spot_img
Home Blog Page 839

ନିରାଶ ହୁଅନ୍ତୁନି, ଖୁବଶୀଘ୍ର ଖେଳାଯିବ ବାକି ମ୍ୟାଚ…

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫କୁ ସ୍ଥଗିତ ରଖିଛି ବିସିସିଆଇ । ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିବାବେଳେ କେବେ ମ୍ୟାଚ ଅନୁଷ୍ଠିତ ହେବ ଏହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଛି । କେବେ ପୁଣି ବାକିଥିବା ମ୍ୟାଚ ଖେଳାଯିବ ଏହାକୁ ଚର୍ଚ୍ଚା ହେଉଥିବାବେଳେ ବିସିସିଆଇ ପକ୍ଷରୁ ପକ୍ଷରୁ ଫ୍ୟାନ୍ସମାନେ ନିରାଶ ନହେବାକୁ କୁହାଯାଇଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ପୁଣିଥରେ ବାକି ମ୍ୟାଚ ଖେଳାଯିବ ବୋଲି କୁହାଯାଇଛି । ତେବେ ଏଭଳି ଏକ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶ ଆଗେ ବୋଲି କୁହାଯାଇଛି । ତେବେ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ନେଇ ଏମିତି କହିଲେ ମେହେବୁବା ମୁଫତି

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ଜୋରଦାର ହୋଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେଉଛି ଭାରତ । ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଉଥିବାବେଳେ ଆତଙ୍କୀ ଆଡ୍ଡା ଉପରେ ବାରମ୍ବାର ପ୍ରହାର କରାଯାଉଛି । ସେପଟେ ଯୁଦ୍ଧ କରିବା ପାଇଁ ପାକିସ୍ତାନ ମଧ୍ୟ ଚାହିଁ ବସିଛି । ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ଜବାବ ଦେବୁ ବୋଲି ପ୍ରତିକ୍ରିୟା ରଖୁଛନ୍ତି । ଏପଟେ ଏଭଳି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ୍ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ।

ସେ କହିଛନ୍ତି କି, ବିଶ୍ବକୁ ମୋଦି ଶାନ୍ତିର ବାର୍ତ୍ତା ଦେଉଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ମୋଦି କହିଥିଲେ କି, ଏହା ଯୁଦ୍ଧର ସମୟର ନୁହେଁ । ଆଲୋଚନାର ସମୟ । ମେହେବୁବା କହିଛନ୍ତି କି, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ କଥା ହୋଇ ଶାନ୍ତି ପ୍ରତିଷ୍ଠା କରନ୍ତୁ । ଏହି ଯୁଦ୍ଧ ପାଇଁ ଅକାରଣରେ ବହୁ ନିରିହ ଜୀବନ ଯାଉଛି । ତେବେ ଉଭୟ ଦେଶ ରାଜନୈତିକ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତୁ ।

ଯଦି କରାଚି କିମ୍ବା ଇସଲାମବାଦରେ ପରମାଣ ବୋମା ପଡ଼େ ତାହେଲେ କଣ ହେବ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ଭାରତ । ପହଲଗାମ ଆତଙ୍କବାଦ ଆକ୍ରମଣର ବଦଲା ନେଉଛି ଭାରତ । ତେବେ ଭାରତ ଯଦି କରାଚି କିମ୍ବା ଇସଲାମବାଦରେ ପରମାଣୁ ଆକ୍ରମଣ କରେ ତାହେଲେ କଣ ହେବ ? ତେବେ ରିପୋର୍ଟରେ ପ୍ରକାଶ ପାଇଛି କି, ଗୋଟିଏ ପରମାଣୁ ବୋମା ସୂର୍ଯ୍ୟଙ୍କ ପ୍ରଖରଠାରୁ ବେଶ ଅଧିକ । ଯେଉଁଠାରେ ପରମାଣୁ ଆକ୍ରମଣ ହୁଏ ସେଠାରୁ ୫-୦ କିଲୋମିଟର ପରିଧି ମଧ୍ୟରେ ଲୋକେ ଅନ୍ଧ ହୋଇଯାଆନ୍ତି । ଏତେ ପରମାଣୁ ବୋମାର ପ୍ରଖର ଏତେ ରୁହେ କି, ବଡ଼ ବଡ଼ କୋଠା ଅତି ସହଜରେ ଭୁଶୁଡ଼ି ପଡ଼େ । ପରମାଣୁ ବୋମା ପଡ଼ିଲେ ୧୦ କିଲୋମିଟର ପରିଧିରେ ଏତେ ପରିମାଣରେ ପବନ ଏବଂ ଗରମ ହେବ କି, କୌଣସି କୋଠା କିମ୍ବା ଗଛ ରହିବ ନାହିଁ ।

