ଫସିଲେ ପୋଲିସ ଏଏସ୍ଆ‌ଇ ବାବୁ: ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର: ଖାକିରେ ଲାଗିଲା ଦାଗ । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍ଆ‌ଇ। ଗତକାଲି ରାତିରେ ଜୟପୁର ଭିଜିଲାନ୍ସ ଟିମ୍ ଏଏସ୍ଆ‌ଇ ଶରତ କୁମାର ସାହୁଙ୍କୁ ଗିରଫ କରିଛି  ।

କୋରାପୁଟ ଜିଲ୍ଲା କୋଟପାଡ଼ରେ ଏଭଳି ଘଟଣା ସାମନାକୁ ଆସିଛି । ସ୍ଥାନୀୟ ବେଲମା ସାହିର ପ୍ରଶାନ୍ତ ବିଶ୍ୱାଳ ନିଜ ଜମି ଡିମାର୍କେସନ୍‌ ପାଇଁ ତହସିଲରେ ଆବେଦନ କରିଥିଲେ । ଏଥିରେ ପୋଲିସ ଉପସ୍ଥିତ ରହିବା ପାଇଁ କହିଥିଲେ । ଏନେଇ ପ୍ରଶାନ୍ତଙ୍କୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ କୋଟପାଡ ଏଏସଆଇ ଶରତ କୁମାର ସାହୁ । ପ୍ରଶାନ୍ତ ଟଙ୍କା ଦେବାବେଳେ ଭିଜିଲାନ୍ସ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଭିଜିଲାନ୍‌ସ ଟଙ୍କା ଜବତ କରିବା ସହ ଅଭିଯ଼ୁକ୍ତଙ୍କୁ ଗିରଫ କରିଛି ।

Leave a Reply