spot_img
Home Blog Page 789

ଟ୍ରକକୁ ପଛ ପଟୁ ପିଟିଲା କଣ୍ଟେନର, ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟ କଉଡ଼ି ଖଣି ଛକରେ ଦୁର୍ଘଟଣା। ଟ୍ରକକୁ ପଛ ପଟୁ ପିଟିଲା କଣ୍ଟେନର। ଦୁର୍ଘଟଣାରେ କଣ୍ଟେନର ଚାଳକଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଗତକାଲି ରାତିରେ ବିଶାଖାପାଟଣାରୁ ଆସୁଥିବା ବେଳେ ନାଚୁଣୀ କଉଡ଼ି ଖଣି ନିକଟ ହମ୍ପସରେ ଟ୍ରକଟି ବ୍ରେକ ମାରିଥିଲା। ଫଳରେ ପଛରୁ ଆସୁଥିବା କଣ୍ଟେନର ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କଣ୍ଟେନରର କ୍ୟାବିନ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଗୁରୁତର ଅବସ୍ଥାରେ କଣ୍ଟେନର ଚାଳକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମଅତ ଘୋଷଣା କରିଥିଲେ। ନାଚୁଣୀ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। …

କାର ଦୁର୍ଘଟଣାରେ ୨ ମୃତ ୨ ଆହତ

ବୁର୍ଲା: ବୁର୍ଲା ଥାନା ଲଡ଼ୁଖାଇ ନିକଟରେ କାର ଦୁର୍ଘଟଣା । କାରରେ ଥିବା ଚାରି ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଗୋଶାଳା ଫାଣ୍ଡି ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଛି। ସେହିପରି ଆହତଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି। ମୃତକ ହେଲେ ଗୋଡଭଗା ଅଞ୍ଚଳର ମନିଷ ଗୁପ୍ତା ଓ ସୁବ୍ରତ ସାହୁ। ସେହିପରି ଆହତ ହେଲେ ସୌରଭ ଗୁପ୍ତା ଏବଂ ଆକାଶ ପଟ୍ଟନାୟକ। ବିଳମ୍ବିତ ରାତିରେ ଏକ କାରରେ ସମସ୍ତେ ସମ୍ବଲପୁରରୁ ଗୋଡ଼ଭଗା ଅଭିମୁଖେ ଫେରୁଥିବା ବେଳେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ କାରଟି ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡି ଏକ ଟ୍ରକକୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଦୁଇ ମନିଷ ଗୁପ୍ତା ଓ ସୁବ୍ରତ ସାହୁଙ୍କ ମୃତ୍ୟୁ ହୋଇଥିଲା। …

ISIର ସ୍ଲିପରସେଲ ଭାବେ କାମ କରୁଛି ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର କାର୍ଯ୍ୟାଳୟ!