ପରମାଣୁ ବୋମା ପଡ଼ିଲେ ପ୍ରଥମ ଘଣ୍ଟାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ । ମାସକ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ କର୍କଟ ରୋଗରେ ପଡ଼ି ପାରନ୍ତି । ଯେଉଁ ସ୍ଥାନରେ ପରମାଣୁ ବୋମା ପଡ଼ିବ ସେହି ସ୍ଥାନରେ ବିଶାଳ କବର ସ୍ଥାନରେ ପରିଣତ ହେବ । ପାକିସ୍ତାନର ପଞ୍ଜାବ ପ୍ରଦେଶ ଓକାରା ଆର୍ମି କ୍ୟାଣ୍ଟନମେଣ୍ଟ ଉପରେ ଭାରତୀୟ ସେନା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଛି । ସକାଳୁ ସକାଳୁ ଏହି ଆକ୍ରମଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ଭୟର ବାତାବରଣ ରହିଥିବା ଖବର ପ୍ରକାଶ ପାଇଛି ।

ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ସ୍ୱରା, ଜାଣନ୍ତୁ କ‘ଣ ଅଛି ପାକିସ୍ତାନ ଲିଙ୍କ୍….

ନନ୍ଦିଘୋଷ ବ୍ୟୁରୋ :  ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ଲୋକ ପ୍ରାଣ ହରାଇଥିଲେ, ଯାହା ପରେ ଭାରତ ମେ’ ୭ରେ ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କରାଯାଇଥିଲା। ବର୍ତ୍ତମାନର ପରିସ୍ଥିତିକୁ ନେଇ ଲୋକମାନେ ଭାରତ ସହିତ ଠିଆ ହୋଇଥିବା ବେଳେ, ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କ ପୋଷ୍ଟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ଏକ ପ୍ରଚାର ବୋଲି କହିଛନ୍ତି।

ସ୍ୱରା ଭାସ୍କର ପ୍ରାୟତଃ କିଛି ନା କିଛି ବିବାଦ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ଯାହା ପରେ ତାଙ୍କ ବିଷୟରେ ଆଲୋଚନା ବଢ଼ିଯାଇଛି। ଅଭିନେତ୍ରୀ ସ୍ୱରା ପୋଷ୍ଟ ସେୟାର ଯୁଦ୍ଧକୁ ଏକ ପ୍ରଚାର ବୋଲି କହିଛନ୍ତି। ସେ ଜର୍ଜ ଅରୱେଲଙ୍କ ଏକ ଉକ୍ତି ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, ପ୍ରତ୍ୟେକ ଯୁଦ୍ଧ ହେଉଛି ପ୍ରଚାର।

ଏହି ପୋଷ୍ଟରେ ସ୍ୱରା ଯୁଦ୍ଧ ଚାହୁଁଥିବା ସମସ୍ତଙ୍କ ପାଇଁ ଏକ ବାର୍ତ୍ତା ଲେଖିଛନ୍ତି।  ଯେଉଁଥିରେ ଲେଖାଯାଇଛି ଯେ ଯିଏ ଯୁଦ୍ଧ ଚାହେଁ, ସେ ଥରେ ନିଜ ପରିବାରକୁ ଦେଖି ଚିନ୍ତା କରିବା ଉଚିତ ଯେ ସେ ସେମାନଙ୍କ ମଧ୍ୟରୁ କାହାକୁ ହରାଇବାକୁ ପ୍ରସ୍ତୁତ। କାରଣ, ଯଦି ତୁମେ ଯୁଦ୍ଧରେ ପ୍ରବେଶ କର, ତେବେ ଏହା କେବଳ ସୀମାରେ ନୁହେଁ ବରଂ ତୁମର ଘର ବାହାରେ ଲଢ଼ାଯିବ। ଏହାସହିତ ସ୍ୱରା ହାଇଦ୍ରାବାଦର କରାଚୀରେ ଲୋକମାନେ ଭାରତୀୟ ପତାକା ଉତ୍ତୋଳନ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ ଏହି ମୂର୍ଖତା କେବେ ଶେଷ ହେବ।

