spot_img
Home Blog Page 875

ଘରେ ପଶି ନିପାତ କଲୁ ଆତଙ୍କବାଦୀ, ଅପରେସନ ସିନ୍ଦୂରକୁ ନେଇ ଏମିତି କହିଲେ ଭାରତୀୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ : ଘରେ ପଶି ଆତଙ୍କବାଦୀଙ୍କୁ ନିପାତ କଲା ଭାରତ । ଏହି କାର୍ଯ୍ୟାନୁଷ୍ଠାନ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଥିଲା। ଭାରତୀୟ ସେନା ‘ଅପରେସନ ସିନ୍ଦୂର’ରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛନ୍ତି। ଏନେଇ ସୁରେଶ ରାଇନା ଏବଂ ଗୌତମ ଗମ୍ଭୀରଙ୍କ ଭଳି କ୍ରିକେଟରମାନେ ଖୁସି ପ୍ରକାଶ କରିଛନ୍ତି । ଏହି ଅପରେସନ ପରେ ପାକିସ୍ତାନରେ ଏବେ ଭୟର ବାତାବରଣ ରହିଛି।

ମାର୍ଚ୍ଚ ୨୨ ତାରିଖରେ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ଲୋକଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହାର ଜବାବରେ, ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏଥିରେ ଆତଙ୍କବାଦୀ ତାଲିମ କେନ୍ଦ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ। ରାତିରେ ସିନ୍ଦୂର ଅପରେସନ୍ କରାଯାଇଥିଲା। ଯେତେବେଳେ ଭାରତର ଲୋକମାନେ ଶୋଇଥିଲେ, ସେନା ଆତଙ୍କବାଦୀଙ୍କୁ ହତ୍ୟା କରୁଥିଲା। ଏହି କାର୍ଯ୍ୟରେ ଖୁସି ପ୍ରକାଶ କରି ସୁରେଶ ରୈନା ଟ୍ୱିଟ୍ କରିଛନ୍ତି, ଅପରେସନ୍ ସିନ୍ଦୁର ଜୟ ହିନ୍ଦ୍…  । ସେ ଏକ ପଞ୍ଚିଂ ଇମୋଜି ମଧ୍ୟ ରଖିଛନ୍ତି ।  ସେହିପରି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏନେଇ ପୋଷ୍ଟ କରିଛନ୍ତି। ଗୌତମ ଗମ୍ଭୀର ‘ଅପରେସନ୍ ସିନ୍ଦୂର’ର ଫଟୋ ମଧ୍ୟ ସେୟାର କରିଛନ୍ତି।

ପିକଚର୍ ଅଭି ବାକି ହୈ? କାହିଁକି ଏମିତି କହିଲେ ପୂର୍ବତନ ସେନାମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛି। ଏହି ବିଷୟରେ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାନେ କହିଛନ୍ତି ଯେ ‘ଅଭି ପିକଚର ବାକି ହୈ..’

ପୂର୍ବତନ ସେନାମୁଖ୍ୟ ସୂଚିତ କରିଛନ୍ତି ଯେ, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବିବାଦ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଏ, ତେବେ ଏପରି ଆହୁରି ଆକ୍ରମଣ ସମ୍ଭବ। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟାକାଣ୍ଡ ପରେ ଏକ ସାହସିକ ଏବଂ ସୁନିଶ୍ଚିତ ଯୋଜନା କରି ପ୍ରତିଶୋଧ ସ୍ୱରୂପ, ଭାରତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନୀ ଅଞ୍ଚଳ ଭିତରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛି  ।

କ୍ଷେପଣାସ୍ତ୍ର ଆକ୍ରମଣରେ ଆତଙ୍କବାଦୀ ଶିବିର ଧ୍ୱଂସ

ରାତିର ଅନ୍ଧାରରେ କରାଯାଇଥିବା ଏହି ଅପରେସନରେ, ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ରରେ ୯ଟି ପ୍ରମୁଖ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଯାଇଛି। ଏହି ସ୍ଥାନଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାଓଁର ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଏବଂ ସଂଯମ ଜବାବ ଭାବରେ ଅପରେସନ ସିନ୍ଦୁରକୁ ବର୍ଣ୍ଣନା କରିଛି। ଏହି ଆକ୍ରମଣରେ ଲସ୍କର-ଏ-ତୈବାର ଦୁଇ ଜଣ ବଡ଼ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ?

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ କହିଛି ଯେ, ‘ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ, ଯାହା ଭାରତର ବିଚାରଧାରା ଏବଂ ଯୋଜବଦ୍ଧକୁ ପ୍ରତିଫଳିତ କରେ‘। ଏହି ଅଭିଯାନ ଅନାବଶ୍ୟକ ଉତ୍ତେଜନାକୁ ଏଡାଇବା ସହିତ ଅପରାଧୀମାନଙ୍କୁ ଉଚିତ ଜବାବ ଦିଆଯାଇଥିଲା ଉଲ୍ଲେଖ କରାଯାଇଛି । ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧ ଡାକରା ଭାବେ ତେବେ ଏହାର ଉଚିତ ଜବାବ ଦିଆଯିବ।

ଭାରତୀୟ ସେନାକୁ ସଲାମ : ଅପରେସନ ସିନ୍ଦୂରର ସଫଳତା ନେଇ ଅଭିନନ୍ଦନ ଜଣାଇଲେ ସାଉଥ ସେଲିବ୍ରିଟି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସଶସ୍ତ୍ର ବାହିନୀ । ମଙ୍ଗଳବାର ରାତି ପ୍ରାୟ ୧:୦୫ ରେ ସମୟରେ ‘ ଅପରେସନ୍ ସିନ୍ଦୂର ‘ ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଅତି । ଏହି ଘାଟିଗୁଡ଼ିକୁ ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା ଏବଂ ନିର୍ଦ୍ଦେଶନା ଦେବା ପାଇଁ ବ୍ୟବହାର କରାଯାଉଥିଲା।

ଏବେ ଭାରତର ଏହି କାର୍ଯ୍ୟରେ ସମଗ୍ର ଦେଶ ଉତ୍ସାହିତ । ସାଧାରଣ ଜନତା ହୁଅନ୍ତୁ କି ସେଲିବ୍ରିଟି, ସମସ୍ତେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ସେନାକୁ ପ୍ରଶଂସା କରୁଛନ୍ତି। ଏବେ, ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ଚିରଞ୍ଜିବୀ ଏବଂ ଜୁନିଅର ଏନଟିଆର ପର୍ଯ୍ୟନ୍ତ, ସମସ୍ତ ସେଲିବ୍ରିଟି ‘ଅପରେସନ୍ ସିନ୍ଦୂର’ ପୋଷ୍ଟ କରି ପ୍ରଶଂସା କରିଛନ୍ତି।

ମିଶନ ସଫଳ  ନହେବା ପର୍ଯ୍ୟନ୍ତ ଅଟକିବ ନାହିଁ !

ଭାରତ ସରକାରଙ୍କ ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇବା ପାଇଁ ମେଗାଷ୍ଟାର ରଜନୀକାନ୍ତ X ରେ ଏକ ପୋଷ୍ଟ କରିଛନ୍ତି। ରଜନୀକାନ୍ତ ପୋଷ୍ଟରେ ଲେଖିଛନ୍ତି, “ଯୋଦ୍ଧାର ଲଢ଼େଇ ଆରମ୍ଭ ହୋଇଛି… ମିଶନ୍ ସମାପ୍ତ ନହେବା ପର୍ଯ୍ୟନ୍ତ ଅଟକିବୁ ନାହିଁ ! ସମଗ୍ର ଦେଶ ଆପଣଙ୍କ ସହିତ ଅଛି।”

ଚିରଞ୍ଜିବୀ ଜୟ ହିନ୍ଦର ସ୍ଲୋଗାନ ଦେଇଥିଲେ
ସେହିପରି ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ତାଙ୍କ ଏକ୍ସ-ଆକାଉଣ୍ଟରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ପୋଷ୍ଟ ସେୟାର କରି ଜୟ ହିନ୍ଦ ଲେଖିଛନ୍ତି। ସେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଇମୋଜି ମଧ୍ୟ ସେୟାର କରିଛନ୍ତି।

ଆଲୁ ଅର୍ଜୁନ ଲେଖିଛନ୍ତି ଯେ ନ୍ୟାୟ ମିଳିବା ଆବଶ୍ୟକ,
ପୁଷ୍ପା-୨ ଅଭିନେତା ଆଲୁ ଅର୍ଜୁନ ମଧ୍ୟ ତାଙ୍କ ଆକାଉଣ୍ଟରେ ଅପରେସନ ସିନ୍ଦୂର ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି, “ନ୍ୟାୟ ମିଳିବା ଆବଶ୍ୟକ, ଜୟ ହିନ୍ଦ।” ତ୍ରିରଙ୍ଗା ଇମୋଜି ମଧ୍ୟ ସେୟାର କରିଛନ୍ତି।

ଜୁନିଅର ଏନଟିଆର ଭାରତୀୟ ସେନା ପାଇଁ ପ୍ରାର୍ଥନା କଲେ
ଦେବରା ଅଭିନେତା ଜୁନିଅର ଏନଟିଆର ମଧ୍ୟ ଏକ୍ସରେ ପୋଷ୍ଟ କରି ଅପରେସନ ସିନ୍ଦୂର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ମୁଁ ଆମର ଭାରତୀୟ ସେନାର ସୁରକ୍ଷା ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି। ହ୍ୟାସଟ୍ୟାଗ୍ ଅପରେସନ ସିନ୍ଦୂର।”

 

ଅପରେସନ୍ ସିନ୍ଦୁରକୁ ନେଇ ଦେଶରେ ଉତ୍ସାହ,ସେନାକୁ ନବୀନ ଜଣାଇଲେ ଶୁଭେଛା

ନନ୍ଦିଘୋଷ ବ୍ୟୁରୋ : ଭାରତର ଅପରେସନ ସିନ୍ଦୂର ପରେ ଭାରତୀୟ ସେନାକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ସେନାବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଏହି ସଫଳ ଏୟାର ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଛି  । ଆତଙ୍କବାଦୀଙ୍କୁ ପାତାଳରୁ ବାହାର କରି ମାରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଆଜି ତାହା ହିଁ ହୋଇଛି । ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ସେନାର ସାହସ ଏବଂ ଦମ୍ଭକୁ ସବୁ କ୍ଷେତ୍ରରୁ ପ୍ରସଂଶା କରାଯାଉଛି । ସେନାର ବିଜୟକୁ ଭାରତର ବିଜୟ ବୋଲି କୁହାଯାଉଛି ।

ନିରୀହ ଲୋକଙ୍କୁ ମାରିଥିଲା ପାକିସ୍ତାନ, ଭାରତ ପ୍ରତିଶୋଧ ନେଲା । ଭାରତୀୟ ସେନା ସହ ପୂରା ଭାରତ ଛିଡା ହୋଇଛି । ଏପରି ପରି କହି ସମସ୍ତ ରାଜନେତା, ସେଲିବ୍ରିଟି ତଥା ଭାରତର ସବୁ କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟିଛି । ଅନେକ ସ୍ଥାନରେ ଏହି ସଫଳ ଅପରେସନକୁ ସେଲିବ୍ରେଶନ ମଧ୍ୟ କରାଯାଉଛି । ଓଡିଶାର ଅନେକ ରାଜନେତା ମଧ୍ୟ ସେନାର ସାହାସକୁ ପ୍ରଶଂସା କରିଛନ୍ତି  । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନରେ ସଫଳତା ହାସଲ କରିଛନ୍ତି । ମୁଁ ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି” ।

 

ଅପରେସନ ସିନ୍ଦୂରକୁ ଜଷ୍ଟିସ ଇଜ୍ ସର୍ଭଡ କହିଲା ଆର୍ମି ; ୨୫ ମିନିଟରେ ଆତଙ୍କବାଦ ନିପାତ୍

ସିନ୍ଦୂରର ଜବାବ ଦେଲା ‘ଅପରେସନ ସିନ୍ଦୂର’ ।  ପାକିସ୍ତାନ ଓ ପିଓକେର ୯ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କଲା ଭାରତୀୟ ସଶସ୍ତ୍ର ବାହିନୀ । ସୂଚନା ଅନୁଯାୟୀ ‘ଅପରେସନ ସିନ୍ଦୂର’ ମଙ୍ଗଳବାତ ରାତି ୧.୦୫ରେ ଆରମ୍ଭ ହୋଇ ୧.୩୦ରେ ଶେଷ ହୋଇଥିଲା ।  ୨୫ ମିନିଟରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରି ଆଙ୍କବାଦୀଙ୍କ ଆଡ୍ଡାକୁ ନିପାତ କରାଯାଇଥିଲା । ଭାରତ ଏହି ଅଭିଯାନର ନାମ ଦେଇଥିଲା ‘ଅପରେସନ ସିନ୍ଦୂର’ । ସାମ୍ୱାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିମ୍ରି । ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି ।

ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ, ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିଲା ବର୍ବର କାଣ୍ଡ । ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । କାଶ୍ମୀରକୁ ଯେଭଳି ପର୍ଯ୍ୟଟକ ନଆସିବେ ତାହା ଥିଲା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ମୁଣ୍ଡରେ ଗୁଳି ମାରିଥିଲେ ଆତଙ୍କୀ । ପରିବାର ଲୋକଙ୍କ ସାମ୍ନାରେ ଗୁଳି ମାରି କରିଥିଲେ ହତ୍ୟା । ସମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି, ଜମ୍ମୁ-କାଶ୍ମୀରର ବିକଶ ରୋକିବା ଏବଂ ଅଶାନ୍ତି ସୃଷ୍ଟି କରିବାକୁ ଏହି ଆକ୍ରମଣ ହୋଇଥିଲା ।  ଆଜି ଭାରତ ଏହାର ଜବାବ ଦେଇଛି । ନ୍ୟାୟ ପାଇଁ ଲଞ୍ଚ କରିଛି ‘ଅପରେସନ ସିନ୍ଦୂର’ । ଅପରେସନ ସିନ୍ଦୂର ବେଳେ ଲୋକଙ୍କୁ କ୍ଷତି ନହେବା ଲାଗି ଦୃଷ୍ଟି ରଖାଯାଇଥିଲା । ଅନେକ ଦିନ ଧରି ଆତଙ୍କୀଙ୍କୁ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେଇ ଆସୁଛି ପାକିସ୍ତାନ । ପାକିସ୍ତାନର ଏହି ଚରିତ୍ର ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସର୍ବବିଦିତ । ତେଣୁ ବିଭିନ୍ନ ଆତଙ୍କୀ ଶିବିର ଉପରେ କରାଯାଇଥିଲା ଏୟାର ଷ୍ଟ୍ରାଇକ । ପାକିସ୍ତାନର କେତେକ ଆତଙ୍କବାଦୀଙ୍କ ଶିବିରକୁ କରାଯାଇଥିଲା ଟାର୍ଗେଟ । ପାକିସ୍ତାନର ମୋଟ ୯ଟି ସହରର ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା।

ଭାରତ ୨୫ ମିନିଟରେ ୨୧ ଟି ଟାର୍ଗେଟ ଉପରେ ଆକ୍ରମଣ

କର୍ଣ୍ଣେଲ ସୋଫିଆ କୁରେଶୀ ପ୍ରେସମିଟରେ ଏହି ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ। ସେ କହିଛନ୍ତି ଯେ, ରାତି ୧:୦୫ ରେ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ଏହି ଅପରେସନରେ ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଏହି ଅପରେସନ୍ ଅପରାହ୍ନ ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା। ଗୁଇନ୍ଦା ସୂଚନା ଆଧାରରେ ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। । ପାକିସ୍ତାନ ଏବଂ ପିଓକେ ଉଭୟର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଆମେ ସାଧାରଣ ଲୋକଙ୍କର କୌଣସି କ୍ଷତି କରିନାହୁଁ। ସର୍ବପ୍ରଥମେ, ସୱାଇ ନାଲା ଶିବିରକୁ ଟାର୍ଗେଟ କରାଯାଇଥିଲା। ଏହା ସହ ଜୈଶ ଏବଂ ଲସ୍କରର ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲୁ। ୯ଟି ସହରର ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ ସଂଗଠନର ଶିବିରକୁ ଧ୍ୱଂସ କରାଯାଇଥିଲା ।

ଭାରତ ଆକ୍ରମଣରେ ଆତଙ୍କବାଦୀ ମସୂଦ ଅଜହରର ପୁରା ପରିବାର ସଫା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଠାରୁ ବଡ଼ ପ୍ରତିଶୋଧ ନେଇଛି ଭାରତ । ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି । ଏହି ଅପରେସନରେ ଭାରତୀୟ ସେନାକୁ ମିଳିଛି ଆଉ ବଡ଼ ସଫଳତା । ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ରେ ମସୂଦ ଅଜହରର ପୁରା ପରିବାର ସଫା ହୋଇଯାଇଛି । ମସୁଦ ପରିବାରର ୧୪ ଜଣ ଆକ୍ରମଣରେ ପ୍ରାଣ ହରାଇଥିବା ଜଣା ପଡ଼ିଛି । ନିହତଙ୍କ ମଧ୍ୟରେ ମସୂଦ ପତ୍ନୀ, ପୁଅ ଏବଂ ଭାଇ ମଧ୍ୟ ସାମିଲ । ଏହା ବ୍ୟତୀତ ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ମସୂଦ ଅଜହରର ଭାଇ ରଉଫ ଅଜହର ମଧ୍ୟ ନିହତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ ‘ଅପରେସନ ସିନ୍ଦୂର’ ମଙ୍ଗଳବାତ ରାତି ୧.୦୫ରେ ଆରମ୍ଭ ହୋଇ ୧.୩୦ରେ ଶେଷ ହୋଇଥିଲା ।  ୨୫ ମିନିଟରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରି ଆଙ୍କବାଦୀଙ୍କ ଆଡ୍ଡାକୁ ନିପାତ କରାଯାଇଥିଲା । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିମ୍ରି । ଏହି ଏୟାର ଷ୍ଟ୍ରାଇକରେ ଭାରତ ତାର ବଦଲା ପୂରା କରିଛି ।

ପ୍ରତିଶୋଧ ନେଲା ଭାରତ : ୯ଟି ଆତଙ୍କବାଦୀ ଆଡ୍ଡାରେ ୩୦୦ ଆତଙ୍କାବାଦୀ ନିପାତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର। ମଧ୍ୟରାତ୍ରୀ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏୟାରରେଡ। ଶେଷରେ ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡିକ ବିରୁଦ୍ଧରେ ପ୍ରତିଶୋଧ ନେଇଛି ଭାରତ । ଏହି ଆକ୍ରମଣରେ ପାକିସ୍ତାନର ୭ଟି ସହରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ । ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଭାରତର ଏୟାର ଷ୍ଟ୍ରାଇକରେ ୩୦୦ ଆତଙ୍କାବାଦୀ ନିପାତ ହୋଇଛନ୍ତି  ।  ଭାରତର ବାଲାକୋଟ ଏୟାରଷ୍ଟ୍ରାଇକରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି ।

ପହଲଗାଓଁ ଆକ୍ରମଣର ୧୫ ଦିନ ମଧ୍ୟରେ ଭାରତ ପକ୍ଷରୁ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଯାହାର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି ।  ଏହି ନାମ ମହିଳାମାନଙ୍କ ଉତ୍ସର୍ଗୀକୃତ ଯେଉଁ ମାନଙ୍କ ସ୍ୱାମୀକୁ ଏପ୍ରିଲ ୨୨ ତାରିଖରେ ପହଲଗାଓଁରେ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ । ପାକିସ୍ତାନ ISPR ନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଭାରତ ମୋଟ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଅନ୍ୟପଟେ ଗଣମାଧ୍ୟମ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତିସାରା ଅପରେସନ୍ ସିନ୍ଦୂର ଉପରେ ନଜର ରଖିଥିଲେ ।

 

ଧୋକା ଦେଲା ଚାଇନା ମାଲ, ଭାରତ ପ୍ରହାର ଆଗରେ କାମ ଦେଲାନି ଚାଇନା ଏୟାର ଡିଫେନ୍ସ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ପଞ୍ଜାବ ପ୍ରଦେଶ ଏବଂ ପିଓକେରେ ଏୟାର ଷ୍ଟ୍ରାଇକ କରିବା ପରେ ପାକିସ୍ତାନର ରାଡାରର କାର୍ଯ୍ୟକ୍ଷମତାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠୁଛି । ପାକିସ୍ତାନର ଚୀନ ଏୟାର ଡିଫେନ୍ସ ରାଡାର ପୁଣି ଥରେ ବିଫଳ ହେବାର ଖବର ସାମ୍ନାକୁ ଆସିଛି। ଚୀନ ରାଡାରକୁ ଭାରତୀୟ ଆକ୍ରମଣର ଖବର ମଧ୍ୟ ମିଳିନାହିଁ। ଏହା ପୂର୍ବରୁ ଯେତେବେଳେ ବ୍ରହ୍ମୋସ ଭୁଲରେ ଫାୟାର ହୋଇଥିଲା, ସେତେବେଳେ ମଧ୍ୟ ପାକିସ୍ତାନୀ ରାଡାର ତାହା ଧରି ପାରିନଥିଲା। ଜଣାଇ ଦେଉଛୁ ଯେ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମଧ୍ୟ ପାକିସ୍ତାନୀ ରାଡାରକୁ କିଛି ଜଣାପଡ଼ି ନଥିଲା।

ବାଲାକୋଟ ପରେ ପାକିସ୍ତାନ ଭୟଭୀତ ହୋଇଥିଲା

ବାଲାକୋଟରେ ଭାରତୀୟ ବାୟୁସେନାର ଷ୍ଟ୍ରାଇକ ପରେ ଏପରି ଭୟ ସୃଷ୍ଟି ହୋଇଥିଲା ଯେ ତୁରନ୍ତ ଏୟାର ଡିଫେନ୍ସ ସିଷ୍ଟମ କିଣିବାରେ ଲାଗି ପଡ଼ିଥିଲା। ଚୀନ ତାର ବନ୍ଧୁ ପାକିସ୍ତାନକୁ ବିଶ୍ବର ସବୁଠାରୁ ଆଧୁନିକ ଅସ୍ତ୍ର ନାମରେ ଏୟାର ଡିଫେନ୍ସ ସିଷ୍ଟମ ଦେଇଥିଲା। କିନ୍ତୁ ତାହା କାମ କରି ପାରିନଥିଲା। ଏଥିରେ ୯ଟି LY-80 LOMADS ସିଷ୍ଟମ ମଧ୍ୟ ଦିଆଯାଇଥିଲା। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଭୁଲରେ ଫାୟାର ହୋଇଥିବା ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ। ୯ ମାର୍ଚ୍ଚ ୨୦୨୨ରେ ଅମ୍ବାଲାରୁ ମିସାଇଲ ଫାୟାର ହୋଇଥିଲା, ଯାହା ପ୍ରାୟ ୧୦୦ କିଲୋମିଟର ଦୂରତା ଭାରତୀୟ ସୀମା ଅତିକ୍ରମ କରି ୧୦୫ କିଲୋମିଟର ଅଧିକ ଦୂରରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଖାନେୱାଲର ମିଆଁ ଚନ୍ନୁରେ ପଡ଼ିଥିଲା। ପାକିସ୍ତାନକୁ ଏହାର କୌଣସି ଖବର ମିଳି ନଥିଲା। ଦିନକ ପରେ ପାକିସ୍ତାନ ସେନା ଏହା ଉପରେ ବ୍ରିଫିଂ କରି ସୂଚନା ଦେଇଥିଲା।

୯ଟି ସିଷ୍ଟମରେ ୩୮୮ ତ୍ରୁଟି

୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପାକିସ୍ତାନର ଚିନ୍ତା ଆହୁରି ବଢ଼ିଯାଇଥିଲା। ଉଦାହରଣ ସ୍ବରୂପ, ପାକିସ୍ତାନ ୨୦୧୪ରେ ଚୀନରୁ ୯ଟି LY-80 LOMADS ଏୟାର ଡିଫେନ୍ସ ସିଷ୍ଟମ କିଣିଥିଲା। ଏହି ସିଷ୍ଟମ ଆସିବା ପରେ ପାକିସ୍ତାନର ଚିନ୍ତା ଆହୁରି ବଢ଼ିଗଲା। କାରଣ ଚୀନରୁ ଆସିଥିବା ସିଷ୍ଟମରେ ଏତେ ତ୍ରୁଟି ଦେଖାଗଲା ଯେ ତାର ହୋସ ଉଡ଼ିଯାଇଥିଲା । ପାକିସ୍ତାନ ଚୀନକୁ ଏକ ତ୍ରୁଟି ତାଲିକା ପଠାଇଥିଲା। ମୋଟ ୩୮୮ଟି ଭିନ୍ନ ତ୍ରୁଟି ଏହି ତାଲିକାରେ ଅନ୍ତର୍ଭୁକ୍ତ ଥିଲା। ଏଥିରୁ ୧୦୩ଟି ନୂଆ ତ୍ରୁଟି ଥିଲା ଏବଂ ୨୮୫ଟି ତ୍ରୁଟି ପୂର୍ବରୁ ଚୀନକୁ ପଠାଯାଇଥିଲା। ଏଥିରୁ ୨୫୫ଟି ତ୍ରୁଟି ଏପରି ଥିଲା ଯେ ପାକିସ୍ତାନ ସେନାକୁ ଚୀନ ଆଗରେ ମିନତି କରିବାକୁ ପଡ଼ିଥିଲା।

ଚୀନ ୨୦୧୯ରେ ୬ଟି ଏୟାର ଡିଫେନ୍ସ ସିଷ୍ଟମ ହସ୍ତାନ୍ତର କରିଥିଲା

ଏୟାର ଡିଫେନ୍ସ ସିଷ୍ଟମକୁ ଚୀନ ୨୦୧୫-୨୦୧୬ରେ ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ୬ଟି ସିଷ୍ଟମ ୨୦୧୯ରେ ପାକିସ୍ତାନକୁ ଦିଆଯାଇଥିଲା। ଗୁପ୍ତଚର ରିପୋର୍ଟ ଅନୁସାରେ, ଏହି ୬ଟି ସିଷ୍ଟମ ମଧ୍ୟରୁ ୩ଟି ୯୬ LOMAD ରେଜିମେଣ୍ଟରେ ଅନ୍ତର୍ଭୁକ୍ତ ହୋଇଥିଲା, ଯେଉଁଥିରେ ସବୁଠାରୁ ଅଧିକ ତ୍ରୁଟି ଦେଖାଗଲା। ଏହାକୁ ଏପର୍ଯ୍ୟନ୍ତ ସଂଶୋଧନ କରାଯାଇ ପାରିନାହିଁ। ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ସ୍ପେୟାର ପାର୍ଟସର ଅଭାବ ଏବଂ ଟେକ୍ନିକାଲ ସହାୟତା ଟିମର ଅନୁପସ୍ଥିତି। ପାକିସ୍ତାନକୁ ମୋଟ ୯ଟି ସିଷ୍ଟମ ହସ୍ତାନ୍ତର କରାଯାଇଛି।

ଭାରତୀୟ ମିସାଇଲକୁ ଟ୍ରାକ କରି ପାରୁନାହିଁ

ପାକିସ୍ତାନ ତାର ସେନାରେ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ୨୦୧୭ରେ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ କରିଥିଲା। ଦାବି କରାଯାଏ ଯେ ଏହି ସିଷ୍ଟମ ୪୦ କିଲୋମିଟର ଦୂରତାରେ ୧୫ ମିଟରରୁ ୧୮ କିଲୋମିଟର ଉଚ୍ଚତାରୁ ଆସୁଥିବା ଯେ କୌଣସି ମିସାଇଲ ବା ଫାଇଟର ଜେଟକୁ ଟାର୍ଗେଟ କରିପାରେ। ଏହି ଏୟାର ଡିଫେନ୍ସ ସିଷ୍ଟମରେ ଥିବା ରାଡାର ୧୫୦ କିଲୋମିଟର ଦୂରରୁ ଶତ୍ରୁର ମିସାଇଲ ଓ ଫାଇଟର ଜେଟକୁ ଇଣ୍ଟରସେପ୍ଟ କରିପାରେ ବୋଲି କୁହାଯାଏ। ଭାରତ ପାଖରେ ସମସ୍ତ ପ୍ରକାରର ସୁପରସୋନିକ ମିସାଇଲ, ବାଲିଷ୍ଟିକ ମିସାଇଲ ରହିଛି। ଯେତେବେଳେ ଏଗୁଡ଼ିକ ଆକାଶରେ ଥାଏ, ପାକିସ୍ତାନୀ ରାଡାର ଏଗୁଡ଼ିକୁ ଦେଖି ପାରେ ନାହିଁ। ଏଗୁଡ଼ିକର ଏତେ ତୀବ୍ର ଗତି ଯେ ଲକ୍ଷ୍ୟଭେଦ ପରେ ହିଁ ପାକିସ୍ତାନ ଆକ୍ରମଣ ହୋଇଛି ବୋଲି ଜାଣି ପାରୁଛି ।

ପ୍ରବାଦ ପୁରୁଷ ବିବୁବାବୁଙ୍କୁ ପୁଣି ସମ୍ମାନୀତ, ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ

ନନ୍ଦିଘୋଷ ବ୍ୟୁରୋ : ପ୍ରବାଦ ପୁରୁଷ ବିବୁବାବୁଙ୍କୁ ପୁଣି ସମ୍ମାନୀତ । ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ । ଋଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ । ନୂଆ ଦିଲ୍ଲୀ ରୁଷ ଦୁତାବାସରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୂର୍ବରୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷର ରାଷ୍ଟ୍ରଦୂତ ଡାନିସ୍ ଆଲିପୋଭ ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର  ଭାବରେ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ।

ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉତ୍ସବର ୮୦ ତମ ବାର୍ଷିକୀକୁ ଆଜି ମଇ ୯ ତାରିଖରେ ପାଳନ କରାଯାଇଛି। ଏହି ଅବସରରେ ଆଜି ଦିଲ୍ଲୀସ୍ଥିତ ରୁଷିଆ ଦୂତାବାସରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି ।  ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅସୀମ ସାହସିକତା ପ୍ରଦର୍ଶନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ସାମିଲ ହୋଇ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ବିଜୟ ପଥ ସୁଗମ କରିଥିଲେ । ବିଜୁବାବୁଙ୍କ ଏହି ମହାନ ଅବଦାନକୁ ସମ୍ମାନ ଜଣାଇ ଆଜି ନୂଆ ଦିଲ୍ଲୀ ରୁଷ ଦୁତାବାସରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ କାର୍ଯ୍ୟକ୍ରମ ରହିଛି ।

ପାକିସ୍ତାନକୁ ଆମେରିକାର ଚେତାବନୀ, ଭାରତ ଉପରେ ପାଲଟା ଆକ୍ରମଣ କଥା ଚିନ୍ତା କରନାହିଁ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ହଜିଲା ନିଦ, ଆତଙ୍କବାଦୀଙ୍କ ନରସଂହାରର ପ୍ରତିଶୋଧ ନେଲା ଭାରତ । ଏୟାର ଷ୍ଟ୍ରାଇକ କରି ବଦଲା ନେଲା ଭାରତ ।  ଏୟାର ଷ୍ଟ୍ରାଇକ ପରେ ସାରା ବିଶ୍ୱକୁ ଅବଗତ କରାଇଲା ଭାରତ । ଆକ୍ରମଣ ସମ୍ପର୍କରେ ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କୁ ମଧ୍ୟ ସୂଚନା ଦେଇଛି ଭାରତ । ଏହା ପରେ ପାକିସ୍ତାନକୁ ଏବେ ଆମେରିକା ପକ୍ଷରୁ ମଧ୍ୟ ଚେତାବନୀ ମିଳିଛି। ହ୍ୱାଇଟ୍ ହାଉସର ସରକାରୀ ସୂତ୍ର ଦାବି କରିଛନ୍ତି ଯେ, ଆମେରିକାର NSA ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ଭାରତର ଆକ୍ରମଣ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କଥା ଚିନ୍ତା କରିବା ଉଚିତ୍ ନୁହେଁ। ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ କରିବାକୁ ସାହସ କରିବା ଉଚିତ୍ ନୁହେଁ। ଏହା ସହିତ, ଭାରତ ବିଷୟରେ ରୁବିଓ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଭାରତର ଅଛି। ଏବେ ଭାରତର ଏହି ଆକ୍ରମଣର ଜବାବରେ, ପାକିସ୍ତାନ କୌଣସି ଆକ୍ରମଣ ନକରିବା ଉଚିତ।

ପାକିସ୍ତାନକୁ ଆମେରିକାର ଚେତାବନୀ

ଭାରତର ଏୟାର ଷ୍ଟ୍ରାଇକ ପରେ, ପାକିସ୍ତାନ ପକ୍ଷରୁ ଭାରତକୁ ଜବାବ ଦେବା ବିଷୟରେ ଆଲୋଚନା ହେଉଛି। ଏହା ମଧ୍ୟରେ ମାର୍କୋ ରୁବିଓ ପାକିସ୍ତାନୀ NSAଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଚୁପ୍ ରହିବାକୁ କହିଛନ୍ତି  ଏବଂ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି ଯେ, ଭାରତର ଆକ୍ରମଣର ଜବାବ ଦେବାକୁ ଚିନ୍ତା ମଧ୍ୟ କର ନାହିଁ।

ଏହି ଆକ୍ରମଣ ପରେ, ମାର୍କୋ ରୁବିଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି କହିଛନ୍ତି ଯେ, ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ନଜର ରଖିଛି। ଆଜି ପୂର୍ବରୁ ଦିଆଯାଇଥିବା ମନ୍ତବ୍ୟଗୁଡ଼ିକ ଆଶା ପ୍ରକାଶ କରେ ଯେ ଏହା ଶୀଘ୍ର ଶେଷ ହେବ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନ ଉଭୟ ନେତୃତ୍ୱଙ୍କୁ ଜଡ଼ିତ କରିବା ପାଇଁ ପ୍ରୟାସ ଜାରି ରହିବ।