spot_img
Home Blog Page 842

ଗ୍ୟାଙ୍ଗୱାର ହେବା ପୂର୍ବରୁ ଗ୍ୟାଙ୍ଗଷ୍ଟାରଙ୍କୁ ଧରିବାକୁ ତନାଘନା, ମୁଙ୍ଗେରରେ ତନାଘନା ଚଳାଇଛି STF

ଭୁବନେଶ୍ୱର: ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାକୁ ସ୍ୱପ୍ନ ଦେଖୁଥିଲା ଗ୍ୟାଙ୍ଗଷ୍ଟର । ମୁଙ୍ଗେର ମାଉଜରରେ ମୁଣ୍ଡ ଗଡାଇବାକୁ ଦେଖୁଥିଲା ସ୍ୱପ୍ନ। ଗଞ୍ଜାମକୁ ପୁଳାପୁଳା ବନ୍ଧୁକ ସପ୍ଲାଏ କରୁଥିଲା ଆଲୋକ ପ୍ରଧାନ । ପୋଲିସ ଫାଇଲରେ ମାଳ ମାଳ ହତ୍ୟାକାଣ୍ଡ । ଜମି ହଡ଼ପ, ଠିକାଦାରୀ, ବୋମାମାଡ଼, ଲୁଟ୍ ଆଉ ଦାଦାବଟି କେସ୍ । ଆସ୍କା ହଟିଆ ଜେନା, ଧରାକୋଟ ସୁବାସ ସାହୁ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଦୀର୍ଘଦିନ ଧରି ବିକ୍ରମ ମଲ୍ଲିକ ଜେଲରେ ରହିଥିବାରୁ ଆଲୋକ ତା ଜାଗା ନେବାକୁ ଜାଲ ବିଛାଇଥିଲା । ପୋଲିସ ଫାଇଲରେ ନିଖୋଜ ଏହି ମୋଷ୍ଟ ୱାଣ୍ଟେଡ୍ ଅପରାଧୀ । ଗ୍ୟାଙ୍ଗରେ ସାମିଲ ହେଉଥିବା ଯୁବକଙ୍କୁ ଗିଫ୍ଟ ଆକାରରେ ବନ୍ଧୁକ ବି ଦେଉଥିଲା । ଦାଦାବଟିର ସିଂହ ଭାଗ ନିଜେ ରଖି ବାକି ଟଙ୍କା ସହଯୋଗୀଙ୍କୁ ଟେକି ଦେଉଥିଲା । ମୁଙ୍ଗେରରେ ବସି, ଗଞ୍ଜାମରେ ଗ୍ୟାଙ୍ଗୱାର କରିବାକୁ ବଡ଼ ଯୋଜନା ବି କରିଥିଲା । ଆଉ ଗଞ୍ଜାମ ପାଇଁ ଡାହାଣ ହାତ କୁହାଯାଉଥିବା ଶିବ ଜେନାକୁ ଦାୟିତ୍ୱ ଦେଇଥିଲା । ୧୮ ଅଭିଯୁକ୍ତଙ୍କୁ ୨୦ ବନ୍ଧୁକ ଗିଫ୍ଟ କରିବା ପରେ, ସାମନାକୁ ଆସିଛି ମେଡ୍ ଇନ୍ ମୁଙ୍ଗେର କାହାଣୀ ।
ସେପଟେ ବୟାଳିଶମୌଜାର ବନ୍ଧୁକ ଗଞ୍ଜାମରୁ ମିଳିବା ପରେ, ସ୍ପେଶାଲ ଟାସ୍କ ଫୋର୍ସର ଅକଲ ଗୁଡୁମ । ଓଡ଼ିଶାର ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ ଭଳି ଜିଲ୍ଲା ସମେତ ୭ ସହରକୁ ଯାଇଛି ବନ୍ଧୁକ । ତେବେ ସାରା ରାଜ୍ୟକୁ ବନ୍ଧୁକ ଯୋଗାଇବା ସହ ବନ୍ଧୁକ ଚାଲାଣ ପାଇଁ ବୟାଳିଶମୌଜାରେ କାରଖାନା ତିଆରି କରାଯାଇଥିବାର ଆଭାସ ପାଇଛି ଏସଟିଏଫ୍ । ଆଲୋକକୁ ଧରିଲେ ଅନେକ ସଙ୍ଗିନ ତଥ୍ୟ STF ହାତରେ ଲାଗିପାରେ । ଯେଉଁଥିପାଇଁ ମୁଙ୍ଗେର ଗସ୍ତ କରିଛି STF ।

