spot_img
Home Blog Page 8

ପିପିଲି ତେଇଶିପୁରରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ; ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ପର୍ଯ୍ୟଟକଙ୍କ ଭ୍ୟାନ୍

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ତେଇଶିପୁରରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ପର୍ଯ୍ୟଟକଙ୍କ ଭ୍ୟାନ୍। ମଧ୍ୟପ୍ରଦେଶରୁ ପ୍ରାୟ ୧୩ ଜଣ ପର୍ଯ୍ୟଟକ ଏହି ଭ୍ୟାନରେ ପୁରୀ ଯାଉଥିବାବେଳେ ଭୋରରେ ଘଟିଛି ଦୁର୍ଘଟଣା।  ଦୁର୍ଘଟଣାରେ ପ୍ରାୟ ୭ ଜଣ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ମଙ୍ଗଳପୁର ମେଡିକାଲ ଓ ପରେ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଯାଇଛି। ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି।

ଅଗ୍ନିବୀରଙ୍କ ପାଇଁ ନୂଆ ନିୟମ ; ସ୍ଥାୟୀ ସୈନିକ ହେବା ପୂର୍ବରୁ ବିବାହ ନିଷେଧ

ନନ୍ଦିଘୋଷ ବ୍ୟୁରୋ : ଅଗ୍ନିବୀରଙ୍କ ପାଇଁ ନୂଆ ନିୟମ।ସ୍ଥାୟୀ ସୈନିକ ହେବା ପୂର୍ବରୁ ବିବାହ ନିଷେଧ।ଅଗ୍ନିବୀର ଯୋଜନା ଅଧୀନରେ ସେନାରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଯୁବକ ସ୍ଥାୟୀ ସୈନିକ ହେବାକୁ ଲକ୍ଷ୍ୟ ରଖିଥାନ୍ତି।ହେଲେ ଯୋଜନା ଅଧିନରେ ବିଭିନ୍ନ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିବୀରମାନେ ସ୍ଥାୟୀ ନିଯୁକ୍ତି ନପାଇବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ।ଯଦି ଜଣେ ଅଗ୍ନିବୀର ଏହି ପ୍ରକ୍ରିୟା ମଧ୍ୟରେ କିମ୍ବା ସ୍ଥାୟୀ ସୈନିକ ହେବା ପୂର୍ବରୁ ବିବାହ କରନ୍ତି, ତେବେ ସେମାନଙ୍କୁ ସ୍ଥାୟୀ ସେବା ପାଇଁ ଅଯୋଗ୍ୟ ବିବେଚନା କରାଯିବ। ଏପରି ଅଗ୍ନିବୀରମାନେ ସ୍ଥାୟୀ ସେବା ପାଇଁ ଆବେଦନ କରିପାରିବେ ନାହିଁ କିମ୍ବା ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ। ସ୍ଥାୟୀ ନିଯୁକ୍ତି ପାଇବା ପରେ ହିଁ ବିବାହ କରିପାରିବେ। ୪ ବର୍ଷର ସେବା ସମାପ୍ତ କରିବା ପରେ, ଅଗ୍ନିବୀରମାନେ ସମ୍ପୂର୍ଣ୍ଣ ସ୍ଥାୟୀକରଣ ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରାୟ ୪ରୁ ୬ ମାସ ସମୟ ପାଇବେ।

ବାରମୁଲା ଜଙ୍ଗଲରେ ଆତଙ୍କୀ ଆଡ୍ଡା ଠାବ ; ସ୍ଥାନୀୟ ପୋଲିସ, CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ସଫଳତା

ନନ୍ଦିଘୋଷ ବ୍ୟୁରୋ : ବାରମୁଲା ଜଙ୍ଗଲରେ ଆତଙ୍କୀ ଆଡ୍ଡା ଠାବ। ସ୍ଥାନୀୟ ପୋଲିସ, CRPF 53 ବାଟାଲିୟନ, 46 ରାଷ୍ଟ୍ରୀୟ ରାଇଫଲ୍ସ, AST ଏବଂ ବୋମା ନିଷ୍କ୍ରିୟକାରୀ ଦଳ ସହିତ ମିଳିତ ଭାବରେ ଏକ ସର୍ଚ୍ଚ ଅପରେସନ୍ ବେଳେ ଠାବ ହୋଇଛି ଆତଙ୍କୀଙ୍କ ଏହି ଠିକଣା। ଗୁପ୍ତ ସୂଚନା ଆଧାରରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା।ଏକ ଗୁପ୍ତ ସୁଡଙ୍ଗ କରି ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲେ ଆତଙ୍କୀ। ଏହାକୁ ଠାବ କରି ନଷ୍ଟ କରାଯାଇଛି। ତେବେ ସେନାକୁ ଦେଖି ଆତଙ୍କବାଦୀମାନେ ଚମ୍ପଟ ମାରିଛନ୍ତି। ସୁରକ୍ଷା ବାହିନୀ ସେହି ଆଡ୍ଡାରୁ ୨୪ଟି କଳଙ୍କିତ AK-47 ଗୁଳି, ଦୁଇଟି ହାତ ଗ୍ରେନେଡ୍, ଏକ 3-ଲିଟର ଷ୍ଟିଲ୍ କଣ୍ଟେନର ଠାବ କରିଛନ୍ତି।କିଛି ଔଷଧ ମଧ୍ୟ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାମଗ୍ରୀ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଏହି ସ୍ଥାନଟି ବହୁ ଦିନ ଧରି ବ୍ୟବହୃତ ହେଉଥିଲା।

ରିଲିଜ ହେବ ବିଜୟଙ୍କ ଶେଷ ଫିଲ୍ମ ଆଉ ପରଦାରେ ଆସିବେନି ନଜର

ନନ୍ଦିଘୋଷ ବ୍ୟୁରୋ : ତାମିଲ ଷ୍ଟାର ବିଜୟ ଥଲାପତି ରାଜନୀତି ଦୁନିଆରେ ପାଦ ଦେବା ପରେ ଏବେ ସିନେମା ଇଣ୍ଡଷ୍ଟ୍ରିରୁ ଅଲବିଦା ନେଇଛନ୍ତି । ସେ ତାଙ୍କ କ୍ୟାରିୟରରେ ପାଖାପାଖି ୩୦ ବର୍ଷ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ବ୍ଲକବଷ୍ଟର ହେବା ସହ ବକ୍ସ ଅଫିସରେ ଖୁବ ଧମାଲ କରିଛି । ସେ ଯେ ଖାଲି ତାମିଲରେ ନୁହେଁ ପୁରା ଦେଶରେ ନିଜ ଆକ୍ସନ ଓ ଅଭିନୟ ପାଇଁ ଲୋକପ୍ରିୟ ଅଭିନେତା  ଭାବେ ପରିଚିତ । ତାଙ୍କ ଲୋକପ୍ରିୟତା ଏତେ ବଢିଗଲା ଯେ ପରେ ସେ ଥଲପତି ବିଜୟ ନାମରେ ପରିଚିତ ହୋଇଗଲେ । ଗତ କିଛି ମାସ ତଳେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ଆଉ ତାପରେ ନିଜେ ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଟିଭିକେ (TVK) ଦଳର ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ  ଦେଇଥିଲେ । ଏହା ଜାଣି ବେଶ ଭାବୁକ ହୋଇଯାଇଥିଲେ ଫ୍ୟାନ୍ସ  । ଆଉ ଏବେ ବିଜୟ ଶେଷଥର ପାଇଁ ସିନେ ପରଦାରେ ନଜର ଆସିବେ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ । କାରଣ ଏହା ପରେ ସେ ସିନେମା ଜଗତକୁ ସବୁଦିନ ପାଇଁ ଅଲବିଦା କହିବାକୁ ଯାଉଛନ୍ତି । ଏହା ହେଉଛି ଥଲାପତିଙ୍କ ଶେଷ ଫିଲ୍ମ ଯାହାର ନାଁ ହେଉଛି “ଜନ ନାୟାଗନ” । ଯାହାକି ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ପ୍ରସ୍ତୁତ । ଆଉ ବିଜୟଙ୍କ ଶେଷ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ଉତ୍ସାହ ଆଉ ଉତ୍କଣ୍ଠା ଦେଖିବାକୁ ମିଳିଛି  । କାରଣ ସେମାନଙ୍କ ପ୍ରିୟ ସୁପରଷ୍ଟାର ଥଲାପତି ଶେଷଥର ପାଇଁ ଏଥିରେ ଅଭିନୟ କରିବେ । ଆଉ କିଛି ଦିନ ପରେ ସମଗ୍ର ଫିଲ୍ମ ହଲରେ ରିଲିଜ ହେବ  “ଜନ ନାୟାଗନ” । ଏଥିପାଇଁ ଆଗୁଆ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଏକ ରିପୋର୍ଟ ଅନୁଯାଇ ବେଙ୍ଗାଲୁରର ଅନେକ ହଲରେ ମର୍ଣ୍ଣିଙ୍ଗ ସୋ’ ଟିକେଟ ବିକ୍ରି ହୋଇସାରିଛି । ଏହି ସୋ’ର ଟିକେଟ ମୂଲ୍ୟ ୧୮୦୦ ରୁ ୨୦୦୦ ପର୍ଯ୍ୟନ୍ତ ରହିଛି । ଆଉ କିଛି ହଲରେ ୮୦୦ ଟଙ୍କାରେ ମଧ୍ୟ ଟିକେଟ ମିଳୁଛି । ତେବେ ସୂଚନା ଥାଉ କି ବିଜୟଙ୍କ ଫିଲ୍ମ  “ଜନ ନାୟାଗନ” ଆସନ୍ତା ଜାନୁଆରୀ ୯ ତାରିଖରେ ସିନେମା ହଲଗୁଡିକରେ ରିଲିଜ ହେବ  ।

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା : ଆକ୍ରମଣକାରୀଙ୍କୁ କାହିଁକି ବାନ୍ଧୁନି ପୋଲିସ?

ରାଜନଗର : କାହା ଚାପରେ ପୋଲିସ? ଆକ୍ରମଣ ଉଦ୍ଯମ ଘଟଣାରେ ସିସିଟିଭି ଫୁ଼ଟେଜ ରହିଛି। ଏତଲା ଗ୍ରହଣ କରି କାହିଁକି ଆକ୍ରମଣକାରୀଙ୍କୁ ବାନ୍ଧୁନି ପୋଲିସ? କାର୍ଯ୍ଯାନୁଷ୍ଠାନ ଦାବିରେ ଠପ ହେଲାଣି ରାଜନଗର ବିଡିଓ କାର୍ଯ୍ଯାଳୟ। ଅହୋରାତ୍ର ଧାରଣାରେ ବସିଲେଣି ସରପଞ୍ଜ ସଂଘ। ଛୁଟିରେ ମହିଳା ବିଡିଓ ତିଳୋତ୍ତମା ପୃଷ୍ଟି। ଗତ ୨ ତାରିଖ ଶୁକ୍ରବାର ଦ୍ବିପହରରେ ବିଡିଓଙ୍କ କାର୍ଯ୍ଯାଳୟରେ ପଶି କାର୍ଯ୍ଯରତ ମହିଳା ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ କମ୍ପ୍ଯୁଟର ଉଚ୍ଚାଇ ଆକ୍ରମଣ କରିବାକୁ ଉଦ୍ଯମ କଲେ ବିଜେପିର ବିଧାନସଭା ପ୍ରାର୍ଥୀ ଲଳିତ କୁମାର ବେହେରା। ନିଜ ସମର୍ଥକଙ୍କ ସହ ବିଡିଓଙ୍କୁ ଖୁଲମଖୁଲା ସଂଘବଦ୍ଧ ଭାବେ ଗାଳିଗୁଲଜ କରି ଆକ୍ରମଣ କରିବାକୁ ଉଦ୍ଯମ କଲେ। ହେଲେ ଆଇନଅନୁଯାୟୀ ଉଦ୍ଧତ ଶାସକ ଦଳର ନେତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ପ୍ରଶାସନର ଜୁ ପାଉନି। ଯାହାକୁ ନେଇ ତାଜୁବ ରାଜ୍ଯବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି। ଘଟଣା ଘଟିବା ପରଦିନ ପଞ୍ଚାୟତ ସମିତି ଅଧ୍ଯକ୍ଷା ଥାନାରେ ଏତଲା ଦେଲେ। ଅଥଚ ପୋଲିସ ମାମଲା ଋଜୁ କଲା ୩ ଦିନ ପରେ। ବିଜେପି ନେତା ଲଳିତ କୁମାର ବେହେରା ମହିଳା ବିଡିଓଙ୍କୁ ଆକ୍ରମଣ କରିବା ଘଟଣା ନେଇ ସିସିଟିଭି ଫୁଟେଜ ରହିଛି। ତଥାପି ପୋଲିସ ବିଳମ୍ବରେ ମାମଲା ଋଜୁ କରି ଚୁପ ବସିଛି। ଏ ନେଇ ଶନିବାର ରାସ୍ତାରୋକ କରିଥିଲା ବିଜେଡି। ଆଜି ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରପଞ୍ଚ ସଂଘ ବ୍ଲକ କାର୍ଯ୍ଯାଳୟରେ ତାଲା ପକାଇ କାର୍ଯ୍ଯାନୁଷ୍ଠାନ ଦାବିରେ ଅହୋରାତ୍ର ଧାରଣା ଦେଇଛନ୍ତି। ବ୍ଲକ କାର୍ଯ୍ଯାଳୟରେ ତାଲା ପଡ଼ିବାରୁ କର୍ମଚାରୀମାନେ ଫେରିଯିବା ସହ ସାଧାରଣ ଲୋକେ ମଧ୍ଯ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି।

ବିଡିଓଙ୍କୁ ଆକ୍ରମଣ ଘଟଣାର ୪ ଦିନ ପରେ ଜିଲ୍ଲାପାଳଙ୍କୁ ଫେରାଦ କରିଛି ଜିଲ୍ଲା ଓଏଏସ ସଂଘ। ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏ ନେଇ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି, ପୋଲିସ ତଦନ୍ତ କରି ଉଚିତ କାର୍ଯ୍ଯାନୁଷ୍ଠାନ ନେବ। ଏହି ଘଟଣା ପରେ ସମ୍ପୃକ୍ତ ବିଡିଓ ତିଳୋତ୍ତମା ପୃଷ୍ଟି କିଛି ଦିନ ପାଇଁ ଛୁଟିରେ ଅଛନ୍ତି। ସେ ଖୁବଶୀଘ୍ର ତାଙ୍କ କାର୍ଯ୍ଯରେ ଯୋଗଦେବେ। ଜଣେ ପ୍ରଶାସନିକ ଅଧିକାରୀ ଶାସକ ଦଳର ନେତାଙ୍କ ଦ୍ବାରା ଦୁର୍ବ୍ଯହାର ଶିକାର ହେଲେ। ସେହି ଦିନଠୁ ବ୍ଲକରେ ପ୍ରଶାସନିକ ସେବା କାର୍ଯ୍ଯ ପ୍ରଭାବିତ ହେଲାଣି। କାର୍ଯ୍ଯାନୁଷ୍ଠାନ ଦାବିରେ ଲଗାତାର ପଞ୍ଚାୟତ ପ୍ରତିନିଧି ଓ ବିଜୁ ଜନତା ଦଳ ଦାବି କରିଆସୁଛି। କଣ ପାଇଁ ସରକାର ଏ ଦିଗରେ ଚୁପ ଅଛନ୍ତି ସେ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି।

ପ୍ରଦୂଷଣ ପ୍ରମାଣପତ୍ର ନାଁରେ ଲୋକେ ହନ୍ତସନ୍ତ, ଅବଧି ବଢିଥିଲେ ଘାରିଛି ଫାଇନ କଟିବାର ଭୟ…

ଭୁବନେଶ୍ବର : କାହାକୁ ପୁରୁଣା ଫାଇନ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ମିଳି ପାରୁନି ତ ଆଉ କେହି କେହି ମିଛ ଚାଲାଣର ଅଭିଯୋଗ ଆଣୁଛନ୍ତି । ହେଲେ ଚାଲାଣ କଟିଛି ମାନେ ଫାଇନ ଦେବାକୁ ପଡ଼ିବ । ତାହା ପୁଣି ୧୦ ହଜାର ଟଙ୍କାର ଫାଇନ । ଚାଲାଣ କ୍ଲିୟର ନ କଲେ ପ୍ରଦୂଷଣ ଟେଷ୍ଟିଂ ହୋଇ ପାରିବ ନାହିଁ । ଚାଲାଣକୁ ପିୟୁସିସିରୁ ଅଲଗା ନ କରିବାରୁ, ହଇରାଣ ହେଉଛନ୍ତି ସାଧାରଣ ଲୋକ । ସେପଟେ କେତେବେଳ ସରକାର କହୁଛନ୍ତି ଗ୍ରିନ ଷ୍ଟିକର ବାଧ୍ୟତାମୂଳକ ତ ପୁଣି ୟୁ-ଟର୍ଣ୍ଣ ନେଇ ଏହାକୁ ମନା କରୁଛନ୍ତି । ସରକାରଙ୍କ ମନମୁଖୀ ଶାସନ ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଥିବା ଯୁବ ବିଜେଡି ଅଭିଯୋଗ କରିଛି । ଏହା ବିରୋଧରେ ସୋସିଆଲ ମିଡିଆରେ ଯୁବ ବିଜେଡି ଆରମ୍ଭ କରିବ କ୍ୟାମ୍ପେନ । ଯାହାର ଶୀର୍ଷକ ରହିବ କମଲ କା ଫୁଲ ଲୋଗୋଁ କା ଭୁଲ । ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ କରିବାକୁ ବିଜେଡି ସଜବାଜ ହେଉଛି । ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଆଗରେ ବିଜେଡି ପିକେଟିଂ ବି କରିବ । ସରକାରଙ୍କ ତ୍ରୁଟୁପୂର୍ଣ୍ଣ ନୀତି ବିରୋଧରେ ଲୋକଙ୍କୁ ସଚେତନ ବି କରିବ । ମାଳମାଳ ଗାଡ଼ି ଠିଆ କରିବ । କେତେ ଗାଡ଼ି ହଟାଇ ପାରିବେ ସରକାର ବୋଲି ଯୁବ ବିଜେଡି ଆହ୍ବାନ ଦେଇଛି । ଗୋଟାଏ ପଟେ ଗାଡ଼ି ମୋଟରକୁ ସରକାର ପ୍ରଦୂଷଣ ପାଇଁ ଦାୟୀ କରୁଛନ୍ତି, ସେପଟେ କିପରି ମାଳମାଳ ଗଛ କାଟୁଛନ୍ତି ବୋଲି ଯୁବ ବିଜେଡି ପ୍ରଶ୍ନ କରିଛି । ସେହିପରି ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥାର ମାଲିକଙ୍କ ଉପରେ କେତେ ଫାଇନ କଟାଯାଇଛି ବୋଲି ପ୍ରଶ୍ନ କରିଛି ଯୁବ ବିଜେଡି ।

ପିୟୁସିସି ପାଇଁ ଆଜି ବି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ମାର୍ଚ୍ଚ ୩୧ ଯାଏଁ ସିନା ଅବଧି ବଢାଇଛନ୍ତି ସରକାର, ହେଲେ କେତେବେଳେ କି ଚାଲାଣ କଟିଯାଉଛି ସେଇ ଦ୍ବନ୍ଦ୍ବରେ ଦିନ କାଟୁଛନ୍ତି ଲୋକ । କିଛି ଲୋକଙ୍କୁ ତ ବାରମ୍ବାର ଟେଷ୍ଟିଂ ପାଇଁ ଧାଇଁବାକୁ ପଡ଼ୁଛି । କାରଣ ମନରେ ରହିଛି ଫାଇନର ଭୟ । ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଭୟର ବାତାବରଣ ଖେଳି ଯାଇଛି । ବିନା ସଚେତନାରେ ଏହା କରାଯାଇଥିବାରୁ ଜନଅସନ୍ତୋଷ ବଢୁଛି । ଏହା ବିରୋଧରେ ମିଳିତ ଆନ୍ଦୋଳନର ଆବଶ୍ୟକତା ରହୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟରେ ଧାନ କିଣା ଠପ୍ , ମୁହାଁମୁହିଁ ମିଲର୍ସ ଓ ସରକାର…

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଧାନ କିଣାକୁ ନେଇ ଜାରି ରହିଛି ଅଚଳାବସ୍ଥା। ଆନ୍ଦୋଳନରେ ମିଲର୍ସ। ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ପରେ ସାରା ଓଡ଼ିଶାରେ ଧାନକିଣା ଠପ୍। ମିଲର୍ସ ଧାନ କିଣିବା ବଦଳରେ ରାଜଧାନୀରେ ନିଜର ହକ ପାଇଁ ଯୋଗାଣ ବିଭାଗ ଆଗରେ ପ୍ରତିବାଦ କରୁଛନ୍ତି। ତାସହ ମଣ୍ଡିରୁ ଧାନ ନଉଠାବାକୁ ସରକାରଙ୍କୁ ସିଧାସଳଖ ଚେତାଇ ଦେଇଛନ୍ତି। ଦାବି ପୂରଣ ନେଇ ସରକାର ଲିଖିତ ପ୍ରତିଶୃତି ନଦେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସଂଘ। ଏହାସହ ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବାକୁ କହିଛି ସଂଘ। ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବସିଥିବା ବୈଠକ ବିଫଳ ହୋଇଛି। କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର୍ସ ଆସୋସିଏସନ।

ଚଳିତ ବର୍ଷ ମାସେ ବିଳମ୍ବରେ ଧାନ କିଣା ଆରମ୍ଭ କରିଥିଲେ ରାଜ୍ୟ ସରକାର। ଏଯାଏଁ ଚାଷୀଙ୍କ ଠାରୁ ୩୦ ପ୍ରତିଶତ ଧାନ ଉଠାଇ ନାହାନ୍ତି ସରକାର। ଯାହାକୁ ନେଇ ବିଜେଡି ସରକାରଙ୍କୁ ବାରମ୍ବାର ଘେରିବା ସହ ତୁରନ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି କରିଆସୁଛି। ନିର୍ବାଚନରେ ଚାଷୀଙ୍କୁ ସ୍ବପ୍ନ ଦେଖାଇ କ୍ଷମତାକୁ ଆସିବା ପରେ ପ୍ରତାରଣା ଦେଇ ଚାଲିଛି ବିଜେପି ସରକାର। ସାରା ରାଜ୍ୟରେ ଚାଷୀ ଦହଗଞ୍ଜ ହେଉଥିବାରୁ ବିଜେଡି ଚୁପ ହୋଇ ବସିବନି ବୋଲି କଡ଼ା ଚେତାବନୀ ଦେଇଛି। ସେପଟେ ପିସିସି ସଭାପତି କହିଛନ୍ତି, ଧାନକିଣା ଫେଲ ମାରିଥିବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ଯାହାର ଜବାବ ରଖିଛି ବିଜେପି। ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଜାରି ରହିଥିବାରୁ ସାରା ରାଜ୍ୟରେ ଉଗ୍ରରୂପ ନେଲାଣି ଚାଷୀ ଅସନ୍ତୋଷ। ଠିକ ଏତିକି ବେଳେ ମିଲର୍ସ ଆନ୍ଦୋଳନ ଜାରି ରଖିବା ସରକାରଙ୍କ ଚିନ୍ତାକୁ ଦ୍ବିଗୁଣ କରିଛି।

୩୦ ଜାନୁୟାରୀରୁ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ହତ୍ୟା ଦିବସରୁ ଓଡିଶା ଅଭିଯାନ ଆରମ୍ଭ କରିବ କଂଗ୍ରେସ । ଜାନୁଆରୀ ୩୦ରେ  ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ମାଲକାନଗିରିରୁ ଦଳ ଆରମ୍ଭ କରିବ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା । ଗୋଟିଏ ବ୍ଲକରେ ଗୋଟିଏ ଦିନ ପଦଯାତ୍ରା ହେବ ।  ପ୍ରତି ଜିଲ୍ଲାରେ ୨୦ କିଲୋମିଟର ଚାଲିବେ କଂଗ୍ରେସ କର୍ମୀ ଓ ନେତା । ମାଲକାନାଗିରରି ୫ଦିନ ଧରି ପଦଯାତ୍ରା ହେବ। ଏହାପରେ ନବରଙ୍ଗପୁର, କୋରାପୁଟ , ରାୟଗଡା ପରେ ପୂରା ଓଡିଶାରେ ପଦଯାତ୍ରା କରାଯିବ।  ବିଜେପି ସରକାରଙ୍କ ବିଫଳତା ସହ ସ୍ଥାନୀୟ ଅଂଚଳରେ ହେଉଥିବା ସମସ୍ୟାକୁ ନେଇ ପଦଯାତ୍ରା ଆୟୋଜନ କରାଯିବ। ଏହାସହ ଧାନମଣ୍ଡି ସମସ୍ୟା, ବିଜୁଳି ସମସ୍ୟା ପରି ଅନେକ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଫେବୃଆରୀରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛି ଦଳ।

ବିଜେପି ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ଲମ୍ବା ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଛି କଂଗ୍ରେସ । ଦଳର ରାଜନୈତିକ ବ୍ୟାପାର କମିଟିରେ ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । କଂଗ୍ରେସ ସଂଗଠନକୁ  ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ କରିବାକୁ ରଖାଯାଇଛି ଭିଜନ। ନୂଆବର୍ଷରୁ ଅସଜଡା କଂଗ୍ରେସକୁ ସଜାଡିବା ସହ ଘନଘନ ରାଜନୈତିକ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସକୁ ଚଳଚଞ୍ଚଳ କରିବାକୁ ପିସିସି ସଭାପତି ପ୍ରସ୍ତୁତ କରିଛନ୍ତି ଖସଡ଼ା।  ଏହାକୁ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର ।

ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ, ଖୋଜାଚାଲିଛି ସମସ୍ୟା ସମାଧାନର ବାଟ…

ଭୁବନେଶ୍ବର : ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ। ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ମନ୍ତ୍ରୀ, ବିଭାଗୀୟ ସଚିବ ଓ ଅଧିକାରୀଙ୍କ ଉପସ୍ଥିତିରେ ଖୋଜାଚାଲିଛି ସମସ୍ୟା ସମାଧାନର ବାଟ। ୧୬ତମ ଅଭିଯୋଗ ଶୁଣାଣୀରେ ହଜାରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ୧୫ତମ ଶୁଣାଣୀ ସୁଦ୍ଧା ୧୩ହଜାର ୩୫୮ ଅଭିଯୋଗ ଆସିଥିବା ବେଳେ ଏଥିରେ ୫୦ ହଜାର ଲୋକ ସାମିଲ ହୋଇଛନ୍ତି। ପ୍ରଥମ ଶୁଣାଣୀ ଜୁଲାଇ ପହିଲା ୨୦୨୪ରେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଆସିଥିବା ଅଭିଯୋଗର ୯୫ ପ୍ରତିଶତ ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀ ଓ ଦିବ୍ୟାଙ୍ଗ ମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି। ରୋଗୀମାନଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ସହାୟତା ଦିଆଯାଉଛି।

ଅଭିଯୋଗ ଶୁଣାଣୀ ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଙ୍ଗଲ ପରିବେଶ, ରାଜସ୍ବ, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ସ୍ବାସ୍ଥ୍ୟମନ୍ତ୍ରୀ ସାମିଲ ଥିଲେ। ରାଜ୍ୟରେ ଶିକ୍ଷା ନୀତି ଲାଗୁ କରାଯାଇ ଶିଶୁ ବାଟିକାର ବ୍ୟବସ୍ଥା କରାଯାଇଛି। ଶିଶୁ ବାଟିକାରେ ଶିକ୍ଷାଦାନ କରିବା ପାଇଁ ରାଜ୍ୟରେ ପ୍ରାକ୍-ଶିକ୍ଷା ପାଠ୍ୟକ୍ରମ ଚାଲୁଥିଲେ ବି ନିଯୁକ୍ତି ମିଳୁନାହିଁ। ପ୍ରାୟ ୫୦ ଜହାର ଏହି ପାଠ୍ୟକ୍ରମ ସାରିଥିଲେ ବି ନିଯୁକ୍ତି ପାଇଁ କିଛି ବ୍ୟବସ୍ଥା ନଥିବାରୁ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ୨୫ବର୍ଷ ତଳେ ଅବସର ନେଇଥିବା ଜଣେ ପ୍ରଧାନଶିକ୍ଷକ ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ଯାଏଁ ନିଶା ନିବାରଣ ପାଠ୍ୟକ୍ରମ ଲାଗୁ କରିବାକୁ ଆସିଛନ୍ତି ଅଭିଯୋଗ ପ୍ରକୋଷ୍ଠ । ଗ୍ରାମସଭା କେବଳ ନାମକୁ ମାତ୍ର ନୁହେଁ, ବାସ୍ତବ ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସୁନାମଧନ୍ୟ ଶିକ୍ଷକ। ଓ୍ବେବ ପୋର୍ଟାଲ ଏବଂ ପୋଷ୍ଟାଲ ଜରିଆରେ ୧ଲକ୍ଷ ୪୯ ହଜାର ୪୧୮ ଅଭିଯୋଗ ଆସିଥିବା ବେଳେ ଏଥିରୁ ୮୮ ପ୍ରତିଶତ ୧ଲକ୍ଷ ୩୦ ହଜାର ୮୪୮ ଅଭିଯୋଗର ସମାଧାନ ହୋଇଛି।

ଦିଲ୍ଲୀରେ ରେବିଜକୁ ‘ଅଧିସୂଚିତ ରୋଗ’ ଘୋଷିତ କରିବେ ସରକାର

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ସରକାର ମାରାତ୍ମକ ରୋଗ ଆଇନ ଅନୁଯାୟୀ ରେବିଜ୍କୁ ‘ଅଧିସୂଚିତ ରୋଗ ’ ବୋଲି ଘୋଷିତ କରିବାକୁ ଯାଉଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଜଳାନ୍ତକ ଜନିତ ମୃତ୍ୟୁସଂଖ୍ୟାକୁ କମାଇବା । ଏନେଇ ଖୁବ୍ ଶୀଘ୍ର ଏକ ସରକାରୀ ବିଜ୍ଞପ୍ତି ଜାରି କରାଯିବ। ଏହି ବିଜ୍ଞପ୍ତି ଜାରି ହେବା ପରେ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲ ଏବଂ ଡାକ୍ତରଙ୍କ ପାଇଁ ରେବିଜ୍ ମାମଲା ରିପୋର୍ଟ କରିବା ବାଧ୍ୟତାମୂଳକ ହେବ ।  ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ପଙ୍କଜ କୁମାର ସିଂହ କହିଛନ୍ତି ଯେ ଏହି ନିଷ୍ପତ୍ତି ସରକାରଙ୍କ ଲକ୍ଷ୍ୟ ରେବିଜ୍ ରୁ ମାନବ ମୃତ୍ୟୁକୁ ଶୂନ୍ୟ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପଦକ୍ଷେପ। ସେ କହିଛନ୍ତି, “ରେବିଜ୍ ଭଳି ରୋଜକୁ  ରୋକାଯାଇପାରିବ ।” ବିଜ୍ଞପ୍ତି ଜାରି ହେବା ପରେ, ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ, ମେଡିକାଲ କଲେଜ, ନର୍ସିଂ ହୋମ ଏବଂ ବେସରକାରୀ ପ୍ରାକ୍ଟିଶନରମାନେ ଏଥିରେ ସାମିଲ ହେବେ।  ଏବେ ସନ୍ଦିଗ୍ଧ, ସମ୍ଭାବ୍ୟ ଏବଂ ନିଶ୍ଚିତ ରାବିଜ୍ ମାମଲାଗୁଡ଼ିକ ତୁରନ୍ତ ସମ୍ପୃକ୍ତ ଜିଲ୍ଲା ଏବଂ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା ବାଧ୍ୟତାମୂଳକ ହେବ। ବାଧ୍ୟତାମୂଳକ ରିପୋର୍ଟିଂ ଦ୍ୱାରା ରେବିଜ୍ ମାମଲା ଧାରା ଏବଂ ହଟସ୍ପଟ୍ ଚିହ୍ନଟ ସହଜ ହେବ, ମାନବ ଏବଂ ପଶୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟ ଉନ୍ନତ ହେବ ଏବଂ ଉଚ୍ଚ ବିପଦପୂର୍ଣ୍ଣ ଅଭିଯାନ ସକ୍ଷମ ହେବ । ଲକ୍ଷଣ ଦେଖାଯିବା ପରେ ରାବିଜ ପ୍ରାୟ ସର୍ବଦା ଘାତକ ହୋଇଥାଏ  । କିନ୍ତୁ କୁକୁର କାମୁଡ଼ିବା ପରେ ତୁରନ୍ତ ଟିକା ଏବଂ ଇମ୍ୟୁନୋଗ୍ଲୋବୁଲିନ୍ ପ୍ରଦାନ କଲେ ଏହାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିରୋଧ କରାଯାଇପାରିବ । ଦିଲ୍ଲୀ ସରକାର ପୂର୍ବରୁ ରେବିଜ୍ ନିବାରଣ ବ୍ୟବସ୍ଥା କରିସାରିଛନ୍ତି। ରାଜଧାନୀର ୧୧ଟି ଜିଲ୍ଲାର ୫୯ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆଣ୍ଟି-ରେବିଜ୍ ଟିକା ଉପଲବ୍ଧ ରହିଛି  । ସରକାରଙ୍କ ଲକ୍ଷ୍ୟ ହେଉଛି କେବଳ ଚିକିତ୍ସା ନୁହେଁ ବରଂ ସମୟୋଚିତ ଚିହ୍ନଟ, ବାଧ୍ୟତାମୂଳକ ରିପୋର୍ଟିଂ ଏବଂ ରେବିଜ୍ ର ସମ୍ପୂର୍ଣ୍ଣ ପ୍ରତିରୋଧ ସୁନିଶ୍ଚିତ କରିବା।