spot_img
Home Blog Page 801

ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସୁନାର ଫସଲ, ପରିଣତ ବୟସରେ ମାନିନାହାନ୍ତି ହାର

ବାସୁଦେବପୁର: ପରିଣତ ବୟସରେ ହାରିଯାଇନାହାଁନ୍ତି । ଆଜିବି ଆଖିରେ ରହିଛି ଆଖିଏ ସ୍ଵପ୍ନ । ମନରେ ଅଦ୍ୟମ ସାହସ । ଆଉ କିଛି କରି ଦେଖାଇବାକୁ ରହିଛି ଇଚ୍ଛା । ସେହି ଇଚ୍ଛା ଆଜି ଦେଇଛି ସଫଳତା । ବାସୁଦେବପୁର ବ୍ଲକ ଚୂଡାମଣୀ ପଞ୍ଚାୟତ ତଳସାହିର ଶଙ୍କର୍ଷଣ ମଲ୍ଲିକ । ସେ ନିଜ ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସୁନାର ଫସଲ । ଆମ୍ବ, କଦଳୀ, ମୁଗ, ବିରି ଭଳି ବିଭିନ୍ନ ପନିପରିବା ଚାଷ କରିଛନ୍ତି  । ସବୁଠୁ ବଡ କଥା ହେଲା ସେ ନିଜଜ୍ଵ ଜ୍ଞାନ କୌଶଳରେ ଆଳୁ ଚାଷ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଉତ୍ପାଦନ କରୁଛନ୍ତି । ପରିବା ଚାଷ କରି ନିଜ ପରିବାରର ଆବଶ୍ଯକତା ମେଣ୍ଟାଇବା ସହ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କାର ପରିବା ବିକ୍ରି କରୁଛନ୍ତି ।

ଶଙ୍କର୍ଷଣ ବ୍ଲକ ସ୍ତରରୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଜଣେ ସଫଳ ଚାଷୀ ଭାବେ ବହୁ ପୁରସ୍କାର ପାଇ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣି ସାରିଲେଣି । ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ଶଙ୍କର୍ଷଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତେବେ ବାସୁଦେବପୁର ବ୍ଲକର ଉଦ୍ୟାନ ବିଭାଗ ପକ୍ଷରୁ ୪୫ ଏକର ଜମିରେ ୧୫୦ ଜଣ ଚାଷୀଙ୍କୁ ଆଳୁ ଚାଷ ପାଇଁ ବିହନ ପ୍ରଦାନ କରାଯାଇଥିଲା । ହେଲେ ଚାଷୀ ଶଙ୍କର୍ଷଣ ଭିନ୍ନ ଢଙ୍ଗରେ ଅଳ୍ପ ଖର୍ଚ୍ଚ କରି ଅଧିକ ଲାଭବାନ ହୋଇପାରିଛନ୍ତି ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ ।

କ୍ରାଇମସିଟି ପାଲଟିଲାଣି ବଲାଙ୍ଗୀର, ମାସେରେ ଗଡିଲାଣି ୧୦ରୁ ଅଧିକ ମୁଣ୍ଡ

ବଲାଙ୍ଗୀର: ବଲାଙ୍ଗୀରରେ ବିଗିଡିଗଲାଣି ଆଇନଶୃଙ୍ଖଳା । ପାଲଟିଛି କ୍ରାଇମ ହଟସ୍ପଟ । କଥା କଥାରେ ଗଡୁଛି ମୁଣ୍ଡ । ପ୍ରତିଦିନ ଘଟୁଛି ଛୋଟ ବଡ ଅପରାଧ । ପୋଲିସକୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଚାଲିଛନ୍ତି ଅପରାଧୀ । ଗତ ମାସେ ମଧ୍ଯରେ ଗଡିଲାଣି ୧୦ରୁ ଅଧିକ ମୁଣ୍ଡ । କେବଳ ସପ୍ତାହେ ମଧ୍ୟରେ ଯାଇଛି ୫ ଜୀବନ । ମୁରିବାହାଲ ଥାନା ଅଞ୍ଚଳରେ ୪ ଜଣଙ୍କ ସନ୍ଦେହଜନକ ମୃତଦେହ ପୋଲିସ ଜବତ କରିଥିବା ବେଳେ ଅନରକିଲିଂ ଅଭିଯୋଗ ହୋଇଥିଲା I