ଟେଲିଗ୍ରାମ ଇନଭେଷ୍ଟମେଣ୍ଟ ସ୍କାମ, ୩ ଗିରଫ

ନୟାଗଡ଼: ଟେଲିଗ୍ରାମ ଇନଭେଷ୍ଟମେଣ୍ଟ ସ୍କାମ । ନୟାଗଡ଼ ପାଲିଟିଛି ଓଡ଼ିଶାର ଜମତାରା। କମ ଦିନରେ ଅଧିକ ଟଙ୍କାର ଲୋଭ ଦେଖାଇ, ସର୍ବଶ୍ବାନ୍ତ କରି ଦେଉଛନ୍ତି ସାଇବର ସୈତାନ । ସତ୍ୟରଞ୍ଜନ ଶତପଥୀଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଅଭିଯୋଗ ମୁତାବକ ମାର୍ଚ୍ଚ ମାସରେ ଟେଲିଗ୍ରାମ ଲିଙ୍କ ପାଇବା ପରେ, କିଛି ଟଙ୍କା ଇନଭେଷ୍ଟମେଣ୍ଟ କରି ଟଙ୍କା ଫେରସ୍ତ ପାଇଥିଲେ । ହେଲେ ଠକମାନେ ତାଙ୍କୁ ମୋଟା ଟଙ୍କା ଲଗାଇ ଦୁଇ ଡବଲ ନେବାକୁ ଲୋଭ ଦେଖାଇଥିଲେ । ଲୋଭର ପଡ଼ି ୭ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ ସର୍ବସ୍ୱ ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଥିଲା ସାଇବର ଥାନା ପୋଲିସ । ନୟାଗଡ଼ରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲାର ରାକେଶ ସ୍ୱାଇଁ, ବାବୁଲାଲ ସ୍ୱାଇଁ ଓ ମିଥୁନ ବିଶ୍ୱାଳ । ଅଭିଯୁକ୍ତଙ୍କ ଭିତରୁ ଜଣେ ଯୁକ୍ତ ୨ ପାଠ ପଢିଥିବା ବେଳେ ଅନ୍ୟ ଦୁଇଜଣ ମଜୁରିଆ ଭାବେ କାମ କରନ୍ତି । ବିଶେଷକରି ଗାଁ ଗାଁ କୁ ବୁଲି ମ୍ୟୁଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦଲାଲ ମାନେ ସାଇବର ଠକଙ୍କୁ ଦେଉଛନ୍ତି ମୋଟା ଅଙ୍କର ଟଙ୍କା ।

ଠିକ ସେହିପରି ଫେକ ପ୍ରି ଆକ୍ଟିଭେଟେଡ଼ ସିମ ବାବଦକୁ ବି ଟଙ୍କା ଦେଇ ସିମ କିଣନ୍ତି ଠକ  । ଉଭୟ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି ଆକ୍ଟିଭେଟେଡ଼ ସିମ କୁ ଠକେଇରେ ବ୍ୟବହାର କରୁଥିଲେ । ତେବେ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି- ଆକ୍ଟିଭେଟେଡ଼ ସିମ ଯୋଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି । ପୂର୍ବରୁ ଓଡିଶା ବାହାର ଠକ ସାଇବର ଠକେଇ କରୁଥିବା ବେଳେ ଏବେ ରାଜ୍ୟ ଭିତର ଠକ ଆକ୍ଟିଭ ହେବା ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା ।

ଦୋହଲିଗଲା ପାକିସ୍ତାନ, ଆଉ ଏକ ବଡ଼ ମାଷ୍ଟରମାଇଣ୍ଡର ମୃତ୍ୟୁ!

ନନ୍ଦିଘୋଷ ବ୍ୟୁରୋ:  ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଛି, ଯାହାର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣରେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814 ହାଇଜାକ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ତଥା ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀ ସଂଗଠନର ନେତା ଆବଦୁଲ ରଉଫ ଅଜହର ନିହତ ହୋଇଥିବା ଖବର ମିଳିଛି।
ଏହି ଆକ୍ରମଣ ପାକିସ୍ତାନର ବାହାୱାଲପୁରସ୍ଥିତ ଜୈଶ-ଏ-ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ ଜାମିଆ ମସଜିଦ ସୁଭାନ ଅଲ୍ଲାହ ଉପରେ କରାଯାଇଥିଲା। ଖବର ଅନୁସାରେ, ଏହି ଆକ୍ରମଣରେ ଜୈଶ ନେତା ମାସୁଦ ଅଜହରଙ୍କର ୧୪ ଜଣ ପରିବାର ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ତାଙ୍କ ଭଉଣୀ, ଜ୍ୱାଇଁ, ଭଣଜା ଓ ଅନ୍ୟ ଆତ୍ମୀୟ ଅଛନ୍ତି। ମାସୁଦ ଅଜହର ନିଜେ ଏକ ବୟାନ ଜାରି କରି ଏହି ମୃତ୍ୟୁର ଖବର ନିଶ୍ଚିତ କରିଛନ୍ତି।
ଏହି ଆକ୍ରମଣ ଗତ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ କରାଯାଇଥିଲା, ଯେଉଁଥିରେ ୨୬ ଜଣ ନିରୀହ ଲୋକ, ଯେଉଁମାନଙ୍କ ମଧ୍ୟରେ ଜଣେ ନେପାଳୀ ନାଗରିକ ଥିଲେ, ପ୍ରାଣ ହରାଇଥିଲେ। ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ସୂଚନା ଅନୁସାରେ, ଏହି ଆକ୍ରମଣରେ ଆବଦୁଲ ରଉଫ ଅଜହର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଆବଦୁଲ ରଉଫ ଅଜହର ହେଉଛନ୍ତି ମାସୁଦ ଅଜହରଙ୍କ ସାନ ଭାଇ ଏବଂ ଜୈଶ-ଏ-ମହମ୍ମଦର ଦ୍ୱିତୀୟ ନେତା। ୧୯୯୯ରେ IC-814 ବିମାନ ହାଇଜାକ ଘଟଣାରେ ସେ ମୁଖ୍ୟ ଯୋଜନାକାରୀ ଥିଲେ, ଯେଉଁଥିରେ ମାସୁଦ ଅଜହରଙ୍କ ସମେତ ତିନି ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାରଙ୍କୁ ବାଧ୍ୟ କରାଯାଇଥିଲା। ରଉଫ ମଧ୍ୟ ୨୦୦୧ ସଂସଦ ଆକ୍ରମଣ, ୨୦୧୬ ପାଠାଙ୍କୋଟ ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲେ। ସେ ଜାତିସଂଘ ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଆତଙ୍କବାଦୀ ଥିଲେ।
ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନ, ପିନାକା ରକେଟ ଏବଂ ସ୍ଥଳ-ସୁପରଫିସ ମିସାଇଲ ବ୍ୟବହାର କରି ପାକିସ୍ତାନର ବାହାୱାଲପୁର, ମୁରିଦେ, ସିଆଲକୋଟ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ମୋଟ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଭାରତୀୟ ସରକାର କହିଛନ୍ତି ଯେ, ଏହି ଆକ୍ରମଣ ସମ୍ପୂର୍ଣ୍ଣ ର୍ନିଦ୍ଦିଷ୍ଟ ଏବଂ ନାଗରିକ କ୍ଷୟକ୍ଷତି ଏଡ଼ାଇବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଥିଲା।

ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ଭାରତର ଆଉ ଏକ ବଡ଼ ଝଟକା ଜାତୀୟ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ପାକିସ୍ତାନୀ ୱେବ ସିରିଜ, ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ । ଗୀତ ପୋଡକାଷ୍ଟ ଉପରେ ନିଷେଧାଦେଶ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଏବଂ ଭାରତ ଦ୍ୱାରା କରାଯାଉଥିବା ଅପରେସନ ସିନ୍ଦୂର ମଧ୍ୟରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି

ଦ୍ୱନ୍ଦ୍ୱରେ ପାକିସ୍ତାନ: ଚେନ୍ନାବ ନଦୀ ଉପର ଡ୍ୟାମ ଗେଟ ଖୋଲିଦେଲା ଭାରତ; ପାକିସ୍ତାନରେ ବନ୍ୟା ସ୍ଥିତି ସୃଷ୍ଟି

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି । ଏନେଇ ପାକିସ୍ତାନ ଦ୍ୱନ୍ଦ୍ୱରେ ପଡ଼ିଛି । ପାକିସ୍ତାନରେ ଏୟାର ଷ୍ଟ୍ରାଇକ ପରେ ଏବେ ୱାଟର ଷ୍ଟ୍ରାଇକ। ଚେନ୍ନାବ ନଦୀ ଉପର ଡ୍ୟାମ ଗେଟ ଖୋଲିଦେଲା ଭାରତ । ବିନା ସୂଚନାରେ ଗେଟ୍ ଖୋଲିଛି ଭାରତ । ପାକିସ୍ତାନରେ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି । 

ଚେନ୍ନାବ ନଦୀ ଉପରେ ନିର୍ମିତ ବଗଲିହାର ଜଳବିଦ୍ୟୁତ ପ୍ରକଳ୍ପ ବନ୍ଧରୁ କିଛି ପରିମାଣର ପାଣି ଏବେ ବି ପ୍ରବାହିତ ହେଉଥିବା ରିପୋର୍ଟ ମିଳିଛି । ଭାରତ ଚେନ୍ନାବ ନଦୀରେ ପ୍ରଚୁର ପରିମାଣର ପାଣି ଛାଡିଥିବା ଖବର ମଧ୍ୟ ରହିଛି, ଯାହା ପରେ ପାକିସ୍ତାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ଆରମ୍ଭ ହୋଇଛି। ପାକିସ୍ତାନରେ ବନ୍ୟା ସତର୍କତା ଜାରି କରାଯାଇଛି।

ଚେନ୍ନାବ ନଦୀ ଆଖପାଖ ଅଞ୍ଚଳଗୁଡ଼ିକୁ ଖାଲି କରିବାକୁ କୁହାଯାଇଛି। ଲାହୋର ଏବଂ ପଞ୍ଜାବ ପ୍ରଦେଶର ଅନେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ସିଆଲକୋଟରେ ମଧ୍ୟ ବନ୍ୟା ସତର୍କତା ଜାରି କରାଯାଇଛି। ଚେନ୍ନାବ ନଦୀରେ ହଠାତ୍ ପାଣି ଭର୍ତ୍ତି ହେବା ଯୋଗୁଁ ପାକିସ୍ତାନ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱରେ ପଡ଼ିଯାଇଛି।

ଚେନ୍ନାବ ନଦୀର ପାଣି ହଠାତ୍ ବନ୍ଦ କରିବା ଏବଂ ତାପରେ ହଠାତ୍ ପାଣି ଛାଡିବା । ଭାରତର ଏହି କାର୍ଯ୍ୟ ଯୋଗୁଁ ପାକିସ୍ତାନର ଚିନ୍ତା ଆହୁରି ବଢ଼ିଯାଇଛି। ପାକିସ୍ତାନ ସମ୍ପୂର୍ଣ୍ଣ ଭୟଭୀତ

LOCରେ ପାକିସ୍ତାନର ଗୁଳି ମାଡ଼: ଦେଶ ପାଇଁ ପ୍ରାଣବଳି ଦେଲେ ଲାଏନ୍ସ ନାଏକ ଦିନେଶ

ନନ୍ଦିଘୋଷ ବ୍ୟୁରୋ:  ଜମ୍ମୁ କାଶ୍ମୀରରେ ପାକିସ୍ତାନ ଗୁଳିରେ ସହିଦ ଲାନ୍ସ ନାୟକ ଦିନେଶ କୁମାର। ପୁଞ୍ଚରେ ନିୟୋଜିତ ଥିଲେ ଲାନ୍ସ ନାୟକ ଦିନେଶ କୁମାର। ପାକିସ୍ତାନୀ ସେନାର ଗୁଳିମାଡ଼ରେ ପଞ୍ଚମ ଫିଲ୍ଡ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର ଶର୍ମା ସହିଦ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ହରିୟାଣାର ପଲୱାଲର ମହମ୍ମଦପୁର ଗାଁର ନିବାସୀ ୩୨ ବର୍ଷୀୟ ଯବାନ ଦିନେଶ ଶର୍ମା ନିୟନ୍ତ୍ରଣ ରେଖାରେ ଡ୍ୟୁଟି କରୁଥିଲେ ।
ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ ଏବଂ ମୋର୍ଟାର ଗୁଳି ଚଳାଇଛି ପାକିସ୍ତାନ। ଏହି ଗୁଳିମାଡ଼ରେ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଥିଲେ।
ସହିଦ ଦିନେଶଙ୍କ ପତ୍ନୀ ସୀମା ପେଶାରେ ଜଣେ ଓକିଲ ହୋଇଥିବା ବେଳେ ପାଞ୍ଚ ବର୍ଷର ପୁଅ ଦର୍ଶନ ଏବଂ ସାତ ବର୍ଷର ଝିଅ କାବ୍ୟ ଅଛନ୍ତି । ସେହିପରି ପୁଅର ବଳିଦାନ ପାଇଁ ବହୁତ ଗର୍ବିତ ବୋଲି କହିଛନ୍ତି ଦିନେଶଙ୍କ ପିତା । ତାଙ୍କର ତିନି ପୁଅ ସେନାରେ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଦିନେଶ କୁମାର । ୨୦୧୪ ମସିହାରେ, ଦିନେଶଙ୍କୁ ଆର୍ଟିଲେରୀ ରେଜିମେଣ୍ଟରେ ଲାନ୍ସ ନାୟକ ଭାବରେ ନିଯୁକ୍ତି ଦିଆଯାଇଥିଲା ।

ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି । ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଶଂସା । ସେନାକୁ ହୃଦୟରୁ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶତ୍ରୁଙ୍କ ବିରୋଧରେ ସୌର୍ଯ୍ୟ ଦେଖାଇଲେ ଭାରତୀୟ ସେନା । କହିଲେ, ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି ।  ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି ରହିଛି । ଜୟ ହିନ୍ଦ ଜୟ ହିନ୍ଦ୍ ।

ପାକିସ୍ତାନ ଓ ପିଓକେରେ ଆତଙ୍କୀ ଶିବିର ଧ୍ଵଂସ ହୋଇଛି ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ପାକିସ୍ତାନରେ ଧଡ଼ାଧଡ଼ ଡ୍ରୋନ୍ ଆକ୍ରମଣ,କୁଆଡ଼ୁ ଆସିଲା ଡ୍ରୋନ୍ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏୟାର ଡିଫେନ୍ସ ୟୁନିଟ ଧ୍ୱଂସ ହୋଇଛି । ଗୁରୁବାରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି । ଲାହୋର ଠାରୁ ନେଇ କରାଚୀ ପର୍ଯ୍ୟନ୍ତ ବଡ ବଡ ସହରରେ ଧଡାଧଡ ଡ୍ରୋନ ଆକ୍ରମଣ ହୋଇଥିଲା । ପାକିସ୍ତାନ ସରକାରଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୫ ଟି ଡ୍ରୋନ ଆଟାକ୍ ହୋଇଛି । ଲାହୋର, କରାଚୀ ଏବଂ ରାଓଲପିଣ୍ଡିରେ ୩ଟି ବଡ ଡ୍ରୋନ ଆଟାକ୍ ହୋଇଛି ।

ଏହି ୩ ଟି ସହରରେ ଡ୍ରୋନ ଆଟାକ ଯୋଗୁଁ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି । ରାଓଲପିଣ୍ଡି, କରାଚୀ ଏବଂ ଲାହୋରରେ ଆର୍ମି କ୍ୟାମ୍ପ ଥିବାବେଳେ ରାବଲପିଣ୍ଡରେ ଆଟାକରେ ଆର୍ମି କ୍ୟାମ୍ପ ଉଡିଯାଇଛି ।

ପାକିସ୍ତାନ ମିଡିଆ ସୂଚନା ଅନୁଯାୟୀ, କରାଚୀରେ ଡ୍ରୋନ ବ୍ଲାଷ୍ଟା ହୋଇଛି । ସହରରେ ଆତଙ୍କ ଖେଳିଥିବା ବେଳେ ସେନା ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି । ସେହିପରି ଲାହୋରରେ ସିରିଜ ବିସ୍ଫୋରଣ ପରେ ସହରରେ ଆତଙ୍କ ଖେଳିଯାଇଛି।

