ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ପାଇଁ ଦୀପଦାନ। ଲିଙ୍ଗରାଜ ମନ୍ଦିର ସମୂଖରେ ବିଜେଡି ପକ୍ଷରୁ ସାମୁହିକ ଦୀପଦାନ । ଭାରତୀୟ ଯବାନଙ୍କ ମଙ୍ଗଳ କାମନା ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଆଗରେ ଭୁବନେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଏମସି ମେୟର ସୁଲୋଚନା ଦାଶ, ବିଜେଡି ନେତା ମନ୍ମଥ ରାଉତରାୟଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ସାମିଲ ହୋଇ ସଂଘର୍ଷରେ ସାମିଲ ଯବାନଙ୍କ ମଙ୍ଗଳ କାମନା କରିଛନ୍ତି ।
ପାକିସ୍ତାନ ସଂସଦରେ ସରିଫଙ୍କୁ ଟାର୍ଗେଟ କଲେ ସାଂସଦ
ନନ୍ଦିଘୋଷ ବ୍ୟୁରୋ: ବିଲୁଆ ସେନାର ନେତୃତ୍ବ ବାଘ ନେଲେ ବିଲୁଆମାନେ ବି ବାଘ ଭଳି ଲଢେଇ କରନ୍ତି। କିନ୍ତୁ ଯେତେବେଳେ ବାଘଙ୍କ ନେତୃତ୍ବ ବିଲୁଆ ନିଅନ୍ତି, ସେତେବେଳେ ବାଘ ବି ବିଲୁଆ ଭଳି ଆଚରଣ କରେ। ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଏହି ଉଦାହାରଣ ଦେଇ ସମାଲୋଚନା କରିଛନ୍ତି ସାଂସଦ ଶାହିଦ ଅହମ୍ମଦ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କର ସଂସଦ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନାଁ ନେବାର ସାହସ ନାହିଁ। ଭାରତ ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି । ହେଲେ ଆମ ପ୍ରତିରକ୍ଷା ମନ୍ତ୍ରୀ କଣ କହୁଛନ୍ତି ସେ ଜାଣି ନାହାଁନ୍ତି । ଆମ ସେନାମୁଖ୍ୟ ଲୁଚି ପଳେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାରକୁ ବଙ୍କର ମଧ୍ୟରେ ଲୁଚାଇ ରଖିଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି। ହେଲେ ସାହାସୀ ପାକିସ୍ତାନୀ ସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ବିଲୁଆ ଭଳି ଆଚରଣ କରୁଛନ୍ତି ବୋଲି କଟୁ ସମାଲୋଚନା କରିଛନ୍ତି ସଂସଦ ଶାହିଦ ଅହମ୍ମଦ।
ପାକିସ୍ତାନକୁ ମନା କରିଦେଲା ୟୁଏଇ, ହେବନି PSL ୨୦୨୫
ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ପିଏସଏଲ ଆୟୋଜନ କରିବା ସିଧା ସିଧା ମନା କରିଦେଲା ୟୁଏଇ । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବାକି ମ୍ୟାଚରେ ୟୁଏଇରେ ଆୟୋଜନ କରିବାର ଯୋଜନା କରିଥିଲା । ମାତ୍ର ମନା କରି ଦେଇଛି ୟୁଏଇ । ଗତ କାଲି ଅର୍ଥାତ ଗୁରୁବାର ପାକିସ୍ତାନର ରାଓ୍ବଲପିଣ୍ଡିଠାରେ କରାଚୀ ଓ ପେଶାଓ୍ବର ମଧ୍ୟରେ ପିଏସଏଲ ମ୍ୟାଚ ଚାଲିଥିବାବେଳେ ଷ୍ଟାଡିୟମ ନିକଟରେ ଭାରତର ଡ୍ରୋନ ପଡ଼ିଥିଲା । ଏହା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ବିଦେଶୀ ଖେଳାଳିମାନେ ପାକିସ୍ତାନରେ ପାକିସ୍ତାନରେ ଖେଳିବାକୁ ଅମଙ୍ଗ ହେଲେ । ଏହା ପରେ ବାଧ୍ୟ ହୋଇ ପାକିସ୍ତାନ କ୍ରିକେଟ ବୋର୍ଡ ପିଏସଏଲକୁ ସ୍ଥଗିତ ରଖି ଅବଶିଷ୍ଟ ମ୍ୟାଚ ଦୁବାଇରେ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଜି ୟୁଏଇ ଏଥିପାଇଁ ମନା କରିବାକୁ ପିସିବି ନିରାଶ ହୋଇଛି ।
ଭାରତର ପ୍ରତିଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ନିଜ ଲୋକଙ୍କୁ ଢାଲ କଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ନିଜ ଲୋକଙ୍କୁ ଢାଲ କରିଛି ପାକିସ୍ତାନ। ଭାରତର ପ୍ରତିଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ପାକିସ୍ତାନ ଆକାଶରେ ଉଡାଯାଉଥିଲା ଯାତ୍ରୀବାହୀ ବିମାନ। ମେ ୮ ଓ ୯ ତାରିଖ ରାତିରେ ଭାରତ ବିରୋଧରେ ପାକିସ୍ତାନ ବ୍ୟବହାର କରିଥିଲା ତୁର୍କୀ ନିର୍ମିତ ଡ୍ରୋନ। ଡ୍ରୋନ ଦ୍ବାରା ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତର ସାମରିକ ସ୍ଥାନ ଉପରେ ଉପରେ ହୋଇଥିବା ଡ୍ରୋନ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ନଷ୍ଟ କରାଯାଇଥିଲା। ଗୋଟେପଟେ ଭାରତ ଉପରେ ଆକ୍ରମଣ, ସେପଟେ ସନ୍ତ୍ରାସବାଦୀଙ୍କୁ ଅନୁପ୍ରବେଶ କରିବାକୁ ପାକ ସେନା ପକ୍ଷରୁ ଏଲଓସିରେ କରାଯାଇଥିଲା ଗୁଳି ବର୍ଷା। ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ଗୁଳି ଓ ମିଜାଇଲ ଆଟାକ କରୁଥିଲା ପାକିସ୍ତାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସୂଚନା ଦିଆଯାଇଛି। ପାକିସ୍ତାନୀ ଡ୍ରୋନ ଭଗ୍ନାବଶେଷର ଫରେନସିକ୍ ଯାଞ୍ଚ ଚାଲିଛି ।
ମଧ୍ୟରାତ୍ରିରେ ଭାରତୀୟ ବାୟୁସୀମା ଅତିକ୍ରମ କରିଥିଲା ପାକିସ୍ତାନ । ଭାରତୀୟ ମିଲିଟାରୀ ଷ୍ଟେସନକୁ କରିଥିଲା ଟାର୍ଗେଟ। ଭଟିଣ୍ଡା, ଆଖନୌର, ପୁଞ୍ଛ, ଉରୀ ସେନା କ୍ୟାମ୍ପକୁ ଟାର୍ଗେଟ କରି ଛାଡ଼ିଥିଲା ଡ୍ରୋନ । ତେବେ ଏହି ଡ୍ରୋନକୁ ନଷ୍ଟ କରିବାରେ ଭାରତ ସଫଳ ହୋଇଛି ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଭାରତର ପାଲଟା ଜବାବରେ ପାକିସ୍ତାନର ବ୍ୟାପକ କ୍ଷତି ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ କରି ୩୦୦ରୁ ୪୦୦ ଡ୍ରୋନ ଛାଡିଥିଲା ପାକିସ୍ତାନ। ଭାରତର ପ୍ରତିଜବାବରେ ପାକିସ୍ତାନର ଗୋଟିଏ ଏୟାର ଡିଫେନ୍ସ ରାଡାର ନଷ୍ଟ ହୋଇଛି। ପାକିସ୍ତାନ ଗୁଳିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ୍ ଟାର୍ଗେଟରେ ଥିଲା ଭାରତୀୟ ସେନା ପ୍ରତିଷ୍ଠାନ। ପାକିସ୍ତାନ ଜାଣିଶୁଣି ଧାର୍ମିକ ଅନୁଷ୍ଠାନଗୁଡିକୁ ଟାର୍ଗେଟ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
IPL ୨୦୨୫ ସ୍ଥଗିତ : ହାଇଦ୍ରାବାଦ ମାଲିକାଣୀଙ୍କ ବଡ଼ ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି । ବିଦେଶୀ ଖେଳାଳୀମାନେ ନିଜ ନିଜ ଦେଶକୁ ଫେରିବେ । ତେବେ ଏହାରି ଭିତରେ ହାଇଦ୍ରାବାଦର ମାଲିକାଣୀ କାବ୍ୟା ଏକ ବଡ଼ ଘୋଷଣା କରିଛନ୍ତି । ସେ ଆସନ୍ତା ୧୦ ତାରିଖରେ ଖେଳାଯିବାକୂ ଥିବା କୋଲକାତା ନାଇଟରାଇଡର୍ସ ବିପକ୍ଷ ମ୍ୟାଚ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କ ଟଙ୍କା ସମ୍ପୂର୍ଣ୍ଣ ଫେରାଇବା ପାଇଁ ଘୋଷଣା କରିଛନ୍ତି । ସେ ଏକ ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି ।
𝐔𝐏𝐃𝐀𝐓𝐄:
In light of the current situation, #TATAIPL2025 has been suspended with immediate effect. Ticket refund details will be communicated shortly. pic.twitter.com/Gw2Qs3FZG0
— SunRisers Hyderabad (@SunRisers) May 9, 2025
ସେପଟେ ଚଳିତ ବର୍ଷ ପ୍ଲେଅଫରୁ ବାଦ ପଡ଼ି ସାରିଛି ହାଇଦ୍ରାବାଦ । ଭାରତୀୟ ସେନାକୁ ସଲାମ କରିବା ସହ ସମର୍ଥନ ଜଣାଇଛନ୍ତି । ଭାରତୀୟ ସେନା ପାଇଁ ଆମା ଗର୍ବିତ ବୋଲି ସୋସିଆଲ ମିଡିଆରେ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପୋଷ୍ଟ କରାଯାଇଛି ।
We salute the unwavering dedication of the Indian Armed Forces. 🫡🇮🇳 pic.twitter.com/575GWuW1R4
— SunRisers Hyderabad (@SunRisers) May 9, 2025
ପାକିସ୍ତାନର ମିଛ ଧରା ପକାଇବ ଏହି ଟିମ୍…
ନନ୍ଦିଘୋଷ ବ୍ୟୁରୋ: ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରକୁ ସବୁଠି ପ୍ରଶଂସା କରାଯାଉଛି । ଭାରତ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି । ୯ଟି ଆତଙ୍କବାଦୀ ଆଡ୍ଡାକୁ ମାଟି ମିଶାଇ ଦେଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଉଥିବାବେଳେ ବିଶ୍ବାବସୀଙ୍କ ଆଗରେ ସହାନୁଭୂତି ସାଉଁଣ୍ଟିବା ପାଇଁ ପାକିସ୍ତାନ ମିଛ କହୁଛି । ପାକିସ୍ତାନ ପକ୍ଷରୁ କୁହାଯାଉଛି କି, ଭାରତ ପକ୍ଷରୁ ସାଧାରଣ ଜନତା ତଥା ଶିଶୁ ଏବଂ ମହିଳାଙ୍କ ଉପରେ ଆକ୍ରମଣ କରିଛି । ତେବେ ପାକିସ୍ତାନର ଏହି ମିଛକୁ ଧରିବ ମିଳିତ ଜାତି ସଂଘର UNMOGIP ଟିମ୍ । ଆନ୍ତର୍ଜାତୀୟ ସ୍ତରରେ ଏବେ ତଦନ୍ତ ଆରମ୍ଭ ହେବ । ତେବେ ଏକ ଟିମ୍ ପିଓକେରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରତ ପକ୍ଷରୁ କୁହାଯାଇଛି କି, ଯଦି ଦରକାର ହୁଏ ତାହେଲେ ଆମେ ପ୍ରମାଣ ଦେବୁ । ଭାରତ ପକ୍ଷରୁ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ହିଁ ଆକ୍ରମଣ କରାଯାଇଛି । ତେବେ ପାକିସ୍ତାନ ପକ୍ଷରୁ ବିଭିନ୍ନ ମିଛ କୁହାଯାଉଥିବା ସହ ସହାନୁଭୂତି ପାଇଁ ମିଛ କୁହାଯାଉଥିବା ଦେଖିବାକୁ ମିଳିଛି । ମାତ୍ର ମିଳିତ ଜାତିସଂଘର ଏହି ଟିମ୍ ଆନ୍ତର୍ଜାତୀୟ ସ୍ତରରେ ସତକୁ ଜଣାପକାଇବ ।
ଜାଣନ୍ତୁ IPL ସ୍ଥଗିତ ପରେ କେଉଁସବୁ ଖେଳାଳି ଛାଡ଼ିବେ ଭାରତ ?
ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସ୍ଥଗିତ ରହିଛି ଆଇପିଏଲ ୨୦୨୫ । ବାକି ମ୍ୟାଚ କେବେ ଖେଳାଯିବ ଏହାକୁ ନେଇ କୌଣସି ସ୍ପଷ୍ଠ ସୂଚନା ଆସିନାହିଁ । ତେବେ ବିଦେଶୀ ଖେଳାଳିମାନେ ସେମାନଙ୍କ ଦେଶକୁ ଯିବାକୁ କୁହାଯାଇଛି । ଗୋଟିଏ ସପ୍ତାହ ପାଇଁ ଆଇପିଏଲର ମ୍ୟାଚକୁ ସ୍ଥଗିତ ରଖାଯାଇଛି । ତେବେ ବିଦେଶୀ ଖେଳାଳିମାନେ ଏବେ ନିଜ ନିଜ ଦେଶକୁ ଫେରିବେ । ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସମୟରେ ଅଧାରୁ ବନ୍ଦ ହୋଇଥିଲା ମ୍ୟାଚ୍ । ଆଉ ଏବେ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି । ତେବେ ନଜର ପକାନ୍ତୁ କେଉଁ ଦଳର କେଉଁ ଖେଳାଳି ଫେରିବେ ସ୍ବଦେଶ
ସନରାଇଜର୍ସ ହାଇଦ୍ରାବାଦ: ପାଟ କମିନ୍ସ, ହେନରି କ୍ଲାସେନ, ଟ୍ରାଭିସ୍ ହେଡ୍, ଇଶାନ ମାଲିଙ୍ଗା, ବ୍ରାଇଡନ୍ କାର୍ସେ ଏବଂ କାମିନ୍ଦୁ ମେଣ୍ଡିସ୍ ।
କୋଲକାତା ନାଇଟ୍ ରାଇଡର୍ସ : କ୍ବିଣ୍ଟନ ଡି କକ, ଗୁରବାଜ୍, ରସେଲ, ନରିନ୍, ପାଓ୍ବେଲ, ମୋଇନ୍ ଅଲ୍ଲୀ, ନୋର୍ଖିଆ ଏବଂ ଜନସନ ।
ପଞ୍ଜାବ କିଙ୍ଗ୍ସ : ଜୋଶ ଇଙ୍ଗଲିସ୍, ମାର୍କଶ ଷ୍ଟୋଇନିସ୍, ଆଜମାତୁଲ୍ଲା ଉମରଜାଇ, ମାକୋ ୟାନସନ, ବାର୍ଟଲେଟ୍, ଆରୋନ୍ ହାର୍ଡି
ଦିଲ୍ଲୀ କ୍ୟାପିଟାଲ୍ସ : ଷ୍ଟବସ୍, ମିଚେଲ ଷ୍ଟାର୍କ, ଜେକ୍ ଫ୍ରେଜର-ମ୍ୟାକଗର୍କ, ଫାଫ୍ ଡୁ ପ୍ଲେସିସ୍, ଦୁଷ୍ମନ୍ତ ଚାମୀରା, ଡୋନୋଭାନ ପେରେରା ଏବଂ ସେଦିକୁଲ୍ଲାହ ଅଟଲ
ଗୁଜୁରାଟ ଟାଇଟନ୍ସ : ଜସ୍ ବଟଲର୍, ରସିଦ୍ ଖାନ, ଜେରାଲ୍ଡ କୋଏଟଜୀ, ଶାରଫାନ୍ ରଥରଫୋର୍ଡ, କରିମ୍ ଜାନତ୍ ଏବଂ ଦାସୁନ୍ ଶାନାକା
ମୁମ୍ବାଇ ଇଣ୍ଡିଆନ୍ସ : ଟ୍ରେଣ୍ଡ ବୋଲ୍ଟ, ରାୟାନ ରିକେଲଟନ, ୱିଲ ଜ୍ୟାକ୍ସ, ମିଚେଲ ସାଣ୍ଟନର, ରିସ ଟପଲି, କର୍ବିନ୍ ବୋଶ, ମୁଜୀବ ଉର ରହମାନ ଏବଂ ବେଭାନ ଜ୍ୟାକବସ
ଚେନ୍ନାଇ ସୁପର କିଙ୍ଗ୍ସ : ପାଥିରାନା, ନୁର ଅହମ୍ମଦ, ଡେଭନ କନୱେ, ରାଚିନ ରବିନ୍ଦ୍ର, ସାମ୍ କରାନ, ନାଥନ ଏଲିସ୍, ଜେମି ଓଭରଟନ୍ ଏବଂ ଡେୱାଲ୍ଡ ବ୍ରେଭିସ୍
ରୟାଲ ଚ୍ୟାଲେଞ୍ଜର୍ସ : ଜାକବ ବେଥେଲ, ଟିମ୍ ଡେଭିଡ୍, ରୋମାରିଓ ସେଫର୍ଡ, ଲୁଙ୍ଗି ଏନଗିଡି, ଲିଆମ୍ ଲିଭିଂଷ୍ଟୋନ୍, ଜୋଶ୍ ହାଜେଲଉଡ୍, ଫିଲ୍ ସଲ୍ଟ ଏବଂ ନୁୱାନ ତୁଷାରା
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଜଳପଥରେ ଚେକିଂ କଡ଼ାକଡ଼ି
ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଜଳପଥରେ ଚେକିଂ କଡ଼ାକଡ଼ି । ଏହାସହ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ସଜାଗ କରାଉଛି ପୋଲିସ । ଭାରତ ଆତଙ୍କୀ ଉପରେ ପ୍ରତିଶୋଧ ନେଉଥିବା ବେଳେ ଭାରତର ବିଭିନ୍ନ ସୀମାବର୍ତ୍ତୀ ରାଜ୍ୟ ସୀମାରେ ଚେକିଂ କଡ଼ାକଡ଼ି କରାଯାଇଛି । ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗକୁ ଲାଗିରହିଥିବା ବଙ୍ଗୋପସାଗର କୂଳ ଭୋଗରାଇର ଉଦୟପୁର ଓ ତାଳସାରୀ ଜଳପଥରେ ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ଓ ଇଣ୍ଡିଆନ ନୌସେନା ଅଧିକାରୀ ଲୋକଙ୍କୁ ସଚେତନ କରାଉଛନ୍ତି । ବଙ୍ଗୋପସାଗରକୁ ଲାଗି ରହିଥିବା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର କୀର୍ତ୍ତନିଆ ଆଦି ଜଳପଥରେ ବୋର୍ଟ ଯୋଗେ ପାଟ୍ରୋଲିଂ କରାଯାଉଛି । କିନ୍ତୁ ସକାଳ କିଛି ସମୟ ଧରି ପୋଲିସ ଓ ଅନ୍ୟାୟ ବିଭାଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଡ୍ୟୁଟି କରୁଥିଲା ବେଳେ ଅନ୍ୟ ସମୟରେ କାହାର ଦେଖାନଥିବା ଅଭିଯୋଗ ହେଉଛି।
ଦିଲ୍ଲୀ କ୍ରିକେଟ ଷ୍ଟାଡିମୟକୁ ବୋମା ଧମକ
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଛି ବିସିସିଆଇ । ସୁରକ୍ଷା ଦୃଷ୍ଟିରୁ ମ୍ୟାଚକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିଦେଶୀ ଖେଳାଳିମାନେ ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେବେ ଏଭଳି ଏକ ସମୟରେ ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମା ଧମକ ମିଳିଛି । ବୋମା ପକାଇ ଉଡ଼ାଇ ଦେବାକୁ ମେଲରେ ଧମକ ଆସିଛି । ଡିଡିସିଏର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି, ଶୁକ୍ରବାର ସକାଳୁ ଅରୁଣ ଜେଟଲି ଷ୍ଟାଡିୟମକୁ ଉଡାଇ ଦେବାକୁ ଧମକ ଆସିଛି । ’ଅପରେସନ ସିନ୍ଦୂର’ର ବଦଲା ନେବୁ ବୋଲି ଧମକ ଆସିଛି । ତେବେ ଏନେଇ ଏକ ମାମଲା ଦାୟର ହୋଇଥିବାବେଳେ ପୋଲିସ ତଦନ୍ତ ଚଳାଇଛି । ମେ ୧୧ ତାରିଖରେ ଏଠାରେ ଚଳିତ ସିଜିନରେ ଅନ୍ତିମ ମ୍ୟାଚ ଖେଳାଯାଇଥାନ୍ତା । ମାତ୍ର ଏହାକୁ ବନ୍ଦ ରଖାଯାଇଛି । ପୂର୍ବରୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ହତ୍ୟା ଧମକ ମଧ୍ୟ ଆସିଛି ।
ସୀମାରେ ଡ୍ୟୁଟି କରିବେ କି ସଚିନ ପାଇଲଟ୍ ଏବଂ ଧୋନୀ ?
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଅଘୋଷିତ ଯୁଦ୍ଧ ସମୟକ୍ରମେ ତିବ୍ର ହେବାରେ ଲାଗିଛି । ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ତେବେ ଏଭଳି ଏକ ସମୟରେ ଟେରିଟୋରି ଆର୍ମୀଙ୍କ ଭୂମିକା କଣ ? ସେମାନେ କଣ ସୀମାରେ ଶତ୍ରୁଙ୍କ ସହ ଲଢ଼ିବେ କି ? ଟେରିଟୋରିଆଲ ଆର୍ମିରେ ରହିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କଣ ବର୍ଡରରେ ଡ୍ୟୁଟି କରିବେ କି ? ଏବଂ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ବର୍ଡରରେ ଡ୍ୟୁଟି କରିବେ କି ? ଏମିତି ପ୍ରଶ୍ନ ସମସ୍ତଙ୍କ ମଧ୍ୟରେ ଉଠିଛି ।
ପ୍ରଥମତଃ ଆବଶ୍ୟକ ପଡ଼ିଲେ ଟେରିଟୋରିଆ ଆର୍ମିମାନେ ଭାରତୀୟ ସେନାଙ୍କ ସହଯୋଗ କରନ୍ତି । କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଯୁଦ୍ଧ ପରିସ୍ତିତି । ଏମାନେ ଆଲର୍ଟ ରହିଥାନ୍ତି । କେଉଁ ସମୟରେ ମଧ୍ୟ ଫୋନ୍ ଆସିପାରେ । ଏମାନେ ଯାଇ ସେନାରେ ଯୋଗ ଦେଇପାରନ୍ତି । ଟେରିଟୋରିଆ ଆର୍ମି ନିୟମ ୧୯୪୮ , ୩୩ ଧାରା ଅନୁସାରେ ସ୍ଥଳସେନା ମୁଖ୍ୟ ଏଭଳି ପରିସ୍ଥିତି ଭାରତୀୟ ସେନାଙ୍କୁ ସହଯୋଗ କରିବା ପାଇଁ ଯେକୌଣସି ସମୟରେ ମଧ୍ୟ ଡାକି ପାରନ୍ତି । ଟେରିଟୋରିଆ ଆର୍ମିରେ ୧୮ ବର୍ଷରୁ ୪୨ ବର୍ଷ ମଧ୍ୟରେ କରିପାରିବେ ।
ମହେନ୍ଦ୍ର ସିଂ ଧୋନୀ ୨୦୧୧ ମସିହାରେ ଟେରିଟୋରିଆଲ ଆର୍ମିରେ କାର୍ଯ୍ୟ କରିଆସୁଛନ୍ତି । ସେ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରହିଛନ୍ତି । ପ୍ରଥମ ଭାରତୀୟ କ୍ରିକେଟର ଭାବେ ଏଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପାରାଚୁଟ୍ ରେଜ୍ୟୁମେଣ୍ଟ ଟ୍ରେନିଂ ନେଇଛନ୍ତି । ସେପଟେ ୬ ସେପ୍ଟେମ୍ବର ୨୦୧୨ ମସିହାରେ ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଛନ୍ତି ସଚିନ୍ ପାଇଲଟ୍ ।

