ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ। କମିଶନରେଟ ପୋଲିସ, ଗୁଇନ୍ଦା ବିଭାଗ, ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ବୈଠକରେ ସାମିଲ ଅଛନ୍ତି। ମେ ୧୦ ଯାଏଁ ବିମାନ ସେବା ବନ୍ଦ ନେଇ ଆଲୋଚନା ସମ୍ଭାବନା। ସେହିପରି ଆସନ୍ତା ୧୦ ଓ ୧୧ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଗୃହ ମନ୍ତ୍ରୀ ଅମିତ ସାହ ଆସିବାର କାର୍ଯକ୍ରମ ରହିଛି। । ଯୁଦ୍ଧ ପରିସ୍ଥିତି ସମୟରେ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ପୂର୍ବରୁ ଗୁରୁତ୍ଵପୂର୍ଣ୍ଣ ASL ବୈଠକ ବସିଛି।
ସାଙ୍ଗକୁ ଗୁଳି କଲା ସାଙ୍ଗ: ବିଳମ୍ବିତ ରାତିରେ ରାଜଧାନୀରେ ଫୁଟିଲା ଗୁଳି
ମେଣ୍ଢାଶାଳ: ଭୁବନେଶ୍ବର ଚନ୍ଦକା ଥାନା ଅଧୀନ ପାଣିଓଳା ଅଂଚଳରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି । ଗୁଳିମାଡ଼ରେ ପାଣିଓଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ବିଶ୍ୱଜିତ ସାହୁକୁ ଥାନାରେ ଅଟକ ରଖାଯାଇଥିବାବେଳେ ତା ନିକଟରୁ ବନ୍ଧୁକ ଜବତ ହୋଇଛି ।ଉଭୟ ଗୋଟିଏ ଗାଁର ୨ସାଙ୍ଗ ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଯୋଗୁଁ ସାଙ୍ଗକୁ ଗୁଳି କରିଛି ସାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଚନ୍ଦକା ଥାନା ଅଧିକାରୀ।
ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ: ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟ ସମୟରେ ଏବଂ ପରେ ଜରୁରୀ ସେବା ଯେପରି ବାଧା ସୃଷ୍ଟି ନହୁଏ ତାହା ସୁନିଶ୍ଚିତ କରିବାକୁ ଏହି ଯୋଜନାକୁ ମଂଜୁରୀ ମିଳିଛି । ଏହା ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଜୀବନରେଖା ଭାବେ କାମ କରିବ । ୨୦୨୫-୨୬ରୁ ୨୦୨୯-୩୦ ଏହି ଚାରି ବର୍ଷରେ ୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ସବୁ ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କରିବା ଏବଂ ସଡକ ଉନ୍ନତିକରଣ ପାଇଁ ନିର୍ବାଚନମଣ୍ଡଳୀୱାରୀ ଅର୍ଥ ବ୍ୟବସ୍ଥା ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି। ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୬-୨୭ ଏହି ତିନି ବର୍ଷରେ ୪୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ହିଭଳି ମୁଖ୍ୟମନ୍ତ୍ରୀ ଆମ ବସ ସେବାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ଗ୍ରାମାଞ୍ଚଳର ଲୋକଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ, ସୁଲଭ ପରିବହନ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ତଦାରଖ ଓ ନିୟନ୍ତ୍ରଣ ଦାୟିତ୍ବ ଓଏସଆରଟିସିକୁ ଦିଆଯିବ ।ସବୁ ବସରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ସହ ପାନିକ ବଟନ ବି ରହିବ । ମହିଳା, ଛାତ୍ରଛାତ୍ରୀ, ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ବସ ଭଡାରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଯୋଜନାକୁ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟରେ ମଂଜୁରୀ ମିଳିଛି । ଏଥିସହିତ ସରକାରୀ ଡାକ୍ତରଖାନାରେ ମାଗଣା ଡାଇଗ୍ନୋଷ୍ଟିକ ଓ ଡାଏଲିସିସ ସେବା ଯୋଗାଇଦେବାକୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିଦାନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨୪୫୯ କୋଟି ୫୧ ଲକ୍ଷ ଟଙ୍କାକୁ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିଭଳି ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିର୍ମଳ ଦ୍ବିତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ମଂଜୁରୀ ମିଳିଛି । ଏହାଦ୍ବାରା ସରକାରୀ ଡାକ୍ତରଖାନାରେ ସ୍ବଚ୍ଛତା, ସୁରକ୍ଷା, ଆଟେଣ୍ଡାଣ୍ଟ ଭଳି ଆନୁସଙ୍ଗୀକ ସେବାକୁ ସୁନିଶ୍ଚିତ କରାଯାଇପାରିବ । ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ୫୧୭୪ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଂଜୁରୀ ମିଳିଛି।