ପାକିସ୍ତାନର କରାଚୀ, ଗୁଜରାନୱାଲା, ଲାହୋର, ଚକୱାଲ ଏବଂ ଘୋଟକି ସମେତ ୧୨ଟି ସ୍ଥାନରେ ଡ୍ରୋନ ଆକ୍ରମଣ ହୋଇଛି। ଡ୍ରୋନ୍ ଆକ୍ରମଣ ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଡ୍ରୋନ୍ କେଉଁଠାରୁ ଆସିଲା ସେ ବିଷୟରେ ଏପର୍ଯ୍ୟନ୍ତ ପାକିସ୍ତାନ କିଛି କହିନାହିଁ। ଡ୍ରୋନ୍ ଆକ୍ରମଣ ପାଇଁ କାହାକୁ ଦାୟୀ କରାଯାଇ ନାହିଁ।

ଲାହୋରରେ ସର୍ବାଧିକ ୩ଟି ଡ୍ରୋନ୍ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ପାକିସ୍ତାନରେ ଏପର୍ଯ୍ୟନ୍ତ ମୋଟ ୧୨ଟି ବିସ୍ଫୋରଣ ଘଟିଛି। ଲାହୋରରେ ଏକ ସାମରିକ ଘାଟି ନିକଟରେ ଡ୍ରୋନ୍ ବିସ୍ଫୋରଣ ହୋଇଥିବା ଖବର ଆସିଛି।

ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଡ୍ରୋନ ବିସ୍ଫୋରଣକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ବୁଧବାର ଦିନ ଗୃହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପାକିସ୍ତାନ ବାୟୁସେନାର ଉଚ୍ଚ ପ୍ରଶଂସା କରିଥିଲେ।

ମାଟି କାମୁଡିଲା ପାକିସ୍ତାନ; ଡ୍ରୋନ ଓ ମିସାଇଲକୁ ଧ୍ବଂସ କଲା ଭାରତର S-400 ସୁଦର୍ଶନ ଚକ୍ର

ନନ୍ଦିଘୋଷ ବ୍ୟୁରୋ: ଭାରତର “ଅପରେସନ୍ ସିନ୍ଦୂର” ପରେ ଛାନିଆ ହୋଇ ବିଳିବିଳାଉଛି ପାକିସ୍ତାନ । ଗୋଟିଏ ପଟେ ପାକିସ୍ତାନରେ ଅନେକ ଗୁଡିଏ ଆତଙ୍କବାଦୀ ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବେଳେ ପାକିସ୍ତାନର ଦମ୍ଭ କିନ୍ତୁ କମୁନି ।  ଆକ୍ରମଣର ଗୋଟିଏ ଦିନ ପରେ ନିଜ ଅସଲ ରୂପକୁ ଫେରିଛି ପାକିସ୍ତାନ । ଭାରତଠୁ ପ୍ରତିଶୋଧ ନେବା ପାଇଁ ରାତି ଅଧରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । କିନ୍ତୁ ଭାରତ ଆଗରେ ଫେଲ୍ ମାରିଥିଲା ପାକିସ୍ତାନର ଚାଲାକି ।  ପାକିସ୍ତାନର କ୍ଷେପଣାସ୍ତ୍ର ଧ୍ବଂସ କରି ମାଟିରେ ମିଶାଇଦେଇଛି ଭାରତର ସୁଦର୍ଶନ ଚକ୍ର ।

ଅପରେସନ ସିନ୍ଦୂର ପରେ, ପାକିସ୍ତାନ ଟାର୍ଗେଟରେ ଥିଲା ଭାରତର ୧୫ଟି  ସହର । ଆକ୍ରମଣ ପାଇଁ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରିଥିଲା ପାକ୍ । କିନ୍ତୁ ପାକିସ୍ତାନ ଭାରତର ୧୫ଟି ପ୍ରମୁଖ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ଚେଷ୍ଟାକୁ ବିଫଳ କରିଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ପ୍ରକୃତରେ, ସିନ୍ଦୂର ଅପରେସନ୍ ଦିନ ପାକିସ୍ତାନ ଭାରତର ୧୫ଟି ସହରକୁ ଟାର୍ଗେଟ କରିଥିଲା। କିନ୍ତୁ, ଭାରତୀୟ ସେନାର ସତର୍କତା ଯୋଗୁଁ, ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଲା ।  ଭାରତୀୟ ସେନା ରୁଷିଆର S-400 ସହାୟତାରେ ସେମାନଙ୍କର ସମସ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି ।