ସ୍ୱରା ଭାସ୍କର ଯୁଦ୍ଧ ଉପରେ ତାଙ୍କ ବୟାନ ଦେଇ ଏକ ନୂତନ ବିତର୍କ ଆରମ୍ଭ କରିଛନ୍ତି । ଏପରି ପରିବେଶରେ ଅଭିନେତ୍ରୀଙ୍କ ଏପରି ମନ୍ତବ୍ୟ ଉପରେ ସୋସିଆଲ ମିଡିଆରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଅନେକ ଲୋକ ତାଙ୍କ କଥାକୁ ସତ୍ୟ ବୋଲି ମାନିଥିବାବେଳେ, ଅନେକ ୟୁଜର୍ସ ତାଙ୍କୁ ଦେଶଦ୍ରୋହୀ କହି ଟ୍ରୋଲ କରୁଛନ୍ତି। ସ୍ୱରାଙ୍କ ବ୍ୟତୀତ ଅନେକ ବଲିଉଡ୍ ଷ୍ଟାର ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂରକୁ ସମର୍ଥନ କରିଛନ୍ତି।

BCCIର ବଡ଼ ଘୋଷଣା : ଭାରତ –ପାକିସ୍ତାନରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଲା IPL 2025

ନନ୍ଦିଘୋଷ ବ୍ୟୁରୋ : ସ୍ଥିତ ରହିଲା IPL 2025 ମହାସମର ।  ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ଚଳିତ ସିଜିନକୁ ମଝିରୁ ସ୍ଥଗିତ ଘୋଷଣା କଲା ବିସିସିଆଇ।  ଶୁକ୍ରବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର ବୈଠକ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କୌଣସି ମ୍ୟାଚ୍ ହେବ ନାହିଁ । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଏବଂ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ସୁରକ୍ଷିତ ଘରକୁ ପଠାଇବା , ସୁରକ୍ଷା ଦୃଷ୍ଟିରୁ ଏପରି କ୍ୟାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଖୁବ୍ ଶୀଘ୍ର ବିସିସିଆଇ ନୂତନ ତାରିଖ ଘୋଷଣା କରିବ ।

ଭାରତ- ପାକିସ୍ତାନ ଭିତରେ ଆରମ୍ଭ ହୋଇଗଲା କି ଯୁଦ୍ଧ ? କିଏ କରିବ ଆନୁଷ୍ଠାନିକ ଘୋଷଣା ?

ନନ୍ଦିଘୋଷ ବ୍ୟୁରୋ : ଏପ୍ରିଲରେ ପହଲଗାଓଁ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ହୋଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ସାମରିକ ସଂଘର୍ଷ ।  ଭାରତ ଏୟାର ଷ୍ଟ୍ରାଇକ କରି ପାକିସ୍ତାନର ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି । ଏହାରି ମଧ୍ୟରେ ପାକିସ୍ତାନ ଭାରତର ଅନେକ ବଡ଼ ସହର ଉପରେ ଆକ୍ରମଣର ବିଫଳ ପ୍ରୟାସ ମଧ୍ୟ କରିଛି । ତେବେ କ’ଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲାଣି ? ଯୁଦ୍ଧ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହେବ କି, ନା କେବଳ ସଂକେତ ଯଥେଷ୍ଟ ?

ଯୁଦ୍ଧର ପର୍ଯ୍ୟାୟ ଏବଂ ପରିସ୍ଥିତି

-ଯଦିଓ ଯୁଦ୍ଧ ହଠାତ୍ ଆରମ୍ଭ ହେବା ପରି ମନେ ହୁଏ, ଏହା ଯେକୌଣସି ରୋଗ ପରି ଧୀରେ ଧୀରେ ବ୍ୟାପିଥାଏ ।  ଯେପରି ଏହା କୌଣସି କାରଣରୁ ରାଜନୈତିକ ଭାଷଣବାଜିରୁ ଆରମ୍ଭ ହୁଏ । ଉଦାହରଣ ସ୍ୱରୂପ , ପହଲଗାଓଁ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଉଛି । ଭାରତ ବିଭିନ୍ନ କୂଟନୈତିକ ପଦକ୍ଷେପ ନେଇ ଇସଲାମାବାଦ ସହି କିଛି ଚୁକ୍ତି ଭାଙ୍ଗିଲା ପରେ ଉଭୟ ଦେଶ ପରସ୍ପର ଉପରେ ଅନେକ କଟକଣା ଲଗାଇବା ଆରମ୍ଭ କଲେ । ଅନ୍ୟ ପଟେ ସୀମାରେ ସୈନ୍ୟ ମୁତୟନ କରାଗଲା ।  ଏହାରି ମଧ୍ୟରେ ଭାରତ ବାଛି ବାଛି ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାରେ ଆକ୍ରମଣ କରିଥିଲା  ।  ଏହାକୁ ମିଲିଟାରୀ ଅପରେସ ବା ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଏ ।

– ଯୁଦ୍ଧ କେବଳ ଦେଶର ସୀମା ମଧ୍ୟରେ ସୀମିତ ନୁହେଁ ବରଂ ଦେଶର ଯେକୌଣସି ସ୍ଥାନରେ ହୋଇପାରେ, ଶତ୍ରୁ ଯେକୌଣସି ସ୍ଥାନରୁ ଆତର୍କିତ ଆକ୍ରମଣ କରିପାରେ । ତେବେ ଏହାର ଶେଷ ପର୍ଯ୍ୟାୟ ହେଉଛି ପରମାଣୁ ଯୁଦ୍ଧ । ଯଦିଓ ପରମାଣୁ ଯୁଦ୍ଧର ସମ୍ଭାବନା କମ୍ କାରଣ ବଡ଼ ଶକ୍ତିମାନେ ଦୁଇ ଦେଶ ମଧ୍ୟରେ ସମାଧାନ କରିବା ପାଇଁ ଆଗକୁ ଆସୁଛନ୍ତି । ତଥାପି ପାକିସ୍ତାନ ଯେଭଳି ଆତଙ୍କବାଦୀଙ୍କ ଇଶାରାରେ ଚାଲୁଛି, ତେଣୁ ଏହି ଭୟ ଲାଗି ରହିବା ସ୍ୱାଭାବିକ ।

ଯୁଦ୍ଧ ଆରମ୍ଭ ବୋଲି ସାଧାରଣ ନାଗରିକ କେମିତି ଜାଣିବେ ?

ସମ୍ୱିଧାନ ଅନୁଯାୟୀ ଯୁଦ୍ଧ ଘୋଷଣାର କୌଣସି ସିଧାସଳଖ ପ୍ରକ୍ରିୟା ନାହିଁ ।  ଯଦିଓ କେଳବ ନ୍ୟାସନାଲ ଏମରଜେନ୍ସି ବା ଜାତୀୟ ଜରୁରୀକାଳୀନ ପରିସ୍ଥିତ ଘୋଷଣା ନେଇ ଉଲ୍ଲେଖ ଅଛି । ଯଦି ଯୁଦ୍ଧ ଘୋଷଣା କରିବା କଥା ଆସେ ତେବେ, ରାଷ୍ଟ୍ରପତିଙ୍କର ଯୁଦ୍ଧ ଘୋଷଣା କରିବାର ଅଧିକାର ଅଛି । ସମ୍ୱିଧାନ ଧାରା ୩୫୨ରେ  ଉଲ୍ଲେଖ ଅଛି ଯେ, ଜାତୀୟ ଜରୁରୀକାଳୀନ ଘୋଷଣା ହେଲେ, ଏହା ଯୁଦ୍ଧ ଭଳି ପରିସ୍ଥିତର ମୁକାବିଲା ପାଇଁ ଘୋଷଣା ବୋଲି ବିବେଚନା କରାଯାଇଥାଏ ।

ଯୁଦ୍ଧ ନିଷ୍ପତ୍ତିରେ କିଏ କିଏ ସାମିଲ ?

-ରାଷ୍ଟ୍ରପତି ହେଉଛନ୍ତି ସେନାର ସର୍ବୋଚ୍ଚ କମାଣ୍ଡର, ଅର୍ଥାତ୍ ତାଙ୍କର ଏହି ଅଧିକାର ଅଛି ।  ହେଲେ ସେ ଏକା ଏହି ନିଷ୍ପତ୍ତି ନେଇପାରିବେ ନାହିଁ ।  ତାଙ୍କୁ ସରକାରଙ୍କ ଠାରୁ ପରାମର୍ଶ ନେବାକୁ ପଡିବ । ଯଦି ଯୁଦ୍ଧ କିମ୍ୱା ଶାନ୍ତିର ଆନୁଷ୍ଠାନିକ ଘୋଷଣା ହୁଏ , ତେବେ ଏହା ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟଙ୍କର ପରାମର୍ଶ ନିଆଯାଇଥାଏ ।

-ପ୍ରକୃତରେ ଯୁଦ୍ଧର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ନିଆଯାଇଥାଏ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଅନ୍ତର୍ଭୁକ୍ତ ।

-ଏହା ଛଡା ଆବଶ୍ୟକତା ଅନୁସାରେ ସେନା ମୁଖ୍ୟ, ଗୁଇନ୍ଦା ସଂସ୍ଥା ଏବଂ କୁଟନୀତିଜ୍ଞଙ୍କର ମଧ୍ୟ ମତାମତ ନିଆଯାଇପାରିବ ।

-ସଂସଦରେ ପ୍ରତିରକ୍ଷା ବଜେଟକୁ ଅନୁମୋଦନ କରାଯାଏ ଏବଂ ସରକାରଙ୍କ ଠାରୁ ଉତ୍ତର ମଧ୍ୟ ମଗାଯାଏ ।

ଚଣ୍ଡୀଗଡ଼ରେ ସକାଳୁ ଶୁଭିଲା ସାଇରନ୍, ପାକିସ୍ତାନ ଆକ୍ରମଣ ଆଶଙ୍କାରେ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ବଢୁଛି ଭାରତ- ପାକିସ୍ତାନ ଭିତରେ ଉତ୍ତେଜନା । ପାକିସ୍ତାନ ପକ୍ଷରୁ ସୀମାରେ ଜାରି ରହିଛି ଗୁଳି ବର୍ଷା । ମଧ୍ୟରାତ୍ରୀରୁ ଭାରତର ଅଲଗା ଅଲଗା ସ୍ଥାନରେ ପାକିସ୍ତାନ ମିସାଇଲ ଆଟାକ୍ କରୁଛି, ହେଲେ ଏହାର କଡ଼ା ଜବାବ ଦେଇଛି ଭାରତ ଏବଂ ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି । ତେବେ ଏହାରି ମଧ୍ୟରେ ବାୟୁସେନା ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ଏକ ଏୟାର ଚେତାବନୀ ଜାରି କରାଯାଇଛି। ଶୁକ୍ରବାର ସକାଳେ ଚଣ୍ଡୀଗଡ଼ରେ ସାଇରନର ଶବ୍ଦ ସାରା ସହରରେ ପ୍ରତିଧ୍ୱନିତ ହୋଇଥିଲା, ଯାହା ପାକିସ୍ତାନ ଦ୍ୱାରା ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ସୂଚାଇଛି। ଭାରତୀୟ ବାୟୁସେନା ଦ୍ୱାରା ଜାରି କରାଯାଇଥିବା ସାଇରନ ଯୋଗେ ସହରବାସୀଙ୍କୁ ଘର ଭିତରେ ରହିବାକୁ ଏବଂ ଖୋଲା ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏହି ଚେତାବନୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଆସିଛି। ଗତ ରାତିରେ ପାକିସ୍ତାନ ଦ୍ୱାରା ଜମ୍ମୁ, ପଠାନକୋଟ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଡ୍ରୋନ ଓ ମିସାଇଲ ଆକ୍ରମଣର ଚେଷ୍ଟା କରାଯାଇଥିଲା। ତେବେ, ଭାରତୀୟ ସଶସ୍ତ୍ର ବାହିନୀର ତତ୍ପରତା ଏବଂ S-400 ଏୟାର ଡିଫେନ୍ସ ସିଷ୍ଟମର ସହାୟତାରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ବିଫଳ କରାଯାଇଛି।

ସୂଚନା ଅନୁଯାୟୀ, ପାକିସ୍ତାନ ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ନିୟନ୍ତ୍ରଣ ରେଖା (LoC) ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ଏକାଧିକ ଯୁଦ୍ଧବିରତି ଉଲ୍ଲଂଘନ (CFVs) କରିଥିଲା। ଏହାର ଜବାବରେ ଭାରତୀୟ ସେନା କାମିକାଜେ ଡ୍ରୋନ ବ୍ୟବହାର କରି ଲାହୋରରେ ପାକିସ୍ତାନର ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଛି।

ଚଣ୍ଡୀଗଡ଼ରେ ଜାରି ହୋଇଥିବା ଏହି ଚେତାବନୀ ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରହିଛନ୍ତି। ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନରେ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଏୟାର ଷ୍ଟ୍ରାଇକ ପରେ ଜଳ ପ୍ରହାର ! ଖୋଲିଲା ଡ୍ୟାମର ସବୁ ଗେଟ୍ , ପାକିସ୍ତାନ ଉପରେ ବନ୍ୟା ବିପଦ !

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଏବେ ଜଳ ଆକ୍ରମଣ କରିଛି ଭାରତ । ଭାରତ କଠୋର ଆଭିମୁଖ୍ୟ । ଏବେ ପାକିସ୍ତାନକୁ ଘାରିଲାଣି ବନ୍ୟା ବିପଦ। ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଚେନାବ ନଦୀରେ ନିର୍ମିତ ସାଲାଲ ଡ୍ୟାମ ଏବଂ ବାଗଲିହାର ଡ୍ୟାମର ଅନେକ ଗେଟ ଖୋଲାଯାଇଛି, ଯାହାଫଳରେ ପାକିସ୍ତାନ ଆଡ଼କୁ ପ୍ରବାହିତ ଜଳର ପ୍ରବାହ ତୀବ୍ର ହୋଇଛି। ଜମ୍ମୁ ଡିଭିଜନରେ ପ୍ରବଳ ବର୍ଷା ପରେ, ଏବେ ପାକିସ୍ତାନରେ ବନ୍ୟା ଆଶଙ୍କା ଦେଖାଦେଇଛି।

ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଜଳ ଆକ୍ରମଣ !

ବାଗଲିହାର ଡ୍ୟାମ୍ ଏବଂ ସଲାଲ୍ ଡ୍ୟାମର ଗେଟ୍ ଖୋଲିବା ପରେ ବିପୁଳ ପରିମାଣର ପାଣି ଛାଡିବା ଯୋଗୁଁ ପାକିସ୍ତାନରେ ବନ୍ୟାର ଆଶଙ୍କା ଦେଖାଦେଇଛି। ସଲାଲ ଡ୍ୟାମ୍ ପ୍ରକଳ୍ପ ଏକ ଜଳବିଦ୍ୟୁତ ପ୍ରକଳ୍ପ। ପୂର୍ବରୁ ଜଳସ୍ତର ୨୫ ରୁ ୩୦ ଫୁଟ ଥିଲା। କିନ୍ତୁ ଏବେ ପ୍ରଚୁର ପରିମାଣର ଜଳ ପ୍ରବାହ ହେଉଛି। ଭାରତର ଏହି ପଦକ୍ଷେପ ଦ୍ୱାରା ପାକିସ୍ତାନର ପୂର୍ବରୁ ଦୁର୍ବଳ ଅର୍ଥନୀତି ଏବଂ କୃଷି ବ୍ୟବସ୍ଥା ଉପରେ ଆହୁରି ଅଧିକ ଚାପ ପକାଇଛି। ଏବେ ଏହା ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ରହିଛି।

ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଭୁବନେଶ୍ୱରରୁ ପାଟଣା ଯିବାକୁ ଥିବା 6E6485 ନମ୍ବର ଫ୍ଲାଇଟକୁ ବାତିଲ କରାଯାଇଛି  । ଅନ୍ୟସବୁ ଫ୍ଲାଇଟ ନିର୍ଦ୍ଧାରିତ ସମୟରେ ଉଡାଣ ଭରୁଥିବା ବେଳେ ଭୁବନେଶ୍ୱରରୁ ପାଟଣା ଫ୍ଲାଇଟ ବାତିଲ ହୋଇଛି । ବାତିଲ ହେବାର କାରଣ ନେଇ ସଠିକ ସୂଚନା ମିଳିପାରିନାହିଁ  ।ସେପଟେ ବିମାନବନ୍ଦର ପୂରା ଖାଁ ଖାଁ ରହିଛି  । ଶୁକ୍ରବାର ଯେଉଁଭଳି ଭିଡ ଦୃଶ୍ୟମାନ ହେବା କଥା ତାହା ଆଜି ପରିଲକ୍ଷିତ ହୋଇନାହିଁ  । ସେପଟେ ଦେଶର ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଥିବା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ବି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ସନ୍ଧାନୀ କୁକୁର ସାହାଯ୍ୟରେ ତନତନ୍ କରି ଯାଞ୍ଚ କରାଯାଉଛି  । ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି  ।

ଆମେ ଦେଇଛୁ ଉଚିତ ଜବାବ ; ପାକିସ୍ତାନ ଡ୍ରୋନକୁ ଖସାଇବାର ଭିଡିଓ ଜାରି କଲା ଭାରତୀୟ ସେନା

ନନ୍ଦିଘୋଷ ବ୍ୟୁରାେ : ପାକିସ୍ତାନର ପ୍ରତିଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ଶୁକ୍ରବାର ଭାରତୀୟ ସେନା ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିବା ଏକ ଭିଡିଓ ପ୍ରକାଶ କରିଛି। ଏଥିରେ ଉଲ୍ଲେଖ କରିଛି ଯେ ପାକିସ୍ତାନର ଏକାଧିକ ଡ୍ରୋନ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି ଏବଂ ଭାରତୀୟ ସଶସ୍ତ୍ର ବାହିନୀ “ଉପଯୁକ୍ତ ଜବାବ” ଦେଇଛି।

ପାକିସ୍ତାନ ସଶସ୍ତ୍ର ବାହିନୀ ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପଶ୍ଚିମ ସୀମାରେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏକାଧିକ ଆକ୍ରମଣ ଆରମ୍ଭ କରିଥିଲା। ପାକିସ୍ତାନୀ ସୈନ୍ୟ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଅନେକ ଯୁଦ୍ଧବିରତି ଉଲ୍ଲଂଘନ ମଧ୍ୟ କରିଥିଲା । ଏହାରି ମଧ୍ୟରେ ଭାରତର ଅତିରିକ୍ତ ନିର୍ଦ୍ଦେଶାଳୟ, ଜନସମ୍ପର୍କ ନିର୍ଦ୍ଦେଶାଳୟ ଏକ୍ସ (X) ରେ ଏକ ଭିଡିଓ ସେୟାର କରି କହିଛନ୍ତି,ଡ୍ରୋନ ଆକ୍ରମଣଗୁଡ଼ିକୁ ସଫଳତାର ସହ ପ୍ରତିହତ କରାଯାଇଛି ଏବଂ CFVs ପାଇଁ ଉପଯୁକ୍ତ ଜବାବ ଦିଆଯାଇଛି ।