ବର୍ଷା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଗପଟ୍ଟନମରେ ମୂଷଳ ଧାରାରେ ବର୍ଷା ଜାରି ରହିଛି । ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଭୀଷଣ ବର୍ଷାରେ ଲୋକେ ବାହାରକୁ ବାହାରିପାରିନାହାନ୍ତି । ଏହାସହିତ ଅଧିକାଂଶ ଅଞ୍ଚଳରେ ପାଣି ଜମା ହେବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବର୍ଷା ଆହୁରି ଦୁଇଦିନ ଲାଗି ରହିବ । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ବର୍ଷା । ଧର୍ମଶାଳାରେ ଭୀଷଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଧର୍ମଶାଳାର ଅଧିକାଂଶ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରେ ପାଣି ଜମି ରହିଛି ।
‘ଭାରତୀୟ ଚେୟାର’ ରୂପେ ଚୟନ ହେଲେ ପ୍ରଫେସର ଅନିଲ କୁମାର ମହାପାତ୍ର
ନନ୍ଦିଘୋଷ ବ୍ୟୁରୋ ; ଭାରତର ବୈଦେଶିକ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ତରଫରୁ ପ୍ରଫେସର ଅନିଲ କୁମାର ମହାପାତ୍ର ସମ୍ମାନଜନକ ‘ଭାରତୀୟ ଚେୟାର’ ରୂପେ ଚୟନ ହୋଇଥିବାର ଗୌରବ ଅର୍ଜନ କରିଛନ୍ତି । ଭାରତ ସରକାର ୩୨ ଗୋଟି ଦେଶ ସହ ବୁଝାମଣାପତ୍ର ସ୍ଵାକ୍ଷର କରି ୪୭ ଗୋଟି ଚେୟାର ପ୍ରତିଷ୍ଠା କରିଛନ୍ତି। ଏହି ଚୟନ ପ୍ରକ୍ରିୟା ବହୁତ ପ୍ରତିଯୋଗିତା ପୂର୍ଣ୍ଣ ଅଟେ । କାରଣ ଏହା ବିଭିନ୍ନ ବିଭାଗକୁ ବିଚାରକୁ ନେଇଥାଏ ଏବଂ ଯେଉଁମାନଙ୍କ ଚୟନ ହୋଇଥାଏ ସେମାନେ ବର୍ଷେ ବା ଦୁଇବର୍ଷ ବୁଝାମଣା ସ୍ବାକ୍ଷରିତ ହୋଇଥିବା ବିଶ୍ବବିଦ୍ୟାଳୟ ମାନଙ୍କରେ ଆବାସିକ ଭାବେ ରହି ଭାରତର ସଂସ୍କୃତି, ରାଜନୈତିକ ବ୍ୟବସ୍ଥା ଇତ୍ୟାଦି ଉପରେ ସନ୍ଦର୍ଭ ଲେଖିବା, ଗବେଷଣାରେ ସହାୟତା କରିବା ଏସବୁ କାର୍ଯ୍ୟ କରିଥାନ୍ତି। ଭାରତର ସାଂସ୍କୃତିକ ରାଜଦୂତ ଭାବରେ ସେମାନଙ୍କୁ ଗ୍ରହଣ କରାଯାଏ। ସେହି କ୍ରମରେ ପ୍ରଫେସର ଅନିଲ ମହାପାତ୍ର କାଠମାଣ୍ଡୁର ତ୍ରିଭୁବନ ବିଶ୍ବବିଦ୍ୟାଳୟରେ ସେହି ଭାରତୀୟ ଶିକ୍ଷା ଚେୟାର ମଣ୍ଡନ କରିବେ। ଆଗରୁ ପ୍ରଫେସର ମହାପାତ୍ର ଅକ୍ସଫୋର୍ଡ ଓ ହାଇଡେଲବର୍ଗ ବିଶ୍ବବିଦ୍ୟାଳୟରେ ଫେଲୋସିପ ପାଇ ଗବେଷଣା କରିବାର କୃତିତ୍ବ ଅର୍ଜନ କରିଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଏହି ସମ୍ମାନ ପାଇବାରେ ଓଡିଶାର ସମସ୍ତ ବିଶ୍ବବିଦ୍ୟାଳୟରୁ ବୋଧହୁଏ ପ୍ରଥମ ବ୍ୟକ୍ତି।
ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ
ବାଲେଶ୍ବର : ହୋଟେଲରୁ ମିଳିଲା ଡାକ୍ତରଙ୍କ ମୃତଦେହ । ବାଲେଶ୍ବର ହୋଟେଲ ନିଶିରୁ ଉଦ୍ଧାର ହେଲା ପଶ୍ଚିମବଙ୍ଗ ଡାକ୍ତରଙ୍କ ମୃତଦେହ । ମୃତକ ହେଲେ ଡାକ୍ତର ପ୍ରଦିପ ମଲ୍ଲିକ । ପ୍ରତି ମାସରେ ବାଲେଶ୍ଵର ଦିନକ ପାଇଁ ଆସନ୍ତି । ନିଶା ଛଡାଇବା ପାଇଁ ଔଷଧ ଦିଅନ୍ତି । ଗତକାଲି ଠାରୁ ଆସି ହୋଟେଲରେ ରହିଥିଲେ । ବେଙ୍ଗଲରୁ ମଦ ଛଡାଇବା ଔଷଧ ଦେବାପାଇଁ ୧୨-୧୩ ବର୍ଷ ହେଲା ସେ ବାଲେଶ୍ବର ଆସୁଥିଲେ । ପ୍ରତିଥର ହୋଟେଲ ନିଶିରେ ରହିଛି ଚିକିତ୍ସା କରୁଥିଲେ । ଗତକାଲି ରାତିରେ ଖାଇ ଶୋଇଥିଲେ । ଆଜି ସକାଳୁ ୭ଟା ରେ ରୁମ ଛାଡିବା କଥା । ତେବେ ରୁମ୍ ଭିତରୁ ଲକ୍ ଥିବାରୁ ଡାକିଥିଲେ କର୍ମଚାରୀ । କୌଣସ ଉତ୍ତର ନମିଳିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