ଗତ ୧୧ ତାରିଖରେ ସରଗାର୍ଡ ଗାଁରେ ମଦ କାରବାରକୁ କେନ୍ଦ୍ରକରି ଅରୁଣ ସାଏ ପଟେଲକୁ ଗାଁ ଦାଣ୍ଡରେ ମଦ ବେପାରୀ ବାପପୁଅ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ୧୨ ତାରିଖରେ ଚିମିନିଭାଟି ପଡାରେ ସୁଧ କାରବାର ଓ ଟଙ୍କା ନେଣଦେଣକୁ କେନ୍ଦ୍ରକରି ବିଚ ରାସ୍ତାରେ ମାରଣାସ୍ତ୍ର ଓ ଠେଙ୍ଗାରେ ଗୋଡାଇ ଗୋଡାଇ ଟ୍ରକ୍ ଡ୍ରାଇଭର ରାମ ଦାଶଙ୍କୁ ବୀଭତ୍ସ ହତ୍ୟା । ୧୩ରେ ମଧ୍ୟ ଜମି କାରବାରକୁ ନେଇ ମନୋଜ ନାଏକଙ୍କୁ କରାଯାଇଥିଲା ହତ୍ଯା । ୨୨ ତାରିଖରେ ମଧ୍ୟ ଘଟିଥିଲା ଆଉ ଏକ ହତ୍ୟାକାଣ୍ଡ । ଏସବୁ ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ପୋଲିସ ଓ ଅପରାଧିଙ୍କ ଭିତରେ ମଧୁଚନ୍ଦ୍ରିକା କାରଣରୁ ଅପରାଧିଙ୍କୁ ଅପରାଧ ଘଟାଇବାକୁ ଖୋରାକ ଯୋଗାଉଛି ବୋଲି କହିଛନ୍ତି ବଲାଙ୍ଗୀର ବାସୀ ।

ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ଅଣାୟତ୍ତ ହୋଇଥିବା ବେଳେ ରାଜ୍ୟ ସରକାର କ୍ରାଇମ୍ କଣ୍ଟ୍ରୋଲ କରିବାରେ ଫେଲ ମାରିଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ । ବେଳ ଥାଉଥାଉ ଅପରାଧି ଗ୍ୟାଙ୍ଗକୁ ସାବାଡ ନକଲେ ଆଗକୁ ବଲାଙ୍ଗୀର ଜିଲ୍ଲାରେ ଅପରାଧ ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ବଲାଙ୍ଗୀର ଏସ୍ପି କହିଛନ୍ତି, ସମସ୍ତ ଘଟଣାରେ ପୋଲିସ ସଫଳତା ସହ ଅପରାଧିକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଭାରତୀୟ ବିମାନ ଲାଗି ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ବନ୍ଦ ହେଲା କରାଚି, ଲାହୋର ଏୟାରସ୍ପେସ । ଭାରତୀୟ ବିମାନ ଲାଗି ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ । ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ । ସୁରକ୍ଷା କାରଣ ଦେଖାଇ ବନ୍ଦ କଲା ପାକିସ୍ତାନ । ଆଂଶିକ ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ । ପ୍ରତିଦିନ ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ବନ୍ଦ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏୟାରସ୍ପେସ ବନ୍ଦ ନିଷ୍ପତ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ମେ’ ୧ରୁ ଅଟ୍ଟାରୀ ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସାଧାରଣ ନାଗରିକଙ୍କ ପାଇଁ ସୀମା ଖୋଲା ରହିଛି । ଏହା ମାନେ ଏବେ ଭାରତରେ ଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯାଇ ପାରିବେ । କିନ୍ତୁ ପାକିସ୍ତାନ ନିଜ ପଟୁ ସୀମା ବନ୍ଦ କରିଦେଇଛି । ସେ ନିଜ ଦେଶର ନାଗରିକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । ଆଜି ସକାଳୁ ଜଣେ ବି ନାଗରିକ ସେପଟକୁ ଯାଇ ନାହାନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ପର୍ଯ୍ୟନ୍ତ ୯୨୯ ଜଣ ନାଗରିକ ପାକିସ୍ତାନକୁ ଯାଇଛନ୍ତି । ୨୪ ଏପ୍ରିଲରେ ୨୮ ଜଣ, ୨୫ ଏପ୍ରିଲରେ ୧୯୧ ଜଣ, ୨୬ ଏପ୍ରିଲରେ ୮୧ ଜଣ, ୨୭ ଏପ୍ରିଲରେ ୨୩୭ ଜଣ , ୨୮ ଏପ୍ରିଲରେ ୧୪୫ ଜଣ ନାଗରିକ , ୨୯ ଏପ୍ରିଲରେ ୧୦୪ ଜଣ ଏବଂ ୩୦ ଏପ୍ରିଲରେ ୧୪୦ ଜଣ ପାକିସ୍ତାନୀ ନାଜରିକ ଅଟ୍ଟରୀ ସୀମା ଦେଇ ପାକିସ୍ତାନ ଯାଇଛନ୍ତି ।

ନିଜ ଲୋକଙ୍କୁ ନିଜ ଦେଶକୁ ନେଉନି ପାକିସ୍ତାନ, ବନ୍ଦ କଲା ଓ୍ବାଘା ବର୍ଡର

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ମେ’ ୧ରୁ ଅଟ୍ଟାରୀ ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସାଧାରଣ ନାଗରିକଙ୍କ ପାଇଁ ସୀମା ଖୋଲା ରହିଛି । ଏହା ମାନେ ଏବେ ଭାରତରେ ଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯାଇ ପାରିବେ । କିନ୍ତୁ ପାକିସ୍ତାନ ନିଜ ପଟୁ ସୀମା ବନ୍ଦ କରିଦେଇଛି । ସେ ନିଜ ଦେଶର ନାଗରିକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । ଆଜି ସକାଳୁ ଜଣେ ବି ନାଗରିକ ସେପଟକୁ ଯାଇ ନାହାନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ପର୍ଯ୍ୟନ୍ତ ୯୨୯ ଜଣ ନାଗରିକ ପାକିସ୍ତାନକୁ ଯାଇଛନ୍ତି । ୨୪ ଏପ୍ରିଲରେ ୨୮ ଜଣ, ୨୫ ଏପ୍ରିଲରେ ୧୯୧ ଜଣ, ୨୬ ଏପ୍ରିଲରେ ୮୧ ଜଣ, ୨୭ ଏପ୍ରିଲରେ ୨୩୭ ଜଣ , ୨୮ ଏପ୍ରିଲରେ ୧୪୫ ଜଣ ନାଗରିକ , ୨୯ ଏପ୍ରିଲରେ ୧୦୪ ଜଣ ଏବଂ ୩୦ ଏପ୍ରିଲରେ ୧୪୦ ଜଣ ପାକିସ୍ତାନୀ ନାଜରିକ ଅଟ୍ଟରୀ ସୀମା ଦେଇ ପାକିସ୍ତାନ ଯାଇଛନ୍ତି ।

ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନରେ ଭୟର ବାତାବରଣ ରହିଛି । ପାକିସ୍ତାନର ପ୍ରଧାନନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ  ସମସ୍ତେ ଏବେ ଆମେରିକା ଏବଂ ଜାତିସଂଘ ନିକଟରେ ନିବେଦନ କରୁଛନ୍ତି ।

ଏହା ସହ ଏୟାରଲାଇନ୍ସ ପାଇଁ ମଧ୍ୟ ଭାରତ ତା’ର ଆକାଶମାର୍ଗ ବନ୍ଦ କରି ଦେଇଛି । ପାକିସ୍ତାନୀ ଏୟାରଲାଇନ୍ସ ସିଙ୍ଗାପୁର, ମାଲେସିଆ ଏବଂ ଅନ୍ୟାନ୍ୟ ପୂର୍ବ ଏସୀୟ ଦେଶଗୁଡ଼ିକୁ ଉଡାଣ ପାଇଁ ଭାରତୀୟ ଆକାଶପଥ ବ୍ୟବହାର କରିଥାନ୍ତି ।

 

ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଆଧାରିତ ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମର ଘଟଣା ଉପରେ ଆଧାରିତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ପହଲଗାମ ଆକ୍ରମଣ ଉପର ଏକ ପିଆଇଏଲ୍ ଦାୟର କରିଥିବା ଆବେଦନକାରୀ ଫତେହ ସାହୁଙ୍କୁ କୋର୍ଟ ଭତ୍ସନା କରିଛନ୍ତି । ଏ ନେଇ ସେ କହିଛନ୍ତି ଯେ, ଆତଙ୍କବାଦ ମାମଲାର ତଦନ୍ତରେ ବିଶେଷଜ୍ଞ ନୁହନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି କଠିନ ସମୟରେ ଦେଶର ପ୍ରତ୍ୟେକ ନାଗରିକ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏକଜୁଟ ହୋଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ଦେଶର ପ୍ରତେକ ନାଗରିକ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଏକାଠି ଠିଆ ହୋଇଛନ୍ତି । କୋର୍ଟ କହିଛନ୍ତି ଯେ, ଏପରି ଦାବି କରି ସୁରକ୍ଷା ବାହିନୀର ମନୋବଳକୁ ହ୍ରାସ କରନ୍ତୁ ନାହିଁ । ଏହି ବିଷୟ ବହୁତ ସମ୍ବେଦନଶୀଳ । ଏବେ ସମ୍ବେଦନଶୀଳତା ପ୍ରତି ଧ୍ୟାନ ଦିଅନ୍ତୁ ।

ଏ ନେଇ ଆବେଦନକାରୀ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି । ଏ ନେଇ ଆମେଦନ ଦାଖଲ କରାଯିବା ଉଚିତ ନୁହେଁ । ଆଇନଜୀବୀମାନେ ସେମାନଙ୍କର ଦାୟିତ୍ବ ବୁଝିବା ଉଚିତ ।

ଦୀଘା ଜଗନ୍ନାଥ ମନ୍ଦିର ନାମକରଣକୁ ତୀବ୍ର ବିରୋଧ, ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ କହିଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ : ଦୀଘାରେ ଗତକାଲି ପ୍ରତିଷ୍ଠା ପାଇଥିବା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦେଖାଦେଇଛି ବିବାଦ । ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା। କିନ୍ତୁ ଜଗନ୍ନାଥଧାମ ନାମକରଣ କରିବାକୁ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି । ସେହିପରି ବ୍ରହ୍ମ ସ୍ଥାପନ କଥାକୁ ନେଇ ମଧ୍ୟ ପୁରୀ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି। ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି। କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥଧାମ କୁହାଯାଇପାରିବ ନାହିଁ । ଜଗନ୍ନାଥଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ଏଥିସହ ପ୍ରସ୍ତର ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ପ୍ରତ୍ୟେକ ଓଡିଆଙ୍କ ସହ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ଗବେଷକ ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତ ଦୃଢ଼ ଦାବି କରିଛନ୍ତି। ସେହିପରି ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଏହି ବିବାଦକୁ ବଢ଼ାଇଛି ।

ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ସୀମା ହାଇଦରଙ୍କୁ ନେଇ ସସପେନ୍ସ, ସୀମାଙ୍କ ବିରୋଧରେ ଜାରି ରହିଛି ୟୁପି ଏଟିଏସ ତଦନ୍ତ

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାାନ ଉତ୍ତେଜନା ମଧ୍ୟରେ ସୀମା ହାଇଦରଙ୍କୁ ନେଇ ବଢୁଛି ସସପେନ୍ସ । ସୀମାଙ୍କ ବିରୋଧରେ ଆଣ୍ଟି ଟେରରିଜିମ ସ୍କ୍ବାଡ(ଏଟିଏସ) ତଦନ୍ତ ଜାରି ରହିଥିବାବେଳେ ତାଙ୍କ ଓକିଲ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ବୟାନ । ସୀମା ସନାତନ ଧର୍ମ ଗ୍ରହଣ କରିଛନ୍ତି ଏବଂ ପହଲଗାଓଁ ଆତଙ୍କୀ ହମଲା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଉତ୍ତରପ୍ରଦେଶ ଗ୍ରେଟର ନୋଏଡାର ସଚିନ ମୀନାଙ୍କୁ କରିଛନ୍ତି ବୋଲି କହିଛନ୍ତି ଓକିଲ । ୨୦୨୩ରେ ପାକିସ୍ତାନ ଛାଡି ଭାରତ ଚାଲିଆସିଥିବା ସୀମା ସଚିନଙ୍କୁ ପ୍ରେମ ବିବାହ କରିଥିଲେ । ସେ ପୂର୍ବରୁ ବିବାହିତ ଥିଲେ । ସେ ୨୦୨୩ ମେ ମାସରେ ସଚିନଙ୍କୁ ବିବାହ କରିବା ଲାଗି ନିଜର ଚାରି ସନ୍ତାନଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଚାଲିଆସିଥିଲେ । ଜୁଲାଇ ମାସରେ ୟୁପି ଗୌତମବୁଦ୍ଧ ନଗର ଜିଲ୍ଲାର ରବୁପୁରାରେ ତାଙ୍କୁ ପ୍ରଶାସନ ଠାବ କରିଥିଲା । ୨୦୧୯ରେ ଅନଲାଇନ ଗେମ ଖେଳିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଆଡଭୋକେଟ ଏପି ସିଂହ କହିଛନ୍ତି ହାଇଦର ଭାରତରେ ଭାରତୀ ମୀନା ନାମ୍ନୀ କନ୍ୟାର ମା ହୋଇଛନ୍ତି । ଆତଙ୍କବାଦ ସହ ସୀମାଙ୍କ କୌଣସି ସମ୍ପର୍କ ନଥିବାରୁ ତାଙ୍କ ମାମଲାକୁ ସ୍ବତନ୍ତ୍ର ଭାବେ ଗ୍ରହଣ କରାଯାଉ । ସୀମାଙ୍କ ଝିଅ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି । ଏଟିଏସ ଟିମ୍ ବର୍ତ୍ତମାନ ସୀମାଙ୍କ ସମସ୍ତ ନଥିପତ୍ର ଯାଞ୍ଚ କରୁଛନ୍ତି । ପାକିସ୍ତାନୀ ନାଗରିକମାନଙ୍କୁ ତାଙ୍କ ଦେଶକୁ ଫେରାଇ ଦିଆଯିବାର ଡେଡଲାଇନ ଏପ୍ରିଲ ୨୭ରେ ଶେଷ ହୋଇଯାଇଥିବାବେଳେ ସୀମା କହିଛନ୍ତି ସେ ଭାରତର ବୋହୂ । ସେ ପାକିସ୍ତାନ ଯିବେ ନାହିଁ, ବରଂ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅନୁରୋଧ କରିବେ ।

ପହଲଗାଓଁ ମାମଲାର ଶୁଣାଣି କଲେନି ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ହମଲା ପ୍ରସଙ୍ଗ। ଘଟଣାର ବିଚାର ବିଭାଗୀୟ ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ବିଚାର ବିଭାଗୀୟ ତଦନ୍ତ ସୁରକ୍ଷା ବାହିନୀର ନୈତିକ ବଳ ଉପରେ ପ୍ରଭାବ ପକାଇବୟ ସ୍ପର୍ଶକାତର ପ୍ରସଙ୍ଗରେ ପିଟିସନ ଦାୟର କରିଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ଗୋଇଛନ୍ତି। ଆତଙ୍କବାଦ ବିରୋଧରେ ପ୍ରତି ଭାରତୀୟ ହାତ ମିଳାଇଛନ୍ତି। ଆତଙ୍କବାଦ ବିରୋଧୀ ସଂଗ୍ରାମର ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତ। ପିଟିସନକୁ ଖାରଜ କରିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ।

ପାକିସ୍ତାନୀ ନାଗରିକଙ୍କ ପାଇଁ ବଡ ଆଶ୍ବସ୍ତି : ବଢିଲା ଭାରତ ଛାଡିବାର ସମୟ ସୀମା


ନନ୍ଦିଘୋଷ ବ୍ୟୁରୋ: ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କ ପାଇଁ ବଡ ଆଶ୍ବସ୍ତି । ବଢିଲା ଭାରତ ଛାଡିବାର ସମୟ ସୀମା । ଖୋଲା ରହିବ ଅଟାରୀ ସୀମା । ଅଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ । ଆଜି ଥିଲା ଅଟାରୀ ଭାରତ ସୀମା ବନ୍ଦର ଶେଷ ତାରିଖ । ବାଣିଜ୍ୟ ଏବଂ ସାଧାରଣ ନାଗରିକଙ୍କ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ ସରକାର । ସୁରକ୍ଷା ଏବଂ କୂଟନୈତିକ କାରଣରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିଲେ । ତଥାପି, ଏବେ ଭାରତ ସରକାର ଏକ ମାନବିକ ପଦକ୍ଷେପ ନେଇ ଏକ ଆଶ୍ୱସ୍ତି ଛାଡ଼ ଦେଇଛନ୍ତି । ଭାରତରେ ଫସି ରହିଥିବା ପାକିସ୍ତାନୀ ନାଗରିକମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କର ବୈଧ ଯାତ୍ରା ଭିସା ଏବଂ ଆବଶ୍ୟକୀୟ କାଗଜପତ୍ର ସହିତ ନିଜ ଦେଶକୁ ଫେରିପାରିବେ ।

ଗୃହ ମନ୍ତ୍ରଣାଳୟ ପୂର୍ବ ନିର୍ଦ୍ଦେଶକୁ ସମୀକ୍ଷା କରିଛି ଏବଂ ଏଥିରେ ଆଂଶିକ ସଂଶୋଧନ କରିଛି। ଏହା ଅଧୀନରେ,ବୈଧ ଅନୁମୋଦନ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭାରତରୁ ଅଟାରୀ ସୀମା ଦେଇ ପାକିସ୍ତାନ ଫେରିବାକୁ ଅନୁମତି ଦିଆଯିବ । ନୂତନ ଆଦେଶ ଅନୁଯାୟୀ, ଯେଉଁମାନଙ୍କର ଲକ୍ଷ୍ୟ କେବଳ ନିଜ ଦେଶକୁ ଫେରିବା ଏବଂ ଭାରତରେ ରହିବା ନୁହେଁ, ସେମାନଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି ।

ପହଲଗାମରେ ହମଲାର ୨ଦିନ ଆଗରୁ ରେକି କରିଥିଲେ ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ : ୭ ଦିନ ଧରି ପହଲଗାଁଓରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାଁଓର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାଓଁ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାଁଓର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି। ଆତଙ୍କବାଦୀମାନେ ପୂର୍ବରୁ ପହଲଗାମର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଆରୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନକୁ ବୁଲି ଦେଖିଥିଲେ। ଏହି ରେକିରେ ସାମିଲ ଥିଲେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ପାଞ୍ଚ ଜଣ ଓଭର ଗ୍ରାଉଣ୍ଡ ୱାର୍କର (OGW)। ସେମାନେ ପ୍ରାୟ ଏକ ସପ୍ତାହ ଧରି ପହଲଗାମର ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି, ଆତଙ୍କବାଦୀମାନେ ବେତାବ ଉପତ୍ୟକାକୁ ଟାର୍ଗେଟ କରିବାକୁ ପ୍ରଥମେ ଯୋଜନା କରିଥିଲେ। ଶେଷ ମୁହୂର୍ତ୍ତରେ, ଯୋଜନା ପରିବର୍ତ୍ତନ କରାଯାଇଥିଲା, ଏବଂ ବୈସାରନରେ ଆକ୍ରମଣ  କରିଥିଲେ। କାରଣ ଆକ୍ରମଣ ପରେ ଏଠାରୁ ଖସିଯିବା ସହଜ ଥିଲା। କେବଳ କିଛି OGW, ପାକିସ୍ତାନୀ ହ୍ୟାଣ୍ଡଲର୍ ଏବଂ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଏହା ଜାଣିଥିଲେ।

ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ  ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।