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର କାର୍ଯ୍ୟକଳାପକୁ ନେଇ ସସପେନ୍ସ। ବାରମ୍ବାର କେତେକ ଘଟଣା ହାଇକମିଶନ କାର୍ଯ୍ୟାୟଳୟକୁ ସନ୍ଦେହ ବଳୟକୁ ନେଇଯାଉଛି। ଏପରିକି ଆଇଏସଆଇର ସ୍ଲିପରସେଲ ଭାବେ ହାଇକମିଶନ କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହେଉଛି। ଜ୍ୟୋତି ମାଲହୋତ୍ରା ଓ ଦାନିସଙ୍କ ସହ ସମ୍ପର୍କର ପର୍ଦ୍ଦାଫାସ୍ ହେବା ପରେ ଏହି ଆଶଙ୍କା ଘନୀଭୂତ ହେଉଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଆଦି ଅଞ୍ଚଳରୁ ସାମାଜିକ-ଅର୍ଥନୈତିକ ଅସମାନତାର ଶିକାର ବ୍ୟକ୍ତି ବିଶେଷଙ୍କୁ ରିକ୍ରୁଟ କରିବା ଲାଗି ପାକ୍ କର୍ମକର୍ତ୍ତାମାନଙ୍କୁ ଆଇଏସଆଇ କହୁଥିବା କୁହାଯାଉଛି। ଏକ୍ଷେତ୍ରରେ କୂଟନୈତିକ ମୁଖା ପିନ୍ଧା କର୍ମଚାରୀମାନେ ନିୟୋଜିତ ହୋଇଥାନ୍ତି। ଦୂତାବାସଗୁଡିକରେ ଆଇଏସଆଇ କର୍ମକର୍ତ୍ତାମାନେ ଭିସା ଅଧିକାରୀ ଭାବେ କାମ କରିଥାନ୍ତି। ଆଇଏଲଆଇ ଅଧିକାରୀମାନେ ବେଳେବେଳେ ନିଜକୁ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇଥାନ୍ତି। ହାଇକମିଶନର ପୂର୍ବତନ କର୍ମକର୍ତ୍ତା ଏହସାନ ଉର ରହିମ ଓରଫ ଦାନିସ ଓ ମୁଜାମିଲ ଯେପରି ଭାବେ ଭାରତୀୟ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରମାନଙ୍କୁ ଯୋଗାଡ଼ କରୁଥିଲେ ତାହା ଏହି ସବୁ ଅଭିଯୋଗକୁ ପ୍ରମାଣିତ କରୁଛି। ହରିୟାଣା ମେବାତର ମହମ୍ମଦ ଟାରିଫଙ୍କୁ ଭିସା ଦେବା ଲାଗି ପ୍ରଲୋଭିତ କରାଯାଇଥିଲା। ପରେ ତାଙ୍କୁ ସାମରିକ ପ୍ରତିଷ୍ଠାନର ଫଟୋଗ୍ରାଫି ଲାଗି ପ୍ରବର୍ତ୍ତାଯାଇଥିଲା। ହାଇକମିଶନର ପୂର୍ବତନ ଅଧିକାରୀ ଅସିଫ ବାଲୁଚ ଏହି ୟୁଟ୍ୟୁବର ଟାରିଫକୁ ପ୍ରଥମେ ଯୋଗାଡ କରିବା ପରେ ପାକିସ୍ତାନ ପଠାଇଥିଲା। ଭିସା ଆବେଦନ କରୁଥିବା ଜାମୁ ଓ କାଶ୍ମୀରର ବିଭିନ୍ନ ସ୍ପର୍ଶକାତର ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଓ ସାମରିକ ବିଭାଗରେ ଥିବା ପରିବାରଗୁଡ଼ିକୁ ଟାର୍ଗେଟ କରାଯାଉଥିଲା। ଉତ୍ତରପ୍ରଦେଶର ଶାମଲି ଓ ରାମପୁର ଜିଲ୍ଲାର ନୌମନି ଇଲାହିକୁ ଏଥିରେ ନିୟୋଜିତ କରାଯାଇଥିଲା। ସେ ଜଣେ ସିକ୍ୟୁରିଟି ଗାର୍ଡ ଥିଲା। ସେହିପରି ଶେହଜାଦ ୱାହଦ ଥିଲା ଜଣେ ସ୍ମଗଲର। ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଥିବା ଜଣାପଡିଛି। ବାବ୍ରିମସଜିଦ ଭଙ୍ଗା ଘଟଣା ତଥା ସିଏଏ ଓ ଏନଆରସି ବିରୋଧୀ ଆଭିମୁଖ୍ୟ ଅନୁସାରେ ଅନସରଉଲ ମିୟା ଅନସାରୀକୁ ରିକ୍ରୁଟ କରାଯାଇ ପାକିସ୍ତାନ ପଠାଯାଇଥିବା ସୂଚନା ମିଳିଛି ।

ପଞ୍ଜାବରେ ବଢ଼ିଲା ଜଳ ବିବାଦ, ସୀମା ଅବରୋଧ କରିବ ଭାରତୀୟ ଜାତୀୟ ଲୋକଦଳ

ଚଣ୍ଡିଗଡ଼: ପଞ୍ଜାବରେ ବଢ଼ିଲା ଜଳ ବିବାଦ । ଭାକ୍ରା ଜଳ ବିବାଦ ନିଆଁରେ ଘିଅ ଢାଳିଲା ଭାରତୀୟ ଜାତୀୟ ଲୋକଦଳ ବା ଆଇଏନଏଲଡି । ଆଜି ପଞ୍ଜାବ-ହରିୟାଣା ସୀମାକୁ ଅବରୋଧ କରିବ ଦଳ । ଏପରିକି ପଞ୍ଜାବ ନମ୍ବର ଥିବା ସମସ୍ତ ଗାଡିକୁ ଅଟକାଯିବ ବୋଲି ଦଳ ସୂଚନା ଦେଇଛି । ଜୁନ ୧ ସୁଦ୍ଧା ଯଦି ନିର୍ଦ୍ଧାରିତ ପରିମାଣ ଅନୁସାରେ ହରିୟାଣାକୁ ପଞ୍ଜାବ ପାଣି ନ ଛାଡେ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଦଳ ଧମକ ଦେଇଛି । ଭାକ୍ରା ପ୍ରକଳ୍ପରୁ ହରିୟାଣାକୁ ପଞ୍ଜାବ ନିର୍ଦ୍ଧାରିତ ୯ ହଜାର କ୍ୟୁସେକ ପାଣି ଛାଡ଼ିବା ବଦଳରେ ୫ ହଜାର କ୍ୟୁସେକ ପାଣି ଛାଡୁଛି ବୋଲି କହିଥିଲେ ଆଇଏନଏଲଡି ଜାତୀୟ ସଭାପତି ଅଭୟ ସିଂ ଚୌତାଲା । ଫଳରେ ହରିୟାଣାରେ ପାନୀୟ ଜଳ ସଙ୍କଟ ଦେଖାଦେବା ସହ କୃଷି କ୍ଷେତ୍ର ନାନା ସମସ୍ୟାର ସମ୍ମୁଖୀନ ହେଉଛି । ଆଇଏନଏଲଡି ରାଜ୍ୟ ସଭାପତି ରାମପାଲ ମାଜରାଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯିବ । ଏହି ଆନ୍ଦୋଳନରେ ସାମିଲ ହେବା ଲାଗ କଂଗ୍ରେସକୁ ଅନୁରୋଧ କରିଛି ଆଇଏନଏଲଡି । ଏହା ସହ ସତଲେଜ-ଯମୁନା ଲିଙ୍କ କେନାଲ ନିର୍ମାଣ ଲାଗି ଦାବି ଦୋହରାଇଛି ଆଇଏନଏଲଡି ।

କାୟା ମେଲାଉଛି ନୂଆ କରୋନା ଭୂତାଣୁ JN.1, ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ:  ମହାରାଷ୍ଟ୍ର ଥାନେ ସମେତ ବିଭିନ୍ନ ସ୍ଥାନରେ କାୟା ମେଲାଉଛି ନୂଆ କରୋନା ଭୂତାଣୁ JN.1। ମେ ୨୪ ତାରିଖ ସୁଦ୍ଧା ଥାନେରେ କୋଭିଡ ଆକ୍ରାନ୍ତଙ୍କ ସଖ୍ୟା ୧୮ ହୋଇଥିବାବେଳେ କେରଳରେ ଏହି ସଂଖ୍ୟା ରହିଛି ୨୭୩। ସେହିପରି କର୍ଣ୍ଣାଟକର ୩୫, ଦିଲ୍ଲୀରେ ୨୩ ଜଣ ସଂକ୍ରମିତ ହୋଇଛନ୍ତି। ହାଇଦ୍ରାବାଦ ଓ ନୋଏଡାରେ ଜଣେ ଲେଖାଏ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ  JN.1 କୋଭିଡ-୧୯ ଭାରିଆଣ୍ଟ ଓ ଓମିକ୍ରନ ଲିନିଏଜ BA.2.86 ସବଭାରିଆଣ୍ଟ ଏବେ ବିଭିନ୍ନ ରାଜ୍ୟରେ କାୟା ମେଲାଇଥିବା ଦେଖାଯାଇଛି। ତେବେ ଏହାକୁ ଭାରିଆଣ୍ଟ ଅଫ କନସର୍ନ ବୋଲି କହିନାହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ସିଙ୍ଗାପୁରରେ JN.1 ଭାରିଆଣ୍ଟଠାରୁ ଜାତ LF.7 ଓ NB.1.8 ବିଶେଷ ପ୍ରଭାବ ବିସ୍ତାର କରିଥିବା ଦେଖାଯାଉଛି। ସେପଟେ JN.1କୁ ଚିନ୍ତିତ ନ ହେବା ଲାଗି ପରାମର୍ଶ ଦେଉଛନ୍ତି ଡାକ୍ତର।

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍

ଝାରସୁଗୁଡା : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ୍ । ଦଣ୍ଡାଦେଶ ଦେଲେ ଝାରସୁଗୁଡ଼ା ପୋକ୍ସୋ ଅଦାଲତ । ୨୦୨୨ ଝାରସୁଗୁଡ଼ା ବଡ଼ମାଳ ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ଟିଉସନ ପଢିବାକୁ ଆସିଥିବା ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଟ୍ୟୁସନ ସାର କିଶୋର ବାଦୀ । ଆଜି ମାମଲାର ବିଚାର କରି ଝାରସୁଗଡ଼ା ଅଭିଯୁକ୍ତ ଟ୍ୟୁସନ ସାର କିଶୋର ବାଦୀକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ୫୮ଟି ଦସ୍ତାବିଜ ଏବଂ ୨୭ ଜଣଙ୍କ ସାକ୍ଷ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି ଜଜ । ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ । ଜୋରିମାନା  ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଏହା ସହିତ ପୀଡିତାକୁ ୧୦  ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା

ଦିଗପହଣ୍ଡି :  ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସମିତି ବୈଠକରେ କଥା କଟାକଟି । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ପାତ୍ରପୁର ବିଡିଓ ଓ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ତେବେ ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ କିଛି ପ୍ରଶ୍ନ କରିବା ସମୟରେ ବିଧାୟକ ହସ୍ତକ୍ଷେପ କରିବାରୁ ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍ ତିରୁପତି, ତଣ୍ଡିପୁର ଓ ସାମନ୍ତିଆପଲ୍ଲୀ ସମିତି ସଭ୍ୟ ପ୍ରତିବାଦ କରିଥିଲେ । ଫଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିବାଦରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲା ପରିଷଦ କକ୍ଷତ୍ୟାଗ କରିଥିଲେ ।  ଧମକ ଚମକ ଦେବାସହ ବିକାଶର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ଉତ୍ତେଜନାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ, କଚ୍ଛ ଅଞ୍ଚଳର ଏକ ହସ୍ପିଟାଲରେ କାମ କରୁଥିଲା

ନନ୍ଦିଘୋଷ ବ୍ୟୁରୋ ;  ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ ହୋଇଛି। କଚ୍ଛ ଅଞ୍ଚଳର ଏକ ହସପିଟାଲରେ କାମ କରୁଥିଲା ଅଭିଯୁକ୍ତ। ସେ ପାକିସ୍ତାନକୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତର ନାଁ ହେଲା ସହଦେବ ସିଂହ ଗୋହିଲ।  ତାର ଗାର୍ଲଫ୍ରେଣ୍ଡ ହେଉଛି ପାକିସ୍ତାନୀ ଏଜେଣ୍ଟ। ତାକୁ ବିଏସଏଫ୍ ଓ ବାୟୁସେନାର ତଥ୍ୟ ପ୍ରଦାନ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଉପରେ ବହୁ ଦିନରୁ ନଜର ରଖାଯାଇଥିଲା। ଗତ ମେ ୧ ତାରିଖରେ ତାକୁ ଗୁଜରାଟ ଏଟିଏସ୍ ଡାକି ପଚରା ଉଚରା କରିଥିଲା। ପରେ ଗୁଇନ୍ଦାଗିରିର ପ୍ରମାଣ ପାଇବା ପରେ ସହଦେବକୁ ଗିରଫ କରାଯାଇଛି। ସୂଚନାରୁ ଜଣାଯାଇଛି ଯେ, ଜୁନ ଜୁଲାଇ ୨୦୨୩ରୁ ସହଦେବ ସିଂହ ଗୋହିଲ ଅଦିତି ଭରଦ୍ଵାଜ ନାମକ ଜଣେ ଝିଅ ସଂସ୍ପର୍ଶରେ ଆସିଥିଲା। ସେ ପାକିସ୍ତାନୀ ଏଜେଣ୍ଟ ଥିଲା। ସେ ବିଏସଏଫ ଓ ବାୟୁସେନାର ଫଟୋ ଓ ତଥ୍ୟ ମାଗିଥିଲା । ହ୍ଵାଟସ୍ ଅଫ୍ ଜରିଆରେ ତାକୁ ସୂଚନା ପ୍ରଦାନ କରିଥିଲା ଅଭିଯୁକ୍ତ। ସବୁ ପ୍ରମାଣ ମିଳିବା ପରେ ସହଦେବକୁ ଗିରଫ କରାଯାଇଛି।

ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷା ବାହିନୀ ଗୁଳିରେ ଟଳିଲା ପାକିସ୍ତାନୀ

ନନ୍ଦିଘୋଷ ବ୍ୟୁରୋ ;  ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ। ସୀମା ସୁରକ୍ଷା ବାହିନୀ ଗୁଳିରେ ଟଳିଲା ପାକିସ୍ତାନୀ। ଗୁଜରାଟର ବନାଶକାଣ୍ଠା ଜିଲ୍ଲାରେ ଘଟିଛି ଘଟଣା। ପାକିସ୍ତାନୀଜଣକ ଯବାନଙ୍କ ବାରଣ ନମାନି ବଳପୂର୍ବକ ଭାବେ ପ୍ରବେଶ ଉଦ୍ୟମ କରିଥିବାରୁ ତାକୁ ଗୁଳି କରାଗଲା ବୋଲି କୁହାଯାଇଛି। ଏପ୍ରିଲ ୨୨ ପହଲଗାଓଁ ହମଲା ପରଠାରୁ ଭାରତ-ପାକିସ୍ତାନ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। କିଛିଦିନ ତଳେ ପାକିସ୍ତାନ ଫିରୋଜପୁରରେ ଆନ୍ତର୍ଜାତିକ ସୀମାରେଖାରେ ବି ଜଣେ ପାକିସ୍ତାନୀ ପ୍ରବେଶ କରୁଥିବାରୁ ତାକୁ ଗୁଳି କରାଯାଇଥିଲା। ଗତ ମେ ୧୦ରେ ପାକିସ୍ତାନର ଅନୁରୋଧ କ୍ରମେ ଦୁଇ ଦେଶ ସାମରିକସ୍ତରୀୟ ଆଲୋଚନା କରିଥିଲେ।

ପାକିସ୍ତାନ ରାଷ୍ଟ୍ରପତିଙ୍କ ଝିଅ ଅସିଫାଙ୍କ କାରକେଡ ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ ;  ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ଝିଅ ଅସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କ କାରକେଡ ଉପରେ ଆକ୍ରମଣ। ପାକିସ୍ତାନ ଜାତୀୟ ଆସେମ୍ବ୍ଲିର ସଦସ୍ୟ ଥିବା ଅସିଫାଙ୍କ କାରକେଡ ଉପରେ ଆକ୍ରମଣ। ସିନ୍ଧ ପ୍ରଜାତନ୍ତ୍ର ଜାମସୋରୋ ଟୋଲ୍ ପ୍ଲାଜା ନିକଟରେ ହୋଇଛି ଆକ୍ରମଣ। ଏହି ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ଏକ କାରକେଡରେ ଅସିଫା ଯାଉଥିବାବେଳେ ସିନ୍ଧ ଜାତୀୟତାବାଦୀ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ। ବିଶ୍ବ ବ୍ୟାଙ୍କର ଏକ ପ୍ରତିନିଧି ଦଳଙ୍କ ଅସିଫା ଯାଉଥିବାବେଳେ ଏହି ହମଲା ହୋଇଥିଲା। ସିନ୍ଧରେ ଘଟିଥିବା ବନ୍ୟାଞ୍ଚଳ ପରିଦର୍ଶନ କରିବା ବେଳେ ଏହି ଘଟଣା ଘଟିଥିଲା। ଆନ୍ଦୋଳନକାରୀମାନେ ଏକ ବିବାଦୀୟ କେନାଲ ପ୍ରକଳ୍ପ ବିରୋଧରେ ସେଠାରେ ନାରାବାଜି କରିଥିଲେ। ପଞ୍ଜାବରେ ଏକ କେନାଲର ନିର୍ମାଣ ଓ କର୍ପୋରେଟ ଫାର୍ମିଂକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି।