ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଜଣେ ମହିଳା ଖ୍ରୀଷ୍ଟମାସ ଟ୍ରି ଭିତରେ ୧୦ ଫୁଟର ଅଜଗର ଶୋଇଥିବା ଦେଖିବାକୁ ପାଇଲେ । ସୂଚନା ଅନୁଯାୟୀ, ଲୀନ ଚେପମେନ୍ ଏବଂ ତାଙ୍କ ସ୍ୱାମୀ କ୍ୱିସଲେଣ୍ଡ ସନ୍ଧ୍ୟାରେ ନିଜ ଆପାର୍ଟମେଣ୍ଟରେ ପହଞ୍ଚିବା ମାତ୍ରେ ବଲକୋନିରୁ କିଛି ଶବ୍ଦ ଆସୁଥିବା ଶୁଣିଲେ । ଯାହା କୌଣସି ଏକ ପକ୍ଷୀର ହୋଇଥିବା ଅନୁମାନ କରିଥିଲେ ଦମ୍ପତି । କିନ୍ତୁ ଯେତେବେଳେ ସେ ବଲକୋନିରେ ଥିବା ଖ୍ରୀଷ୍ଟମାସ ଟ୍ରି ପାଖକୁ ଗଲେ ସେତେବେଳେ ତାଙ୍କ ହୋସ ଉଡ଼ିଗଲା ।

କାରଣ ସେ ଶବ୍ଦ କୌଣସି ପକ୍ଷୀର ନୁହଁ ବରଂ ଏକ ଅଜଗରର ଥିଲା ଯାହା ଗଛରେ ଗୁଡ଼େଇ ହୋଇ ରହିଥିବାର ଦେଖିଥିଲେ । ଏବଂ ଦମ୍ପତି ସାପଟି ନ ଘଉଡ଼େଇ ତାକୁ ସେହି ଜାଗାରେ ହିଁ ଛାଡିଦେଇଥିଲେ । ରାତିରେ ସାପଟି ଖ୍ରୀଷ୍ଟମାସ ଟ୍ରି ଛାଡିକି ପଳେଇଥିଲା । ପ୍ରଥମେ ଦମ୍ପତି ଏହାକୁ ଏକ ଛୋଟ ସାପ ବୋଲି ଅନୁମାନ କରିଥିଲେ କିନ୍ତୁ ଯେତେବେଳେ ସାପଟି ଯେତେବେ ଗଛରୁ ବାହାରକୁ ବାହାରିଲା ତାହା ୧୦ ଫୁଚ ଲମ୍ବା ବୋଲି ଜଣା ପଡ଼ିଲା ।

ଲୀନ ଚେପମେନଙ୍କ କହିବା ଅନୁସାରେ, ‘ ଆମେ ଅଜଗରକୁ ଜମାବି ହଇରାଣ କରିନାହୁଁ ବାସ୍ ଝରକା ବନ୍ଦ କରି ତା ଉପରେ ଆମେ ନଜର ରଖିଥିଲୁ । ସେ ଦେଖିବାକୁ ଖୁବ ସୁନ୍ଦର ଲାଗୁଥିଲା । ସେ ବହୁତ ବଡ଼ ମଧ୍ୟ ଥିଲା । ମୁଁ ଜୀବନରେ କେବେ ଏତେବଡ଼ ସାପ ଦେଖିନଥିଲି।’


ବାଙ୍ଗରମାଉ ବିଧାନସଭା ଆସନରୁ ଚତୁର୍ଥ ଥର ବିଧାୟକ ହୋଇଥିବା ସେନଗରଙ୍କୁ ଏହି ମାମଲାରେ ଗତ ଅଗଷ୍ଟରେ ବିଜେପି ଦଳରୁ ବହିଷ୍କାର କରିଥିଲା । ଅଗଷ୍ଟରେ କୋର୍ଟ, ବିଧାୟକ ଓ ଅଭିଯୁକ୍ତ ଶଶୀ ସିଂହଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଓ ପକ୍ସୋ ଆକ୍ଟ ଲାଗୁ କରିଥିଲେ । ଆଜି ବନ୍ଦ କଠୋରୀରେ କୋର୍ଟ ମାମଲାର ଶୁଣାଣି କରିଥିଲେ । ଆସନ୍ତା ୧୯ ତାରିଖରେ କୋର୍ଟ ଦଣ୍ଡ ବିଧାନ କରିବେ ।




