spot_img
Home Blog Page 870

ଗରିବଙ୍କ ଅଣ୍ଟା ଭାଙ୍ଗିଦେଇଛି ବିଜେପି ସରକାର: ଗ୍ୟାସ ଦରବୃଦ୍ଧିକୁ ନିନ୍ଦା କଲା ଆମ୍ ଆଦମୀ ପାର୍ଟି

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେପିକୁ ନିନ୍ଦା କରିଛି ଆମ୍ ଆଦମୀ ପାର୍ଟି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ବିଜେପି ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅଚ୍ଛେଦିନର ନାରା ଦେଉଥିବା ବିଜେପି ସରକାର ଜନତାଙ୍କୁ ଦରବୃଦ୍ଧିର ବୋଝ ତଳେ ଚାପିଦେବାକୁ ଚେଷ୍ଟା କରୁଛି । ଅନ୍ୟ ରାଜ୍ୟ ଗୁଡ଼ିକରେ ବି ବିଜେପି ମାଗଣା ସିଲିଣ୍ଡର ବାଣ୍ଟିବାର ପ୍ରତିଶ୍ରୁତି ଦେଇ ଛଳନା କରିଛି। ପୂର୍ବ ସରକାର ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ କମ୍ କରିବା ପାଇଁ ପୂର୍ବରୁ ବିରୋଧୀ ଦଳରେ ଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପସଭାପତି ଗୋଲକ ନାୟକଙ୍କ ଭଳି ତୁଙ୍ଗନେତା ମାନେ ସ୍ବର ଉଠାଇଥିଲେ। ଏବେ କିନ୍ତୁ ଚୁପ୍ ରହି ଡବଲ ଇଞ୍ଜିନ ସରକାରଙ୍କ ଡବଲ ଲୁଟକୁ ପ୍ରମାଣିତ କରିଥିବା ଅଭିଯୋଗ କରିଛି ଆପ୍ ।

ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା: ଦାରିଦ୍ର୍ୟତା ଯୋଗୁଁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାରେ ଦାରିଦ୍ର୍ୟତାରୁ ଶିଶୁ ବିକ୍ରି ଘଟଣା। ନନ୍ଦିଘୋଷ ଟିଭିରେ ଡିଲ୍ ର ଖୁଲାସା ପରେ ଟିଟିଲାଗଡ଼ରୁ ବିକ୍ରି ଶିଶୁ ଉଦ୍ଧାର । ଟିଟିଲାଗଡ଼ ପୋଲିସ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରିଛି  । ଉଦ୍ଧାର ପରେ ଶିଶୁ ଅସୁସ୍ଥ ଥିବାରୁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲର SNCUରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି  । ଶିଶୁକୁ କିଣିଥିବା କୁନି ପଶାୟତକୁ ଟିଟିଲାଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି  । ଶିଶୁ ବିକ୍ରି ଲାଗି ଅନଲାଇନରେ ୫ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିଲା । ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ମାଲପଡ଼ା ମେଟାକାନୀ ମନ୍ଦିର ନିକଟରେ ନବଜାତ ଶିଶୁପୁତ୍ରକୁ ବିକ୍ରି ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦାରିଦ୍ର୍ୟତା ଯୋଗୁଁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା  ।

ଲଞ୍ଚ ହେଲା ନୂଆ AC: ମାତ୍ର ୩୦ ସେକେଣ୍ଡରେ ଥଣ୍ଡା ହୋଇଯିବ ରୁମ୍

ଭାରତୀୟ ବଜାରରେ Llyod ନିଜର ବିଭିନ୍ନ ପ୍ରଡକ୍ଟସର ନୂଆ ରେଞ୍ଜ ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ Llyod StunneAir ଏୟାର କଣ୍ଡିସନରକୁ ଲଞ୍ଚ କରାଯାଇଛି , ଯାହାକି ୬୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମାତ୍ର ୩୦ ସେକେଣ୍ଡରେ ରୁମକୁ ୧୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡା କରିପାରିବ । ଏଥିରେ ଏମ୍ପିଏଣ୍ଟ ଲାଇଟିଂ ଓ ଅନେକ AI ଫିଚର୍ସ ସାମିଲ ରହିଛି । କମ୍ପାନୀ ପକ୍ଷରୁ ଏସିର ରେଞ୍ଜ, ରେଫ୍ରିଜେରେଟରର ନୂଆ ରେଞ୍ଜ, ମିନି ଏଲଇଡି ଟିଭି ଓ ଓ୍ବାଶିଂ ମେଶିନ ତିନୋଟି ସାମଗ୍ରୀକୁ ଲଞ୍ଚ କରାଯାଇଛି । କମ୍ପାନୀ ଭାରତରେ ନିଜର ଏସି ପ୍ରଡକ୍ସନକୁ ମଧ୍ୟ ବିସ୍ତାର କରିଛି, ଯାହାଫଳରେ ଗ୍ରାହକଙ୍କ ବର୍ଦ୍ଧିତ ଦାବିକୁ ପୂରଣ କରାଯାଇପାରିବ   ।

ବ୍ରାଣ୍ଡ ପକ୍ଷରୁ ଷ୍ଟନର ଏୟାର ୬-ଇନ-୧ ଏକ୍ସପେଣ୍ଡେବଲ ଏସି ସହିତ ଷ୍ଟେଲାର, ଷ୍ଟାଇଲସ ଓ ମାଷ୍ଟରପୀସ ସିରିଜ ଅଧିନରେ ଏସି ମଡେଲସକୁ ଲଞ୍ଚ କରାଯାଇଛି । ବ୍ରାଣ୍ଡ ମୁତାବକ, ଏହି ଏସି ଆଡଭାନ୍ସ ଏଆଇ ଫିଚର୍ସ ସହିତ ଆସୁଛି । ଏଥିରେ ହ୍ୟୁମାନ ଡିଟେକ୍ସନ ଫିଚର ଦିଆଯାଇଛି ।  ଯେଉଁ କାଣରୁ ଏହା ରୁମରେ ମଣିଷକୁ ସପୋର୍ଟ କରିବା ପରେ ହିଁ କୁଲିଂ ଆରମ୍ଭ ହେବ । ଏସି ଡି ଏୟରଫ୍ଲୋ ଫିଚର ସହିତ ଆସିଥାଏ ଏହି ଏସି ୬୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମରେ ସହଜରେ କାମ କରିବା । ଏହି ଏସି କବଳ ୧୮ ଡିଗ୍ରୀ ସେଲସିୟସରେ କୁଲିଂ କରିପାରିବ । ଷ୍ଟନରଏୟାର ପ୍ଲିଟ ଏସିକ ୭୪,୦୩୨ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ମୂଲ୍ୟ ୧.୫ ଟନ କ୍ଷମତା ଯୁକ୍ତ ୫-ଷ୍ଟାର ଭାରିଆଣ୍ଟର ଅଟେ । ଷ୍ଟେଲାର ସିରଜର ଶୁଭାରମ୍ଭ ୬୬,୯୧ ଟଙ୍କା । ସେହିପରି ଷ୍ଟାଇଲସ  ସ୍ପିଟ ଏସିର ରେଞ୍ଜ ୪୦,୯୯୦ ଟଙ୍କାରୁ ଆରମ୍ଭ ହଉଛି । ୩ ଷ୍ଟାର ଏସିର ୧ ଲକ୍ଷ କ୍ଷମତା ଥିବା ସାମଗ୍ରୀ ପାଇଁ ଏହି ଦର ରହିଛି ।

ସ୍ବାମୀ-ସ୍ତ୍ରୀ କଳିର କରୁଣ ପରିଣତି: ସ୍ବାମୀଙ୍କ ବୋମାମାଡ଼ରେ ଉଡିଗଲା ତିନି ଘରର ଛପର

ଦିଗପହଣ୍ଡି: ଉଗ୍ର ହେଲା ସ୍ବାମୀ ସ୍ତ୍ରୀ କଳି । ସ୍ବାମୀର ବୋମାମାଡ଼ରେ ଉଡିଗଲା ତିନି ଘରର ଛପର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିିଲ୍ଲା ଦିଗପହଣ୍ଡି ଥାନା କୁଶପଡା ଗାଁରେ। ଏହି ଗାଁରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହି ଆସୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ସୁରେନ୍ଦ୍ର ସ୍ତ୍ରୀକୁ ବମ ପକାଇ ଉଡେଇ ଦେବାକୁ ଧମକ ଦେଉଥିଲେ । ସ୍ତ୍ରୀ ଘରେ ନଥିବା ବେଳେ ସ୍ଵାମୀ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ବାବୁ ସାହୁ, ଅନିଲ ସାହୁ ଓ ଦଣ୍ଡପାଣି ସାହୁଙ୍କ ତିନିଟି ଘର ଭାଙ୍ଗିଯାଇଛି । ଘରର ଛାତ ଉଡି ଯାଇଥିବା ବେଳେ ପଡୋଶୀଙ୍କ କାନ୍ଥ ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଅଟକ ରଖି ତଦନ୍ତ ଚଳାଇଛି ।.

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ଓ୍ବାକଫ୍ ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା

ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଘୋଷଣା କରିନ୍ତି । ସଂଖ୍ୟାଲଘୁ  ଲୋକମାନଙ୍କର ସମ୍ପତ୍ତିକୁ ରକ୍ଷା କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ   ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ତାହାକୁ ’ଡିଭାଇଡ୍ ଏଣ୍ଡ ରୁଲ’ ବୋଲି ମମତା କହିଛନ୍ତି । ଗତକାଲି କୋଲକତାରେ ଜୈନ ସମ୍ପ୍ରଦାୟଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟରେ ଓ୍ବାକଫ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ ଭାବେ କହିଛନ୍ତି ।

ଖ୍ୟାଲଘୁ ଓ ସେମାନଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧ ବୋଲି ମମତା କହିଛନ୍ତି । ସଭାରେ ସମ୍ବୋଧିତ କରି ମମତା କହିଛନ୍ତି, ମୁଁ ଜାଣିଛି ଆପଣମାନେ ଓ୍ବାକଫ ଆଇନକୁ ନେଇ ବେଶ୍ ଦୁଃଖିତ । ମାତ୍ର ’ବାଣ୍ଟ ଓ ରାଜ କର’ ନୀତିକୁ ଗୁରୁତ୍ବ ଦେଉଥିବା କୌଣସି କାର୍ଯ୍ୟକୁ ହେବାକୁ ଦିଆଯିବନି ବୋଲି ମମତା କହିଛନ୍ତି । ଆପଣମାନେ ବାଂଲାଦେଶର ସ୍ଥିତି ଦେଖନ୍ତୁ, ସେଠାରେ କ’ଣ ହେଉଛି । ଏପରି ସମୟରେ ଏହି ବିଧେୟକକୁ ପାରିତ କିବା ଅନୁଚିତ ବୋଲି ସେ କହିଛନ୍ତି ।

ଯାଇଥିଲେ ଦାଦନ ଖଟିବାକୁ, ଶବ ହୋଇ ଫେରିଲେ ୨୦ ବର୍ଷୀୟ ଯୁବକ

ଝାରସୁଗୁଡ଼ା: ଦାଦନ ଖଟିବାକୁ ଯାଇ ପୁଣି ଗଲା ଜଣେ ଯୁବକଙ୍କ ଜୀବନ। ରୋଜଗାର ପାଇଁ ଯାଇଥିଲେ ଆଉ ଶବ ହୋଇ ଫେରିଲେ। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଖବର। କାମ ଅଭାବ ଯୋଗୁଁ ସୁରଟକୁ କାମ କରିବାକୁ ଯାଇଥିଲେ ମାଳିଡ଼ିହିର ୨୦ ବର୍ଷିୟ କରଣ ନେଗି। ଗତ ସୋମବାର ଦିନ ଗୁଜରାଟର ସୁରଟ ଠାରେ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଗାଁକୁ ନେଇ ସାଥି ଶ୍ରମିକ ମାନେ ଆସୁଛନ୍ତି । ଦାଦନ ଖଟିବାକୁ ଯାଇ ମୃତ୍ୟୁ ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୪ ମାସ ତଳେ ସୁରଟ ଯାଇଥିଲେ କରଣ।

ଜଣେ ଠିକାଦାରଙ୍କ ଅଧିନରେ ଚିଙ୍ଗୁଡ଼ି ଚାଷ କାର୍ଯ୍ୟରେ ସେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ॥ ଗତ ସୋମବାର ଦିନ କାମ କରୁଥିବା ବେଳେ ଏକ ଫ୍ୟାନରୁ ତାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା । ତାଙ୍କୁ ସହକର୍ମୀ ମାନେ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଝାରସୁଗୁଡ଼ା DLO ଅଫିସରେ ମୃତଦେହ ପହଂଚିଛି । ପରେ ତାଙ୍କ ଘରକୁ ନିଆଯିବ ବୋଲି ସୂଚନା ମିଳିଛି।

ରାଉରକେଲାରେ ଡବଲ ମର୍ଡର: ୬ ଜଣଙ୍କୁ ଅଟକ ରଖିଛି ପୋଲିସ

ରାଉରକେଲା: ରାଉରକେଲା ଛେଣ୍ଡ ଭିଏସଏସ ମାର୍କେଟ ନିକଟରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଛୁରାମାଡ କରି ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ମୃତଦେହ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯିଵ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଛେଣ୍ଡ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛେଣ୍ଡ କଲୋନୀରେ ଗତ ରାତିରେ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଯୁବକଙ୍କୁ ଛୁରାମାଡ ହୋଇଥିଲା। ଖବର ପାଇ ଶୋଭାଯାତ୍ରାରେ ଯାଉଥିବା ପୋଲିସ ଓ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି କିଛି ଆକ୍ରମଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ୬ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି। ଗତ ରାତିରେ ରାଉରକେଲା ସହରରେ ଦୁଇଟି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।

Jio ଆଣିଲା ଦୁଇଟି ଶସ୍ତା ପ୍ଲାନ: ଦୈନିକ ୧ ଜିବି ଡାଟା ସହ ଅସୀମିତ କଲିଂ ଓ SMS ସୁବିଧା

ବର୍ତ୍ତମାନ ସମୟରେ ମୋବାଇଲ ଫୋନର ବହୁଳ ବ୍ୟବହାର ଫଳରେ ଗ୍ରାହକମାନେ ଶସ୍ତା ରିଚାର୍ଜ ପ୍ଲାନର ସନ୍ଧାନରେ ରହୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଟେଲିକମ୍ ସେବା ପ୍ରଦାନକାରୀମାନେ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ପ୍ଲାନ ସବୁ ଲଞ୍ଚ କରୁଛନ୍ତି । ତେବେ ଏହା ମଧ୍ୟରେ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏକ ଶାନଦାର ପ୍ଲାନ ଲଞ୍ଚ କରିଛି । ଏହି ଶସ୍ତା ପ୍ଲାନରେ ଗ୍ରାହକମାନେ ଡାଟା ଓ କଲିଂ ସୁବିଧା ପାଇ ପାରିବେ । ଜିଓ ପ୍ଲାଟଫର୍ମରେ ଅନେକ ରିଚାର୍ଜ ପ୍ଲାନ ରହିଥିଲେ ହେଁ ଏହ ପ୍ଲାନକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ଆପଣମାନେ ଏହି ପ୍ଲାନକୁ ତୁରନ୍ତ ରିଚାର୍ଜ କରିନିଅନ୍ତୁ ।

ଏହି ପ୍ଲାନରେ ଗ୍ରାହକଙ୍କୁ ୨୦୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏଥିରେ ୟୁଜର୍ସଙ୍କୁ ଢେର ବେନିଫିଟ୍ସ ମିଳିବ । ଏଥିରେ କଲିଂ, ଡାଟା ଓ ଏସଏମଏସ ସାମିଲ ରହିଛି । ପ୍ଲାନର ଭାଲିଡିଟୀ ୨୨ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୨ ଜିବିର ଡାଟା ମିଳିବ । ଏହି ପ୍ଲାନରେ ୟୁଜର୍ସଙ୍କୁ ଅସୀମିତ କଲିଂର ସୁବିଧା ମିଳିବ । ଏଥିରେ ଲୋକାଲ ଓ ଏସଟିଡି କଲ ସାମିଲ ରହିଛି । ଗ୍ରାହକଙ୍କୁ ଦୈନିକ ୧୦୦ ଏସଏମଏସ ଏକ୍ସେସ କରିବାର ସୁବିଧା ମିଳିବ । ଜିଓର ଏହି ପ୍ରିପେଡ ପ୍ଲାନରେ ୟୁଜର୍ସଙ୍କୁ କିଛି ଏପ୍ସର କମ୍ପ୍ଲିମେଣ୍ଟାରୀ ଏକ୍ସେସ ମିଳିବ । ଏଥିରେ ଜିଓ ଟିଭି ଓ ଜିଓଏଆଇକ୍ଲାଉଡର ଏକ୍ସେସ ମିଳିବ । ଜିଓର ଅନ୍ୟ ଏ ରିଚାର୍ଜ ପ୍ଲାନ ୨୪୯ ଟଙ୍କାରେ ଆସୁଛି । ଏଥିରେ ୟୁଜର୍ସଙ୍କୁ ୨୮ ଦିନର ଭାଲିଡିଟୀ  ଡେଲି ୧ ଜିବି ଡାଟା ମିଳିବ । ଏଥିସହିତ ଅନଲିମିଟେଡ କଲିଂର ସୁବିଧା ମଧ୍ୟ ମିଳିବ ।

ଦୁଇ ସୁପରପାଓ୍ବାର ମୁହାଁମୁହିଁ: ପାନାମା କେନାଲକୁ ନେଇ ଆମେରିକା-ଚୀନ ମଧ୍ୟରେ ନୂଆ ବିବାଦ ଆରମ୍ଭ

ଗ୍ରୀନଲାଣ୍ଡ ପରେ ଏବେ ପାନାମା କେନାଲ ଉପରେ ଆମେରିକାର ଆଖି । ପାନାମା କେନାଲକୁ ନେଇ ଦୁଇ ସୁପରପାଓ୍ବାର ମୁହାଁମୁହିଁ। ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ଓ୍ବାର ଚାଲିଥିବାବେଳେ ବର୍ତ୍ତମାନ ଆରମ୍ଭ ହୋଇଛି ପାନାମା କେନାଲକୁ ନେଇ ବିବାଦ। କେନାଲର ପରିଚାଳନାରେ ବାଧା ସୃଷ୍ଟି ଲାଗି ଚୀନକୁ ସୁଯୋଗ ଦିଆଯିବ ନାହିଁ ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ । ପାନାମା ଉପରେ ଚୀନର ଅଯଥା ହସ୍ତକ୍ଷେପର ପ୍ରତିରୋଧ କରାଯିବ ବୋଲି ସେ କହିଛନ୍ତି । ପାନାମା କେନାଲକୁ ଆମେରିକା ଶହେ ବର୍ଷ ତଳୁ ନିର୍ମାଣ କରିଥିବା ବେଳେ ଏହାକୁ ୨୯୯୯ରେ ପାନାମା ହାତରେ ଅର୍ପଣ କରିଥିଲା ।

ଟଲାଣ୍ଟିକ ଓ ପ୍ରଶାନ୍ତ ମହାସାଗରକୁ ଯୋଡୁଥିବା ପାନାମା କେନାଲରେ ଉଭୟ ମୁଣ୍ଡରେ ହଂକଂର ପାନାମା ପୋର୍ଟସ କମ୍ପାନୀ ଜାହାଜ ପରିଚାଳନା କରୁଛି । ଯାହାକି ଜାହାଜ ଜରିଆରେ ହେଉଥିବା ପରିବହନର ୫ ପ୍ରତିଶତ । ପାନାମା କେନାଲରେ ଚୀନର ପ୍ରଭାବ ହ୍ରାସ ଲାଗି ଟ୍ରମ୍ପ ପ୍ରଶାସନ ଜୋରଦାର ଉଦ୍ୟମ କରୁଛି ଏବଂ ଏହାକୁ ଜାତୀୟ ନିରାପତ୍ତା ସହ ତୁଳନା କରୁଛି । ବିଶ୍ବର ଏକ ଆଶ୍ଚର୍ଯ୍ୟ ଭାବେ ପାନାମା କେନାଲକୁ ଦର୍ଶାଇ ହେଗସେଥ କହିଛନ୍ତି- ଏହି କେନାଲକୁ ଚୀନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିପାରିବ ନାହିଁ । ଏହାକୁ ଆମେରିକା ବିରୋଧ କରିବ । ଚୀନ କବଳରୁ କେନାଲକୁ ମୁକ୍ତ କରିବା ଲାଗି ପାନାମା ରାଷ୍ଟ୍ରପତି ଜୋସ ରାଉଲ ମୁଲିନୋଙ୍କ ସହ ଆଲୋଚନା କରିଛନ୍ତି ହେଗସେଥ । କେନାଲରେ ଚୀନକୁ ସୁଯୋଗ ଦେବା ଦ୍ବାରା ପାନାମା ଓ ଆମେରିକା ପ୍ରତି ଗୁଇନ୍ଦାସ୍ତରୀୟ ବିପଦ ସୃଷ୍ଟି ହେଉଛି ବୋଲି କହିଛନ୍ତି ହେଗସେଥ ।

ସେପଟେ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ପାନାମାସ୍ଥିତ ଚୀନ ଦୂତାବାସ । ପ୍ରଶାନ୍ତ ମହାସାଗରୀୟ ପଟରେ ବାଲବୋଆ ପୋର୍ଟ ଓ ଆଟଲାଣ୍ଟିକ ମହାସାଗର ପଟରେ ଖ୍ରୀଷ୍ଟୋବାଲ ପୋଟର ପ୍ରତିଷ୍ଠା କରିଛି ହଂକଂର ପାନାମା ପୋର୍ଟ୍ସ କମ୍ପାନୀ । ୨୯୯୭ରୁ ୨୦୨୧ ଏବଂ ୨୦୨୧ରୁ ଆଉ ୨୫ ବର୍ଷ ଯାଏ ଦୁଇ ବନ୍ଦରର ପରିଚାଳନା ଭାର ନେଇଛି କମ୍ପାନୀ । ସେପଟେ ହଂକଂର ବୃହତ କମ୍ପାନୀ ସି.କେ. ହଟଚିସନ ପାନାମା କେନାଲରେ ଥିବା ଦୁଇଟି ବନ୍ଦର ସମେତ ୪୩ଟି ବନ୍ଦରକୁ ୨୩ଟି ରାଷ୍ଟ୍ରକୁ ବିକିବା ଲାଗି ଗତ ମାର୍ଚ୍ଚରେ ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି ହୋଇଛି । ୮୨ କିଲୋମିଟର ଦୀର୍ଘ ଏହି କେନାଲ ନିର୍ମାଣକୁ ୧୯୧୪ରେ ଶେଷ କରିଥିଲା ଆମେରିକା ।

ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନକୁ ୫୮ ରନରେ ପରାସ୍ତ କଲା ଗୁଜରାଟ

ଗତକାଲି ଖେଳାଯାଇଥିବା ଆଇପିଏଲର ୨୩ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏକ ହାଇ ସ୍କୋର କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ୫୩ଟି ବଲରୁ ୮୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋସ ବଟଲର ୩୬, ଶାହରୁଖ ଖାନ ୩୬ ରନ୍ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ଏମ. ଥିକସାନା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

୨୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୦ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ଓ ୧୨ ହୋଇଥିବା ବେଳେ ନୀତିଶ ରାଣାଙ୍କ ଓ୍ବିକେଟ ହରାଇଥିଲା ଦଳ । ଦଳ ପକ୍ଷରୁ ଶିମ୍ରୋନ ହିଟେମୟର ୫୨ ରନ୍ ଓ ଅଧିନାୟକ ସଞ୍ଜୁ ସାମସନ ୪୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଗୁଜରାଟ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ ଓ ରବିଶ୍ରୀନିବାସନ ସାଇ କିଶୋର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।