spot_img
Home Blog Page 87

କିଏ ଚଲାଉଛି ଅଲ ଫଲାହ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବ୍ଲାଷ୍ଟ ସହ ରହିଛି ଲିଙ୍କ୍ !

କିଏ ଚଲାଉଛି ଅଲ ଫଲାହ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବ୍ଲାଷ୍ଟ ସହ ରହିଛି ଲିଙ୍କ୍ !

ନନ୍ଦିଘୋଷ ବ୍ୟୁରୋ: ଅଲ ଫଲାହ ବିଶ୍ବବିଦ୍ୟାଳୟରେ ଫରିଦାବାଦ ଟେରର ମଡ୍ୟୁଲ ମାମଲା ଓ ଦିଲ୍ଲୀ ବ୍ଲାଷ୍ଟରେ ଜଡିତ ସନ୍ଧିଗ୍ଧଙ୍କ ତଲାସ ଚାଲିଥିବା ସହ ପଚରାଉଚରା କରାଯାଉଛି । ଫରିଦାବାଦ ପୋଲିସ ବିଶ୍ବବିଦ୍ୟାଳୟର ଡକ୍ତର ମୁଜମ୍ମିଲ ସହ କାମ କରୁଥିବା ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଓ ମେଡିକାଲ କଲେଜ ପ୍ରିନ୍ସପାଲଙ୍କୁ ପଚରାଉଚରା କରୁଛି । ବିଶ୍ବବିଦ୍ୟାଳୟର ୫୨ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । ୬ ଜଣଙ୍କୁ ଗିରଫ କରି ଫରିଦାବାଦ ପୋଲିସ ଆତଙ୍କବାଦୀ ଆକ୍ରମଣ ନେଇ ପଚରାଉଚରା କରୁଛି । ଅଲ ଫଲାହ ବିଶ୍ବବିଦ୍ୟାଳୟର ଏକ ସୂତ୍ରରୁ ଜଣାପଡିଛି ଡ, ଶାହିନ, ଡ. ଉମର ଓ ଡ. ମୁଜମ୍ମିଲ ବରିଷ୍ଠ ଡକ୍ତର ଥିଲେ ।  ଆଜି ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଅଧିକାଂଶ ଜୁନିୟର ଡାକ୍ତର ଥିଲେ । ଏଠାରେ ୪୦ ପ୍ରତିଶତ ଡାକ୍ତର କାଶ୍ମୀରରୁ ଆସିଛନ୍ତି । ଏମିତି ସ୍ଥିତିରେ ଆଓନ୍ତୁ ଜାଣିବା ଅଲ ଫଲାହ ବିଶ୍ବବିଦ୍ୟାଳୟ କେଉଁଠି ଅଛି ? ଏହାକୁ କିଏ ଚଲାଉଛି ଓ ଏଠାରେ କ’ଣ ପଢ଼ାଯାଇଥାଏ ?

୭୦ ଏକର ଜମିରେ ଛିଡ଼ା ହୋଇଛି ବିଶ୍ବବିଦ୍ୟାଳୟ

ଫରିଦାବାଦ ଜିଲ୍ଲା ଅରାବଳିରେ ସ୍ଥିତି ୭୦ ଏକର ଜମିରେ ଛିଡା ହୋଇଛି ଏହି ବିଶ୍ବବିଦ୍ୟାଳୟ । ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହାକୁ ଚଲାଯାଉଛି । ଏହା ପରିସରରେ ତିନୋଟି କଲେଜ ରହିଛି । ଏଠାରେ ଅଲ ଫଲାହ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି, ବ୍ରାଉନ ହିଲ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଓ ଅଲ ଫଲାହ ସ୍କୁଲ ଅଫ୍ ଏଜୁକେଶନ ଆଣ୍ଡ ଟ୍ରେନିଂ କଲେଜ ଚାଲୁଛି ।

ୟୁଜିସି ମାନ୍ୟତା ପ୍ରାପ୍ତ

ଓ୍ବେବସାଇଟିରେ ଦିଆଯାଇଥିବା ସୂଚନା ଅନୁସାରେ ଅଲ ଫଲାହ ବିଶ୍ବବିଦ୍ୟାଳୟର ସ୍ଥାପନା ହରିୟାଣା ବିଧାନସଭା ଦ୍ବାରା ହରିୟାଣା ନିଜି ବିଶ୍ବବିଦ୍ୟାଳୟ ଅଧିନିୟମ ୨୦୦୬ ଅନ୍ତର୍ଗତ ଅଧିନିୟମ ପାରିତ କରାଯାଇଥିଲା । ଏହାକୁ ୨୦୧୪ରେ ସଂଶୋଧନ କରାଯାଇଥିଲା । ଅଲ ଫଲାହ ବିଶ୍ବବିଦ୍ୟାଳୟକୁ ୨୦୧୫ରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ବାରା ୟୁଜିସି ଅଧିନିୟମ ୧୯୫୬ ଧାରା ୨ (ଏଫ) ଓ ୧୨ (ବି) ଅନ୍ତର୍ଗତ ମାନ୍ୟତା ମିଳିଛି ।

ଅଲ ଫଲାହ ବିଶ୍ବବିଦ୍ୟାଳୟ ପରିସରରେ ଏହି ଅଲ୍ ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର ରହିଛି । ଅଲ ଫଲାଡ ହସ୍ପିଟାଲ ଏହାର ଏକ ଅଂଶ । ଏଥିରେ ୬୫୦ ଶଯ୍ୟାର ସୁବିଧା ରହିଛି । ଏଠାରୁ ୨୦୧୯ରେ ପ୍ରଥମ ବ୍ୟାଜ୍ ଏମବିବିଏସ୍ ଛାତ୍ରଙ୍କୁ ପ୍ରବେଶ ପାଇଁ ଏନଏମସିର ମଞ୍ଜୁରୀ ମିଳିଥିଲା । ୨୦୨୪ରେ ଶେଷ ବର୍ଷର ଛାତ୍ର ପାସ୍ଆଉଟ୍ ହୋଇଛନ୍ତି ।

କ’ଣ ପଢ଼ାଯାଲ ?

ଏଠାରେ ଇଞ୍ଜିନିୟରିଂ, ଏମବିବିଏସରୁ ନେଇ ବି.ଏଡ ଓ ଏମ.ଏଡ ପାଢ଼ାଯାଇଥାଏ । ବି-ଟେକ, ପାରାମେଡିକାଲରେ ଡିଗ୍ରୀ ଓ ଡିପ୍ଲୋମା, ବିଏ. ବିଏସସି, ବ୍ୟାଚଲର ଅଫ ଫିଜିକାଲ ଏଜୁକେଶନ, ବ୍ୟାଚଲର ଅଫ୍ ମଲିକ୍ୟୁଲାର ସାଇନ୍ସ, ବିକମ, ବିସିଏ, ଏମଟେକ, ଏମଏସସି, ଏମଏ (ଅର୍ଥନୀତି), ଏମବିଏ, ଏମସିଏ ଓ ପିଏଚଡି ପଢ଼ାଯାଇଥାଏ ।

ହେମା ମାଳିନୀଙ୍କୁ କଣ କହି ଡାକନ୍ତି ବବି ଏବଂ ସନ୍ନି : ଜାଣନ୍ତୁ କଣ ରହିଛି ସମ୍ପର୍କ ?

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଏକ ଗୁଜବ ବେଶ ଭାଇରାଲ ହୋଇଛି । ସୋମବାର ରାତିରୁ ଏକ ପୋଷ୍ଟରେ ପ୍ରକାଶ କରାଯାଇଥିଲା କି, ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି । ମାତ୍ର ପରିବାର ଲୋକେ ଏହାକୁ ଗୁଜବ ବୋଲି କହିବା ପରେ ଚର୍ଚ୍ଚା ଥମି ଯାଇଛି । ତେବେ ଆପଣ ଜାଣନ୍ତି କି, ଧର୍ମନ୍ଦ୍ରଙ୍କ ଦ୍ବିତୀୟ ପତ୍ନୀ ହେମାଙ୍କ ସହ ସନ୍ନି ଦେଓଲ ଏବଂ ବବି ଦେଓଲଙ୍କ ସମ୍ପର୍କ କଣ ରହିଛି ? ସାବତ ମାଆଙ୍କ ସହ କଣ ଭଲ ଚଳୁଛନ୍ତି କି ଏହି ଦୁଇ ଭାଇ ।

ତେବେ କହି ରଖୁଛୁ କି, ସନ୍ନି ଦେଓଲଙ୍କଠାରୁ ମାତ୍ର ୯ ବର୍ଷ ବଡ଼ ହେଉଛନ୍ତି ହେମା ମାଳିନୀ । ହେମା ଯେତେବେଳେ ୩୨ ବର୍ଷର ହୋଇଥିଲେ ସେତେବେଳେ ଧର୍ମେନ୍ଦ୍ରଙ୍କ ୪୫ ବର୍ଷ ହୋଇଥିଲା । ଦ୍ବିତୀୟ ବିବାହ କରିଥିଲେ ଧର୍ମେନ୍ଦ୍ର । ଯେଉଁ କାରଣରୁ ପ୍ରଥମେ ସନ୍ନି ଦେଓଲଙ୍କ ସହ ତାଙ୍କ ପରିବାର ଲୋକେ ହେମା ପସନ୍ଦ କରୁନଥିଲେ । ମାତ୍ର ଏବେ ସବୁକିଛି ଠିକଠାକ ଚାଲିଛି । ହେମାଙ୍କୁଚ ଦେଖା କରିବା ଲାଗି ବବି ଏବଂ ସନ୍ନି ଯାଉଥିବା ସେ ଏକ ଇଣ୍ଟଭିୟ୍ୟୁରେ ଜଣାଇଛନ୍ତି । ତେବେ ତାଙ୍କ କଣ କହି ଡାକନ୍ତି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି, ମୋତେ ହେମାଜୀ କହି ଡାକନ୍ତି ।

ନୂଆପଡ଼ାରେ ଭୋଟ ଗଡ଼ବଡ଼ି: ବିଜେଡିକୁ ଭୋଟ ଦେଲେ ବିଜେପିକୁ ଯାଉଛି !

ନୂଆପଡ଼ାରେ ଭୋଟ ଗଡ଼ବଡ଼ି: ବିଜେଡିକୁ ଭୋଟ ଦେଲେ ବିଜେପିକୁ ଯାଉଛି !

ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ାରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ତେବେ ବିଭିନ୍ନ ସ୍ଥାନରୁ ମତଦାନରେ ବିଭ୍ରାଟ ହେଉଥିବା ଦେଖିବାକୁ ମିଳୁଛି । କେଉଁଠି ବିଜେଡିକୁ ଭୋଟ ଦେଲେ ବିଜେପିକୁ ଯାଉଥିବା ଅଭିଯୋଗ ହେଉଛି । କେଉଁଠି ଭୋଟ ଦେବାକୁ ଆସି ମହିଳା ଜାଣୁଛନ୍ତି ତାଙ୍କ ଭୋଟ୍ ହୋଇସାରିଛି । ସେହିପରି କେଉଁଠୁ ଇଭିଏମରେ ଚଞ୍ଚକତା କରାଯାଇଥିବା ସନ୍ଦେହରେ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଯାହାକୁ ଭୋଟ ଦେଲେ ବିଜେପିକୁ ଯାଉଛି !

ନୂଆପଡ଼ା ଭାଲୁକୋଣା ପଞ୍ଚାୟତର ୨୫୦ ନମ୍ବର ବୁଥରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏଠାରେ ବିଜେଡି କି କଂଗ୍ରେସକୁ ଭୋଟ୍ ଦେଲେ ବିଜେପକୁ ଯାଉଥିବା ଅଭିଯୋଗ ହୋଇଛି । ଏପରିକି କଂଗ୍ରେସକୁ ଭୋଟ୍ ଦେବା ବେଳେ ବିଜେପି ପ୍ରାର୍ଥୀଙ୍କ ନାଲି ବତି ଜଳୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବୁଥ ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଛି । ଭୋଟ୍ ନଦେବାକୁ ମତଦାତା ଜିଦ୍ ଧରି ବସିଥିବା ବେଳେ ସାନି ମତଦାନ ଦାବି କରିଛନ୍ତି । ଏପରିକି ଉକ୍ତ ଇଭିଏମର ଯାଞ୍ଚ କରିବାକୁ ମଧ୍ୟ ଦାବି କରାଯାଇଛି ।

ଇଭିଏମରେ ଚଞ୍ଚକତା ଅଭିଯୋଗ !

ସେହିପରି ମାଓବାଦୀ ପ୍ରବଣ ସନବାହାଲିର ୩୩୫ ନମ୍ବର ବୁଥରେ ଇଭିଏମରେ ଚଞ୍ଚକତା କରାଯାଇଥିବା ସନ୍ଦେହ କରାଯାଇଛି । ଏନେଇ ଭୋଟରମାନେ ତାତିଛନ୍ତି I ଇଭିଏମର ସିରିଏଲ ନମ୍ବର ଲୋକେ ପ୍ରିଜାଇଡିଂ ଅଫିସରକୁ ମାଗିଥିଲେ । ହେଲେ ପ୍ରିଜାଇଡିଂ ଅଫିସର ଇଭିଏମ ନମ୍ବର ଦେବାକୁ ମନା କରିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା I ଏଠାରେ କିଛି ସମୟ ପାଇଁ ଭୋଟ ଦାନ ପ୍ରଭାବିତ ହୋଇଥିଲା I ବୁଥରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

ମହିଳାଙ୍କ ଭୋଟ୍ ଚୋରି 

କୋମନା ଜିତମିତ୍ର ହାଇସ୍କୁଲର ୩୪୧ ନମ୍ବର ବୁଥରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏଠାକୁ ଭୋଟ ଦେବାକୁ ଜଣେ ମହିଳା ଆସି ଜାଣିବାକୁ ପାଇଲେ ତାଙ୍କ ଭୋଟ୍ ହୋଇ ସାରିଛି । ଜୟନ୍ତୀ ଛତ୍ରିଆ ନାମକ ମହିଳା ଜଣଙ୍କ ଭୋଟ ଦେବାକୁ କେନ୍ଦ୍ରକୁ ଆସିଥିଲେ । ହେଲେ ଆଗରୁ ତାଙ୍କ ନାଁରେ କେହି ଜଣେ ଭୋଟ ଦେଇଥିବା ଜାଣିବାକୁ ପାଇଥିଲେ । ସେ ଆଉ ଭୋଟ୍ ଦେଇ ପାରିବେନି ବୋଲି ଅଧିକାରୀମାନେ କହିବା ପରେ ମହିଳା ଜଣଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ଭୋଟ୍ ଆଉ କିଏ ଓ କେମିତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୋଟ୍ ଦେବାକୁ ଯାଇ ମୋହନ ଜାଣିଲେ ସେ ମୃତ

ନୂଆପଡ଼ା ଉପ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କରି ପାରିନାହାନ୍ତି ଭାଲୁକୋନା ଗାଁର ମୋହନ ନାଏକ I ୨୫୦ ନମ୍ବର ବୁଥରେ ଭୋଟ ଦେବା ପାଇଁ ମୋହନ ଲମ୍ବା ଲାଇନରେ ଛିଡା ହୋଇ ବୁଥ୍ ଭିତରକୁ ପଶିଥିଲେ । କିନ୍ତୁ ପ୍ରିଜାଇଡିଂ ଅଫିସର ଭୋଟର ଲିଷ୍ଟରେ ତାଙ୍କ ନାଁ ନଥିବା ଜଣାଇଥିଲେ I ଗତ ନିର୍ବାଚନରେ ମୋହନ ଭୋଟ ଦେଇ ନେତା ବାଛିଥିବା ବେଳେ ଉପ ନିର୍ବାଚନରେ ଭୋଟର ଲିଷ୍ଟରୁ ତାଙ୍କ ନାଁ କଟି ଯାଇଛି I ଏନେଇ ମୋହନ ନିର୍ବାଚନ ପରିଚାଳନା କରିଥିବା ଅଧିକାରୀଙ୍କୁ ବୁଝାଶୁଝା କରିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ନା ଭୋଟର ତାଲିକାରୁ କଟି ଯାଇଥିବା ଜାଣିବାକୁ ପାଇଥିଲେ I ଜୀବିତ ଅବସ୍ଥାରେ ତାଙ୍କୁ ମୃତକ ବୋଲି ଭୋଟର ଲିଷ୍ଟରୁ ନା କାଟି ଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୋହନ ।

ପ୍ରିଜାଇଡିଂ ଅଫିସର ନିଲମ୍ବିତ

ସେପଟେ ମତଦାନରେ ଅବହେଳା ପାଇଁ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ ହେବାକୁ ପଡିଛି । ନିଲମ୍ବିତ ପ୍ରିଜାଇଡିଂ ଅଫିସର୍ ହେଲେ ସନ୍ଦୀପ କୁମାର ସ୍ବାଇଁ । ସେ ବିରୋମାଲ ବୁଥ ନମ୍ବର୍ ୪୬ର ପ୍ରିଜାଇଡିଂ ଅଫିସର ଥିଲେ । ମତଦାନର ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି l

ଦିଲ୍ଲୀ ବିସ୍ଫୋରଣ ଘଟଣା : କଂଗ୍ରେସ କଲା କଡ଼ା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଦିଲ୍ଲୀରେ ସୋମବାର ଘଟିଥିବା ବଡ଼ ବିସ୍ଫୋରଣ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଏଥିଲାଗି ସମାଲୋଚନା ମଧ୍ୟ କରୁଛି । ଗତ ୬ ମାସ ମଧ୍ୟରେ ୪୧ ଜଣଙ୍କ ଜୀବନ ଯାଇଛି ଏଥିଲାଗି ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର  ସୁପ୍ରିୟା ଶ୍ରୀନାଟେ କହିଛନ୍ତି କି, ଗୃହମନ୍ତ୍ରୀ ଏହାର ଜବାବ ରଖନ୍ତୁ । ୧୦ ଜଣଙ୍କ ଜୀବନ ଅକାଳରେ ଯାଇଥିବାବେଳେ ବିସ୍ଫୋଣ ଜବତ ହୋଇଛି । ଏଥିଲାଗି ଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ନେତା କହିଛନ୍ତି, “ବଡ଼ ବଡ଼ କଥା କହିବା ଦ୍ୱାରା ଆପଣଙ୍କର ବିଫଳତା ଏବଂ ବାରମ୍ବାର ଗମ୍ଭୀର ସୁରକ୍ଷା ତ୍ରୁଟି ଲୁଚାଇ ହେବ ନାହିଁ। ଯଦି ନିର୍ଦ୍ଦୋଷ ଜୀବନ ଚାଲିଯାଏ, ତେବେ ପ୍ରଶ୍ନ ଉଠିବ। ଉତ୍ତରଦାୟିତ୍ୱ ନିର୍ଣ୍ଣୟ କରାଯିବ। କାରଣ ଦେଶ ସୁରକ୍ଷିତ ହାତରେ ନାହିଁ।”

କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି ଯେ ୧୮ ଘଣ୍ଟା ବିତିଗଲାଣି ଏବଂ ଗୁଜବ ପ୍ରସାରକୁ ରୋକିବା ପାଇଁ ଗୃହମନ୍ତ୍ରୀ ଯାହା ସମ୍ଭବ ସୂଚନା ପ୍ରଦାନ କରିବା ଉଚିତ। ସୂତ୍ର ଅନୁଯାୟୀ, ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ପ୍ରସାରିତ ବିଭିନ୍ନ ତତ୍ତ୍ୱ ବନ୍ଦ ହେବା ଉଚିତ। ଗୃହମନ୍ତ୍ରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଗଲା ନାହିଁ; ସେ ନିର୍ବାଚନ ରାଜ୍ୟର ଏକ ହୋଟେଲ ରୁମରେ ସୀମିତ ରହିଲେ, ସିସିଟିଭିକୁ ଏଡାଇ ଦେଲେ।

 

ଦିଲ୍ଲୀ ବ୍ଲାଷ୍ଟ ପରେ ଥର ଥର କମ୍ପୁଛି ପାକିସ୍ତାନ: ହାଇ ଆଲର୍ଟରେ ସେନା, ଜାରି କଲା ନୋଟମ୍

ଦିଲ୍ଲୀ ବ୍ଲାଷ୍ଟ ପରେ ଥର ଥର କମ୍ପୁଛି ପାକିସ୍ତାନ: ହାଇ ଆଲର୍ଟରେ ସେନା, ଜାରି କଲା ନୋଟମ୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଲାଲକିଲାରେ କାର ବିସ୍ଫୋରଣ ପରେ ପାକିସ୍ତାନରେ ଭୟର ବାତାବରଣ । ଯେକୌଣସି ସମୟରେ ଭାରତ ପକ୍ଷରୁ ପ୍ରତି ଆକ୍ରମଣ ଭୟରେ ଥର ଥର କମ୍ପୁଛନ୍ତି ଲୋକଙ୍କଠାରୁ ଆରମ୍ଭ କରି ସେନା ଓ ସରକାର । ଦିଲ୍ଲୀ ବ୍ଲାଷ୍ଟ ପରେ ପାକିସ୍ତାନୀ ସେନା ଓ ସରକାର ଆଲର୍ଟ ମୋଡକୁ ଆସିଯାଇଛନ୍ତି । ସେପଟେ ଲୋକଙ୍କ ମଧ୍ୟରେ ଭୟ କେତେ ତାହା ପାକିସ୍ତାନୀ ସୋସିଆଲ ମିଡିଆରୁ ଜଣଶପଡୁଛି । ୟୁଜର୍ସ ଭାରତରେ ହୋଇଥିବା ବ୍ଲାଷ୍ଟକୁ ନେଇ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳୁଛି । ତେବେ ପାକିସ୍ତାନ ସରକାର ପକ୍ଷରୁ ବ୍ଲାଷ୍ଟକୁ ନେଇ କୌଣସି ପ୍ରତିକ୍ରିୟା ଆସି ନଥିଲେ ବି ସେନା ପୂରା ଆଲର୍ଟରେ ରହିଛି ।

ପାକିସ୍ତାନରେ ତିନି ସେନା ହାଇ ଆଲର୍ଟରେ

ଦିଲ୍ଲୀ ବ୍ଲାଷ୍ଟ ପରେ ପାକିସ୍ତାନ ସେନା ନୋଟମ୍ ଜାରି କରିଛି । ଏହା ଜରିଆରେ ପାକିସ୍ତାନର ସ୍ଥଳ, ଜଳ ଓ ବାୟୁ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ପାକିସ୍ତାନ ସେନା ନୋଟମ୍ ଜାରି କରିବାର କାରଣ ହେଲା ସୀମା ଅଞ୍ଚଳର ଆକାଶପଥରେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଇବା ସୁନିଶ୍ଚିତ କରିବା ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ସୋମବାର ରାତିରେ ଇସଲାମାବାଦରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ସେନା ପ୍ରମୁଖ ଅସିମ ମୁନିର ଏକ ହାଇ ଲେଭଲ ମିଟିଂ କରିଛନ୍ତି । ଯାହାର ଅଧିକ ସୂଚନା ସ୍ଥାନୀୟ ମିଡିଆକୁ ଦିଆଯାଇନି ।

ପାକିସ୍ତାନରେ ଭୟର ବାତାବରଣ

ଦିଲ୍ଲୀ ବ୍ଲାଷ୍ଟର ତଦନ୍ତ ଚାଲିଛି । ସେପଟେ ପାକିସ୍ତାନରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପାକିସ୍ତାନକୁ ଏ ଡର ଲାଗୁଛି ଯେ, ଦିଲ୍ଲୀ ବ୍ଲାଷ୍ଟରେ ପାକିସ୍ତାନର ଭୂମିକା ପଦାକୁ ଆସିବା ପରେ କ’ଣ ହେବ ? ଭାରତ କେଉଁ ପ୍ରକାର ପ୍ରତି ଆକ୍ରମଣ କରିବ ? କେବେ ଓ କେମିତି ଭାରତ ପକ୍ଷରୁ ଆକ୍ରମଣର ପ୍ରତିଶୋଧ ନିଆଯିବ ? ଯାହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହେବାରେ ଲାଗିଛି ।

ଡକ୍ତର ଫରହାନ ବିର୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଏହି ବ୍ଲାଷ୍ଟ ପେଇଁ ଏବେ ପାକିସ୍ତାନକୁ ଦୋଷୀ କରାଯିବ । ଅନ୍ୟ ଜଣେ ୟୁଜର୍ସ ତୈମୁର ମଲିକ ଲେଖିଛନ୍ତି, ଦୁଇଟି କାରରେ ବ୍ଲାଷ୍ଟ ହୋଇଛି । ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯିବ । ସେହିପରି ଆଫଗାନ ନାଗରିକ ଓ ପାକିସ୍ତାନ ଉପରେ ନଜର ରଖୁଥିବା ବୁରହାନଉଦ୍ଦିନ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନରେ ଆଇଏସଆଇଏସ ଆକ୍ଟିଭ ଅଛି । ଦିଲ୍ଲୀ ବ୍ଲାଷ୍ଟ ପରେ ପାକିସ୍ତାନର କିଛି ଲୋକ ଖୁସି ଥିବା ଦେଖିବାକୁ ମିଳୁଛି । ସାରା ବିଶ୍ବ ସେମାନଙ୍କୁ ଦେଖୁଛି ।

ମୋଦି କହିଲେ ଦୋଷୀଙ୍କୁ ଛାଡ଼ିବୁନି

ସେହିପରି ଦିଲ୍ଲୀ ବ୍ଲାଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଆଓିଛି । ଭୁଟାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରୁ ଥାଇ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଘଟଣାର ମୂଳକୁ ଯାଇ ତଦନ୍ତ କରି ଦୋଷୀଙ୍କୁ ଜବାବ ଦିଆଯିବ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, ଆମେ ଯୁଦ୍ଧ କରୁଛନ୍ତି । ସମସ୍ତ ଦୋଷୀଙ୍କୁ ନ୍ୟାୟକ କାଠଗଡ଼ାକୁ ଆଣିବୁ । ଏହା ମନକୁ ବିଚଳିତ କରିଦେବା ଭଳି ଘଟଣା । କାହାରିଙ୍କୁ ଛାଡିବୁନି ।

ଦିଲ୍ଲୀ ବିସ୍ଫୋରଣ ଘଟଣା : ଅମିତ ଶାହଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ :  ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଗୃହମନ୍ତ୍ରାଳୟର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ବୈଠକରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ, ଏନଆଇଏ ମହାନିର୍ଦ୍ଦେଶକ ଓ ଦିଲ୍ଲୀ ପୋଲିସ କମିଶନର ସାମିଲ ହୋଇଛନ୍ତି। ଏହା ସହ ଜାମ୍ମୁ ଓ କାଶ୍ମୀରର ଜିଡିପି ବି ବୈଠକରେ ଯୋଗ ଦେଇଛନ୍ତି।
ଅପରାଧୀମାନଙ୍କୁ କୌଣସି କ୍ଷେତ୍ରର ଛଡ଼ାଯିବ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ସହ ସେ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୯ ହୋଇଛି। ତେଣେ ଏହା ଏକ ଆତ୍ମଘାତୀ ଘଟଣା ବୋଲି ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଉତ୍ତରପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। କିଛି ସ୍ଥାନରେ ରେଡ ବି ହୋଇଛି।
ସେପଟେ ବିସ୍ଫୋରଣ ପଛରେ ଜୈସ-ଏ-ମହମ୍ମଦ ସଂଗଠନର ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଜୈସ ସମର୍ଥନରେ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଲାଗିଥିଲା ପୋଷ୍ଟର। ପରେ ଜାମ୍ମୁ ଓ କାଶ୍ମୀର, ଉତ୍ତରପ୍ରଦେଶ, ହରିଆଣା, ଦିଲ୍ଲୀରେ ପୋଲିସ ତଦନ୍ତ କରିଥିଲା। ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ୩ କାଶ୍ମୀର ଡାକ୍ତର ଆଦିଲ ଅହମ୍ମଦ ରାଥର, ମୁଜାମିଲ ସକିଲ ଓ ଉମର ମହମ୍ମଦଙ୍କ ସମ୍ପର୍କ ନେଇ ତଦନ୍ତ କରାଯାଉଛି।

ବୁଥ ନିକଟରେ ବିଜେପିର ପ୍ରଚାର କରାଯାଉଥିବା ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ନେହାଙ୍ଗିନୀ

ନୂଆପଡା : ନିର୍ବାଚନ ସମୟରେ ବୁଥ ନିକଟରେ ବିଜେପିର ପ୍ରଚାର କରାଯାଉଥିବା ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ମୁକ୍ତ ଓ ଅବାଧ ନିର୍ବାଚନ କରାଯାଉ ବୋଲି ଦାବି କଲେ ସ୍ନେହାଙ୍ଗିନୀ। କାହିଁକି ବୁଥ ନିକଟରେ ବିଜେପିର ପ୍ରଚାର କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ନୂଆପଡ଼ା ରେ ବିଭିନ୍ନ ବୁଥ ବୁଲି ବୁଲି ଦେଖିଛନ୍ତି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତେବେ ଅନେକ ସ୍ଥାନରେ ବିଜେପିର କିଛି କର୍ମୀ ବୁଥ ନିକଟରେ ଥାଇ ପ୍ରଚାର କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ସାମ୍ନାକୁ ଆସିଲା ଦିଲ୍ଲୀ ବୋମା ବିସ୍ଫୋରଣର ଆତଙ୍କବାଦୀ ଉମରର ପ୍ରଥମ ଫଟୋ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଉମରର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ସେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ କରିଥିଲା, ଯେଉଁଥିରେ ନଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୪ ଜଣ ଆହତ ହୋଇଥିଲେ। ମଙ୍ଗଳବାର ବିସ୍ଫୋରଣ ପୂର୍ବରୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ପାର୍କିଂ ସ୍ଥାନରୁ ଏକ ଧଳା i20 କାର ବାହାରକୁ ଯାଉଥିବାର ଦେଖାଯାଉଛି। ଏହା ଡାକ୍ତର ମହମ୍ମଦ ଉମର ବୋଲି ସନ୍ଦେହ କରାଯାଉଛି।

ଏହି ବିସ୍ଫୋରଣ ସମ୍ପର୍କରେ ପୋଲିସ କହିଛି ଯେ ଉମର ଫରିଦାବାଦ ମଡ୍ୟୁଲର ଅଂଶ ହୋଇପାରେ। ଗତ କିଛି ଦିନ ଧରି ପୋଲିସ ଚଢାଉ ଜାରି ରହିଛି, ଯେଉଁଥିରେ ଜମ୍ମୁ ଏବଂ କାଶ୍ମୀର ପୋଲିସ ହରିୟାଣାର ଫରିଦାବାଦରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଏକ ଅପରେସନ ଚଳାଇ ୨୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଛି।

ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ତଦନ୍ତରୁ ଜଣାପଡିଛି ଯେ ଡାକ୍ତର ଉମର ତିନି ଘଣ୍ଟା ଧରି ପାର୍କିଂ ହୋଇଥିବା i20 କାରରେ ବସି ରହିଥିଲେ। ସେ ଗୋଟିଏ ମିନିଟ୍ ପାଇଁ ମଧ୍ୟ କାର ଛାଡି ନଥିଲେ। କୁହାଯାଉଛି ଯେ ସେ ଏହି କାର ଭିତରୁ କିପରି ଆକ୍ରମଣ କରିବେ, କେବେ କରିବେ ଏବଂ କେଉଁଠାରେ କରିବେ ସେ ବିଷୟରେ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିଥିଲେ।

ବିସ୍ଫୋରଣ ମାମଲାରେ ପୋଲିସ ଦ୍ୱାରା ଏକ ମାମଲା ରୁଜୁ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ଆତ୍ମଘାତୀ ଆକ୍ରମଣ ଦିଗକୁ ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ପ୍ରଥମିକ ରିପୋର୍ଟ ଖୁବ୍ ଶୀଘ୍ର ପ୍ରକାଶ ପାଇବାର ଆଶା କରାଯାଉଛି। ତା’ପରେ ହିଁ ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ ପାଇବ।

ଲାଲକିଲ୍ଲା ନିକଟରେ ବିସ୍ଫୋରଣର କିଛି ସମୟ ପୂର୍ବରୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଏକ i20 କାର ପାର୍କିଂ ସ୍ଥାନ ଦେଇ ଯାଉଥିବାର ଦେଖାଯାଉଛି। କାର ଭିତରେ କଳା ମୁଖା ପିନ୍ଧିଥିବା ଜଣେ ବ୍ୟକ୍ତି ବସିଛନ୍ତି। ଓମାର ଜମ୍ମୁ ଏବଂ କାଶ୍ମୀରର ବାସିନ୍ଦା। ଆକ୍ରମଣ ପରେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରାଯାଇଥିଲା।

ଧର୍ମେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ, ତାଙ୍କ ମୃତ୍ୟୁ ଖବରକୁ ଝିଅ ଇଶା ଦେଓଲଙ୍କ ଅସ୍ୱୀକାର

ନନ୍ଦିଘୋଷ ବ୍ୟୁରୋ : ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ବର୍ତ୍ତମାନ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏହି ସମୟରେ, ଅଭିନେତାଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା, ଯାହାକୁ ତାଙ୍କ ଝିଅ ଇଶା ଦେଓଲ ଭିତ୍ତିହୀନ ବୋଲି କହିଛନ୍ତି। ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ଏବଂ “ହି-ମ୍ୟାନ୍” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ନିରନ୍ତର ପ୍ରସାରିତ ହେଉଛି, ଯାହା ଫିଲ୍ମ ଜଗତକୁ ଆଘାତ ଦେଇଛି। ତଥାପି, ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ବୟସଜନିତ ରୋଗରେ ପୀଡିତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଅପରାହ୍ନରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାର ଖବର ଆସିଥିଲା।

ଧର୍ମେନ୍ଦ୍ର ଜଣେ ଅଭିନେତା ଯିଏ ପ୍ରାୟ ୬୫ ବର୍ଷ ଧରି ବଲିଉଡରେ ରାଜ୍ କରୁଛନ୍ତି। ସେ ୧୯୬୦ ମସିହାରେ “ଦିଲ୍ ଭି ତେରା ହମ୍ ଭି ତେରେ” ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହା ପରେ, ସେ ଆଉ ପଛକୁ ଫେରି ଚାହିଁ ନଥିଲେ, “ଶୋଲେ,” “ସୀତା ଔର ଗୀତା,” “ମେରା ଗାଁଓ ମେରୀ ଦେଶ,” “ଲୋହା,” ଏବଂ ଅନ୍ୟାନ୍ୟ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।

ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ଦେଇଛି ଫରେନ୍ସିକ ଟିମ। ପ୍ରଥମେ କୁହାଯାଇଥିଲା ଯେ ଗୋଟିଏ ସିଏନଜି ଚାଳିତ ଇକୋ ଭ୍ୟାନ୍ରେ ବିସ୍ଫୋରଣ ହେବାରୁ ଏତେ ବଡ଼ ଘଟଣା ଘଟିଛି। କିନ୍ତୁ ବିସ୍ଫୋରଣ ଭ୍ୟାନ୍ ନୁହେଁ, କାରରେ ହୋଇଥିଲା ବୋଲି ଫରେନ୍ସିକ ଟିମ ସ୍ପଷ୍ଟ କରିଛି। ଏକ ଆଇ-ଟ୍ବେଣ୍ଟି କାରରେ ବିସ୍ଫୋରଣ ହୋଇଥିବା ନେଇ ଜଣାପଡିଛି। ଗାଡ଼ି ମାଲିକଙ୍କୁ ପଚରାଉଚରା କରାଯାଉଛି। କିନ୍ତୁ ଗାଡ଼ି ମାଲିକ କହିଛି ଯେ, ସେ ଏହି ଗାଡ଼ିକୁ ପୂର୍ବରୁ ବିକ୍ରି କରିଦେଇଛନ୍ତି। ତେବେ ସବୁ ଦିଗକୁ ନେଇ ତନାଘନା ଚଳାଇଛି ତଦନ୍ତକାରୀ ଟିମ୍। ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଥିବା ବେଳେ, ଅନେକ ଆହତ ହୋଇଛନ୍ତି। ଏନଏସଜି କମାଣ୍ଡୋଙ୍କ ଠାରୁ ଆରମ୍ଭ କରି ଏନଆଇଏ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି। ଫରେନ୍ସିକ ଟିମ ଜାଣିବାକୁ ପାଇଛି ଯେ ବିସ୍ଫୋରଣ ଗୋଟିଏ ହୁଣ୍ଡାଇ ଆଇ-ଟ୍ବେଣ୍ଟି କାରରେ ହୋଇଛି। ବିସ୍ଫୋରଣ ବେଳେ କାରରେ ୩ ଜଣ ଲୋକ ରହିଥିଲେ। ଗାଡ଼ିର ପଛ ପାଖରେ ହିଁ ବିସ୍ଫୋରଣ ହୋଇଥିଲା। ମୃତାହତଙ୍କ ଶରୀରେ ପୋଡ଼ି ହେବାର ମଧ୍ୟ ଚିହ୍ନ ନାହିଁ ବୋଲି ଫରେନସିକ ଟିମ ସ୍ପଷ୍ଟ କରିଛି। ବିସ୍ଫୋରଣ ହୋଇଥିବା ଗାଡ଼ି ସମେତ ଆଖପାଖରେ ଥିବା କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକାଧିକ ଗାଡ଼ି ମଧ୍ୟ ଜଳି ଯାଇଥିଲା। ଏଫଏସଲ, ଏନଆଇଏ ଠାରୁ ଆରମ୍ଭ କରି ସବୁ ଏଜେନ୍ସି ଘଟଣା ସ୍ଥଳରେ ଯାଞ୍ଚ କରୁଛନ୍ତି। ସ୍ଥିତି ଉପରେ ନଜର ରହିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିଲା। ତେଣୁ ବିସ୍ଫୋରଣ ପାଇଁ ବିପୁଳ ପରିମାଣର ଅତ୍ୟାଧୁନିକ ବିସ୍ଫୋରକ ବ୍ୟବହାର କରାଯାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହା କୌଣସି ସାଧାରଣ ବିସ୍ଫୋରଣ ନଥିଲା ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଏନଆଇଏ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା କହିଛନ୍ତି ଅମିତ ଶାହ। ଘଟଣା ପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି।