ଦିଲ୍ଲୀ: ଦିଲ୍ଲୀ ଶାହାଦରା ଅଂଚଳରେ ଅଘଟଣ। ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣରୁ ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଗୁରୁତର ହୋଇ ଜିଟିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା। ସେହି ଘରେ ଶୋଇଥିବାରୁ ଫସିଯାଇଥିଲେ ୨ ଯୁବକ। ଅନ୍ୟ ୪ ଜଣ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ସର୍ଟ ସର୍କିଟରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଶାହାଦରାର ରାମନଗର ଅଚଂଳରେ ରହିଛି ଏହି ଚାର୍ଜି ଷ୍ଟେସନ। ମୃତକ ଦୁଇ ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାର ୧୯ ବର୍ଷୀୟ ବ୍ରିଜେଶ ଏବଂ ୧୮ ବର୍ଷୀୟ ମଣିରାମ। ଖବର ପାଇ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ। ନିଆଁକୁ ନିୟନ୍ତ୍ରଣ ପରେ ପୋଡ଼ିଯାଇଥିବା ଅବସ୍ଥାରେ ମୃତଦେହ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିଲା। ଇ-ରିକ୍ସା ଗୋଦାମ ଭାବେ ମଧ୍ୟ ଏହି ଘର କାମ କରୁଥିଲା। ସମସ୍ତେ ଇ-ରିକ୍ସାରେ ଆଖୁରସ ବିକୁଥିଲେ ଏବଂ ସେହି ଘରେ ରହୁଥିଲେ। ଚାର୍ଜିଂ ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଳନ କରାଯାଉଥିଲା କି ନାହିଁ ତଦନ୍ତ କରୁଛି ଅଗ୍ନିଶମବାହିନୀ
ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି କର୍ମୀ ମୁଁହାମୁହିଁ
ଭଦ୍ରକ: ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି କର୍ମୀ ମୁଁହାମୁହିଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ପଞ୍ଚାୟତ ଅନ୍ତର୍ଗତ କମ୍ବଳପୁର ଗ୍ରାମବାସୀ ଏ ଅଭିଯୋଗ ଆଣିଛନ୍ତି। ଗାଁରେ ହଜାରେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସବୁଦିନିଆ ରାସ୍ତା ନଥିଲା। ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ଗ୍ରାମବାସୀ। ପୂର୍ବ ସରକାରଙ୍କ ସମୟରେ ଏହି ଗାଁ ସହ ଅନ୍ୟ କିଛି ନିକଟ ଗାଁକୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୪ ମାର୍ଚ୍ଚ ୭ ତାରିଖ ଦିନ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଶିଳାନ୍ୟାସ କରିଥିଲେ। ଏବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରାସ୍ତା ନିର୍ମାଣ ନକରି ରାଜନୈତିକ ଉଦେଶ୍ୟରେ ରାସ୍ତା ନିର୍ମାଣ କରିବା ପାଇଁ ମସୁଧା ଚଳାଇଛନ୍ତି ଶାସକ ଦଳର ଜଣେ ଠିକାଦାର। ଯଦି ରାସ୍ତାରେ ଦିଗ ପରିବର୍ତ୍ତନ ହୁଏ ତେବେ କମ୍ବଳପୁର ଗ୍ରାମବାସୀ ରାସ୍ତାରୁ ବଞ୍ଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବିଜେଡ଼ି ନେତା। କମ୍ବଳପୁର ଗାଁକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖିବା ପାଇଁ ବିଜେପି ହୀନ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ଯଦି ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ରାସ୍ତା ନିର୍ମାଣ କରାନଯାଏ ତେବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
କିଡନୀ ତସ୍କରୀ ଅଭିଯୋଗରେ ଡାକ୍ତରଙ୍କ ଘରେ ସିବିଆଇ ରେଡ୍
କୋଲକାତା: କିଡନୀ ତସ୍କରୀ ଅଭିଯୋଗରେ ସିବିଆଇ ରେଡ୍। ପଶ୍ଚିମବଂଗ ବର୍ଦ୍ଧମାନ ସହରରେ ଥିବା ପ୍ରସିଦ୍ଧ ଡାକ୍ତର ତପନ କୁମାର ଜାନାଙ୍କ ଘରେ ସିବିଆଇ ଚଢାଉ କରିଛି। କିଡନୀ ଚାଲାଣ ଓ ତସ୍କରି ଅଭିଯୋଗରେ ପୂର୍ବ ବର୍ଦ୍ଧମାନ ଜିଲ୍ଲା ବର୍ଦ୍ଧମାନ ସହରରେ ଡାକ୍ତର ତପନ କୁମାର ଜାନାଙ୍କ ବାସଭବନରେ ସିବିଆଇ ରେଡ କରିଛି। ମିଠାପୁକୁର ହାତୀଶାଲ ଅଞ୍ଚଳରେ ଥିବା ବାସଭବନରେ ୮ ଜଣିଆ ସିବିଆଇ ଦଳ ଚଢାଉ କରିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ରେଡ୍ ଆଜି ମଧ୍ୟ ଜାରି ରହିଛି। ଡାକ୍ତର ଘରେ ନଥିବାବେଳେ ତାଙ୍କ ପତ୍ନୀ ଘରେ ରହିଥିଲେ। ସିବିଆଇ ଡାକ୍ତରଙ୍କ ଘରୁ ପ୍ରାୟ 24 ଲକ୍ଷ ଟଙ୍କା ନଗଦ, ହୀରା, ସୁନା ଅଳଙ୍କାର ଏବଂ ମୂଲ୍ୟବାନ ମଣି ଉଦ୍ଧାର କରିଛି। ସିବିଆଇ ଟିମ୍ ଘରେ ଥିବା କମ୍ପ୍ୟୁଟରର ହାର୍ଡ ଡିସ୍କ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ନେଇଯାଇଛନ୍ତି। ବର୍ଦ୍ଧମାନ ପୋଲିସ ସହ ସିବିଆଇ ଟିମ ରେଡ୍ କରିଥିଲା। ଡାକ୍ତର ଜଣକ କିଡନୀ ଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଆଉ କେହି ଡାକ୍ତର କିମ୍ବା ଅନ୍ୟ ବ୍ୟକ୍ତି ଏହି କିଡନୀ ତସ୍କରୀରେ ସାମିଲ ଅଛି ତଦନ୍ତ କରୁଛି ସିବିଆଇ।…
୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ନେଇ ତାରିଖ ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ଉପନିର୍ବାଚନ ତାରିଖ ଘୋଷଣା। ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଜୁନ୍ ୧୯ ତାରିଖରେ ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ କରିବାକୁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ପାଞ୍ଚଟି ଆସନ ମଧ୍ୟରୁ ଗୁଜୁରାଟରେ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ଜୁନ ୨୩ ତାରିଖରେ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ଗୁଜୁରାଟରେ ବିଧାୟକ କରସନଭାଇ ପଞ୍ଜାଭାଇ ସୋଲାଙ୍କିଙ୍କ ମୃତ୍ୟୁ ପରେ କାଡି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଗୁଜରାଟ ବିସାଭାଦର ଆସନରେ ବର୍ତ୍ତମାନ ସଦସ୍ୟ ଭୟାନି ଭୂପେନ୍ଦ୍ରଭାଇ ଗାଣ୍ଡୁଭାଇଙ୍କ ଇସ୍ତଫା ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେବ। କେରଳରେ ପିଭି ଅନଭର ଇସ୍ତଫା ଦେଇଥିବାରୁ ନିଲାମ୍ବୁର ଆସନରେ ଉପନିର୍ବାଚନ ହେବ। ପଞ୍ଜାବରେ ଗୁରପ୍ରୀତ ବସ୍ସି ଗୋଗୀଙ୍କ ମୃତ୍ୟୁ ଯୋଗୁଁ ଲୁଧିଆନା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ବିଧାୟକ ନାସିରୁଦ୍ଦିନ ଅହମ୍ମଦଙ୍କ ମୃତ୍ୟୁ ଯୋଗୁଁ ଅନୁଷ୍ଠିତ ହେବ।…
ଭକ୍ତିରେ ବୁଡିଲେ ବିରାଟ-ଅନୁଷ୍କା, ହନୁମାନଘଡ଼ି ମନ୍ଦିରରେ ପହଞ୍ଚି ନେଲେ ଆଶୀର୍ବାଦ
ଅଯୋଧ୍ୟା: ଟି- ୨୦ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ପରେ ଏବେ ଭକ୍ତି ଭାବନାରେ ବୁଡ଼ିଛନ୍ତି କିଙ୍ଗ କୋହଲି । ଏବେ ସେ ବିଭିନ୍ନ ମନ୍ଦିର ଏବଂ ଗୁରୁଙ୍କ ଆଶୀର୍ବାଦ ନେବାକୁ ବିଭିନ୍ନ ଯାଗା ଯାଉଛନ୍ତି । ପୂର୍ବରୁ ବିରାଟ ଏବଂ ଅଭିନେତ୍ରୀ ପତ୍ନୀ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ । ଏବେ ସେ ଅଯୋଧ୍ୟାରେ ଅଛନ୍ତି । ସେଠାରେ ସେ ହଜାରେ ବର୍ଷର ପୁରୁଣା ମନ୍ଦିର ହନୁମାନ ଘଡିରେ ପୂଜା କରୁଥିବାର ଦେଖାଯାଉଛନ୍ତି । ତାଙ୍କ ସହ ପତ୍ନୀ ଅନୁଷ୍କା ବି ଅଛନ୍ତି । ଭିଡିଓରେ ଦୁହେଁ ଭକ୍ତି ଭାବନରେ ବୁଡ଼ି ପୂଜା କରୁଛନ୍ତି । ଏବଂ ଭଗବାନଙ୍କ ଆଶୀର୍ବାଦ ନେଉଛନ୍ତି । ପୂଜା ପରେ ସେ ମନ୍ଦିର ପ୍ରାଙ୍ଗଣରେ କିଛି ସମୟ ବିତାଇ ପୁଣି ଫେରି ଯାଇଛନ୍ତି ।
#WATCH | Uttar Pradesh: Indian Cricketer Virat Kohli, along with his wife and actor Anushka Sharma, visited and offered prayers at Hanuman Garhi temple in Ayodhya. pic.twitter.com/pJAGntObsE
— ANI (@ANI) May 25, 2025
ଦିଲ୍ଲୀ ଏନସିଆରରେ ବର୍ଷାର ତାଣ୍ଡବ, ୧୦୦ ବିମାନ ଯାତ୍ରା ପ୍ରଭାବିତ
ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନସିଆର ଅଞ୍ଚଳରେ ପାଣି ଜମିଥିବା ଖବର ଆସି ପହଞ୍ଚିଛି । ଦିଲ୍ଲୀରେ ମୋତି ବାଗ୍, ମିଣ୍ଟୋ ରୋଡ, ବିମାନବନ୍ଦର ଟର୍ମିନାଲ ନିକଟରେ ପାଣି ଜମିବା ଯୋଗୁ ସମସ୍ୟା ବଢ଼ି ଯାଇଛି । ରାସ୍ତାରେ ପାଣି ଜମି ରହିଥିବା ଯୋଗୁ ଯାନବାହନ ଚଳାଚଳରେ ବହୁ ଅସୁବିଧା ହେଉଛି । ମିଣ୍ଟୋ ରୋଡରେ ପ୍ରବଳ ପାଣି ଜମିବା ଯୋଗୁ କାର୍ ବୁଡ଼ି ଯାଇଛି ।
ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୧ରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିମାନବନ୍ଦର ଚାରିପାଖରେ ପ୍ରବଳ ପାଣି ଜମି ରହିଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହୋଇଛି । ଝଡ଼ ଏବଂ ବର୍ଷା ଯୋଗୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୨୫ରୁ ଅଧିକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ବିମାନ ଆସିବାକୁ ବି ବିଳମ୍ବ ହେଉଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି । ଷ୍ଟ୍ରିଟ ଲାଇଟ ଜଳୁନାହିଁ । ବିଦ୍ୟୁର ଯୋଗାଣ ବାଧାପ୍ରାପ୍ତ ହୋଇଛି । ବହୁତ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ହୋଇଛି । ଶନିବାର ରାତିରୁ ଏହି ବର୍ଷା ଲାଗି ରହିଛି । ଯଦି ଏପରି ଆଉ ଦିନେ କି ଦୁଇ ଦିନ ଲାଗି ରୁହେ ତାହାଲେ ପରିସ୍ଥିତି ଖରାପ ହୋଇପାରେ ।
ସପ୍ତାହେ ପୂର୍ବରୁ କେରଳ ଛୁଇଁଲା ମୌସୁମୀ
ନନ୍ଦିଘୋଷ ବ୍ୟୁରୋ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପ୍ରବେଶ କଲା । ସପ୍ତାହେ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଜୁନ୍ ୧ରେ କେରଳ ଛୁଇଁବା ନେଇ ହୋଇଥିଲା ଆକଳନ । ୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ । ୨୦୦୯ ମସିହା ମେ ୨୩ ତାରିଖରେ କେରଳ ଛୁଇଁଥିଲା ମୌସୁମୀ l ସେପଟେ କେରଳର ବିଭିନ୍ନ ସ୍ଥାନରେ ୨ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଦଳିଛି ପାଗ । କଟକ, ଭୁବନେଶ୍ବର, ପୁରୀର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢ଼େଙ୍କାନାଳର ଓ କଟକ ସହର ଅନେକ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ଜାପାନକୁ ପଛରେ ପକାଇ ଚତୁର୍ଥ ବୃହତ ଅର୍ଥନୀତିର ଦେଶ ହେଲା ଭାରତ
ନୂଆଦିଲ୍ଲୀ: ବିଶ୍ଵର ଚତୁର୍ଥ ବୃହତ ଅର୍ଥନୀତି ହେଲା ଭାରତ। ଜିଡିିପି ଅନୁସାରେ ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ନୀତି ଆୟୋଗର ସିଇଓ ବିଭିଆର୍ ସୁବ୍ରମଣ୍ୟମ୍ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ପରେ ଏହି ସୂଚନା ଦେଇଥିଲେ। ଆଇଏମଏଫ୍ ର ସୂଚନା ଆଧାରରେ ଭାରତର ଜିଡିପି ୪.୧୯ ଟ୍ରିଲିୟନ ଡଲାର । ଭାରତ ଉପରେ କେବଳ ୩ଟି ଦେଶ ଅଛନ୍ତି। ସେମାନେ ହେଲେ ଆମେରିକା, ଚୀନ ଓ ଜର୍ମାନୀ।
ଆମେରିକାର ଜିଡିପି ୩୦.୫୧ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଚୀନର ଜିଡିପି ହେଉଛି ୧୯.୨୩ ଟ୍ରିଲିୟନ ଡଲାର। ସେହିପରି ଜର୍ମାନୀର ଜିଡିପି ହେଉଛି ୪.୭୪ ଟିଲିୟନ ଡଲାର। ତା ପଛକୁ ୪.୧୯ ଟ୍ରିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ରହିଛି ଭାରତ। ନୀତି ଆୟୋଗ ସିିଇଓ କହିଛନ୍ତି, ବର୍ତ୍ତମାନ ବିଶ୍ଵର ଜିଓ ପଲିଟିକାଲ ଓ ଅର୍ଥନୈତିକ ପରିବେଶ ଦୃଷ୍ଟିରୁ ଭାରତରେ ପୁଂଜି ବିନିଯୋଗର ଅନୁକୂଳ ପରିବେଶ ରହିଛି। ଆଗାମୀ ଦିନ ପାଇଁ ହୋଇଥିବା ଯୋଜନା ଯଦି ଠିକଠାକ ଚାଲେ, ତେବେ ୩ ବର୍ଷ ମଧ୍ୟରେ ଭାରତ ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ।
‘ହେରା ଫେରି ୩’ କାହିଁକି ଛାଡ଼ିଲେ ପରେଶ, ଭାଇରାଲ ହେଉଛି ଏହି ଭିଡିଓ କ୍ଲିପ୍
ମୁମ୍ବାଇ: ପରେଶ ରାଓ୍ବଲ ଫିଲ୍ମ ହେରା ଫେରି ୩ ଛାଡ଼ିବା ପରେ ବହୁତ ହଙ୍ଗାମା ଦେଖିବାକୁ ମିଳୁଛି । ଏ ନେଇ ଫିଲ୍ମର ଅଭିନେତା ଏବଂ ନିର୍ଦ୍ଦେଶକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ପରେଶଙ୍କ ବିନା ହେରା ଫେରି କିପରି ଲୋକଙ୍କୁ ପସନ୍ଦ ଆସିବ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଏହାରି ଭିତରେ ପରେଶଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଏହି ଫିଲ୍ମର ସିକ୍ବେଲ ପାଇଁ ବିରକ୍ତି ପ୍ରକାଶ କରିଛନ୍ତି । ସେ ଫିଲ୍ମରେ ଥିବା ତାଙ୍କ ଭୂମିକାକୁ ବେକର ଫାଶୀ ବୋଲି କହିଛନ୍ତି । ସେ ଫିଲ୍ମ ଛାଡ଼ିବା ପରେ ଅକ୍ଷୟ କୁମାର , ସୁନୀଲ ସେଟ୍ଟୀ ଏବଂ ନିର୍ଦ୍ଦେଶକ ପ୍ରିୟଦର୍ଶନ ବୁଝିପାରୁ ନାହାନ୍ତି ଏବେ କ’ଣ କରିବେ । କାହିଁକି ପରେଶ ଏପରି କଲେ?
ଅନ୍ୟପକ୍ଷରେ ପରେଶ ଫିଲ୍ମ ଛାଡ଼ିବା ପରେ ପ୍ରଡକ୍ସନ ହାଉସ ତାଙ୍କୁ ୨୫ କୋଟି ଟଙ୍କାର ଆଇନଗତ ନୋଟିସ ପଠାଇଛି । ଏବେ ଏହି ଫିଲ୍ମର ଭବିଷ୍ୟତ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।
ତେବେ ଏ ଫିଲ୍ମ ଛାଡ଼ିବା ପଛରେ ଟଙ୍କା ନୁହେଁ ବୋଲି କୁହାଯାଇଛି । ଫିଲ୍ମରେ ବାବୁରାଓ ଚରିତ୍ରରେ ସେ ବିରକ୍ତ ହୋଇଯାଇଛନ୍ତି । ତାଙ୍କୁ ଆଉ ଏହି ଚରିତ୍ର କରିବାକୁ ଭଲ ଲାଗୁନି । ଏଥିପାଇଁ ସେ ଫିଲ୍ମ ଛାଡ଼ିଛନ୍ତି । ଏ କଥା ସେ ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ । ଏହାର ଏକ କ୍ଲିପ୍ ଏବେ ଭାଇରାଲ ହେଉଛି ।
ଟ୍ରକକୁ ପଛ ପଟୁ ପିଟିଲା କଣ୍ଟେନର, ଚାଳକଙ୍କ ମୃତ୍ୟୁ
ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟ କଉଡ଼ି ଖଣି ଛକରେ ଦୁର୍ଘଟଣା। ଟ୍ରକକୁ ପଛ ପଟୁ ପିଟିଲା କଣ୍ଟେନର। ଦୁର୍ଘଟଣାରେ କଣ୍ଟେନର ଚାଳକଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଗତକାଲି ରାତିରେ ବିଶାଖାପାଟଣାରୁ ଆସୁଥିବା ବେଳେ ନାଚୁଣୀ କଉଡ଼ି ଖଣି ନିକଟ ହମ୍ପସରେ ଟ୍ରକଟି ବ୍ରେକ ମାରିଥିଲା। ଫଳରେ ପଛରୁ ଆସୁଥିବା କଣ୍ଟେନର ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କଣ୍ଟେନରର କ୍ୟାବିନ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଗୁରୁତର ଅବସ୍ଥାରେ କଣ୍ଟେନର ଚାଳକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମଅତ ଘୋଷଣା କରିଥିଲେ। ନାଚୁଣୀ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। …

