spot_img
Home Blog Page 846

ପହଲଗାଓଁ ହମଲାରେ ଆତଙ୍କୀ ପୋଛିଦେଇଥିଲେ ସିନ୍ଦୂର, ମାନ ରକ୍ଷା ଲାଗି ସରକାର କଲେ ଅପରେସନ ସିନ୍ଦୂର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ହାର୍ଟରେ ବାଜିଲା ଅପରେସନ ସିନ୍ଦୂର ଶର। ଭାରତର ପ୍ରିସିସନ ଏୟାରଷ୍ଟ୍ରାଇକରେ କ୍ଷତାକ୍ତ ପଡ଼ୋଶୀ ରାଷ୍ଟ୍ର। ଏପ୍ରିଲ ୨୨ ପହଲଗାଓଁ ଆତଙ୍କୀ ହମଲାରେ ଲିଭିଥିଲା ଭାରତୀୟ ମହିଳାଙ୍କ ସିନ୍ଦୂର। ଆଉ ସିନ୍ଦୂରର ମାନ ରକ୍ଷା ଲାଗି ରାତିଅଧିଆ ଏୟାର ଷ୍ଟ୍ରାଇକ। ସାରା ବିଶ୍ବ ଶୋଇଥିବାବେଳେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। କେବଳ ଏତିକି ନୁହେଁ ବୈଦେଶିକ ବ୍ୟାପାର ପ୍ରେସମିଟରେ ବି ସରକାର ଦେଖାଇଥିଲେ ନାରୀ ଶକ୍ତିର ଦମ। ପ୍ରେସମିଟରେ ସାମିଲ ଥିଲେ ବିଦେଶ ସଚିବ ବିକ୍ରମ ମିସ୍ରି, ୱିଙ୍ଗ କମାଣ୍ଡର ଭୂମିକା ସିଂଓ କର୍ଣ୍ଣେଲ ସୋଫିଆ କ୍ୟୁରେସି। ଇତିହାସରେ ପ୍ରଥମ ଥର ଲାଗି ପାକିସ୍ତାନର ହାର୍ଟ ଉପରେ ଷ୍ଟ୍ରାଇକ କରିଛି ଭାରତ। ହେଲେ ଇତିହାସରେ ବି ପ୍ରଥମ ଥର ଲାଗି ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ କରିଛନ୍ତି ପ୍ରେସ ବ୍ରିଫିଂ।
ଏବେ ଆସନ୍ତୁ ନଜର ପକାଇବା କିଏ ଏହି ଦୁଇ ମହିଳା ଅଫିସର ଯାହାଙ୍କ ଲାଗି ସାରା ଦେଶରେ ଚର୍ଚ୍ଚା। କର୍ଣ୍ଣେଲ ସୋଫିଆ କ୍ୟୁରେସି ହେଉଛନ୍ତି ଆର୍ମିର କର୍ପ୍ସ ଅଫ ସିଗନାଲ୍ସ। ମାତ୍ର ୩୫ ବର୍ଷ ବୟସରେ ଦେଖାଇଛନ୍ତି ଅପରିସୀମ ପରାକ୍ରମ । ମଲ୍ଟି ନ୍ୟାସନାଲ ମିଲିଟାରୀ ଏକ୍ସରସାଇଜରେ ଆର୍ମି କଣ୍ଟିଜେଣ୍ଟକୁ ଲିଡ କରିବାରେ ସୋଫିଆ ହେଉଛନ୍ତି ପ୍ରଥମ ମହିଳା ଅଫିସର। ମାର୍ଚ୍ଚ ୨୦୧୬ରେ ପୁଣେରେ ଅନୁଷ୍ଠିତ ଏକ୍ସରସାଇଜରେ ସାମିଲ ହୋଇଥିଲେ ଭାରତ ସମେତ ୧୮ ରାଷ୍ଟ୍ର। ସାହସ ଓ ଶକ୍ତିର ପ୍ରତୀକ ସୋଫିଆ।
ୱିଙ୍ଗ କମାଣ୍ଡର ଭୂମିକା ସିଂ ବାୟୁସେନାରେ ଦେଖାଇଛନ୍ତି ଦମ। ଏନସିସିରେ ସାମିଲ ହେବା ସହ ଆର୍ମିରେ ଯୋଗଦେଇଥିଲେ ଭୂମିକା। ସେ ହେଲିକପ୍ଟର ପାଇଲଟ ହେବା ସହ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଭୂମିକାଙ୍କର ରହିଛି ୨, ୫୦୦ ଘଣ୍ଟା ଉଡାଣର ଅଭିଜ୍ଞତା। ଚେତକ ଓ ଚିତା ହେଲିକପ୍ଟର ଉଡାଣରେ ରହିଛି ଦକ୍ଷତା।
ଭାରତୀୟ ସେନାରେ ମହିଳାଙ୍କ ଉପସ୍ଥିତି ବଢୁଥିବା ତଥା ଲିଙ୍ଗଗତ ସମାନତାକୁ ପ୍ରାଧାନ୍ୟ ଦେଇଥିଲେ ସରକାର। ସର୍ବୋଚ୍ଚ ସ୍ତରରେ ଅର୍ଥାତ ନିରାପତ୍ତା, ଷ୍ଟ୍ରାଟେଜି ଓ ଯୋଗାଯୋଗ କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ କରାଯାଇଛି ପ୍ରତିପାଦିତ।
ଆତଙ୍କୀମାନେ ଭାରତୀୟ ପୁରୁଷଙ୍କୁ ହିଁ ଟାର୍ଗେଟ କରିଥିଲେ। ଫଳରେ ମହିଳାମାନେ ଅକାଳ ବୈଧବ୍ୟର ଶିକାର ହୋଇଥିଲେ। ଏନେଇ ଗତ ସପ୍ତାହରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବିଶେଷ ଚିନ୍ତାପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ। ପରିବାରର ଦୁଃଖକୁ ଲାଘବ କରିବା ଲାଗି ଆତଙ୍କବାଦ ବିରୋଧରେ କି କି ପଦକ୍ଷେପ ନିଆଯାଇପାରିବେ ସେନେଇ ସେନା, ନୌସେନା ଓ ବାୟୁସେନା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏତେ ଆଲୋଚନା ପରେ ମୋଦି ନିଜେ ଅପରେସନ ସିନ୍ଦୂର ନାମକରଣ କରିଥିଲେ ।
ପହଲଗାଓଁ ହମଲାରେ କେଉଁମାନଙ୍କ ମଥାରୁ ହଜିଯାଇଥିଲା ସିନ୍ଦୂର ଯେଉଁଥିଲାଗି ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ସେମାନେ ହେଲେ ଉତ୍ତରପ୍ରଦେଶ ଶୁଭମ ଦ୍ବିବେଦୀଙ୍କ ପତ୍ନୀ ଐଶନ୍ୟା, ଗୁଜରାଟର ଶୈଳଶ କାଲାଥିଆଙ୍କ ପତ୍ନୀ ଶୀତଲ, କୋଲକାତାର ବିତାନ ଅଧିକାରୀଙ୍କ ପତ୍ନୀ ସୋହିନ, ଗୁଜରାଟର ଯତିଶଭାଇ ପରମାରଙ୍କ ପତ୍ନୀ କାଜଲବେନ, ମହାରାଷ୍ଟ୍ର ସନ୍ଦୋଷ ଜଗଦେଲଙ୍କ ପତ୍ନୀ ପ୍ରଗତି, କୋଚିର ଏନ. ରାମଚନ୍ଦ୍ରନଙ୍କ ପତ୍ନୀ ଶୀଲା, ମଧ୍ୟପ୍ରଦେଶର ସୁଶୀଲ ନାଥନିଲଙ୍କ ପତ୍ନୀ ଜେନିଫର, ପଶ୍ଚିମବଙ୍ଗର ସମୀର ଗୁହାଙ୍କ ପତ୍ନୀ ଶବୋରୀ, ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଆଇବି ଅଫିସର ମନୀଷ ରଞ୍ଜନଙ୍କ ପତ୍ନମୀ ଜୟା ମିଶ୍ର। ଏହି ମହିଳାମାନଙ୍କ ମଥାରୁ ତ ସବୁଦିନ ଲାଗି ହଜିଗଲା ସିନ୍ଦୂର ହେଲେ ଆଜିର ଅପରେସନ ସିନ୍ଦୂର ସେମାନଙ୍କୁ ଦେଇଛି ଅଦମ୍ୟ ସାହସ, ଶକ୍ତି।

ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ, ଭୟରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣ ପରେ ଭାବିଥିଲେ ଶାନ୍ତିପ୍ରିୟ ଭାରତ କିଛି ଆକ୍ସନ ନେବନି । କିନ୍ତୁ ସରକାର ଓ ସେନାର ସବୁ ଆକଳନକୁ ପାଣିଚିଆ କରି ଭାରତ ରାତି ଅଧିଆ ପାନେ ଦେଲା ପରେ ଛାନିଆ ପାକିସ୍ତାନ। କଣ କରିବେ ବାଟ ପାଉନାହାଁନ୍ତି ସେଠାକାର ସରକାରୀ କଳ । ପାକିସ୍ତାନ ଓ ପିଓକେରେ ପଚିଶ ମିନିଟ ଧରି ଭାରତୀୟ ଏୟାରଫୋର୍ସର ଧମାଧମ ମିସାଇଲ ମାଡ ପରେ ଏବେ ଆଉ ବୁଦ୍ଧି ଦିଶୁନି । ମୁହଁ ଫୁଟାଣି ବନ୍ଦ । ଭୟରେ ବିଳିବିଳେଇଲେଣି ପାକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ । ହିନ୍ଦୁସ୍ଥାନ ସହ ଯୁଦ୍ଧରେ ମାତିବାକୁ ଡରିଲାଣି ପାକିସ୍ତାନ । ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ଅନୁମାନ କରିହେଉଛି । ସେ କହିଛନ୍ତି, ଭାରତ ଯଦି ଆଉ ଆକ୍ରମଣ ନକରେ ତାହେଲେ ପାକିସ୍ତାନ ପ୍ରତିଜବାବ ଦେବାରୁ ଓହରିଯିବ । ଅର୍ଥାତ ସେ ପରୋକ୍ଷରେ ଭାରତକୁ ନିବେଦନ କରିଛନ୍ତି ଆଉ ଆକ୍ରମଣ ନକରିବାକୁ । ଏକ ଟିଭି ଚ୍ଯାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୧୫ ଦିନ ହେଲା ପାକିସ୍ତାନ କହିଆସୁଛି ଭାରତପ୍ରତି ପାକିସ୍ତାନର କୌଣସି ଅସୂୟାଭାବ ନାହିଁ । ତଥାପି ଭାରତ ଆକ୍ରମଣ କରିଛି । ଭାରତ ଏପରି ଆକ୍ରମଣ ଜାରି ରଖିଲେ ପାକିସ୍ତାନ ପ୍ରତିଜବାବ ଦେବ । କିନ୍ତୁ ଭାରତ ଯଦି ଆକ୍ରମଣରୁ ବିରତ ରୁହେ ତାହେଲେ ପାକିସ୍ତାନ ମଧ୍ଯ ଯୁଦ୍ଧରୁ ଓହରିଯିବ ।
କାଲି ମଧ୍ଯରାତ୍ରିରେ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରର ୯ଟି ଆତଙ୍କୀ ଆଡ୍ଡା ଉପରେ ଭାରତର କ୍ଷେପଣାସ୍ତ୍ର ମାଡ କରିଛି । ଗତ ଏପ୍ରିଲ ୨୨ ତାରିଖରେ ପହଲଗାଓଁ ହମଲା ପରେ ବେଶ ସତର୍କତାର ସହ ପାକିସ୍ତାନ ଉପରେ ଆକ୍ରମଣ କରି ସିନ୍ଦୂରର ବଦଲା ଅପରେସନ ସିନ୍ଦୂରରେ ନେଇଛି ।

୨୫ ମିନିଟର ଅପରେସନ ସିନ୍ଦୂର; ଥରହର ହେଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ୨୫ ମିନିଟର ଅପରେସନ ସିନ୍ଦୂର । ଥରହର ହେଲା ପାକିସ୍ତାନ । ଧ୍ବଂସ ହେଲା ୯ ଆତଙ୍କୀ ଶିବିର। ପାହଲଗାଓଁ ନରସଂହାରର ଭାରତର ସଠିକ ଜବାବ। ମଙ୍ଗଳବାର ରାତି ଗୋଟିଏ ୫ ମିନିଟ । ରାତିର ଅନ୍ଧକାରକୁ ଚିରି ଗର୍ଜନ କରି ଆକାଶକୁ ଉଠିଲେ ଗୋଟିଏ ପରେ ଗୋଟିଏ ଚାରୋଟି ରାଫେଲ ଓ ଆଠଟି ସୁଖୋଇ । ନଅଟି ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ସଠିକ ଏୟାର ଷ୍ଟ୍ରାଇକ। ସବାଇନାଲା କ୍ୟାମ୍ପରେ ହୋଇଥିଲା ପ୍ରଥମ ଆକ୍ରମଣ। ଏହା ଥିଲା ଲସ୍କର-ଇ-ତୋଇବାର ଆତଙ୍କୀ ପ୍ରଡକ୍ସନ କ୍ୟାମ୍ପ। ସେହିପରି କୋଟଲି ଗୁଲପୁର କ୍ୟାମ୍ପରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା। ପରେ ଭୀମବାର ବରନାଲା କ୍ୟାମ୍ପରେ ତୃତୀୟ, ସିଆଲକୋଟ ସର୍ଜଲ କ୍ୟାମ୍ପରେ ଚତୁର୍ଥ, ମହବୁନା ଜୟା କ୍ୟାମ୍ପରେ ପଞ୍ଚମ, ମୁର ଦୁକେରେ ଥିବା ମର୍କଜ ତୋଏବାରେ ଷଷ୍ଠ ଆକ୍ରମଣ ହୋଇଥିଲା । ୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡା ଧ୍ବଂସ ପାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଅପରେସନ ସିନ୍ଦୂର ସମ୍ପର୍କରେ ସୂଚନା ଦିଆଯାଇଛି । ପହଲଗାମ ଆତଙ୍କୀ ହମଲାରେ ପାକିସ୍ତାନର ହାତ ଥିବା ନେଇ ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଏହି ଆକ୍ରମଣ ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ରାତି ଏହି ଅପରେସନ ଉପରେ ନଜର ରଖିଥିଲେ ।

୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ଟ୍ରେନିଂ ସ୍ଥଳକୁ ବି ଧ୍ବଂସ କରାଯାଇଛି। ଆଜମଲ କସାବ ଓ ଡେଭିଡ ହେଡ୍ଲି ସେଠାରେ ତାଲିମ ନେଇଥିଲା। ଏଥିସହ ମୁରିଡକେରେ ଥିବା ସେମାନଙ୍କ ଟ୍ରେନଂ ସେଣ୍ଟରକୁ ମାଟିରେ ମିଶାଇଛନ୍ତି ଭାରତୀୟ ସେନା । ପାକିସ୍ତାନର ୬ କିମି ଭିତରେ ସିଆଲକୋଟର ସର୍ଜଲ କ୍ୟାମ୍ପ୍ ବି ମାଟିରେ ମିଶିଯାଇଛି। ଏଲଓସି ଠାରୁ ୯ରୁ ୧୩ କିମି ଦୂର ଥିବା ମାର୍କାଜ ଆବ୍ବାସ, କୋଟ୍ଲି କ୍ୟାମ୍ପ୍ ନଷ୍ଟ କରାଯାଇଛି। ହେଲେ ପାକର କୌଣସି ସୈନ୍ୟ ଠିକଣାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୂରରେ ସାମିଲ ହୋଇଥିଲେ ୮ ସୁଖୋଇ ଓ ୪ ରାଫେଲ୍ । ଏଥିସହ ବ୍ରହ୍ମୋସ ମିସାଇଲରେ ଛାରଖାର ହୋଇଛି ଆତଙ୍କବାଦୀ ଆଡ୍ଡା । ଅପରେସନ୍ ସଫଳ ହୋଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋସିଆଲ୍ ମିଡିଆ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ। …

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯାହା ଅପେକ୍ଷା କରାଯାଉଥିଲା ସେୟା ହେଲା। ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି । ତିନି ସେନାର ଏହି ମିଳିତ କାର୍ଯ୍ୟାନୁଷ୍ଠାନ ସୁନିର୍ଦ୍ଦିଷ୍ଟ, ନିୟନ୍ତ୍ରିତ ଏବଂ ଅଣ-ଉତ୍ତେଜନାମୂଳକ ଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି ।

 

ଅପରେସନ ସିନ୍ଦୂର: ପାକିସ୍ତାନ ଗୁଳିମାଡରେ ସାତ ଜଣ ସାଧାରଣ ନାଗରିକ ମୃତ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରରେ ପ୍ରତିକ୍ରିୟାଶୀଳ ହୋଇ ଏଲଓସିରେ ପାକିସ୍ତାନ ପଟୁ ଘନଘନ ଗୁଳିମାଡ ଚାଲିଛି । ପାକିସ୍ତାନ ଗୁଳିମାଡରେ ସାତ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡିଛି । ପାକିସ୍ତାନ ପଟୁ ହୋଇଥିବା ଗୁଳିଗୋଳା ମାଡର ଜବାବ ଦେଇଛି ଭାରତୀୟ ସେନା। ପାକିସ୍ତାନ ଆକ୍ରମଣରେ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୭ ଜଣ ମୃତକ ପୁଞ୍ଚ ଜିଲ୍ଲାର ବୋଲି ଜଣା ପଡିଛି । ପୁଞ୍ଚର ୩୮ ଜଣ ମଧ୍ୟ ଆହତ ହୋଇଛନ୍ତି ।

ସେହିଭଳି ଉରି ସେକ୍ଟରରେ ମଧ୍ୟ ପ୍ରବଳ ଗୁଳିବାରି ଜାରି ରହିଛି । ଏଠାରେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ରଜୌରୀ ଜିଲ୍ଲାରେ ଗୁଳିମାଡ ଯୋଗୁଁ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ସମଗ୍ର ଏଲଓସି ଅଞ୍ଚଳ ଅଶାନ୍ତ ହୋଇପଡିଛି ।

 

ସୈନ୍ୟମାନଙ୍କ ପାଇଁ ୭୦ କେଜିର ଚାଉଳ କାନ୍ଧରେ ବୁହାଇ ଡିଏମଙ୍କ ଅଫିସରେ ପହଞ୍ଚିଲେ କୃଷକ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ନିପାତ କରିବାକୁ ଅଣ୍ଟା ଭିଡିଲେଣି କୃଷକ । ସୈନ୍ୟ ମାନଙ୍କ ପାଇଁ ୭୦ କେଜିର ଚାଉଳ ପଠାଇଲେ କୃଷକ । କାନ୍ଧରେ ଚାଉଳ ବସ୍ତା ଏବଂ କପାଳରେ ଝାଳ ନେଇ ପହଞ୍ଚିଲେ ଡିଏମଙ୍କ ଅଫିସରେ ।  ପୁଣିଥରେ ବାଲିଆରେ ଶୁଭିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ ଜୟ ଜବାନ, ଜୟ କିଷାନ ।

ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର। ସୈନିକମାନେ ଅପରେସନ ସିନ୍ଦୂର ଅଧୀନରେ ଭାରତର ଶକ୍ତି ଦେଖାଇଛନ୍ତି। ଭାରତୀୟ ସୈନିକମାନେ ପ୍ରାୟ ୮୦ ଜଣ ଆତଙ୍କବାଦୀ ନିହତ କରିଛନ୍ତି। ଏହା ପରେ ପାକିସ୍ତାନରେ ଆତଙ୍କ ଖେଳିଯାଇଛି।

ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ପାଟଖୌଲିର ବାସିନ୍ଦା ନବୀନ କୁମାର ରାୟ ଓରଫ ଚୁନା ରାୟ ସବୁବେଳେ ନିଜର ଅଜବ କାମ ପାଇଁ ଖବରରେ ରହିଥାନ୍ତି। ଅପରେସନ ସିନ୍ଦୂର ପରେ, ନବୀନ ଚାଉଳ ବସ୍ତା ଧରି ଡିଏମଙ୍କ ଅଫିସରେ ପହଞ୍ଚିଥିଲେ । ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା। ପଛରୁ ଲୋକମାନେ ଭାରତ ମାତା କି ଜୟ ବୋଲି ଚିତ୍କାର କରୁଥିଲେ ।

ନବୀନ କୁମାର ରାୟ କହିଛନ୍ତି ଯେ, ସେ ସୀମାରେ ଲଢ଼ୁଥିବା ସୈନିକମାନଙ୍କ ପାଇଁ ୭୦ କେଜିର ଖାଦ୍ୟ ଶସ୍ୟ ଆଣିଛନ୍ତି ଏବଂ ସେ ବାଲିଆ ଡିଏମଙ୍କ ନେତୃତ୍ୱରେ ସୈନିକମାନଙ୍କ ପାଇଁ ଏହି ଖାଦ୍ୟ ଶସ୍ୟ ପଠାଇବାକୁ ଚାହୁଁଛନ୍ତି। ତାଙ୍କର ଆବେଦନକୁ ନଗର ମାଜିଷ୍ଟ୍ରେଟ ଗ୍ରହଣ କରିଥିଲେ। ନବୀନ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଚାଷୀମାନେ ପାକିସ୍ତାନକୁ ଧ୍ୱଂସ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସରକାରଙ୍କ ଗୋଟିଏ ନିର୍ଦ୍ଦେଶରେ, ଏହି ଚାଷୀ ତାଙ୍କର ପାରମ୍ପରିକ ଉପକରଣ ସାହାଯ୍ୟରେ ପାକିସ୍ତାନକୁ ପରାସ୍ତ କରିବେ। ଏହା କେବଳ ଆରମ୍ଭ, ପାକିସ୍ତାନର ଧ୍ୱଂସ ଏପର୍ଯ୍ୟନ୍ତ ଘଟିନାହିଁ।

ନବୀନ ଭାରତର ସୈନିକମାନଙ୍କ ଉପରେ ବହୁତ ଗର୍ବିତ। ଅପରେସନ ସିନ୍ଦୂରର ଏହି ସଫଳତା ପାଇଁ ନବୀନ ଭାବପ୍ରବଣ। ସେ କହିଛନ୍ତି, କେବଳ ଶସ୍ୟ ନୁହେଁ, ଆବଶ୍ୟକ ହେଲେ ଚାଷୀମାନେ ସୈନିକଙ୍କ ପାଇଁ ଘିଅ, ତେଲ, ପନିପରିବା ମଧ୍ୟ ପଠାଇବେ।

 

‘ଅପରେସନ ସିନ୍ଦୂର’କୁ ନେଇ ଏମିତି କହିଲେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ବିନୟଙ୍କ ପତ୍ନୀ

ନନ୍ଦିଘୋଷ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ବଦଲା ନେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଛି କଡ଼ା ଟକ୍କର ।  ତେବେ ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଲେଫ୍ଟନାଣ୍ଟ ବିନୟ ନରଓ୍ବେଲ ପ୍ରାଣ ହରାଇଛନ୍ତି । ନବିବାହିତ ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖିନଥିବାବେଳେ ଏହି ଅପରେସନ ସିନ୍ଦୂରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ହିମାଂଶୀ । ସେ କହିଛନ୍ତି କି, ମୋ ସ୍ବାମୀ ଦେଶର ଶାନ୍ତି ଏବଂ ଆତଙ୍କବାଦୀଙ୍କ ନିପାତ ପାଇଁ ସେନାରେ ଯୋଗ ଦେଇଥିଲେ । ମାତ୍ର ତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏଣୁ ତାଙ୍କୁ ସହିଦ ମାନ୍ୟତା ଦିଆଯାଉ । କେନ୍ଦ୍ର ସରକାରଙ୍କ ପାଖରେ ସେ ଏଭଳି ନିବେଦନ ଜଣାଇଛନ୍ତି ।

ତେବେ ଅପରେସନ ସିନ୍ଦୂର ପାଇଁ ସେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି କି, ଏହାକୁ ବନ୍ଦ ନକରି ଚାଲୁ ରଖନ୍ତୁ । ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କ ମୂଳପୋଛ କରାଯାଉ । ଏହାଦ୍ବାରା ଯେଉଁମାନେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରତି ପ୍ୟକୃତ ଶ୍ରଦ୍ଧାଞ୍ଜଳି ହେବ ।

ଅପରେସନ ସିନ୍ଦୂରରେ କେଉଁ ଅସ୍ତ୍ରର ବ୍ୟବହାର କରିଛି ଭାରତ ?

ନନ୍ଦିଘୋଷ ବ୍ୟୁରୋ: ଭାରତର ଅପରେସନ ସିନ୍ଦୂରକୁ ନେଇ ସବୁଠି ଚର୍ଚ୍ଚା । ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରାଯାଇଛି ଆକ୍ରମଣ । ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ ହୋଇଥିବାବେଳେ ଏହି ଅପରେସନରେ ଭାରତ କେଉଁସବୁ ଅସ୍ତ୍ରକୁ ବ୍ୟବହାର କରିଥିଲା ? ଏଭଳି ଏକ ସମସ୍ତଙ୍କ ମନରେ ଉଠିଛି । ତେବେ ଆସନ୍ତୁ ଜାଣିବା ଏହି ଅପରେସନରେ ଭାରତ କେଉଁସବୁ ଅସ୍ତ୍ରର ବ୍ୟବହାର କରିଛି ।

ଭାରତୀୟ ସେନା, ନୌସେନା ଏବଂ ବାୟୂସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହି ହମଲାରେ ଲଷାଇଟରିଂ ଅସ୍ତ୍ରର ବ୍ୟବହାର କରାଯାଇଥିବା କୁହାଯାଉଛି । ପିଏକେ ଏବଂ ପାକିସ୍ତାନରେ ରହିଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରାଯାଇଛି । ଭାରତ ସ୍କେଲପ ମିଶାଇଲରେ ପାକିସ୍ତାନ ଉପରେ ଆକ୍ରମଣ କରିଛି । ରାଫେଲ୍ ବିମାନରୁ ଏହି କ୍ଷେପଣାସ୍ତ୍ରଟି ନିକ୍ଷେପ କରାଯାଇଛି । ଏହି କ୍ଷେପଣାସ୍ତ୍ରର ବେଗ୍ ମାକ୍ ପଏଣ୍ଟ ୮। ଏହା ୫୬୦-୬୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସକ୍ଷମ। ଏହା ଶତ୍ରୁ ରାଡାରକୁ ଚକମା ଦେବାରେ ସକ୍ଷମ। ସ୍କଲ୍ପ କ୍ଷେପଣାସ୍ତ୍ର ‘କିଲ୍ ୱେବ୍’ ରଣନୀତିର ଏକ ଅଂଶ। ଭାରତ ପାଖରେ 300 ରୁ ଅଧିକ ସ୍କ୍ୟାଲ୍ପ ମିସାଇଲ ଅଛି।

ରାଫେଲର ଭୟାବହତା
ରାଫେଲ ୪.୫ ପିଢୀର ମଲ୍ଟି ରୋଲ ଫାଇଟର ଜେଟ ଅଟେ । ଏହା ନିଜର ଉନ୍ନତ ଟେକନିକ ଏବଂ କ୍ଷମତା ପାଇଁ ପରିଚିତ । ତେବେ ଜଦି ଦେଖାଯାଏ , ତେବେ ରାଫେଲର ଗତି ଘଣ୍ଟା ପ୍ରତି ୨୨୦୨ କିଲୋମିଟର ଅଟେ । ଯାହା ପାକିସ୍ତାନର ଜେଏଫ-୧୭ (୧୯୧୦କିମି/ଘଣ୍ଟା ) ଏବଂ ଜେ-୧୯ସିଇ (2100km/hr)ରୁ ଅଧିକ ଅଟେ । ଏହାର କ୍ଷମତା ୩୭୦୦ କିଲୋମିଟର ଲମ୍ବା ଅଟେ ।

ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ ମିସାଇଲ
ଏହା ୪୦୦ରୁ ୬୦୦ କିଲୋମିଟର କ୍ଷମତାରେ ସଠିକ ଲକ୍ଷ୍ୟ ଭେଦ କରିପାରିବ । ବହାୱଲପୁର ଏବଂ ମୁଜଫରାବାଦ୍ ଭଳି ବଡ ସ୍ଥାନରେ ଆଟାକ୍‌ କରିବା ପାଇଁ ବ୍ୟବହାର କରାଯାଇଛି । ୬୦ କିଲୋମିଟର ରେଞ୍ଜ ଯାଏଁ ଏହା ଗତି କରିପାରିବ । ଏହା ବଡ ବଡ ଆତଙ୍କୀ ସଂଗଠନର ସ୍ଥାନକୁ ନଷ୍ଟ କରିଛି ।

ପୋପେ ପ୍ରିସିସନ୍-ଗାଇଡେଡ୍ ମିସାଇଲ୍
ଏହି ମିସାଇଲ ୭୮ କିଲୋମିଟର ଯାଏଁ ଭେଦ କରିବାର କ୍ଷମତା ରଖିଛି । ରାୱଲପିଣ୍ଡି ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଡିପୋକୁ ଲକ୍ଷ୍ୟ କରି ଭେଦ କରାଯାଇଥିଲା ।

ସ୍ଵଦେଶୀ ଲେଜର ଗାଇଡେଡ୍ ବମ୍
ଡିଆରଡିଓ(DRDO) ଦ୍ଵାରା ଏହାକୁ ବିକଶିତ କରାଯାଇଛି । ୧୦୦୦ କିଗ୍ରା ବିସ୍ଫୋଟକର କ୍ଷମତା ରଖିଛି ଏହି ବମ୍ । ମୁରିଦ୍‌କେର ଲସ୍କର ଇ ତୋଇବା ସଂଗଠନ ଉପରେ ଏହାର ଆକ୍ରମଣ କରାଯାଇଛି ।

ଡ୍ରୋନ ଲଞ୍ଚ ମାଇକ୍ରୋ ମ୍ୟୁନିଶନ୍ସ
ଏହି ଡ୍ରୋନ ଛୋଟ କିନ୍ତୁ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ । ଏହି ଗୋଳା ବାରୁଦର ବିଶେଷତ୍ଵ ହେଉଛି ଷ୍ଟାଣ୍ଡ ଅଫ କ୍ଷମତା । ପାକିସ୍ତାନ ଏୟାରଫୋର୍ସରେ ନପଶି କିପରି ପାକିସ୍ତାନ ଉପରେ ଆକ୍ରମଣ କରିହେବ ସେଥିପାଇଁ ଏହା ଭାରତୀୟ ବିମାନକୁ ଅନୁମତି ଦେଇଛି । ଏହି ରଣନୀତିଟି ୨୦୧୯ ବାଲାକୋଟ ଆକ୍ରମଣ ଦ୍ୱାରା ଅନୁପ୍ରାଣିତ ହୋଇଥିଲା, କିନ୍ତୁ ଏହା ଅଧିକ ଉନ୍ନତ ଏବଂ ବ୍ୟାପକ ଥିଲା। ଏହା ବାହାୱାଲପୁର (ଜେଇଏମ୍ ମୁଖ୍ୟାଳୟ), କୋଟଲି, ରାୱଲପିଣ୍ଡି ଏବଂ ଅନ୍ୟାନ୍ୟ ଅଞ୍ଚଳରେ 5ଟି ସ୍ଥାନରେ ଭେଦ କରିଛି । ପାକିସ୍ତାନୀ ଅଞ୍ଚଳ ଭିତରକୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା, ଯାହା ଭାରତର ଗଭୀର ଆକ୍ରମଣ କ୍ଷମତାକୁ ପ୍ରଦର୍ଶନ କରିଛି ।

ଇଲ୍ୟୁସିନ୍ ଆଇ ଏଲ୍ -୭୮
300 କିଲୋମିଟର ପର୍ଯ୍ୟନ୍ତ ପାକିସ୍ତାନୀ ବାୟୁସେନା ଆକ୍ରମଣ କରିପାରିବ ।

ଘରେ ପଶି ନିପାତ କଲୁ ଆତଙ୍କବାଦୀ, ଅପରେସନ ସିନ୍ଦୂରକୁ ନେଇ ଏମିତି କହିଲେ ଭାରତୀୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ : ଘରେ ପଶି ଆତଙ୍କବାଦୀଙ୍କୁ ନିପାତ କଲା ଭାରତ । ଏହି କାର୍ଯ୍ୟାନୁଷ୍ଠାନ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଥିଲା। ଭାରତୀୟ ସେନା ‘ଅପରେସନ ସିନ୍ଦୂର’ରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛନ୍ତି। ଏନେଇ ସୁରେଶ ରାଇନା ଏବଂ ଗୌତମ ଗମ୍ଭୀରଙ୍କ ଭଳି କ୍ରିକେଟରମାନେ ଖୁସି ପ୍ରକାଶ କରିଛନ୍ତି । ଏହି ଅପରେସନ ପରେ ପାକିସ୍ତାନରେ ଏବେ ଭୟର ବାତାବରଣ ରହିଛି।

ମାର୍ଚ୍ଚ ୨୨ ତାରିଖରେ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ଲୋକଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହାର ଜବାବରେ, ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏଥିରେ ଆତଙ୍କବାଦୀ ତାଲିମ କେନ୍ଦ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ। ରାତିରେ ସିନ୍ଦୂର ଅପରେସନ୍ କରାଯାଇଥିଲା। ଯେତେବେଳେ ଭାରତର ଲୋକମାନେ ଶୋଇଥିଲେ, ସେନା ଆତଙ୍କବାଦୀଙ୍କୁ ହତ୍ୟା କରୁଥିଲା। ଏହି କାର୍ଯ୍ୟରେ ଖୁସି ପ୍ରକାଶ କରି ସୁରେଶ ରୈନା ଟ୍ୱିଟ୍ କରିଛନ୍ତି, ଅପରେସନ୍ ସିନ୍ଦୁର ଜୟ ହିନ୍ଦ୍…  । ସେ ଏକ ପଞ୍ଚିଂ ଇମୋଜି ମଧ୍ୟ ରଖିଛନ୍ତି ।  ସେହିପରି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏନେଇ ପୋଷ୍ଟ କରିଛନ୍ତି। ଗୌତମ ଗମ୍ଭୀର ‘ଅପରେସନ୍ ସିନ୍ଦୂର’ର ଫଟୋ ମଧ୍ୟ ସେୟାର କରିଛନ୍ତି।

ପିକଚର୍ ଅଭି ବାକି ହୈ? କାହିଁକି ଏମିତି କହିଲେ ପୂର୍ବତନ ସେନାମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା । କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛି। ଏହି ବିଷୟରେ ପୂର୍ବତନ ସେନା ମୁଖ୍ୟ ମନୋଜ ନରଭାନେ କହିଛନ୍ତି ଯେ ‘ଅଭି ପିକଚର ବାକି ହୈ..’

ପୂର୍ବତନ ସେନାମୁଖ୍ୟ ସୂଚିତ କରିଛନ୍ତି ଯେ, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବିବାଦ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଏ, ତେବେ ଏପରି ଆହୁରି ଆକ୍ରମଣ ସମ୍ଭବ। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟାକାଣ୍ଡ ପରେ ଏକ ସାହସିକ ଏବଂ ସୁନିଶ୍ଚିତ ଯୋଜନା କରି ପ୍ରତିଶୋଧ ସ୍ୱରୂପ, ଭାରତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନୀ ଅଞ୍ଚଳ ଭିତରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛି  ।

କ୍ଷେପଣାସ୍ତ୍ର ଆକ୍ରମଣରେ ଆତଙ୍କବାଦୀ ଶିବିର ଧ୍ୱଂସ

ରାତିର ଅନ୍ଧାରରେ କରାଯାଇଥିବା ଏହି ଅପରେସନରେ, ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ରରେ ୯ଟି ପ୍ରମୁଖ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଯାଇଛି। ଏହି ସ୍ଥାନଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପହଲଗାଓଁର ଆତଙ୍କବାଦୀ ଆକ୍ରମଣର ଏକ ସଠିକ ଏବଂ ସଂଯମ ଜବାବ ଭାବରେ ଅପରେସନ ସିନ୍ଦୁରକୁ ବର୍ଣ୍ଣନା କରିଛି। ଏହି ଆକ୍ରମଣରେ ଲସ୍କର-ଏ-ତୈବାର ଦୁଇ ଜଣ ବଡ଼ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ?

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ କହିଛି ଯେ, ‘ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ, ଯାହା ଭାରତର ବିଚାରଧାରା ଏବଂ ଯୋଜବଦ୍ଧକୁ ପ୍ରତିଫଳିତ କରେ‘। ଏହି ଅଭିଯାନ ଅନାବଶ୍ୟକ ଉତ୍ତେଜନାକୁ ଏଡାଇବା ସହିତ ଅପରାଧୀମାନଙ୍କୁ ଉଚିତ ଜବାବ ଦିଆଯାଇଥିଲା ଉଲ୍ଲେଖ କରାଯାଇଛି । ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧ ଡାକରା ଭାବେ ତେବେ ଏହାର ଉଚିତ ଜବାବ ଦିଆଯିବ।

ଭାରତୀୟ ସେନାକୁ ସଲାମ : ଅପରେସନ ସିନ୍ଦୂରର ସଫଳତା ନେଇ ଅଭିନନ୍ଦନ ଜଣାଇଲେ ସାଉଥ ସେଲିବ୍ରିଟି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସଶସ୍ତ୍ର ବାହିନୀ । ମଙ୍ଗଳବାର ରାତି ପ୍ରାୟ ୧:୦୫ ରେ ସମୟରେ ‘ ଅପରେସନ୍ ସିନ୍ଦୂର ‘ ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଅତି । ଏହି ଘାଟିଗୁଡ଼ିକୁ ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା ଏବଂ ନିର୍ଦ୍ଦେଶନା ଦେବା ପାଇଁ ବ୍ୟବହାର କରାଯାଉଥିଲା।

ଏବେ ଭାରତର ଏହି କାର୍ଯ୍ୟରେ ସମଗ୍ର ଦେଶ ଉତ୍ସାହିତ । ସାଧାରଣ ଜନତା ହୁଅନ୍ତୁ କି ସେଲିବ୍ରିଟି, ସମସ୍ତେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ସେନାକୁ ପ୍ରଶଂସା କରୁଛନ୍ତି। ଏବେ, ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ଚିରଞ୍ଜିବୀ ଏବଂ ଜୁନିଅର ଏନଟିଆର ପର୍ଯ୍ୟନ୍ତ, ସମସ୍ତ ସେଲିବ୍ରିଟି ‘ଅପରେସନ୍ ସିନ୍ଦୂର’ ପୋଷ୍ଟ କରି ପ୍ରଶଂସା କରିଛନ୍ତି।

ମିଶନ ସଫଳ  ନହେବା ପର୍ଯ୍ୟନ୍ତ ଅଟକିବ ନାହିଁ !

ଭାରତ ସରକାରଙ୍କ ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇବା ପାଇଁ ମେଗାଷ୍ଟାର ରଜନୀକାନ୍ତ X ରେ ଏକ ପୋଷ୍ଟ କରିଛନ୍ତି। ରଜନୀକାନ୍ତ ପୋଷ୍ଟରେ ଲେଖିଛନ୍ତି, “ଯୋଦ୍ଧାର ଲଢ଼େଇ ଆରମ୍ଭ ହୋଇଛି… ମିଶନ୍ ସମାପ୍ତ ନହେବା ପର୍ଯ୍ୟନ୍ତ ଅଟକିବୁ ନାହିଁ ! ସମଗ୍ର ଦେଶ ଆପଣଙ୍କ ସହିତ ଅଛି।”

ଚିରଞ୍ଜିବୀ ଜୟ ହିନ୍ଦର ସ୍ଲୋଗାନ ଦେଇଥିଲେ
ସେହିପରି ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ତାଙ୍କ ଏକ୍ସ-ଆକାଉଣ୍ଟରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ପୋଷ୍ଟ ସେୟାର କରି ଜୟ ହିନ୍ଦ ଲେଖିଛନ୍ତି। ସେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଇମୋଜି ମଧ୍ୟ ସେୟାର କରିଛନ୍ତି।

ଆଲୁ ଅର୍ଜୁନ ଲେଖିଛନ୍ତି ଯେ ନ୍ୟାୟ ମିଳିବା ଆବଶ୍ୟକ,
ପୁଷ୍ପା-୨ ଅଭିନେତା ଆଲୁ ଅର୍ଜୁନ ମଧ୍ୟ ତାଙ୍କ ଆକାଉଣ୍ଟରେ ଅପରେସନ ସିନ୍ଦୂର ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି, “ନ୍ୟାୟ ମିଳିବା ଆବଶ୍ୟକ, ଜୟ ହିନ୍ଦ।” ତ୍ରିରଙ୍ଗା ଇମୋଜି ମଧ୍ୟ ସେୟାର କରିଛନ୍ତି।

ଜୁନିଅର ଏନଟିଆର ଭାରତୀୟ ସେନା ପାଇଁ ପ୍ରାର୍ଥନା କଲେ
ଦେବରା ଅଭିନେତା ଜୁନିଅର ଏନଟିଆର ମଧ୍ୟ ଏକ୍ସରେ ପୋଷ୍ଟ କରି ଅପରେସନ ସିନ୍ଦୂର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ମୁଁ ଆମର ଭାରତୀୟ ସେନାର ସୁରକ୍ଷା ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି। ହ୍ୟାସଟ୍ୟାଗ୍ ଅପରେସନ ସିନ୍ଦୂର।”