spot_img
Home Blog Page 7623

ଫସିଲେ ପୋଲିସ ଏଏସ୍ଆ‌ଇ ବାବୁ: ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର: ଖାକିରେ ଲାଗିଲା ଦାଗ । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍ଆ‌ଇ। ଗତକାଲି ରାତିରେ ଜୟପୁର ଭିଜିଲାନ୍ସ ଟିମ୍ ଏଏସ୍ଆ‌ଇ ଶରତ କୁମାର ସାହୁଙ୍କୁ ଗିରଫ କରିଛି  ।

କୋରାପୁଟ ଜିଲ୍ଲା କୋଟପାଡ଼ରେ ଏଭଳି ଘଟଣା ସାମନାକୁ ଆସିଛି । ସ୍ଥାନୀୟ ବେଲମା ସାହିର ପ୍ରଶାନ୍ତ ବିଶ୍ୱାଳ ନିଜ ଜମି ଡିମାର୍କେସନ୍‌ ପାଇଁ ତହସିଲରେ ଆବେଦନ କରିଥିଲେ । ଏଥିରେ ପୋଲିସ ଉପସ୍ଥିତ ରହିବା ପାଇଁ କହିଥିଲେ । ଏନେଇ ପ୍ରଶାନ୍ତଙ୍କୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ କୋଟପାଡ ଏଏସଆଇ ଶରତ କୁମାର ସାହୁ । ପ୍ରଶାନ୍ତ ଟଙ୍କା ଦେବାବେଳେ ଭିଜିଲାନ୍ସ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଭିଜିଲାନ୍‌ସ ଟଙ୍କା ଜବତ କରିବା ସହ ଅଭିଯ଼ୁକ୍ତଙ୍କୁ ଗିରଫ କରିଛି ।

ଗ୍ରାମବାସୀଙ୍କ ହାବୁଡ଼ରେ ବ୍ରାଉନସୁଗାର ବେପାରୀ: ଦୁଇଜଣଙ୍କୁ ଧରି ନିର୍ଧୁମ ଛେଚିଲେ ମହିଳା

0

ବାଲେଶ୍ୱର: ବ୍ରାଉନସୁଗାର ବିକୁଥିବା ବେଳେ ଛେଚା ଖାଇଲେ । ଗଛରେ ବାନ୍ଧି ୨ ଜଣଙ୍କୁ ମାଡ଼ ମାରିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ଥାନା ଛାନୁଆ ଗାଁରେ ।

ଯେଉଁଠି ବ୍ରାଉନସୁଗାର ବିକ୍ରି ଅଭିଯ଼ୋଗରେ ୨ ଜଣଙ୍କୁ ଅଟକ ରଖିବା ସହ ମାଡ଼ ମାରିଛନ୍ତି ଗାଁର ମହିଳା ଗୋଷ୍ଠୀ । ତେବେ ଖବର ପାଇ ୨ ଅଭିଯ଼ୁକ୍ତଙ୍କୁ ଉଦ୍ଧାର କରିଛି ପୋଲିସ ଓ ଅବକାରୀ ବିଭାଗ । ୨ ଅଭିଯ଼ୁକ୍ତ ହେଲେ ଛାନୁଆ ଗାଁର ଦିନେଶ ମହାନ୍ତି ଓ ଅସିତ ଭୂୟାଁ ।

ଆଜିର ରାଶିଫଳ ( ୨୯/୧୧ /୨୦୧୯)

          ଆଜିର ପଞ୍ଚାଙ୍ଗ

ଆଜି ୧୦୧୯ ମସିହା ନଭେମ୍ବର ୨୯ ତାରିଖ, ଶୁକ୍ରବାର, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ବିଛା ଦି୧୩ନ, ତୃତୀୟା ତିଥି, ମୂଳା ନକ୍ଷତ୍ର ପ୍ରାତଃ ଘ୭/୩୩ମି. ଗତେ ପୂ:ଷାଢା

ଧନୁଚ଼ନ୍ଦ୍ର- ଅହୋରାତ୍ର, ଶୁଳଯୋଗ, ଗଣ କରଣ

ଚ଼ନ୍ଦ୍ରଶୁଦ୍ଧି- ମେଷ, ମିଥୁନ,କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ।

ଘାତବାର- ବିଛା, ଧନୁ, ମୀନ ରାଶିର

ଘାତଚ଼ନ୍ଦ୍ର- ତୁଳା ଓ କୁମ୍ଭ ରାଶିର

ରାହୁକାଳ- ଦିବା ୧୦/୨୫ମି.ରୁ ୧୧/୩୪ମି.

କାଳବେଳା- ଦିବା ଘ୮/୫୧ମି.ରୁ ୧୦/୧୨ମି.

ଶୁଭବେଳା- ପ୍ରାତଃ ୭/୩୫ମି.ରୁ ଦିବା ୮/୫୨ମି.

ପର୍ବପର୍ବାଣି- ରମ୍ଭା ତୃତୀୟା

         ଆଜିର ରାଶିଫଳ

ମେଷ- ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ନୂତନ ଦ୍ରବ୍ୟଲାଭ ଯୋଗ ରହୁଛି । ମାନସିକ ଶାନ୍ତି ଅବ୍ୟାହତ ରହିବ ।

ବୃଷ- ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମନ ଭାରାକ୍ରାନ୍ତ ରହିବ । ଆର୍ଥିକ କାରବାରରେ ହଠାତ୍ କାହାକୁ ବିଶ୍ୱାସ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ । କୁସଂଗରେ ପଡି ନିଜର କ୍ଷତି ସାଧନ କରିବେ ।

ମିଥୁନ- ପାରିବାରିକ ସୁଖଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରସଂଶିତ ହେବେ । ଗୁରୁ ଗୁରୁଜନଙ୍କ ପ୍ରିୟପାତ୍ର ହେବେ । ଇଚ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବ ।

କର୍କଟ- ଦୃଢ ମନବଳ ନେଇ ସମସ୍ତ ପରିସ୍ଥିତିର ସମ୍ମୁଖିନ ହେବେ । ବହୁଦିନରୁ ଲାଗିରହିଥିବା ବିବାଦୀୟ ସମସ୍ୟାରୁ ମୁକ୍ତ ହେବେ । ପୁଞ୍ଜି ବିନିଯୋଗ ନିମନ୍ତେ ଦିନଟି ଶୁଭପ୍ରଦ ହେବ । ଜୀବନ ସାଥିର କେଇପଦ କଥା ଆପଣଙ୍କ ମଧ୍ୟରେ ଶାନ୍ତି ସଂଚାର କରିବ ।

ସିଂହ- ପ୍ରତ୍ୟୋକ କାର୍ଯ୍ୟରେ ଜୟ ଯୁକ୍ତ ହେବେ । ପୁରାତନ ଶତ୍ରୁମାନେ ପରାଜିତ ହେବେ । ନିଜ ସାମର୍ଥ୍ୟ ବଳରେ ପ୍ରତିଯୋଗିତା ମୂଳକ କର୍ମରେ ଜିତାପଟ ନେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କର୍ମକ୍ଷେତ୍ରରେ ସହକର୍ମୀ ମାନେ ଅସହଯୋଗ କରିପାରନ୍ତି । କୌଣସି କଥାକୁ ବନ୍ଧୁବର୍ଗରେ ସମାଲୋଚିତ ହୋଇପାରନ୍ତି ।

ତୁଳା- ଗୃହରେ ମାଂଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବ୍ୟକ୍ତିଗତ ଭାବେ ସାମାଜିକ ସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ହେବେ । ଆଜି ସମସ୍ତ ପ୍ରକାରର ପ୍ରାପ୍ତି ଆପଣଙ୍କୁ ଅପେକ୍ଷା କରିଛି ।

ବିଛା- ମାନସିକ ଚାପଗ୍ରସ୍ଥ ମଧ୍ୟରେ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଚିଡ଼୍ ଚିଡ଼ା ସ୍ୱଭାବ ପ୍ରକାଶ ପାଇବ । କର୍ମକ୍ଷେତ୍ରରେ ଅତି ମାତ୍ରାରେ କୌଶଳ ଅବଲମ୍ବନ କରିନ୍ତୁ ।

ଧନୁ- କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଅପେକ୍ଷା କରିଥିବା ସୁଯୋଗ ହାତମୁଠାକୁ ଆସିବ । ପାରିବାରିକ ଜୀବନ ଆନନ୍ଦମୟ ହେବ ।

ମକର- କର୍ମକ୍ଷେତ୍ରରେ ଆଶାତିତ ସଫଳତା ଅର୍ଜନ କରିବେ । କୌଣସି ବିବାଦୀୟ ପରିସ୍ଥିତିରୁ ନିଜକୁ ଦୁରେଇ ରଖନ୍ତୁ । ବୌଦ୍ଧିକ ଶକ୍ତି ପ୍ରୟୋଗ କରି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କୁ ସୁପରାମର୍ଶ ପ୍ରଦାନ କରିବେ । ବ୍ୟକ୍ତିଗତ, ସାମାଜିକ, ପାରିବାରିକ ଜୀବନରେ ଯଶ, ଖ୍ୟାତି ସଂପର୍ଣ୍ଣ ହେବ ।

କୁମ୍ଭ- ଅନ୍ୟ ମାନଙ୍କ ସନ୍ଦେହ ଦୃଷ୍ଟିରେ ରହିବେ । ଆୟ ଠାରୁ ବ୍ୟୟର ମାତ୍ରା ବୃଦ୍ଧି ପାଇବ । ଜୀବନ ସାଥିଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ଲାଭବାନ ହେବେ । ମାନସିକ ଅସ୍ଥିରତା ଦେଖାଦେବ ।

ମୀନ- ଅଜଥା ବାର୍ତ୍ତାଳାପରୁ ନିଜକୁ ଦୁରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ନିଜକୁ ସାମାଜିକ କର୍ମରେ ନିୟୋଜିତ କରନ୍ତୁ । ମାତୃବର୍ଗଙ୍କ ଆଶିର୍ବାଦ କାମନା କଲେ ଦିନଟିର ରିଷ୍ଟ କଷ୍ଟ ଖଣ୍ଡନ ହେବ ।

 

ଯୋଗାଯୋଗ- ୯୮୬୧୨୭୧୫୫୭

ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ: ୫ଲକ୍ଷ ୭୬ହଜାର ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

0

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଦୁର୍ଗମ ଇଲାକାରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢାଉ । ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି ପୁଲିସ । ପୋଲିସ, ଅବକାରୀ ଓ ବନ ବିଭାଗ ମିଳିତ ଭାବେ ଚଢାଉ କରି କେନ୍ଦୁଗୁଡା ଡେମ ସାଇଟ ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।

ଏହି ଅଭିଯାନରେ ଡେମ ସାଇଟ ଅଞ୍ଚଳର ୩୦ ଏକର ଜମିରେ ଲାଗିଥିବା ୪୮,୦୦୦ ହଜାର ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୫ଲକ୍ଷ ୭୬ହଜାର ହେବ ବୋଲି ସୂଚନା ମିଳିଛି ।

ବିଭିନ୍ନ ସ୍ଥାନରେ ହାତୀ ଉତ୍ପାତ, ଚାଲିଗଲା ଦୁଇ ଜୀବନ

0

ସୁନ୍ଦରଗଡ଼: ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ । ଅଟୋରେ ଘରକୁ ଫେରୁଥିବା ବେଳେ ହାତୀ ପଲ୍ଲଙ୍କ ହାବୁଡ଼ରେ ପଡିଲେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଗୋଟିଟାଙ୍ଗର ଗାଁରେ । ଯାହାକୁ  ନେଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲ ରାସ୍ତାରେ ଅଟୋରେ ୪ ଜଣ ଆସୁଥିବା ବେଳେ ହଠାତ୍ ହାତୀପଲ୍ଲ ହାଵୁଡରେ ପଡିଥିଲେ ।

ତିନି ଜଣ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଜଣେ ହାତୀପଲ୍ଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଯାହାକୁ ନେଇ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଘଟଣା ସ୍ଥଳରେ ବନ ବିଭାଗ ଓ ହାତୀବାରୀ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ହାତୀ ଉପଦ୍ରବ ରୋକିବା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସେହିଭଳି କୁତ୍ରା ଥାନା ଅନ୍ତର୍ଗତ ସିଆଳଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ହାତୀ ଘଉଡାଉଥିବାବେଳେ ହାତୀଟି ଜଣେ ଯୁବକଙ୍କୁ ଦଳିଦେଇଥିଲା । ଅଭିଯୋଗ ପରେ ବନ ବିଭାଗ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ।

୪ଟି ଜିଲ୍ଲା ପରିଷଦ ଆସନରେ ପୁଣି ବିଜେଡିର ବାଜିମାତ୍, ବହୁ ବ୍ୟବଧାନରେ ଜିତିଲେ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟର ୪ଟି ଜିଲ୍ଲାପରିଷଦ ଜୋନରେ ହୋଇଥିବା ନିର୍ବାଚନରେ ବିଜେଡି ପୁଣିଥରେ ବାଜିମାତ୍ କରିଛି । କୋରାପୁଟ ପଟାଙ୍ଗି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ୨,୭୩୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଗଞ୍ଜାମର ଛତ୍ରପୁର ଜିଲ୍ଲା ପରିଷଦ ଜୋନରେ ହୋଇଥିବା ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଛି । ଦଳୀୟ ପ୍ରାର୍ଥୀ ୮,୭୭୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ସେହିପରି ଯାଜପୁର ଜିଲ୍ଲାର ଦାନଗଦିର ୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ୨୬୨୨ ଭୋଟରେ ବିଜୟଲାଭ କରିଛନ୍ତି । ଦଶମନ୍ତପୁର ଜିଲ୍ଲା ପରିଷଦ ଜୋନରେ ଦଳୀୟ ପ୍ରାର୍ଥୀ ୪୪୪୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୪ରୁ ୪ଟି ଆସନରେ ଦଳ ବିଜୟଲାଭ କରିଛି ।

ଶିବାଜୀ ପାର୍କରେ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀର ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ୱାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ସମାରୋହ ପାଇଁ ବିଶାଳ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟପାଳ ଭଗତ ସିଂହ କୋଶଓ୍ୱାରୀ ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଠାକରେ ପରିବାରର ପ୍ରଥମ ବ୍ୟକ୍ତିଭାବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦ୍ଧବ ଠାକରେ । ଏନସିପି, କଂଗ୍ରେସର ନେତା ମଧ୍ୟ ମନ୍ତ୍ରୀଭାବେ ଆଜି ଶପଥ ନେଇଛନ୍ତି ।

ଶିବସେନାର ଏକନାଥ ସିନ୍ଦେ ଓ ସୁଭାଷ ଦେଶାଇ, ଏନସିପିର ଜୟନ୍ତ ପାଟିଲ ଓ ଛଗନ ଭୁଜବଳ, କଂଗ୍ରେସର ବାଲାସାହେବ ଥୋରାଟ୍ ଓ ନିତିନ୍ ରାଉତ୍ ପ୍ରମୁଖ ଉଦ୍ଧବ ଠାକରେଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବରେ ଏମଏନଏସ୍ ମୁଖ୍ୟ ରାଜ ଠାକରେଙ୍କ ସହ କମଲନାଥ, ନୀତା ଅମ୍ବାନି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ମଧ୍ୟ ଶପଥ ସମାରୋହରେ ଦେଖିବାକୁ ମିଳିଥିଲା ।

କଳାହାଣ୍ଡିରେ ଆହାର ଖାଇଲେ ମୁଖ୍ୟ ଶାସନ ସଚିବ

0

ଭବାନୀପାଟଣା : ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ । ଗସ୍ତ ସମୟରେ 5-ଟି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ମୁଖ୍ୟଶାସନ ସଚିବ। ଭବାନୀପାଟଣା ଆହାର କେନ୍ଦ୍ରରେ ଖାଇବା ସହ ମାନ ପରୀକ୍ଷା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ଗଭାଳି ହର୍ଷଦ ପରାସର ଓ ଏସପି ବତୁଲା ଗଙ୍ଗାଧର ମଧ୍ୟ ଆହାର କେନ୍ଦ୍ରରେ ଭୋଜନ କରିଥିଲେ ।

ସୂଚନାଯୋଗ୍ୟ ଯେ ଗସ୍ତ ସମୟରେ ନେତା, ମନ୍ତ୍ରୀ ଓ ବଡ଼ ଅଧିକାରୀମାନଙ୍କୁ  ଆହର କେନ୍ଦ୍ରରେ ଭୋଜନ କରିବା ସହ ଏହାର ଗୁଣବତ୍ତା ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରେ ମଧ୍ୟ ମେଡିକାଲ୍ ପରିଦର୍ଶନ କରିଥିଲେ ମୁଖ୍ୟଶାସନ ସଚିବ ।

୨୧ ଦିନ ପୂର୍ବରୁ ସରିଲା ବିଧାନସଭାର ଶୀତ ଅଧିବେଶନ, ଡିସେମ୍ୱର ୧୯ ଯାଏଁ ଚାଲିବାକୁ ହୋଇଥିଲା ବିଜ୍ଞପ୍ତି

ଭୁବନେଶ୍ୱର : ବିରୋଧୀ ଦଳର ବିରୋଧ ସତ୍ତ୍ୱେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଅବଧି ପୂର୍ବରୁ ଶେଷ ହୋଇଛି  ବିଧାନସଭାର ଶୀତକାଳୀନ ଅଧିବେଶନ ।

୨୧ ଦିନ ପୂର୍ବରୁ ସରିଛି ଚଳିତ ଶୀତ ଅଧିବେଶନ । ଏଥିରେ ସର୍ବମୋଟ ୧୩ ଟି କାର୍ଯ୍ୟ ଦିବସ ରହିଥିଲା । ୧୩୨୬ ଟି ତାରକା ପ୍ରଶ୍ନ ଓ ୧୬୩୬ଟି ଅଣତାରକା ପ୍ରଶ୍ନ ରହିଥିଲା ଏଥର ବିଧାନସଭାରେ  । ସେହିପରି ୧୩ଟି ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ୫ଟି ଉପରେ ଆଲୋଚନା ହୋଇଛି ।

ଚଳିତ ଶୀତ ଅଧିବେଶନରେ ସର୍ବମୋଟ ୫ଟି ବିଲ୍ ପାରିତ ହୋଇଛି । ନଭେମ୍ବର ୧୩ତାରିଖରୁ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଗୃହ ଚାଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।