ଶିବାଜୀ ପାର୍କରେ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀର ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ୱାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ସମାରୋହ ପାଇଁ ବିଶାଳ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟପାଳ ଭଗତ ସିଂହ କୋଶଓ୍ୱାରୀ ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଠାକରେ ପରିବାରର ପ୍ରଥମ ବ୍ୟକ୍ତିଭାବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦ୍ଧବ ଠାକରେ । ଏନସିପି, କଂଗ୍ରେସର ନେତା ମଧ୍ୟ ମନ୍ତ୍ରୀଭାବେ ଆଜି ଶପଥ ନେଇଛନ୍ତି ।

ଶିବସେନାର ଏକନାଥ ସିନ୍ଦେ ଓ ସୁଭାଷ ଦେଶାଇ, ଏନସିପିର ଜୟନ୍ତ ପାଟିଲ ଓ ଛଗନ ଭୁଜବଳ, କଂଗ୍ରେସର ବାଲାସାହେବ ଥୋରାଟ୍ ଓ ନିତିନ୍ ରାଉତ୍ ପ୍ରମୁଖ ଉଦ୍ଧବ ଠାକରେଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବରେ ଏମଏନଏସ୍ ମୁଖ୍ୟ ରାଜ ଠାକରେଙ୍କ ସହ କମଲନାଥ, ନୀତା ଅମ୍ବାନି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ମଧ୍ୟ ଶପଥ ସମାରୋହରେ ଦେଖିବାକୁ ମିଳିଥିଲା ।

Leave a Reply