spot_img
Home Blog Page 865

ଭାରତ-ପାକିସ୍ତାନ ଅସ୍ତ୍ରବିରତି: ପୁଣି ଆରମ୍ଭ ହେବ IPL !

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିକୁ ନେଇ ବଡ଼ ଖବର । ଅସ୍ତ୍ରବିରତି ପାଇଁ ସମହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ଏହାସହ ଆଜି ଅପରାହ୍ନ ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଫଳରେ ଦେଖା ଦେଇଥିବା ଯୁଦ୍ଧ ଆଶଙ୍କା ଥମି ଯାଇଛି । ଏମିତି ସ୍ଥିତିରେ ଅଧାରୁ ବନ୍ଦ ହୋଇଥିବା IPL ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବାର ଆଶା ସଞ୍ଚାର ହୋଇଛି । ଶୀଘ୍ର ଏନେଇ ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇପାରେ ।

ସୂଚନାଯୋଗ୍ୟ, ଗତକାଲି IPLକୁ ସ୍ଥଗିତ ରଖାଯାଇଥିଲା । ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଚ୍ୟାଚ୍ ଚାଲିଥିବା ବେଳେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ଉଦ୍ୟମ ପରେ ମ୍ୟାଚ୍ ବନ୍ଦ କରି ଦିଆଯାଇଥିଲା । ଏହାସହ ଗୋଟିଏ ସପ୍ତାହ ପାଇଁ IPLକୁ ସ୍ଥଗିତ ରଖାଯିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ମ୍ୟାଚ୍ ପୁଣି ଆରମ୍ଭ ହେବ କି ନାହଁ ସେ ନେଇ କିଛି ନିଷ୍ପତ୍ତି ହୋଇନଥିଲା । ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିବାରୁ ଶୀଘ୍ର IPL ଆରମ୍ଭ ହେବା ନେଇ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇପାରେ ।

ଭାରତ-ପାକିସ୍ତାନ ମଧ୍ୟରେ ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଆକ୍ରମଣ, ପ୍ରତି ଆକ୍ରମଣରେ ଲାଗିଲା ବ୍ରେକ୍ । ଅସ୍ତ୍ରବିରତି ପାଇଁ ରାତି ହେଊେ ଉଭୟ ଦେଶ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ତତ୍କାଳ ଅସ୍ତ୍ରବିରତି ଲାଗୁ ହୋଇଛି । ତେବେ ଭାରତର ସର୍ତ୍ତ ଅନୁସାରେ ଏହି ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ମିଳିଛି । ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ।

ଭାରତ ପକ୍ଷରୁ ସର୍ତ୍ତରେ କୁହାଯାଇଛି, ଭାରତ ଉପରେ ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ଧରାଯିବ । ସେହି ଅନୁସାରେ ଭାରତ କଡ଼ା ଜବାବ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଗୁରୁତ୍ବ ଦିଆଯାଇଛି । ବୈଠକରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବାତିଲ ନେଇ ନିଷ୍ପତ୍ତି ହୋଇଛି । ଟ୍ରେନ ଚଳାଚଳ ସମ୍ପର୍କରେ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ । ପାକିସ୍ତାନ ଆକ୍ରମଣରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପ୍ପା ନିହତ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ସମୟ ପୂର୍ବରୁ ଟ୍ବିଟ୍ ଆସିଥିଲା । ଏଥିରେ ସେ ଉଲ୍ଲେଖ କରିଥିଲେ, ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଆମେରିକା ପକ୍ଷରୁ ଏହାକୁ ଦୁଇ ଦେଶଙ୍କ ବୁଝାମଣା ଓ ମହାନ ବୁଦ୍ଧିମତାର ପରିଣାମ ବୋଲି କୁହାଯାଇଛି । ଦୁଇ ଦେଶର ଏପରି ନିଷ୍ପତ୍ତି ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବେ ସୀମାରେ ଶାନ୍ତି ଫେରିବ ଓ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବାକୁ ଉଚିତ ପଦକ୍ଷେପ ନିଆଯିବ ।

ଟ୍ରମ୍ପଙ୍କ ବଡ଼ ବୟାନ: ଅସ୍ତ୍ର ବିରତି ପାଇଁ ଭାରତ-ପାକିସ୍ତାନ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଆମେରିକା ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଟ୍ରମ୍ପ ।

ଆମେରିକା ପକ୍ଷରୁ ଏହାକୁ ଦୁଇ ଦେଶଙ୍କ ବୁଝାମଣା ଓ ମହାନ ବୁଦ୍ଧିମତାର ପରିଣାମ ବୋଲି କୁହାଯାଇଛି । ଦୁଇ ଦେଶର ଏପରି ନିଷ୍ପତ୍ତି ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବେ ସୀମାରେ ଶାନ୍ତି ଫେରିବ ଓ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବାକୁ ଉଚିତ ପଦକ୍ଷେପ ନିଆଯିବ ।

ବାହାରୁ ଭାରତ, ଭିତରେ ବେଲୁଚଙ୍କ ଆକ୍ରମଣ; ଅବ ତେରା କ୍ୟା ହୋଗା ପାକିସ୍ତାନ…

ନନ୍ଦିଘୋଷ ବ୍ୟୁରୋ: ଫସିଗଲା ପାକିସ୍ତାନ । ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ପାକସ୍ତାନ ଉପରେ ଭାରି ପଡ଼ିବାରେ ଲାଗିଛି । ପହଲଗାଓଁ ନରସଂହାର ପରେ ଭାରତ ଆତଙ୍କବାଦୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ କଲା । ହେଲେ ପାକିସ୍ତାନ ଏହାର ପ୍ରତିବାଦରେ ପାଲଟା ଆକ୍ରମଣ ଉଦ୍ୟମ କରି ଫସିଗଲା । ଏବେ ଭାରତ ପାକିସ୍ତାନର ଭଲ ଭାବେ ଅପରେସନ କରୁଛନ୍ତି । ଚିହ୍ନଟ କରି ଆତଙ୍କବାଦୀ ଶିକିର ସହ ସେନା କ୍ୟାମ୍ପ ଓ ଏୟାରବେସକୁ ଉଡାଉଛି । ଆଉ ଏହି ମୌକାର ଫାଇଦା ଉଠାଇଛି ବେଲୁଚିସ୍ତାନର ବେଲୁଚ୍ ଲିବରେସନ ଆର୍ମି । ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନ ସ୍ଥିତି ଟଳମଳ ଥିବା ବେଳେ ବେଲୁଚ ଲିବରେସନ ଆର୍ମି (ବିଏଲଏ) ପକ୍ଷରୁ ପାକସ୍ତାନ ସେନା ଉପରେ ଜବରଦସ୍ତ ଆଟାକ କରାଯାଉଛି ।

