ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ବିଶ୍ରା ଅଞ୍ଚଳରେ ପୋଲିସର ଡବଲ ଏନକାଉଣ୍ଟର । ପୋଲିସର ଗୁଳିମାଡରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଢାବାରେ ଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତମାନେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ସମୟରେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସର ପାଲଟା ଗୁଳିମାଡ଼ରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଆହତ ଢାବା ମାଲିକଙ୍କ ସହ ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁଇ ଆହତ ଦୁର୍ବୃତ୍ତଙ୍କ ସହ ମୋଟ ତିନି ଜଣ ଦୁର୍ବୃତ୍ତ ପୋଲିସ କବଜାରେ ରହିଛନ୍ତି।
ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ରୋଗୀଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ହସ୍ପିଟାଲରେ ଅଘଟଣ । ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନରସିଂହପୁର ଗାଁର ମିନତୀ ପରିଡ଼ା । ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।
ମିଳିଥିବା ସୂଚନା ଅନୁସାରେ, ମିନତୀଙ୍କୁ ସ୍ବାସ୍ଥ୍ୟ ଠିକ୍ ନଥିବାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ । ଏହାପରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଓ୍ବାର୍ଡକୁ ତାଙ୍କୁ ନିଆଯାଉଥିଲା । ହେଲେ ଏହି ସମୟରେ ଲିଫ୍ଟର ସେନସର କାମ ନକରିବାକରୁ ତାହା ଉପରକୁ ଉଠି ଯାଇଥିଲା । ଫଳରେ ଲିଫ୍ଟରେ ଚାପି ହୋଇ ମିନତୀଙ୍କ ମୃତ୍ୟୁ ଘଟିଥିଲା ।
ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ସାହାୟତା ରାଶି ଘୋଷଣା କରିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରୁ ଏହି ରାଶି ଦିଆଯିବ । ଘଟଣାର ଯେପରି ପୁନରାବୃତ୍ତି ନହେବ ସେନେଇ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଏକ ଟିମ ଗଠନ କାରାଯାଇ ଘଟଣାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ହଜାରେରୁ ଅଧିକ ମାଓବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ, ୫ ମୃତ
ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଘେରା ବନ୍ଦୀରେ ହଜାରେରୁ ଅଧିକ ମାଆବାଦୀ । ୫ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଚାଲିଛି ଗୁଳି ବିନିମୟ । ଏମିତି ଖବର ଆସିଛି ଛତିଶଗଡ଼ର ବିଜାପୁରରେ । ମାଓବାଦୀ ନେତା ହିଡମାଙ୍କୁ ଧରିବାକୁ ଅପରେସନ୍ ଚାଲିଥିବା ସୂଚନା ।
ବିଜାପୁରରେ ଚାଲିଛଇ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ । ବର୍ତ୍ତମାନ ସୁଦ୍ଧା ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଛତିଶଗଡ଼ ତେଲେଙ୍ଗାନା ସୀମା କାରେଗୁଟ୍ଟା ଜଙ୍ଗରେ ଚାଲିଛି ଏହି ଏନକାଉଣ୍ଟର । ହଜାରେରୁ ଅଧିକ ମାଓବାଦୀଙ୍କୁ ଚାରିପଟୁ ଘେରି ରହିଛନ୍ତି ଯବାନ ।
ଉଦ୍ଧମପୁରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଯବାନ ସହିଦ
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁରେ ଆତଙ୍କବାଦୀଙ୍କ ନରସଂହାର ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଥିବେ ବଳେ ଜମ୍ମୁ ଓ କଶ୍ମୀରରେ ପୁଣି ଏକ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା । ଘାଟି ରାଜ୍ୟର ଉଦ୍ଧମପୁରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ । ଏଥିରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।
ଉଦ୍ଧମପୁରର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ଆତଙ୍କବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ସୁକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଲାଇଛନ୍ତି । ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଯବାନଙ୍କ ଉପରୁକୁ ଗୁଳିମାଡ଼ କରିଥିଲେ । ଯାହାର ଜବାବ ଦେଉଛନ୍ତି ଭାରତୀୟ ଯବାନ । ଏଠାରେ ଦୁରୁ ତିନି ଜଣ ଆତଙ୍କବାଦୀଙ୍କୁ ସେନା ଘେରି ରହିଛି ।
ଦୁର୍ଦ୍ଦାନ୍ତ ଅପରାଧି ହୁଣ୍ଡଙ୍କୁ ଢେଙ୍କାନାଳ ପୋଲିସର ଏନକାଉଣ୍ଟର
ଢେଙ୍କାନାଳ: ଢେଙ୍କାନାଳରେ ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରାଙ୍କୁ ଏନକାଉଛନ୍ତି । ହୁଣ୍ଡର ଗୋଡ଼କୁ ଗୁଳି ମାରିଲା ପୋଲିସ । ଏନକାଉଣ୍ଟର ପରେ ଚିକିତ୍ସା ପାଇଁ ହୁଣ୍ଡଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଶୀଘ୍ର କଟକ ସ୍ଥାନାନ୍ତର କରାଯିବ ବୋଲିସ ଜଣାପଡ଼ିଛି ।
ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ପୋଲିସ ଓ ଅପରାଧି ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟରେ କାମାକ୍ଷାନଗର ଅଂଚଳରେ ଅପରାଧ କରି ଆତଙ୍କ ସୃଷ୍ଟି କରିଥିବା କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଫେରାର ସଦସ୍ୟ ହୁଣ୍ଡ ଆହତ ହୋଇଛି । ଗତରାତିରେ ସହଯୋଗୀ ଲିପୁନ ସହ ମିଶି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲଲେ ହୁଣ୍ଡ । ଖବରପାଇ ସଦର ଥାନା ପୋଲିସ ଉଭୟଙ୍କୁ କାଙ୍କଡ଼ପାଳରୁ ମଙ୍ଗଳପୁର ପର୍ଯ୍ୟନ୍ତ ଗୋଡ଼ାଇଥିଲା । ଏହି ସମୟରେ ପୋଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ହୁଣ୍ଡ । ପୋଲିସର ପାଲଟା ଗୁଳିରେ ହୁଣ୍ଡ ବାଇକରୁ ଖସି ପଡ଼ିଥିବା ବେଳେ ସହଯୋଗୀ ଲିପୁନ ବାଇକ ସହ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରିଛି ପୋଲିସ । ହୁଣ୍ଡ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୮ ଟି ଅପହରଣ, ଲୁଟ, ଦାଦାବାଟି ଆଦାୟ, ଗୁଳିମାଡ଼ ଭଳି ମାମଲା ରହିଛି ।

