spot_img
Home Blog Page 856

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହର ପାଇଁ ସ୍ଵତନ୍ତ୍ର ଟ୍ରାଫିକ ନିୟମାବଳୀ ଜାରି କରାଯାଇଛି। ଦିନ ୩ ଟା ପର୍ଯ୍ୟନ୍ତ ସହରରେ ସବୁ ଗାଡ଼ି ମଟର ପ୍ରବେଶ କରିପାରିବେ। ଅପରାହ୍ନ ୩ ଟା ପରେ କେତେକ କଟକଣା ଲାଗୁ କରାଯାଇଛି। ଦିନ ୩ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ଧନୁପାଲିରୁ ଟାଉନ ପର୍ଯ୍ୟନ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ। ଦିନ ୩ ଟାରୁ ରାତି ୧୦ ପର୍ଯ୍ୟନ୍ତ ଧନକଉଡ଼ାରୁ ଟାଉନ ପର୍ଯ୍ୟନ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ। ଦିନ ୩ ଟାରୁ  ରାତି ୯ ଟା ପର୍ଯ୍ୟନ୍ତ ଅଇଁଠାପାଲିରୁ ଟାଉନ ପର୍ଯ୍ୟନ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ। ସେପଟେ କ୍ଷେତରାଜପୁର ରେଳ ଷ୍ଟେସନରୁ ଟାଉନ ପର୍ଯ୍ୟନ୍ତ ଅପରାହ୍ନ ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ବନ୍ଦ ରହିବ। ସନ୍ଧ୍ୟା ୫ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ବାଲି ବନ୍ଧାରୁ ଟାଉନ ବନ୍ଦ ରହିବ। ଅପରାହ୍ନ ୪ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ରେମେଡରୁ ଟାଉନ ଭିତରକୁ ଗାଡି ମଟର ଚଳାଚଳ ବନ୍ଦ ରହିବ।

ଚାଲିଥିଲା ଚୋରା ମଦ କାରବାର, ମାଡ଼ି ବସିଲା ରାଉରକେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ଚୋରା ମଦ କାରବାର ରୋକିବା ପାଇଁ ପୋଲିସର ଚଢାଉ । ବିଭିନ୍ନ ଥାନା ପୋଲିସ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି । ଚଢାଉ ସମୟରେ ଵିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜଵତ କରାଯାଇ ନଷ୍ଟ କରାଯାଇଛି ।ଏହାସହ ରାଉରକେଲା ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ରାସ୍ତାକଡ, ପାର୍କରେ ମଦ୍ୟପାନ କରୁଥିବା ବ୍ୟକ୍ତି ଓ ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି।

ଖେଳ ମଝିରେ ଏମିତି ହେଲା, ବୁମରାଙ୍କ ସହ କରୁଣ ନାୟାର..

ନନ୍ଦିଘୋଷ ବ୍ୟୁରୋ: ଚଳିତ ଆଇପିଏଲର ୨୯ତମ ମ୍ୟାଚରେ ଦିଲ୍ଲୀର ବିଜୟ ପଥରେ ରୋକ୍ ଲଗାଇଛି ମୁମ୍ବାଇ । ଏହାସହ ବିଜୟ ହାସଲ କରି ପୁଣିଥରେ ଖୁସି ମନାଇଛି ପାଣ୍ଡ୍ୟା ବାହିନୀ । ତେବେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଇଥିବାବେଳେ ବେଶ ରୋମାଞ୍ଚକର ହୋଇଥିଲା ।  ତେବେ କେତେବେଳେ କିଏ ଜିତିବ ଶେଷ ପର୍ଯ୍ୟନ୍ତ କଡ଼ ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚ ମଝିରେ କରୁଣ ନାୟାର ବୁମରାଙ୍କ ସହ ଧକ୍କା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ବୁମରାଙ୍କ ରିଆକ୍ସନ ଅଲଗା ପ୍ରକାର ଦେଖିବାକୁ ମିଳିଥିଲା । ମାତ୍ର ପରେ ଉଭୟ ଟାଇମ ଆଉଟ୍ ସମୟରେ କଥା ହୋଇଥିଲେ । ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଧ୍ୟ କରୁଣ ନାୟାର କଥା ହୋଇଥିବା ଦେଖିବାକୁ ମିଳିଥିଲା ।  ଗତକାଲିର ମ୍ୟାଚରେ କରୁଣ ନାୟାର ଭଲ ପ୍ରଦର୍ଶନ କରିଥିଲେ । ଦୀର୍ଘ ତିନି ବର୍ଷ ପରେ ସେ ଆଇପିଏଲକୁ ଫେରିଥିବାବେଳେ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିଛନ୍ତି । ସେପଟେ ବୁମରା ପ୍ରତ୍ୟାବର୍ତ୍ତନ କରିଥିଲେ ସୁଦ୍ଧା ଏଯାବତ ସେମିତି ଆଖିଦୃଷ୍ଟିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ ।

ପବିତ୍ର ହନୁମାନ ଜୟନ୍ତୀ : ସକାଳୁ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜି ମଧ୍ୟ ହେଉଛି ପବିତ୍ର ହନୁମାନ ଜୟନ୍ତୀ। ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକତାର ସହିତ  ଧୁମଧାମରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି। ହନୁମାନ ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଭିଡ଼ ଲାଗିଲାଣି। ଶ୍ରଦ୍ଧାଳୁମାନେ ପୂଜାପାଠ କରୁଛନ୍ତି। କେତେକ ସ୍ଥାନରେ ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବାହାରିବାର ପରମ୍ପରା ରହିଛି। ସମ୍ଵଲପୁରରେ ବିରାଟ ଶୋଭାଯାତ୍ରା ବାହାରେ। ଏଥିପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଯେଉଁ ସ୍ଥାନ ଦେଇ ଶୋଭାଯାତ୍ରା ଯିବ, ସେହି ରାସ୍ତାରେ ପୋଲିସ ପକ୍ଷରୁ କଡ଼ା କଡ଼ି ଚେକିଂ କରାଯାଇଛି l ସୁରକ୍ଷା ଦୃଷ୍ଟିରୁ ସହର ସାରା ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି, ମହାନଗର ନିଗମର କମିଶନର ବୁଲି ସ୍ଥିତି ଯାଞ୍ଚ କରୁଛନ୍ତି l ସହର ସାରା ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ସହିତ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି । ସିସିଟିଭି ନଜରରେ ରହିଛି ପୁରା ସହର । ଶାନ୍ତି ଶୃଙ୍ଖଳାରେ ହନୁମାନ ଜୟନ୍ତୀ ପାଳନ ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ପବିତ୍ର ମହାବିଷୁବ ସଂକ୍ରାନ୍ତି : ଆଜିଠୁ ଆରମ୍ଭ ଓଡ଼ିଆ ନୂଆବର୍ଷ

ନନ୍ଦିଘୋଷ ବ୍ୟୁରୋ:  ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆଜି ହେଉଛି ଓଡ଼ିଆ ନବ ବର୍ଷ। ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ। ବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ହୋଇଥାଏ ।ଵିଧି ଅନୁସାରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞା ମାଳ ବିଭିନ୍ନ ମହାବୀରଙ୍କ ନିକଟକୁ ବିଜେ କରାଯାଇଥାଏ।ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀରଙ୍କ ସମେତ ଶ୍ରୀଜଗନ୍ନାଥ ବଲ୍ଳଭ ଓ ଦରିଆ ମହାବୀରଙ୍କ ନିକଟକୁ ମଧ୍ୟ ଆଜ୍ଞା ମାଳ ବିଜେ କରାଯାଏ।  ଶ୍ରୀକ୍ଷେତ୍ରର ବିଭିନ୍ନ ଯାଗା ଆଖଡ଼ାରେ ପୂଜାପାଠ କରାଯିବାର ବିଧି ରହିଛି। ଜାଗା ଆଖଡ଼ାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି। ଏହି ଅବସରରେ ପଣା ଛତୁଆ ଭୋଗ କରାଯିବାର ପରମ୍ପରା ରହିଥିବାବେଳେ ଜାଗାଗୁଡ଼ିକରେ ସକାଳୁ ସକାଳୁ ପ୍ରବଳ ଗହଳି ଲାଗିଲାଣି। ବିଷୁବ ସଂକ୍ରାନ୍ତିରେ ପଣା ପ୍ରସ୍ତୁତ କରାଯାଉଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବେଲ, କଦଳୀ,ଦହି, ଗୁଡ଼ ଆଦି ସାମଗ୍ରୀକୁ ନେଇ ପ୍ରସ୍ତୁତ କରାଯାଏ ଏହି ପଣା। ବିଷୁବ ସଂକ୍ରାନ୍ତିରେ ଶେଷ ହୋଇଥାଏ ପ୍ରସିଦ୍ଧ ଦଣ୍ଡନାଚ ଓ ମେରୁ ଯାତ୍ରା ଆରମ୍ଭ ହୋଇଥାଏ।

ବଲାଙ୍ଗୀରରେ ପୁଣି ଗଡିଲା ମୁଣ୍ଡ, ଜମି ବ୍ୟାପାରକୁ କେନ୍ଦ୍ର କରି ହତ୍ୟା

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଗଡିଲା ମୁଣ୍ଡ। ବଲାଙ୍ଗୀର ବିଷ୍ଣୁମୁଣ୍ଡା ଗାଁରେ ଛକରେ ଘଟିଛି ଅଘଟଣ। ଜମି ବ୍ୟାପାରକୁ କେନ୍ଦ୍ର କରି ପାନ ଦୋକାନୀଙ୍କୁ ହତ୍ୟା କରାଯାଇଛି I ମୃତ ଦୋକାନୀ ଜଣଙ୍କ ହେଲେ ମନୋଜ ନାଏକ । ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଭୀମଭୋଇ ମେଡିକାଲରେ ମନୋଜଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ଟାଉନ୍ ଥାନା ପୁଲିସର ଛାନବିନ୍ ଆରମ୍ଭ କରିଛି ।

ରାଜ୍ୟ ବିଜେପିରେ ଗୋଷ୍ଠୀ ବିବାଦ ତୀବ୍ର, ସୀମା ଟପିଲାଣି ନେତାଙ୍କ ଅହଙ୍କାର

ଭୁବନେଶ୍ୱର: ବିଜେପିରେ ଗୋଷ୍ଠୀବିବାଦ ତୀବ୍ରରୂପ ଧାରଣ କରିଛି। କ୍ଷମତାକୁ ଆସିବା ପରେ ନେତାଙ୍କ ଅହଙ୍କାର ବଢିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ତାଗିଦ ପରେ ପଦାକୁ ଆସିଛି ବିଜେପିର ଭିତିରି କଥା। ଗୋଷ୍ଠୀ ବିବାଦ ସାଂଘାତିକ ଅବସ୍ଥାରେ ଥିବାରୁ ଦଳରେ ସ୍ଥାଣୁତା ଓ ସରକାରରେ ନିଷ୍କ୍ରିୟତା ଜାରି ରହିଛି। ୧୦ ମାସ ପରେ ବି ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ଼, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମରେ ନିଯୁକ୍ତି ହୋଇପାରୁନି। ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଅଙ୍କ ବି ଛିଡୁନି। ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ହୋଇପାରୁନାହାନ୍ତି। ବିଭିନ୍ନ ଏକାଡ଼େମୀରେ ମୁଖିଆ ପଦ ଖାଲି ପଡ଼ିଛି। ଏପରିକି ବିଜେପି ରାଜ୍ୟ ସଭାପତି ଚୟନ ବି ଘୁଞ୍ଚି ଘୁଞ୍ଚି ଚାଲିଛି। ଏଭଳି ଅବସ୍ଥାରେ ଦଳର କର୍ମୀ ଓ ନେତାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଏସବୁ ପଛର କାରଣ ହେଉଛି ଦଳ ଭିତରେ ଅସ୍ଥିରତା ଓ ମନମାନୀ।

ଏଯାଏଁ ସମ୍ବଲପୁର ଜିଲ୍ଲା ସଭାପତି ଚୂଡ଼ାନ୍ତ ହୋଇପାରିନି। ଏଠି ବି ଚାଲିଛି ନେତାଙ୍କ ମଧ୍ୟରେ ପତିଆରା ଲଢେଇ। ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଉଛନ୍ତି ବୋଲି କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା। ଏବେ ତାହା ଫିକା ପଡ଼ିଗଲାଣି। ଚର୍ଚ୍ଚା ହେଉଛି ବିଜେପିରେ ତୀବ୍ର ଗୋଷ୍ଠୀ ବିବାଦ ଯୋଗୁଁ ସଭାପତି ଅଙ୍କ ଛିଡୁନାହିଁ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ଥିବା ବେଳେ ଦୁଇ ମନ୍ତ୍ରୀଙ୍କୁ ବାଦ୍ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଭିତିରି ମହଲରୁ ଶୁଣିବାକୁ ମିଳୁଛି। ହେଲେ ଏଥିପାଇଁ ବି ଗ୍ରୀନ ସିଗନାଲ ମିଳୁନାହିଁ। ଏଥିରେ ଦଳୀୟ ନେତାଙ୍କ ମଧ୍ୟରେ ସହମତି ହୋଇପାରୁନଥିବାରୁ ଏଥିରେ ବିଳମ୍ବ ହେଉଛି। ୧୦ ମାସରେ ଦଳ ଓ ସରକାରର ସ୍ଥାଣୁତା ପାଇଁ ଦଳରେ ଗୋଷ୍ଠୀବାଦ ଓ ଅବିଶ୍ବାସର ବାତାବରଣ ଦାୟୀ ବୋଲି ସମୀକ୍ଷକ ଅନୁମାନ କରିଛନ୍ତି।

ସଙ୍ଗଠନରେ ଦ୍ଵନ୍ଦ୍ଵ, ସରକାର ନିଷ୍କ୍ରିୟ। ରାଜ୍ୟ ସଭାପତି ଚୟନ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ଼ ନିଯୁକ୍ତି ସେତିକି ବିଳମ୍ବିତ ହେଉଛି। ନିଜର ପତିଆରା ଦେଖାଇବାକୁ ଦଳ ଭିତରେ ଥିବା ଗୋଷ୍ଠୀର ଛକାପଞ୍ଝା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗୋଷ୍ଠୀବାଦ ସମସ୍ୟା କଥା କେନ୍ଦ୍ରୀୟ ନେତୃତ୍ବଙ୍କୁ ଜଣାଥିଲେ ବି ସମାଧାନର ବାଟ କିଛି ବାହାରି ପାରୁନାହିଁ।

କାଳିଆ ଦର୍ଶନ ପାଇଁ କଲବଲ ଭକ୍ତ, ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଲୋକେ

ପୁରୀ: କାଳିଆ ଦର୍ଶନ ପାଇଁ କଲବଲ ଭକ୍ତ । ପ୍ରବଳ ଖରା ସାଙ୍ଗକୁ ଲମ୍ବା ଲାଇନ୍ ଲାଗୁଛି । ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ। ଦିନକୁ ଦିନ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଦର୍ଶନ ସୁବିଧା ନଥିବାରୁ ଅଣନିଶ୍ବାସୀ ହେଉଛନ୍ତି ଶ୍ରଦ୍ଧାଳୁ । ୪ ଦ୍ବାର ଦେଇ ପ୍ରବେଶ ଅନୁମତି ମିଳିଛି, କିନ୍ତୁ ଭିତରେ ପ୍ରବଳ ଗହଳି ଯୋଗୁଁ ଲମ୍ବା ଧାଡ଼ିରେ ଠିଆହୋଇ କଲବଲ ହେଉଛନ୍ତି ଶ୍ରଦ୍ଧାଳୁ। ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ତେଜୁଛି ଅସନ୍ତୋଷ। କେବଳ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ କରିଛନ୍ତି।

ପୂର୍ବ ସରକାର ସମୟରେ ଭକ୍ତଙ୍କ ଦର୍ଶନ ନେଇ ସ୍ୱତନ୍ତ୍ର ଏସି ସେଡର ବ୍ୟବସ୍ଥା ରହିଥିଲା। ଏହାଦ୍ବାରା ଖରା ସତ୍ତ୍ବେ ଶାନ୍ତିରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ। ଏପରିକି ସେଡ ଭିତରେ ପାଣି ଓ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା ରହିଥିଲା। ଏବେ ସେଡ ହଟିବା ପରେ ଖରାରେ ଆଉଟୁପାଉଟୁ ହେଉଛନ୍ତି ଶ୍ରଦ୍ଧାଳୁ। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ନେଇ ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ନାଟ ମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥାକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଥିବା ସତ୍ୱେ ସରକାର ପଦକ୍ଷେପ ନେଉ ନଥିବାରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ ।

ପ୍ରଣବଙ୍କ ଉପରେ ଆକ୍ରମଣ: ନବୀନଙ୍କ ନିନ୍ଦା

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି। ଜନ ପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ପ୍ରଣବଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ଗୁଣ୍ଡାରାଜ। ପୋଲିସ ଉପସ୍ଥିତିରେ ଅସାମାଜିକ ବ୍ୟକ୍ତି କରୁଛନ୍ତି ଆକ୍ରମଣ। ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ବର୍ଷିଛି ବିଜେଡି। ଦଳ କହିଛି-ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ସମସ୍ତ ଆକ୍ରମଣକାରୀ ବିଜେପିର ଓ ବିଧାୟକଙ୍କ ସହଯୋଗୀ। ବିଜେପି ରାଜ୍ୟ ସଭାପତିଙ୍କ ବି ସେମାନଙ୍କର ସମ୍ପର୍କ ରହିଛି। ଆକ୍ରମଣକାରୀମାନେ ଗତକାଲି ରାତିରୁ ପ୍ରସ୍ତୁତି କରିଥିଲେ। ଏପରିକି ମଦମାଂସ ଦିଆଯାଇ ଆକ୍ରମଣକାରୀଙ୍କୁ ପ୍ରସ୍ତୁତ କରାଯାଇଥିଲା।

ପ୍ରଣବଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ସବୁଠାରୁ ବଡ଼ କଥା ହେଲା ସମସ୍ତ ଘଟଣା ପୋଲିସ ଉପସ୍ଥିତିରେ ହୋଇଛି। ପ୍ରଣବଙ୍କୁ ଜୀବନରେ ମାରିଦେବାକୁ ଲକ୍ଷ୍ୟ ଥିଲା। ସେମାନଙ୍କ ନିକଟରୁ ଭୁଜାଲି, ଠେଙ୍ଗା, ବାଡ଼ି ଆଦି ପୋଲିସ ଜବତ କରିଛି। ସମ୍ପୂର୍ଣ୍ଣ ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆକ୍ରମଣକାରୀମାନେ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ବୋଲି ଦଳ କହିଛି। ନିର୍ବାଚନ ପରଠାରୁ ପ୍ରଣବଙ୍କ ଉପରେ ଘନ ଘନ ଆକ୍ରମଣ କରାଯାଇଛି। ଚାରି ଚାରି ଥର ଏଫଆଇଆର ଦେବା ପରେ ବି ପୋଲିସର କିଛି ପ୍ରତିକ୍ରିୟା ନାହିଁ। ଜିଲ୍ଲା ପୋଲିସ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ତୁଟିଯାଇଛି। ପୋଲିସ ଜାଣତରେ ସବୁକିଛି ଆକ୍ରମଣ ହୋଇଛି। ଆକ୍ରମଣ ବେଳେ ଏନେଇ ପ୍ରଣବ ଏସପିଙ୍କୁ ଅବଗତ କରିଥିଲେ ବି କିଛି ଫଳ ମିଳି ନଥିଲା ବୋଲି କହିଛି ବିଜେଡି।