ବିଏଲଏ ପ୍ରବକ୍ତା ଜିୟାନ୍ଦ ବଲୋଚଙ୍କ ବୟାନ ଅନୁସାରେ ବିଏଲଏ ବେଲୁଚିସ୍ତାନରେ ପାକିସ୍ତାନର ୩୯ଟି ସ୍ଥାନରେ ଆକ୍ରମଣ କରିଛି । ଆମର ଏହି ଅପରେସନ ଏବେ ବି ଜାରି ରହିଛି । ବିଏଲଏ ବିଶେଷ କରି ଜାତୀୟ ରାଜପଥ ଗୁଡିକୁ ଟାର୍ଗେଟ କରି ଧ୍ବଂସ କରି ଦେଉଛନ୍ତି । ଏହାସହ ପୋଲିସ ଷ୍ଟେସନକୁ ବି ଟାର୍ଗେଟ କରାଯାଉଛି । ଏହାସହ ସେନା କ୍ୟାମ୍ପକୁ ଟାର୍ଗେଟ କରି ଯବାନଙ୍କୁ ଅଟକ ରଖାଯାଉଥିବା ବେଳେ ଅସ୍ତ୍ରଶସ୍ତ୍ର ଲୁଟି ନେଉଛନ୍ତି ।  ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ‘ଆମେ ପାକିସ୍ତାନ ପୋଲିସ ଷ୍ଟେସନ, ରାଜପଥ, ସେନାର ଗୁଇନ୍ଦା ଅଫିସର, ସେନା ଅସ୍ତ୍ରଶସ୍ତ୍ର, ସେନା କ୍ୟାମ୍ପକୁ ଟାର୍ଗେଟ କରୁଛୁ । ଏହି ଅପରେଶନ ଜାରି ରହିଛି । ଆଗକୁ ସବିଶେଷ ବିବରଣୀ ଦିଆଯିବ ।’

ବିଏଲଏ ପାକିସ୍ତାନକୁ ଦେଉଛି ଝଟକା ପରେ ଝଟକା

ଭାରତର ଏୟାର ଷ୍ଟ୍ରାଇକ ପରେ ପାଗଳ ହୋଇଯାଇଛି ପାକିସ୍ତାନ । ବାରମ୍ବାର ଡ୍ରୋନ ଓ ମିଜାଇଲ ଆକ୍ରମଣ କରିବାକୁ କରୁଛି ବିଫଳ ଚେଷ୍ଟା । ଆଉ ଏହାର ଜବାବ ଭାରତ ତରଫରୁ ପାକସ୍ତାନକୁ ମିଳୁଛି । ଯେସାକୁ ତେସା ନୀତିରେ ଭାରତ ମଧ୍ୟ ପାକିସ୍ତାନ ଉପରେ ଡ୍ରୋନ ଓ ମିଜାଇଲ ମାଡ଼ କରି ଛାରଖାର କରିବାରେ ଲାଗିଛି । ଆଉ ଅନ୍ୟପଟେ, ନିଜ ଦେଶ ଭିତରେ ପାକିସ୍ତାନ ଉପରେ ଭାରି ପଡୁଛି ବେଲୁଚ ଲିବରେସନ ଆର୍ମି ବା ବିଏଲଏ । ଗତ ତିନି ଦିନରେ ବିଏଲଏ ପାକିସ୍ତାନର ବେଲୁଚସ୍ତାନ ପ୍ରାନ୍ତରେ ଏକାଧିକ ଘାତକ ଆକ୍ରମଣ କରିଛି । ଯାହାଦ୍ବାରା ପାକିସ୍ତାନ ସେନାକୁ ବହୁତ କ୍ଷତି ସହିବାକୁ ପଡୁଛୁ ।

୭ ମେ’ରେ ବୋଲନର ମଚ-କଚ୍ଛ ଜିଲ୍ଲାରେ ବିଏଲଏ ଏକ ସୈନ୍ୟ ଗାଡ଼ିକୁ ରିମୋଟ କଣ୍ଟ୍ରୋଲର ସାହାଯ୍ୟରେ IED ବିସ୍ଫୋରଣ କରି ଉଡ଼ାଇ ଦେଲା । ଯେଉଁଥିରେ ୧୨ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଥିଲା । ଏଥିରେ କାମଣ୍ଡର ତାରିକ ଇମରାନ ଏବଂ ସୁବେଦାର ଉମର ଫାରୁକ ସାମିଲ ଥିଲେ । ସେହିଦିନ କେଚର କୁଲାଗ ତିଗରାନ କ୍ଷେତ୍ରରେ ପାକିସ୍ତାନୀ ସେନାର ବମ୍ ନିଷ୍କ୍ରିୟ କରିବାର ସହ ପାଲଟା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନ ସେନାର ଦମନକାରୀ ନୀତି ବିରୋଧରେ ଏହି ଆକ୍ରମଣ ଥିବା ବିଏଲଏ ପକ୍ଷରୁ କୁହାଯାଇଥିଲା ।  ସେହିପରି ୮ ମେ’ରେ କେଟାରେ ବିଏଲଏ ପକ୍ଷରୁ ୬ଟି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସୈନ୍ୟ ଠିକଣା ଓ ସୁରକ୍ଷା କେନ୍ଦ୍ର ସାମିଲ ଥିଲା । ଏହି ଆକ୍ରମଣରେ ଏକାଧିକ ସୈନିକ ମୃତାହତ ହୋଇଥିବା ଜଣାପଡ଼ିଛି । ବେଲୁଚ ନାଗରିକଙ୍କ ଉପରେ ପାକିସ୍ତାନ ଚଲାଇଥିବା ଅତ୍ୟାଚାର ବିରୋଧରେ ଏହି ଆକ୍ରମଣ ଥିବା ବିଏଲଏ କକ୍ଷରୁ କୁହାଯାଇଥିଲା ।

ଆସିଲା ଅପରେସନ ସିନ୍ଦୂରରେ ନିପାତ ଟପ୍ ଆତଙ୍କବାଦୀଙ୍କ ତାଲିକା

ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ୭ ତାରିଖ ରାତି । ଆକାଶରୁ ମୃତ୍ୟୁର ରୂପ ନେଇ ଖସିଲା ଭାରତୀୟ ରକେଟ୍ । ଛାରଖାର ହୋଇଗଲା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ ଠିକଣା । ଭାରତର ଏହି ଏୟାର ଷ୍ଟ୍ରାଇକରେ ଶତାଧିକ ଆତଙ୍କବାଦୀ ନିପାତ ହେଲେ । ଏବେ ଆସିଛି ଏହି ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଥିବା ଟପ୍ ଆତଙ୍କବାଦୀଙ୍କ ତାଲିକା । ଏଥିରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଭାଇ ଅବଦୁଲ ରଉଫ ଅଜହର ସହ ଲସ୍କର-ଏ-ତୈୟବାର କାମଣ୍ଡର ଅବୁ ଜୁନ୍ଦାଲ ଏବଂ ଜୈଶର ଫଣ୍ଡ ରେଜର ହାଫିଜ ମହମ୍ମଦ । ଭାରତୀୟ ଗୁଇନ୍ଦା ଏଜେନ୍ସି ଅନୁସାରେ ମୁଦାସର ଖାଦିୟାନ ଖାସ, ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର, ଖାଲିଦ (ଅବୁ ଅକାଶା) ଓ ମହମ୍ମଦ ହସନ ଖାନଙ୍କ ପରି ୫ ଟପ୍ ଆତଙ୍କବାଦୀଙ୍କର ଭାରତର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଛି ।

ମହମ୍ମଦ ଅମିଲ ଓ ୟୁସୁଖ ଅଜହର ମୌଲାନା ମସୁଦ ଅଜହରର ଶଳା ଥିଲେ । ମୁଦଶର ଖାଦିୟାନା ଖାସ ମୁରିଦକେ ସ୍ଥିତ ଲଶ୍କର ଏ ତୈୟବାର ମୁଖ୍ୟାଳୟ ମରକଜ ତୈୟବାର ପ୍ରମୁଖ ଥିଲା । ୟୁସୁଫ ଅଜହର ଆଇସି-୮୧୪ ଅପହରଣ ମାମଲାରେ ଓ୍ବାଣ୍ଟେଡ ଥିଲା । ସେହିପରି ହସନ ଖାନ ପାକିସ୍ତାନରେ ଜୈଶ ଏ ମହମ୍ମଦର ଅପରେଶନାଲ କମାଣ୍ଡର ମୁଫତି ଅସଗର ଖାନ କଶ୍ମୀରୀ ଥିଲା । ଆସନ୍ତୁ ଜାଣିବା ଆତଙ୍କବାଦୀ ଆାକ୍ରମଣରେ ମୃତ ଆତଙ୍କବାଦୀଙ୍କ ପୂରା କୁଣ୍ଡଳି ।

ଅବୁ ଜୁନ୍ଦାଲ

ଆତଙ୍କବାଦୀ ସଙ୍ଗଠନ ଲଶ୍ମର ଏ ତୈୟବାର ସଦସ୍ୟ ଥିଲା । ମୁରିଦକେରେ ଲଶ୍ମରର ହେଡକ୍ବାଟର ମରକଜେ ତୈୟବାର ପ୍ରଭାରୀ ଥିଲା । ଏୟାର ଷ୍ଟ୍ରାଇକରେ ମୃତ ଏହି ଆତଙ୍କବାଦୀକୁ ପାକିସ୍ତାନ ସେନା ଗାର୍ଡ ଅଫ ଅନର ଦେଇଛି । ତା’ ଜନାଜେର ନମାଜ ଏକ ସରକାରୀ ସ୍କୁଲରେ ପଢ଼ା ଯାଇଥିଲା । ଏହାର ନେତୃତ୍ବ ଜେୟୁଡି (ଅଘୋଷିତ ଆତଙ୍କବାଦୀ ସଙ୍ଗଠନ)ର ହାଫିଜ ଅବଦୁଲା ରଉଫ ନେଇଥିଲା । ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ତାକୁ ମାଟି ଦେଇଥିଲେ ଓ ତା ପାଇଁ ଫାତିହା ପଢ଼ିଥିଲେ । ପାକିସ୍ତାନୀ ସେନାର ଜଣେ ଲେଫ୍ଟନାଣ୍ଟ ଜେନେରାଲା ଏବଂ ପଞ୍ଜାବ ପୋଲିସର ଆଇଜି ଅବୁ ଜୁନ୍ଦାଲ ନାମଜ ଏ ଜନାଜାରେ ସାମିଲ ହୋଇଥିଲେ ।

ହାଫଇଜ ମହମ୍ମଦ ଜମିଲ

ଜମିଲ ଜୈଶ ଏ ମହମ୍ମଦ ସହ ସମ୍ପୃକ୍ତ ଥିଲା ଓ ମୌଲାନା ମସୁଦ ଅଜହରର ବଡ଼ ଶଳା ଥିଲା । ବହବଲପୁରରେ ଥିବା ଜୈଶର ମୁଖ୍ୟାଳୟ ମରକଜ ସୁଭାନ ଅଲ୍ଲାହର ପ୍ରଭାରୀ ଥିଲା । ଯାହାକୁ ଭାରତ ଏୟାର ଷ୍ଟ୍ରାଇକରେ ଧ୍ବଂସ କରି ଦେଇଛି । ଯୁବବର୍ଗଙ୍କ ବ୍ରେନ ଓ୍ବାସ କରି ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଇବା କାମ କରୁଥିଲା । ଏହା ସହ ସଙ୍ଗଠନ ପାଇଁ ପାଣ୍ଠ ସଂଗ୍ରହ କରିବାର କାମ କରୁଥିଲା ।

ମହମ୍ମଦ ୟୁସୁଫ ଅଜହର

ୟୁସୁଫ ଓସ୍ତାଦ ଜୀ, ମହମ୍ମଦ ସଲିମ ଓ ଘୋସି ସାହବ ନାଁରେ ପରିଛିତ ଥିଲା । ସେ ଜୈଶର ଏକ ପ୍ରମୁଖ କମାଣ୍ଡର ଥିଲା । ମୌଲାନା ମସୁଦ ଅଜହରର ସମ୍ପର୍କରେ ଶଳା ଥିଲା ୟୁସୁଫ । ସଙ୍ଗଠନରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା କାମ ତା’ ଉପରେ ନ୍ୟସ୍ତ ଥିଲା । ଅର୍ଥତ ଆତଙ୍କବାଦୀଙ୍କୁ ମିଳୁଥିବା ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣର ଦେଖାରଖା କରୁଥିଲା । ଜମ୍ମୁ ଓ କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା । ଏହାସହ ଆଇସି-୮୧୪ କନ୍ଧାର ହାଇଜ୍ୟାକରେ ବି ସମ୍ପୃକ୍ତ ଥିଲା ।

ଖାଲିଦ ଓରଫ ଅବୁ ଅକାଶା

ଲଶ୍ମର ଏ ତୈୟବା ସହ ସମ୍ପୃକ୍ତ ଥିଲା ଅବୁ ଅକାଶା । ଜମ୍ମୁ ଓ କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା । ଆଫଗାନିସ୍ତାନ ରାସ୍ତାରେ ଅସ୍ତ୍ରଶସ୍ତ୍ର ଚାଲଣ କରାଇବାରେ ତା’ର ବଡ଼ ଭୂମିକା ଥିଲା । ତାକୁ ଫୈସଲାବାଦର ଏକ କବରସ୍ଥାନରେ କବର ଦିଆଯାଇଛି । ଅକାଶାର ନମାଜ ଏ ଜନାଜାରେ ପାକିସ୍ତାନ ସେନାର ପରିଷ୍ଠ ଅଧିକାରୀ ଏବଂ ଫୈସଲାବାଦ ଡେପୁଟି କମିଶନର ସାମିଲ ହୋଇଥିଲେ ।

ମହମ୍ମଦ ହସନ ଖାନ

ମହମ୍ମଦ ହସନ ଖାନ ଜୈଶ ଏ ମହମ୍ମଦର ଜଣେ ଆଗଧାଡ଼ିର ଆତଙ୍କବାଦୀ ଥିଲା । ସଙ୍ଗଠନର ଅପରେସନାଲ କାମଣ୍ଡର ମୁଫିତ ଅସଗର ଖାନ କଶ୍ମୀରୀର ପୁଅ ଥିଲା ।

ସୂଚନାଯୋଗ୍ୟ, ଅପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ମେ’ ୭ ତାରିଖରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଏୟାର ଷ୍ଟ୍ରାଇକରେ ଭାରତ ପକ୍ଷରୁ ୨୪ରୁ ଅଧିକ ମିଜାଇଲ ମାଡ଼ କରାଯାଇଥିଲା ।

ଭାରତ ବିରୋଧରେ ମିଛ ପ୍ରଚାର କରୁଛି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ବିରୋଧରେ ମିଛ ପ୍ରଚାର କରୁଛି ପାକିସ୍ତାନ । ଦେଶବାସୀଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛି ପାକିସ୍ତାନ । ସଂପର୍କରେ ଫଟୋ ଜାରି କରିଛି ଭାରତ ।  ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛି ଭାରତ ।  ସାମରିକ ଠିକଣାକୁ ଟାର୍ଗେଟ୍ କରୁଛି ପାକ ସେନା । ସୁରତଗଡ଼, ସିରସା ବାୟୁସେନା ଘାଟି ଉପରେ ଆକ୍ରମଣ ମିଛ । ସିରସା ଓ ସୁରତଗଡ଼ର ତାଜା ଚିତ୍ର ଦେଖାଇଛି ଭାରତ । ଆଦମପୁରରେ ଏସ୍-୪୦୦ ବେସ୍ ନଷ୍ଟ ନେଇ ପାକିସ୍ଥାନର ଦାବି ସମ୍ପୂଣ୍ଣ ମିଛ । କ୍ରିଟିକାଲ ଭିତ୍ତିଭୂମି ନଷ୍ଟ କରିବା ନେଇ ପାକିସ୍ତାନର ଦାବି ମିଛ । ପାଓ୍ବାର ହାଉସ ସିଷ୍ଟମ ନଷ୍ଟ ହୋଇଛି ବୋଲି ପାକିସ୍ତାନ ମିଛ କହୁଛି  ।ଭାରତର ସାଇବର ସିଷ୍ଟମ ନଷ୍ଟ ହୋଇଛି ବୋଲି ପାକିସ୍ତାନ ମିଛ ଦାବି କରିଛି । ପାକିସ୍ତାନର ସମସ୍ତ ଦାବିକୁ ଭାରତ ସରକାରଙ୍କ ପକ୍ଷରୁ ଦୃଢ ଖଣ୍ଡନ ।ଭାରତର କ୍ଷତି ହୋଇଥିବା ନେଇ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି ।

ପାକିସ୍ତାନର ମିଛ ପ୍ରଚାର ନିଜ ଆତ୍ମରକ୍ଷା ପାଇଁ ଉଦ୍ଧିଷ୍ଟ । ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି ।  ପାକିସ୍ତାନର ୪ଟି ଏୟାରବେସକୁ ଧ୍ବଂସ କରାଯାଇଛି ।  ଭାରତ ସଂପର୍କରେ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରିଛି ।  ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍ ମିଟ୍ ରେ ଏଭଳି ସୂଚନା ଦିଆଯାଇଛି।  ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି ।ପାକିସ୍ତାନ ଦୂରଗାମୀ ଅସ୍ତ୍ର ବ୍ୟବହାର କରୁଛି ।  ଶ୍ରୀନଗରରେ ମେଡିକାଲକୁ ଟାର୍ଗେଟ କରାଯାଇଛି ।  ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400 ନଷ୍ଟ କରିବା ନେଇ ମିଛ ଦାବି କରୁଛି ପାକିସ୍ତାନ । ୨୬ରୁ ଅଧିକ ସ୍ଥାନରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ । ଯାତ୍ରୀ ବାହୀ ବିମାନକୁ ଢାଲ କରୁଛି ପାକିସ୍ତାନ ।  ହାଇସ୍ପିଡ ମିସାଇଲରେ ପଞ୍ଜାବର ଏୟାରବେସକୁ ଟାର୍ଗେଟ ।  ରାତି ୧ଟା ୪୦ ମିନିଟରେ ହାଇସ୍ପିଡ ମିସାଇଲରେ ଆକ୍ରମଣ ।  ଜମ୍ମୁରେ ମେଡିକାଲ ଓ ସ୍କୁଲକୁ ବି କରାଯାଇଛି ଟାର୍ଗେଟ ।  ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରୁଛି ଭାରତ ।  ଭାରତର କ୍ଷତି ହୋଇଥିବା ସମ୍ପୂର୍ଣ୍ଣ ମିଛ ଖବର ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନର ମିଛ ବିଶ୍ବାସ କରନ୍ତୁ ନାହିଁ ବୋଲି ଦେଶବାସୀଙ୍କୁ ଅପିଲ କଲେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ।

 

 

 

ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା ; କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା

ଭୁବନେଶ୍ବର: ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା । ସାରା ଦେଶରେ ଯୁଦ୍ଧ ସ୍ଥିତି ଥିବା ବେଳେ ସବୁ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଭଳି ସ୍ଥିତିରେ ଓଡିଶାରେ ଡ୍ରୋନ ଉଡାଣ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । କିଛି ଅଞ୍ଚଳରେ ଡ୍ରୋନ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା କରାଯାଇଛି । ତେବେ କେଉଁଠି କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ବର୍ତ୍ତମାନ ବଡ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତିକୁ ଦେଖି ଆଗାମୀ ସମୟରେ ଅନ୍ଯ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହେବ ।

ସେହିଭଳି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବଢାଯିବା ସହ ହୀରାକୁଦ ବନ୍ଦ ସୁରକ୍ଷା ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି । ବଲାଙ୍ଗୀର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ମଧ୍ଯ ସୁରକ୍ଷା ବଢ଼ା ଯାଇଛି । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ଗତିବିଧି ଉପରେ ଓଡ଼ିଶା ପୋଲିସ ତୀକ୍ଷ୍ନ ନଜର ରଖିଛି ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଏହି ଗୁପ୍ତ ସ୍ଥାନରେ ପରମାଣୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ଭାରତର ଅପରେସନ ସିନ୍ଦୂର ପରେ, ପାକିସ୍ତାନ ୧୫ରୁ ଅଧିକ ଭାରତୀୟ ସହରକୁ ଟାର୍ଗେଟ କରିଥିଲା, କିନ୍ତୁ ଭାରତୀୟ ସେନା ଦ୍ୱାରା ଏହାର ସମସ୍ତ କ୍ଷେପଣାସ୍ତ୍ରକୁ ଆକାଶରେ ନିଷ୍କ୍ରିୟ କରାଯାଇଥିଲା । ଜବାବରେ, ଭାରତ ଲାହୋର ସମେତ ପାକିସ୍ତାନର ୧୨ରୁ ଅଧିକ ସହରରେ ଡ୍ରୋନ୍ ଆକ୍ରମଣ କରିଥିଲା ​​ଏବଂ ସେମାନଙ୍କର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଥିଲା। ଏହା ସତ୍ତ୍ୱେ, ପାକିସ୍ତାନର ଦୁଃସାହସିକ କାର୍ଯ୍ୟ ବନ୍ଦ ହୋଇନଥିଲା ଏବଂ ୮ ମେ ରାତିରେ, ସେ ପୁଣି ଥରେ ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ତଥାପି, ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ଦେଇଥିଲା। ଆର୍ଥିକ ଦୃଷ୍ଟିରୁ ପଙ୍ଗୁ ପାକିସ୍ତାନର ଏପରି ସାହସର ମୁଖ୍ୟ କାରଣ ହେଉଛି ଏହା ଏକ ପରମାଣୁ ଶକ୍ତିଶାଳୀ ରାଷ୍ଟ୍ର। ସେ ପ୍ରତ୍ୟେକ କ୍ଷେତ୍ରରେ ପରମାଣୁ ବମର ଧମକ ଦିଅନ୍ତି। ପାକିସ୍ତାନ ପାଖରେ ୧୭୦-୧୭୨ଟି ପରମାଣୁ ବୋମା ଅଛି। ଏପରି ପରିସ୍ଥିତିରେ, ପାକିସ୍ତାନ ତାର ପରମାଣୁ ଅସ୍ତ୍ରଶସ୍ତ୍ର କେଉଁଠି ରଖୁଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ପାକିସ୍ତାନର ପରମାଣୁ କେନ୍ଦ୍ର କେଉଁଠି ?

ପାକିସ୍ତାନ ନିଜର ପରମାଣୁ ସ୍ଥାନ ବିଷୟରେ କୌଣସି ସାର୍ବଜନୀନ ସୂଚନା ପ୍ରଦାନ କରେ ନାହିଁ, କିନ୍ତୁ ଅନ୍ତର୍ଜାତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ସାଟେଲାଇଟ୍ ଚିତ୍ର ଏବଂ ରିପୋର୍ଟ ଆଧାରରେ ସେଗୁଡ଼ିକୁ ଚିହ୍ନଟ କରିଛନ୍ତି। ଫେଡେରେସନ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟ (FAS) ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଅତି କମରେ ୫ଟି ପ୍ରମୁଖ ପରମାଣୁ କ୍ଷେପଣାସ୍ତ୍ର ଗାରିସନ୍ ଚିହ୍ନଟ କରାଯାଇଛି, ଯେଉଁଥିରେ ..

ଆକାରୋଆ ଗ୍ୟାରିସନ

ଭାରତଠାରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଅବସ୍ଥିତ, ଏହି ସ୍ଥାନଟି ୨୦୦୪ ମସିହାରୁ ନିରନ୍ତର ବିକାଶଶୀଳ ହୋଇଆସୁଛି। ଏଥିରେ ୧୨ଟି କ୍ଷେପଣାସ୍ତ୍ର ଲଞ୍ଚର କ୍ଷମତା ଅଛି ଏବଂ ଏଥିରେ ଏକ ଭୂତଳ ସୁବିଧା ମଧ୍ୟ ଅଛି। ଏଠାରେ ବାବର କ୍ରୁଜ୍ ମିସାଇଲର TEL ଯାନ ଦେଖାଯାଉଛି।

ଗୁଜରାନୱାଲା ଗ୍ୟାରିସନ

ଏହି ଗାରିସନ୍ ଭାରତ ସୀମାରୁ ମାତ୍ର ୬୦ କିଲୋମିଟର ଦୂରରେ ଅବସ୍ଥିତ। ସାଟେଲାଇଟ୍ ଚିତ୍ରରେ ନସର ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ ବୋହି ଯାଉଥିବା ଟ୍ରକଗୁଡ଼ିକ ଦେଖାଯାଉଛି।

ଖୁଜଦାର ଗ୍ୟାରିସନ

ଏହି ସ୍ଥାନଟି ଭାରତୀୟ ସୀମାଠାରୁ ସବୁଠାରୁ ଦୂରରେ ଅବସ୍ଥିତ। ୨୦୧୭ ମସିହାରେ, ଏହା ଏହାର ଦକ୍ଷିଣ ଅଂଶକୁ ବିସ୍ତାର କରିଥିଲା, ଏଥିରେ ତିନୋଟି ଅତିରିକ୍ତ କ୍ଷେପଣାସ୍ତ୍ର ଗ୍ୟାରେଜ ଏବଂ ଏକ ବହୁମହଲା ଅସ୍ତ୍ରଶସ୍ତ୍ର ସଂରକ୍ଷଣ କୋଠା ଯୋଡା ଯାଇଥିଲା। ଏଠାରେ ଏକ ଭୂତଳ ପରମାଣୁ କ୍ଷେତ୍ରର ସମ୍ଭାବନା ରହିଛି।

ପାନୋ ଆକିଲ ଗ୍ୟାରିସନ

ଭାରତଠାରୁ ମାତ୍ର ୮୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାରିସନ୍‌ର କ୍ଷମତା ପ୍ରାୟ ୫୦ ଟିଏଲ୍ (ଲଞ୍ଚର୍)। ଏଠାରେ ବାବର ଏବଂ ଶାହିନ-୧ କ୍ଷେପଣାସ୍ତ୍ର ବହନ କରୁଥିବା ଯାନଗୁଡ଼ିକ ପ୍ରାୟତଃ ଦେଖାଯାଏ।

ସରଗୋଧା ଗ୍ୟାରିସନ

କିରାନା ପାହାଡ଼ ଅଞ୍ଚଳରେ ଅବସ୍ଥିତ, ଏହି ଗ୍ୟାରିସନ୍ ୧୯୮୩ ରୁ ୧୯୯୦ ମଧ୍ୟରେ ପାକିସ୍ତାନର ପରମାଣୁ ଗବେଷଣାର କେନ୍ଦ୍ର ଥିଲା। ଏଠାରେ ଦଶରୁ ଅଧିକ ଭୂତଳ ଗୋଦାମ ଅଛି।

ଅନ୍ୟାନ୍ୟ ସମ୍ଭାବ୍ୟ ପରମାଣୁ ଘାଟି

ପରମାଣୁ ଅଭିଲେଖାଗାର ରିପୋର୍ଟ ଅନୁଯାୟୀ,ପାକିସ୍ତାନରେ ଚାଗାଇ ପାହାଡ-ରସ କୋହ, ୱାଜିର ଖାନ ଖୋସା, ଗୋଲରା ସରିଫ ଇସା ଖେଲ, ଖାନ ରିସର୍ଚ୍ଚ ଲାବୋରେଟୋରୀ, କାହୁଟା, କରାଚି, ଚାଶମା ଆଣବିକ କାରଖାନା, ଖୁଶାବ, ରାୱଲପିଣ୍ଡିରେ ମଧ୍ୟ ଆଣବିକ ସ୍ଥାନ ଥାଇପାରେ।

ଟେରିଟୋରିଆଲ୍ ଆର୍ମି କ’ଣ ? ଜାଣନ୍ତୁ ପାକିସ୍ତାନ ପାଇଁ ଏହା କାହିଁକି ବିପଦ ..

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ସ୍ଥିତି ମଧ୍ୟରେ ଟେରିଟୋରିଆଲ୍‌‌ ଆର୍ମିକୁ ଡକରା ହୋଇଛି। ଭାରତ ସରକାର ଏ ନେଇ ସ୍ଥଳସେନା ମୁଖ୍ୟଙ୍କୁ ଦାୟିତ୍ୱ ଦେଇଛନ୍ତି। ଟେରିଟୋରିଆଲ୍‌‌ ଆର୍ମିର ଅଧିକାରୀ ଓ ଯବାନମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନାକୁ ସହଯୋଗ କରିବାକୁ ସାମିଲ ହେବ ଟେରିଟୋରିଆଲ୍‌‌ ଆର୍ମି। ୩୨ଟି ବାଟାଲିୟନରୁ ୧୪ଟି ଟେରିଟୋରିଆଲ୍‌‌ ଆର୍ମି ବାଟାଲିୟନ ବିଭିନ୍ନ କମାଣ୍ଡରେ ମୁତୟନ ହେବେ ବୋଲି ସୂଚନା ମିଳିଛି। ଏବେ ପ୍ରଶ୍ନ ହେଉଛି ଏହି ଟେରିଟୋରିୟାଲ କ’ଣ ? ଏମାନେ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସେନା ପାକିସ୍ତାନ ପାଇଁ କେତେ ବିପଦପୂର୍ଣ୍ଣ ?

ଟେରିଟୋରିଆଲ୍ ଆର୍ମି (TA) ହେଉଛି ଭାରତର ଏକ ସ୍ୱେଚ୍ଛାସେବୀ ବାହିନୀ ଯାହା ନିୟମିତ ଭାରତୀୟ ସେନା ପରେ ଦ୍ୱିତୀୟ ପ୍ରତିରକ୍ଷା ଧାଡି ଭାବରେ କାର୍ଯ୍ୟ କରେ। ପୂର୍ଣ୍ଣକାଳୀନ ସୈନିକଙ୍କ ପରି, TA ସଦସ୍ୟମାନେ ସାଧାରଣ ନାଗରିକ ଯେଉଁମାନେ ଆବଶ୍ୟକତା ସମୟରେ ଦେଶକୁ ତାଲିମ ଦେବା ଏବଂ ସେବା କରିବା ପାଇଁ ସେମାନଙ୍କର ନିୟମିତ ଚାକିରିରୁ ସମୟ ବାହାର କରନ୍ତି ।  ସେମାନେ ସେମାନଙ୍କର ସାଧାରଣ ଚାକିରି ସହିତ ସେନା ତାଲିମ ମଧ୍ୟ ନିଅନ୍ତି। କିନ୍ତୁ ଯେତେବେଳେ ସମୟ ଆସେ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ନିୟମିତ ସେନା ପରି କାମ କରେ। ଏହା ୯ ଅକ୍ଟୋବର ୧୯୪୯ରେ ପ୍ରତିଷ୍ଠିତ ହୋଇଥିଲା । ନିୟମିତ ସେନାର ଦ୍ୱିତୀୟ ବାହିନୀ ଭାବରେ ଏହାର ଭୂମିକା ପାଇଁ ଜଣାଶୁଣା ଟେରିଟୋରିଆଲ୍‌‌ ଆର୍ମି ଯବାନମାନେ ସାମିଲ ଅଛନ୍ତି ଯେଉଁମାନେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା କର୍ତ୍ତବ୍ୟ ପାଇଁ ସାମରିକ ତାଲିମ ଗ୍ରହଣ କରନ୍ତି। ଏହି ବାହିନୀ ପୂର୍ବରୁ ନାଗରିକ ବୃତ୍ତିରେ ନିୟୋଜିତ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ – ଡାକ୍ତର, ଇଞ୍ଜିନିୟର, ବ୍ୟବସାୟ ମାଲିକ, ଏବଂ ଅନ୍ୟାନ୍ୟ – ଯେଉଁମାନେ ଡକାଗଲେ ୟୁନିଫର୍ମ ପିନ୍ଧିବାକୁ ପ୍ରସ୍ତୁତ। ସେମାନେ ସମୟ ସମୟରେ ସାମରିକ ତାଲିମ ପାଆନ୍ତି ଏବଂ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ଜାତୀୟ ପ୍ରତିରକ୍ଷାକୁ ସମର୍ଥନ କରିବାକୁ ପ୍ରସ୍ତୁତ।

ଏହା ସେନାରେ ସାହସିକତା ଏବଂ ଉତ୍କୃଷ୍ଟ ସେବା ପାଇଁ ଅନେକ ସୈନିକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନର ୩୨ଟି ପଦାତିକ ବାଟାଲିଅନ ମଧ୍ୟରୁ ୧୪ଟି ବାଟାଲିଅନ ନିୟୋଜିତ ହେବ। ୧୯୨୦ ମସିହାରେ ଭାରତୀୟ ଆଞ୍ଚଳିକ ବାହିନୀ ପ୍ରତିଷ୍ଠା ହେବା ପରେ ଏହି ବାହିନୀ ଏକ ଆନୁଷ୍ଠାନିକ ରୂପ ନେଇଥିଲା, କିନ୍ତୁ ଏହାର ଏକ ଦୀର୍ଘ ଇତିହାସ ଅଛି, ଯାହା ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା। ଭାରତ ସ୍ୱାଧୀନ ହେବା ପରେ, ୧୯୪୮ ମସିହାରେ ଆଞ୍ଚଳିକ ସେନା ଆଇନ ପ୍ରଣୟନ ହୋଇଥିଲା। ଏହି ବାହିନୀକୁ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷ ପରେ, ୧୯୪୯ ମସିହାରେ, ପ୍ରଥମ ଭାରତୀୟ ଗଭର୍ଣ୍ଣର-ଜେନେରାଲ ସି. ରାଜଗୋପାଳଚାରୀ ଦ୍ୱାରା ଆରମ୍ଭ କରାଯାଇଥିଲା। ଗଠନ ହେବା ପରଠାରୁ, TA ପ୍ରମୁଖ ସାମରିକ ଅଭିଯାନରେ ସାମିଲ ହୋଇଛି, ଯେପରିକି ୧୯୬୨, ୧୯୬୫ ଏବଂ ୧୯୭୧ ଯୁଦ୍ଧ , ଶ୍ରୀଲଙ୍କାରେ ଅପରେସନ ପବନ, ଏବଂ ପଞ୍ଜାବ, ଜମ୍ମୁ ଏବଂ କାଶ୍ମୀର ଏବଂ ଉତ୍ତର-ପୂର୍ବରେ ବିଦ୍ରୋହ ବିରୋଧୀ କାର୍ଯ୍ୟ । TA ୟୁନିଟଗୁଡ଼ିକ ଭୂମିକମ୍ପ ଏବଂ ଘୂର୍ଣ୍ଣିବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦେଶର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଉଚ୍ଚ ସାମରିକ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହୋଇଥିଲା ଯେତେବେଳେ ଭାରତୀୟ ସାମରିକ ଘାଟିକୁ ଟାର୍ଗେଟ କରିବାର ପାକିସ୍ତାନର ପ୍ରୟାସ ପଣ୍ଡ କରାଯାଇଥିଲା। ସରକାରଙ୍କ ଟେରିଟୋରିଆଲ୍ ସେନାକୁ ସକ୍ରିୟ କରିବାର ନିଷ୍ପତ୍ତି ଦର୍ଶାଉଛି ଯେ ଭାରତ ଏବେ ଯେକୌଣସି ଯୁଦ୍ଧ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। TA ର ନିୟୋଜିତ ପାକିସ୍ତାନ ପାଇଁ ଏକ ନୂତନ ରଣନୈତିକ ଚାପ ହୋଇପାରେ।

ବ୍ୟାଙ୍କ ଏବଂ ତୈଳ କମ୍ପାନୀମାନେ କହିଲେ ‘All Is Well’, ତେଲ ଏବଂ ଟଙ୍କାର କୌଣସି ଅଭାବ ନାହିଁ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଦୁଇ ରାତିରେ, ପାକିସ୍ତାନ ଭାରତର ଜନବସତି ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଭାରତ ମଧ୍ୟ ଏହାର ଦୃଢ ଜବାବ ଦେଉଛି। ଏହି ସମୟରେ, ପେଟ୍ରୋଲ ପମ୍ପ ଏବଂ ଏଟିଏମ୍ ବାହାରେ ଲମ୍ବା ଧାଡ଼ି ଥିବା ପୋଷ୍ଟ ସୋସିଆଲ ମିଡିଆରେ ଦେଖାଯାଉଛି, ଯାହା ଲୋକଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି କରୁଛି। ତେବେ ଏ ସମ୍ପର୍କରେ ବ୍ୟାଙ୍କ ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଏକ ବିବୃତ୍ତି ଆସିଛି ଯେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଭାରତରେ ସବୁକିଛି ଠିକ୍ ଅଛି ଏବଂ କୌଣସି ଜିନିଷର ଅଭାବ ନାହିଁ।

ତେଲ କମ୍ପାନୀଗୁଡ଼ିକ କଣ କହିଲେ ?

ଇଣ୍ଡିଆନ୍ ଅଏଲ୍ ସୋସିଆଲ ମିଡିଆରେ ସୂଚନା ଦେଇଛି ଯେ ସାରା ଦେଶରେ ପର୍ଯ୍ୟାପ୍ତ ଇନ୍ଧନ ଗଚ୍ଛିତ ଅଛି ଏବଂ ଯୋଗାଣ ଲାଇନ୍ ସୁରୁଖୁରୁରେ କାମ କରୁଛି। ସେ ଲୋକମାନଙ୍କୁ ଅନାବଶ୍ୟକ ଖର୍ଚ୍ଚ ଏଡାଇବାକୁ ଏବଂ ଶାନ୍ତ ରହିବାକୁ ନିବେଦନ କରିଛନ୍ତି । ଯାହା ଦ୍ଵାରା ବିନା କୌଣସି ବାଧାରେ ସମସ୍ତଙ୍କୁ ଇନ୍ଧନ ଉପଲବ୍ଧ ହୋଇପାରିବ। HPCL ଏବଂ BPCL ମଧ୍ୟ ସମାନ ବାର୍ତ୍ତା ଜାରି କରିଛନ୍ତି।

ବ୍ୟାଙ୍କ-ATMରେ କୌଣସି ଅଭାବ ନାହିଁ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ଆଶ୍ୱସ୍ତ କରିଥିଲେ ଯେ ସେମାନଙ୍କର ଏଟିଏମ୍, ନଗଦ ଜମା ମେସିନ୍ ଏବଂ ଡିଜିଟାଲ୍ ସେବା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ଅଛି। ବିଶେଷକରି ଉତ୍ତର-ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରେ 24ଘଣ୍ଟା ଏଟିଏମ୍ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଏହି ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଆଇଓବି ସେମାନଙ୍କର ଯୁଦ୍ଧ କୋଠରୀଗୁଡ଼ିକୁ ସକ୍ରିୟ କରିଛନ୍ତି।

କୌଣସି ଅଭାବ ରହିବ ନାହିଁ

ଆଇଓବିର ଏମ୍ଡି ଏବଂ ସିଇଓ ଅଜୟ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀର ସମେତ ରାଜ୍ୟରେ ବ୍ୟାଙ୍କ ସେବା ସ୍ୱାଭାବିକ ଭାବରେ ଚାଲୁଛି ଏବଂ ଏଟିଏମଗୁଡ଼ିକ ପୂର୍ଣ୍ଣ ପରିମାଣରେ ଲୋଡ୍ ହୋଇଛି। ଏପରି ପରିସ୍ଥିତିରେ, ବ୍ୟାଙ୍କ ଏବଂ ତୈଳ କମ୍ପାନୀଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ସେବା ସ୍ୱାଭାବିକ ଭାବରେ ଚାଲିଛି ଏବଂ ଗ୍ରାହକମାନଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।