ଭାରତୀୟ ଅଧିକାରୀଙ୍କ ଅନୁସାରେ, ପାକିସ୍ତାନ ସୈନ୍ୟ ମେ ୭ ରାତିରେ ଉତ୍ତର ଏବଂ ପଶ୍ଚିମ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ବଥିଣ୍ଡା, ଚଣ୍ଡିଗଡ଼, ଫାଲୋଡି, ଉତ୍ତରଲାଇ ଏବଂ ଭୁଜ ସମେତ ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ସେନା   ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଯେଉଁଥିରେ ରୁଷିଆର S-400, ବରାକ-୮ ଏବଂ ଆକାଶ ମିସାଇଲ ସିଷ୍ଟମ ସହାୟତାରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ଖସାଇ ଦେଇଛି । ଏହି ଆକ୍ରମଣର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି ଯାହା ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରୁଛି ।

ଭାରତୀୟ ସେନା S-400 ଅର୍ଥାତ୍ ସୁଦର୍ଶନ ଚକ୍ର କ୍ଷେପଣାସ୍ତ୍ର ସହାୟତାରେ, ସେମାନଙ୍କର ସମସ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି । ପରଦିନ ସକାଳେ ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନର ଭଗ୍ନାବଶେଷ ଦେଖାଯାଇଥିଲା। ଏହା ପରେ, ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନୀ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ସାହାଯ୍ୟରେ ସେମାନଙ୍କର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଛି ।

S-400 କ୍ଷେପଣାସ୍ତ୍ର ଭାରତ ରୁଷଠାରୁ କିଣିଥିଲା। ଭାରତ ବାୟୁ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଏହାକୁ କିଣିଥିଲା। ଭାରତ ଏହାକୁ “ସୁଦର୍ଶନ ଚକ୍ର” ନାମ ଦେଇଛି ଯାହା ଏହାର ଶକ୍ତିଶାଳୀ ଏବଂ ଅଭେଦ୍ୟ ପ୍ରକୃତିକୁ ପ୍ରତିଫଳିତ କରେ। ଆନୁଷ୍ଠାନିକ ଭାବରେ ଏହା ରୁଷିଆର S-400 ଟ୍ରାୟମ୍ଫ। ଏହି ସିଷ୍ଟମକୁ ୧୯୯୦ ଦଶକରେ ରୁଷିଆର ଆଲମାଜ୍ ସେଣ୍ଟ୍ରାଲ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ବିକଶିତ କରାଯାଇଥିଲା। ୨୦୦୭ ମସିହାରୁ ରୁଷ ସେନାରେ ନିୟୋଜିତ ଅଛି। ଭାରତ ଏହାକୁ ୨୦୧୮ ମସିହାରେ ୫.୪୩ ବିଲିୟନ ଡଲାର (ପ୍ରାୟ ୩୫,୦୦୦ କୋଟି ଟଙ୍କା) ର ଏକ ଚୁକ୍ତି ଅଧୀନରେ ରୁଷଠାରୁ କିଣିଥିଲା।

ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ: ଲୋକଙ୍କ ଧନ ଜୀବନ ସୁରକ୍ଷା ଉପରେ ଫୋକସ୍

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବୈଠକରେ ଜାତୀୟ ପ୍ରସ୍ତୁତି ଏବଂ ଆନ୍ତଃମନ୍ତ୍ରିସ୍ତରୀୟ ସମନ୍ୱୟର ସମୀକ୍ଷା କରାଯାଇଛି । ବୈଠକରେ ପରିଚାଳନାଗତ ନିରନ୍ତରତା ଏବଂ ସଂସ୍ଥାଗତ ନମନୀୟତା ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ଏବଂ ଏଜେନ୍ସି ଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟ ଗୁଡ଼ିକ ଦ୍ୱାରା କରାଯାଇଥିବା ଯୋଜନା ଏବଂ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ସଚିବମାନଙ୍କୁ ନିଜ ନିଜ ମନ୍ତ୍ରଣାଳୟର କାର୍ଯ୍ୟକଳାପର ଏକ ବିସ୍ତୃତ ସମୀକ୍ଷା କରିବା ଏବଂ ପ୍ରସ୍ତୁତି, ଜରୁରୀକାଳୀନ ପ୍ରତିକ୍ରିୟା ଓ ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦେଇ ଅତ୍ୟାବଶ୍ୟକ ବ୍ୟବସ୍ଥାର ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଚିବମାନେ ବର୍ତ୍ତମାନର ପରିସ୍ଥିତିରେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ସହିତ ସେମାନଙ୍କର ଯୋଜନା ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ।