spot_img
Home Blog Page 7590

ଆଜିର ରାଶିଫଳ(୧୦.୧୨.୨୦୧୯)ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ତା୧୦.୧୨.୨୦୧୯ରିଖ, ମଙ୍ଗଳବାର

ଆଜି ୨୦୧୯ ମସିହା ଡିସେମ୍ବର ୧୦ ତାରିଖ, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ବିଛା ଦି୨୪ନ, ତ୍ରୟୋଦଶୀ ତିଥି ଦିବା ୧୦/୪୪ ଗତେ ଚତୁର୍ଦ୍ଦଶୀ, କୃତ୍ତିକା ନକ୍ଷତ୍ର, ମେଷଚନ୍ଦ୍ର ଦିବା ୧୧/୧୬ ଗତେ ବୃଷ, ଶିବ ଯୋଗ, ତୈତିଳ କରଣ

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିର

ଘାତବାର- ମକର ରାଶିର

ଘାତଚନ୍ଦ୍ର- ମେଷ ରାଶିର ଦିବା ୧୧/୧୬ଗତେ ବିଛା ରାଶିର

ରାହୁକାଳ- ଦିବା ୨/୨୧ମି.ରୁ ଦିବା ୩/୪୨ମି.

କାଳବେଳା- ଦିବା ୧/୦୦ମି.ରୁ ଦିବା ୨/୨୧ମି.

ଶୁଭବେଳା- ଦିବା ୮/୫୭ମି.ରୁ ଦିବା ୧୧/୧୭ମି.

ମହେନ୍ଦ୍ର ବେଳା- ସନ୍ଧ୍ୟା ୫/୦୩ମି.ରୁ ୭/୪୨ମି.

ପର୍ବପର୍ବାଣୀ- ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ଗୀତା ଜୟନ୍ତି, ବିଶ୍ୱ ମାନବାଧିକାର ଦିବସ

ଆଜିର ରାଶିଫଳ

ମେଷ- ବହୁଦିନର ଆଶା ଆକାଂକ୍ଷା ପୂର୍ଣ୍ଣ ହେବ । ବିଭିନ୍ନ ସୂତ୍ରରୁ ଆୟ ହେବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ ଯାନବାହାନ ପ୍ରାପ୍ତି ହୋଇପାରେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ବୃଷ- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ସମାଲୋଚିତ ହେବେ । ବ୍ୟବସାୟ କାରବାରରେ ମାନ୍ଦାବସ୍ଥା ଦେଖାଦେଇପାରେ । ଗୃହସ୍ଥ ଜୀବନ ବିଷାଦମୟ ହେବ ।

ମିଥୁନ- କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଗୃହରେ ଶାନ୍ତିର ବାତାବରଣ ରହିବ । ମଧ୍ୟାହ୍ନ ପରେ ଗୃହକୁ କୌଣସି ପୁରାତନ ବନ୍ଧୁଙ୍କ ଆଗମନ ହୋଇପାରେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କର୍କଟ- କୌଣସି କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆତ୍ମୀୟ ସ୍ୱଜନଙ୍କ ସମ୍ପର୍କରେ ତିକ୍ତତା ଅନୁଭବ କରିବେ । କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ଗୃହରେ ମତଭେଦ ଦେଖାଦେଇପାରେ ।

ସିଂହ- କୌଶଳ ପ୍ରୟୋଗ କରି କର୍ମକ୍ଷେତ୍ରରେ ବିଜୟୀ ହେବେ । ବହୁ ଦିନର ଆଶା ଆକାଂକ୍ଷା ପୂରଣ ହେବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ମାନସିକ ଚଞ୍ଚଳତା ମଧ୍ୟରେ ଗତି କରିବେ । କୌଣସି କାର୍ଯ୍ୟର ସ୍ଥିର ନିଷ୍ପତ୍ତି ନେବାରେ କଷ୍ଟହେବ । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । ଭାଇ ଭାଇ ବିବାଦ ଦେଖାଦେଇପାରେ ।

ତୁଳା- ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ସାମାଜିକ କର୍ମରେ ତତ୍ପରତା ପ୍ରକାଶ ପାଇବ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା- ଭବିଷ୍ୟତକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରିବେ । କର୍ମମୟ ଜୀବନରେ ଆଶ୍ୱସ୍ତି ଅନୁଭବ କରିବେ । ସୁ-ସମ୍ବାଦ ପ୍ରାପ୍ତି ହେବେ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ ।

ଧନୁ- କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପିତାମାତାଙ୍କ ଆଦେଶକୁ ପାଳନ କରନ୍ତୁ । ବହୁଦିନର ବିବାଦୀୟ ସମସ୍ୟାର ସମାଧାନ ହେବ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ମକର- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ମାନସିକ ସ୍ଥିତି ଉଦାସୀନ ରହିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଦାମ୍ପତ୍ୟ କଳହ ଦେଖାଦେଇପାରେ ।

କୁମ୍ଭ- ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମାନସିକ ସ୍ଥିତି ପ୍ରାୟତଃ ଅସ୍ଥିର ରହିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପାରିବାରିକ ଜୀବନରେ ସମୃଦ୍ଧି ଦେଖାଦେବ ।

ମୀନ- ଆଜି ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହୋଇପାରେ । ଆକସ୍ମିକ ଧନଲାଭ ଯୋଗ ରହୁଛି ।

ଯୋଗାଯୋଗ- ୯୮୬୧୨୭୧୫୫୭

ବାରବାଟୀ ଦିନିକିଆ ପାଇଁ ୧୯ ଓ ୨୦ରେ ଅଫଲାଇନରେ ଟିକେଟ୍‌ ବିକ୍ରି

କଟକ: ଆସନ୍ତା ୨୨ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିବାରାତ୍ର ଦିନିକିଆ କ୍ରିକେଟ ମ୍ୟାଚ । ଏନେଇ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରୀ । ପୂର୍ବରୁ ଅନଳାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆସନ୍ତା ୧୯ ଓ ୨୦ରେ ଅଫଲାଇନ ଟିକେଟ୍‌ ବିକ୍ରି ହେବ । ଚଳିତ ବର୍ଷ ୩ଟି ବଦଳରେ ଷ୍ଟାଡିୟମରେ ରହିବ ୧୨ଟି କାଉଣ୍ଟର । ଟିକେଟ କିଣୁଥିବା ବ୍ୟକ୍ତିମାନେ ଜଣକା ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ । ଟିକେଟ କିଣିବା ପାଇଁ ଯେକୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ ।

ମୋଟ ୧୦ ହଜାର ୫୦ଟି ଟିକେଟ କାଉଣ୍ଟରରୁ ମିଳିବ । ଅନ୍ୟପଟେ ୧୯ତାରିଖ ଭୁବନେଶ୍ୱର ମେ-ଫେୟାର ହୋଟେଲରେ ପହଞ୍ଚିବେ ଉଭୟ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ଦଳର ଖେଳାଳି । ୨୦ ଓ ୨୧ ତାରିଖରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଓ୍ୱେଷ୍ଟଇଣ୍ଡିଜ ଦଳ ବାରବାଟୀରେ ପ୍ରାକ୍ଟିସ କରିବେ । ପରେ ୨ଟା ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭାରତୀୟ ଦଳ ଅଭ୍ୟାସ କରିବ ।

ଖେଳାଳି ମାନଙ୍କୁ ଭୁବନେଶ୍ୱରରୁ କଟକ ନେବାକୁ କମିସନରେଟ ପୋଲିସ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଷ୍ଟାଡିୟମ ପରିସରରେ ଖେଳକୁ ସୁରୁଖୁରୁରେ ପରିଚାଳନା କରିବାକୁ ଆଜି ଓସିଏ ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି । ଦର୍ଶକଙ୍କ ଶାନ୍ତିଶୃଙ୍ଖଳା ସହିତ ଟିକେଟ ବିକ୍ରି ଯାଞ୍ଚ, ପଡ଼ିଆର ତଦାରଖ, ଖେଳ ସମୟରେ ବିଭିନ୍ନ ଦିଗ ପ୍ରତି ସ୍ୱତନ୍ତ୍ର ନଜର ରଖିବେ ଏହି କମିଟି । ଏ ନେଇ ଓସିଏ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀ ଗ୍ୟାଙ୍ଗରେପ୍ ଘଟଣାର ନୂଆ ମୋଡ଼; ୪ ଅଭିଯୁକ୍ତଙ୍କ ସହ ଦମ୍ପତି ସାମିଲ ନେଇ ସ୍ପଷ୍ଟ କଲା ପୁରୀ ପୋଲିସ

ପୁରୀ: ପୋଲିସ କ୍ୱାର୍ଟର୍ସରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଦମ୍ପତି । ପୋଲିସ ଭୁବନେଶ୍ୱର ଅଞ୍ଚଳର ରଞ୍ଜିତ କୁମାର ପରିଡ଼ା ଓ ତାଙ୍କ ପତ୍ନୀ ସୌମ୍ୟା ଶେଫାଳି ପରିଡ଼ାଙ୍କୁ ଗିରଫ କରିଛି । ଘଟଣାରେ ପୋଲିସ ରାୟଗଡ଼ାରୁ ଅନ୍ୟ ଜଣେ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରିଛି । ଆଗରୁ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ।ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ଗିରଫ ହୋଇଥିବା ୩ ଜଣଙ୍କୁ ପୋଲିସ ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ଆଣିବ । ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ ବୋଲି ଏସପି କହିଛନ୍ତି ।ମୁଖ୍ୟ ଅଭିଯୁକ୍ତ ଦମ୍ପତି, ରଞ୍ଜିତ ଓ ସୌମ୍ୟା ନାବାଳିକା ଜଣଙ୍କୁ ଗତ ୨ ତାରିଖରେ ଭୁବନେଶ୍ୱରରୁ ଜୋର ଜବରଦସ୍ତି ସ୍କୁଟିରେ ପୁରୀ ଆଣିଥିଲେ । ପରେ ଯୋଜନା ମୁତାବକ ଗଣଦୁଷ୍କର୍ମ କରାଯାଇଥିଲା । ପ୍ରଥମେ କନେଷ୍ଟବଳଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲେ ହେଁ ଏବେ ଦମ୍ପତିଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଯାହାକି ପୂରା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି ।

ପ୍ରଶ୍ନ ଉଠୁଛି ଦମ୍ପତି, ନାବାଳିକାଙ୍କୁ ଭୁବନେଶ୍ୱରରୁ ପୁରୀ ୬୦ କିଲୋମିଟର ଜବରଦସ୍ତି ସ୍କୁଟିରେ ନେଲେ କେମିତି ? ପ୍ରଥମେ ନାବାଳିକା ନିମାପଡ଼ାରୁ କାରରେ ଉଠାଇ ନେଇଯିବା କଥା କହୁଥିଲେ ? ତେବେ, ସତ କିଏ କହୁଛି ? ଏଥିରେ କୌଣସି ରାକେଟ କାମ କରୁନାହିଁତ ?

https://nandighoshatv.comdig-asish-singh-press-meet-on-puri-rape-case/

ଶ୍ରୀ କ୍ଷେତ୍ରରେ ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୬୭୫ ପ୍ରକାର ବ୍ୟଞ୍ଜନ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ । ଆଜିର ଦିବସରେ ଯଶୋଦା ମାଆ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହାକୁ କେନ୍ଦ୍ର କରି ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମ ଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଥିବା ବେଳେ ପ୍ରାୟ ୬୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି ।

ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କ ବିଶେଷ ନୀତି ଥିବାବେଳେ ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି । ଦ୍ୱାପର ଯୁଗରେ ମା ଯଶୋଦା କୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେବାର କିମ୍ବଦନ୍ତୀ ଅଛି । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ କୃଷ୍ଣ ଭକ୍ତ ମାନେ ଆଜିର ଦିନରେ ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିଥାନ୍ତି । ପୁରୀରେ ଥିବା ଗୌରବିହାର ଆଶ୍ରମରେ ଏହି ବ୍ୟଞ୍ଜନ ସବୁ ପ୍ରାୟ ୫୦ରୁ ଉର୍ଦ୍ଧ  ପାଚକ ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ତ୍ୱାବଧାନରେ ୬୭୫ ପ୍ରକାରର  ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରକାରର ଚଟଣି, ଅର୍ଣ୍ଣ, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ଼, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୋଇଥିଲା ।

ସ୍ୱତନ୍ତ୍ର ଖଲି ପତ୍ରରେ ଏହି ବ୍ୟଞ୍ଜନ ସବୁକୁ ପରସା ଯାଇଥିଲା । ଭକ୍ତମାନେ ଏତେପ୍ରକାରର  ପ୍ରସାଦ  ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ । ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ପୁରୀ ଗୌରବିହାର ଆଶ୍ରମ ବେଶ ଚଳଚଂଚଳ ହୋଇ ପଡ଼ିଥିବା ବେଳେ ବେଶ କିଛି ବର୍ଷ ଧରି ଆଶ୍ରମ ପକ୍ଷରୁ ଏହି ଦିବସ ଟିକୁ ପାଳନ କରାଯାଉଥିବା ଜଣା ପଡିଛି ।

ପର୍ଯ୍ୟଟନସ୍ଥଳୀରେ ଲାଭା ଉଦଗୀରଣ, ୫ ଜଣଙ୍କ ମୃତ୍ୟୁ

ନ୍ୟୁଜିଲାଣ୍ଡ : ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହ୍ୱାଇଟ୍ ଆଇସଲାଣ୍ଡରେ ଆଜି ଲାଭା ଉଦଗୀରଣ ହୋଇଛି । ୫୦ରୁ ଅଧିକ ପର୍ଯ୍ୟଟକ ସେଠାରେ ଉପସ୍ଥିତ ଥିବା ବେଳେ, ହଠାତ୍ ଲାଭା ଉଦଗୀରଣ ହୋଇଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଲୋକ ନିଖୋଜ ଅଛନ୍ତି  । ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ବୋଲି ପୋଲିସ କହିଛି ।

ନ୍ୟୁଜିଲାଣ୍ଡର ହ୍ୱାଇଟ୍ ଆଇସଲ୍ୟାଣ୍ଡ ଅତ୍ୟନ୍ତ ବିପଦପୂର୍ଣ୍ଣ । ଉତ୍ତପ୍ତ ଅଞ୍ଚଳଭାବେ ମଧ୍ୟ ଜଣାଶୁଣା । ୨୦୦୧ରେ ସେଠାରେ ଶେଷଥର ପାଇଁ ଲାଭା ଉଦଗୀରଣ ହୋଇଥିଲା । ଲାଭା ଉଦଗୀରଣ କାରଣରୁ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ।

ଦୟାକରି ପିଲାଙ୍କୁ କୁହନ୍ତୁନି ଏମିତି…

ଏହି ସବୁ ଶବ୍ଦ ବ୍ୟବହାର କରନ୍ତୁ ନାହିଁ

ଶିଶୁଙ୍କ ବୟସ ଅନୁସାରେ ତାଙ୍କ ଲାଳନପାଳନ କରିବା ଏକ ସମ୍ବେଦନଶୀଳ ଏବଂ ସୁକ୍ଷ୍ମ ପ୍ରକ୍ରିୟା,  ଯାହା ବାସ୍ତବିକ ଦୁନିଆ ପାଇଁ ତାଙ୍କୁ ପ୍ରସ୍ତୁତ କରିବାର ଏକ ନିରନ୍ତର ପ୍ରୟାସ । ମାତା ପିତାଙ୍କୁ ସଠିକ୍ ଉଦାହରଣ ପ୍ରସ୍ତୁତ କରିବା, ଶିଶୁଙ୍କୁ ଭଲ ଭାଷା ଶିଖାଇବା ପାଇଁ କିଛି ସରଳ ଉପାୟ ଆପଣେଇବାକୁ ପଡ଼ିବ । ଯେତେବେଳେ ଶିଶୁ ବଢ଼ିଲା ବୟସରେ ଥାଏ, ମାତା ପିତା ବ୍ୟବହାର କରୁଥିବା ଶବ୍ଦ ଗୁଡ଼ିକ ତାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ସେଥିପାଇଁ କୁହାଯାଏ ଯେ ଶିଶୁ ମାନଙ୍କ ଆଗରେ ଅତି ସଞ୍ଜମତା ଏବଂ ସତର୍କ ହୋଇ କଥା ହେବା ଉଚିତ ।  

ପଜିଟିଭ ପ୍ୟାରେଣ୍ଟିଂ

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଶିଶୁ ମାନେ ଖୁବଶୀଘ୍ର କଥା ଏବଂ ଆଚରଣକୁ ଗ୍ରହଣ କରିଥାନ୍ତି । ତେଣୁ ଶିଶୁର କଥାବାର୍ତ୍ତା ଏବଂ ଆଚରଣ ତାଙ୍କ ମସ୍ତିସ୍କ ବିକାଶ ଉପରେ ଗୁରୁତ୍ୱ ବହନ କରେ । ଖରାପ କଥା ବା ଅଭଦ୍ର ଭାଷା କହିବାରୁ ତ ମାତାପିତା ମାନେ ଶିଶୁଙ୍କୁ ଆକଟ କରିଥାନ୍ତି । କିନ୍ତୁ ତା ବାଦ୍ ଆହୁରି ଅନେକ ଶବ୍ଦ ରହିଛି ଯାହା ଶିଶୁଙ୍କ ମସ୍ତିଷ୍କ ପ୍ରଭାବିତ କରିଥାଏ । ତେବେ ଜାଣନ୍ତୁ କଣ ସେ ଶବ୍ଦ ଗୁଡ଼ିକ…

୧.  ନଷ୍ଟ କରିଦେବା (Spoiled)

ଯଦି ଏପରି କିଛି ପରିସ୍ଥିତି ଆସିଲା ଓ ଆପଣ ଶିଶୁ ସହିତ କଥା ହେଉଛନ୍ତି ତେବେ ‘ନଷ୍ଟ’  (Spoiled) ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ଉଦାହରଣ-

୧. ମୁଁ ଘର ସଜାଡ଼ିକି ଯାଇଥିଲି, କିନ୍ତୁ ତୁ ସବୁ ନଷ୍ଟ କରିଦେଲୁ’ ।

୨. ‘ତୋ ପାଇଁ ମୁଁ ମୋ ଲାଇଫ, କ୍ୟାରିୟର ସ୍ପଏଲ କରିଦେଲି ।‘

ଏଭଳି ଶବ୍ଦକୁ ବୁଝିବାର ସାମର୍ଥ୍ୟ ଶିଶୁ ମାନଙ୍କ ପାଖରେ ନଥାଏ । ଏହା ତାଙ୍କ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇବା ସହିତ ଆଗାମୀ ଦିନରେ ଆପଣଙ୍କ ପାଖରେ ଖୋଲିକି କିଛି କଥା ହେବା ପାଇଁ କୁଣ୍ଠାବୋଧ କରିବେ ।

୨. ଚାଲାକ ( Smart )

ଶିଶୁ ମାନଙ୍କୁ ତାଙ୍କ ବୁଦ୍ଧିର ପ୍ରଂଶସା କରିବା ଭଲ କଥା, କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ସ୍ମାର୍ଟ କହିବା ଦ୍ୱାରା ତାଙ୍କ ବାସ୍ତବିକ ପରିଶ୍ରମ ତାଙ୍କ ଠାରୁ ଛଡ଼େଇ ନେଲା ପରି ହୋଇଥାଏ । ଏହା ଦ୍ୱାରା ତାଙ୍କୁ ଏହା ବିଶ୍ୱାସ କରିବା ପାଇଁ ବାଧ୍ୟ କରାଯାଇଥାଏ ଯେ ସେ ସ୍ୱତନ୍ତ୍ର ବୁଦ୍ଧି ସହିତ ଜନ୍ମ ହୋଇଛନ୍ତି ଏବଂ ସେ ଅନ୍ୟ ଶିଶୁ ମାନଙ୍କ ତୁଳନାରେ ଭିନ୍ନ ।

 ୩. ବୋକା ( Stupid )

ଶିଶୁ ମାନଙ୍କ ‘ବୋକା’ ଭଳି ନକାରାତ୍ମକ ଶବ୍ଦରେ ଡାକିବା ତାଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ତାଙ୍କୁ ରାଗରେ ହେଉ କିମ୍ବା ଥଟ୍ଟାରେ ଏଭଳି ଶବ୍ଦ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।

୪. ରାଜକୁମାରୀ/ ହିରୋ ( Princess/Hero)

ମନବିଜ୍ଞାନୀଙ୍କ ଅନୁସାରେ, ପିଲାଙ୍କୁ ରାଜକୁମାରୀ କିମ୍ବା ହିରୋ ଭଳି ଶବ୍ଦର ବ୍ୟବହାର ଫଳରେ ସେମାନେ ନିଜକୁ ଏକ ସ୍ୱତନ୍ତ୍ର ଭାବନା ରାଇଜରେ ରହିବା ଭଳି ମନେ କରନ୍ତି । ଆଇଡେଣ୍ଟିଟି ଏବଂ ଜେଣ୍ଡର ସମ୍ବର୍ଦ୍ଧିତ ତଥ୍ୟ ଜାଣିବା ପୂର୍ବରୁ ତାଙ୍କୁ ଏଭଳି ଶବ୍ଦ କୁହନ୍ତୁ ନାହିଁ ।

ନାଗରିକତା ସଂଶୋଧନ ବିଲ୍ ୨୦୧୯ କ’ଣ ? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲ୍‌ ୨୦୧୯କୁ ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତ ୪ ଡିସେମ୍ୱରରେ ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୯କୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ । ଏହି ବିଲ୍‌କୁ କିଛି ଦଳ ସମର୍ଥନ କରୁଥିବା ବେଳେ ଏହାକୁ କିଛି ଦଳ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରିଛନ୍ତି ।

ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଏହାକୁ ବିରୋଧ କରି ଦିଲ୍ଲୀସ୍ଥିତ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ପାର୍ଲାମେଣ୍ଟରେ ମଧ୍ୟ ଆରମ୍ଭରୁ ଜୋରଦାର ଆଲୋଚନା ହୋଇଥିଲା । ତେବେ ୨୦୧୬ ଜୁଲାଇ ୧୯ ତାରିଖରେ ଲୋକସଭାରେ ଏନେଇ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା ।

ଅପରପକ୍ଷରେ ଆସାମ୍‌ରେ ଏହି ବିଲ୍‌କୁ ନେଇ ତୀବ୍ର ବିରୋଧ ଦେଖାଦେଇଛି । ଲୋକମାନେ ରାଜରାସ୍ତାକୁ ଆସି ପ୍ରତିବାଦ କରିଛନ୍ତି । ଏଭଳି କି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ଏ ବିଲ୍ କଣ ? କାହିଁକି ଏହାକୁ ଏତେ ବିରୋଧ କରାଯାଉଛି । ସମସ୍ତେ ବିଲ୍ ସଂପର୍କରେ କଣ ଭାବୁଛନ୍ତି । ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ଲାଗୁ ହେବା ପରେ ଏହାକୁ ନେଇ ସମସ୍ତେ ଡରି ଯାଇଛନ୍ତି । କାରଣ ସେଠାରେ ୧୯ ଲକ୍ଷ ଲୋକ ଏବେବି NRC ବାହାରେ ଅଛନ୍ତି ।

ନାଗରିକତା ସଂଶୋଧନ ବିଲ୍‌ ୨୦୧୯ କ’ଣ ?

୧. ନାଗରିକତ୍ୱ ସଂଶୋଧନ ବିଲ୍‌-୨୦୧୯ ଲାଗୁ ହେବା ଫଳରେ ଭାରତରେ ବସବାସ କରୁଥିବା ୬ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭାରତୀୟ ନାଗରିକର ମାନ୍ୟତା ପାଇପାରିବେ । ଅନ୍ୟ ନାଗରିକଙ୍କ ଭଳି ଏମାନଙ୍କର ପରିଚୟ ମଧ୍ୟ ହେବ ଭାରତୀୟ ।

୨. ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସିଥିବା ହିନ୍ଦୁ, ବୁଦ୍ଧ, ଜୈନ, ପାରସି, ଖ୍ରୀଷ୍ଟିଆନ୍‌ ଏବଂ ଶିଖ୍‌ ସମ୍ପ୍ରଦାୟର ଲୋକେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ଲାଗୁ ହେବା ଫଳରେ  ଦ୍ୱାରା ଉପକୃତ ହୋଇପାରିବେ ।

୩. ବର୍ତ୍ତମାନ ଦେଶରେ ପ୍ରଚଳିତ 1955ର ଆଇନ୍ ଅନୁଯାୟୀ ଜଣେ ଭାରତର ନାଗରିକ ହେବା ଲାଗି ଅନୁନ୍ୟ ୧୧ ବର୍ଷ ଧରି ଏଠାରେ ବସବାସ କରୁଥିବା ଦରକାର । ଗତ ୧୪ ବର୍ଷରେ ସେ ୧୧ ବର୍ଷ ଭାରତରେ ରହିଥିବା ଦରକାର । କିନ୍ତୁ ସଂଶୋଧିତ ନୂଆ ଆଇନ୍ ଅନୁସାରେ ଏହାକୁ ହ୍ରାସ କରି ୬ ବର୍ଷ କରାଯାଇଛି ।

୪. ସଂଶୋଧିତ ଆଇନ ଅନୁସାରେ ଭାରତୀୟ ନାଗରିକ ହେବା ପରେ ଜଣେ ନାଗରିକଙ୍କୁ ସମସ୍ତ ଆଇନଗତ ସହାୟତା ସହ ମୌଳିକ ଅଧିକାର ମିଳିପାରିବ । ସବୁ ଯୋଜନା ଏବଂ ସମ୍ବିଧାନ ଅନୁସାରେ ସବୁ ସହାୟତା ମିଳିପାରିବ ।

୫. ଏହି ଆଇନ ଆସିବା ପରେ ବିଶେଷକରି ଉତ୍ତର ପୂର୍ବାଞ୍ଚଳ ଏବଂ ଉତ୍ତର ଭାରତରେ ରହୁଥିବା ଲକ୍ଷାଧିକ ଶରଣାର୍ଥି ଓ ବାହ୍ୟ ପ୍ରବେଶକାରୀଙ୍କୁ ସବୁଦିନିଆ ସୁରକ୍ଷିତ ବାସସ୍ଥାନ ମିଳିପାରିବ ।

ପୂର୍ବରୁ ମଧ୍ୟ ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ଏହାକୁ ଲାଗୁ କରିବାକୁ ପ୍ରୟାସ କରିଥିଲେ । ମାତ୍ର ସେତେବେଳେ ରାଜ୍ୟସଭାରେ ଉପଯୁକ୍ତ ନମ୍ବର ନଥିବାରୁ ଏହା ପାସ୍ ହୋଇପାରିନଥିଲା ।

ଘାତକ ଖୋଜୁଛି ତିହାର ଜେଲ୍, ଦଉଡ଼ି ତିଆରି ପାଇଁ ହେଲାଣି ନିର୍ଦ୍ଦେଶ, ଆଗକୁ କିଏ ପାଇବ ଫାଶୀ ?

ନୂଆଦିଲ୍ଲୀ : ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପରେ ନିର୍ଭୟା ମାମଲାର ଦୋଷୀଙ୍କୁ ଦଣ୍ଡଦେବାକୁ ଦାବି ଜୋର ହୋଇଛି । ଏଭଳି ସ୍ଥିତିରେ ଏବେ ଦେଶରେ ଫାଶୀ ପାଇବାକୁ ଅଛନ୍ତି ୩୭୧ ଜଣ । ସମସ୍ତଙ୍କୁ ଦଣ୍ଡାଦେଶ ହୋଇ ସାରିଥିବା ବେଳେ ବିଭିନ୍ନ କାରଣରୁ ଏମାନଙ୍କୁ ଫାଶୀ ଦିଆଯାଇପାରୁ ନାହିଁ ।


ଜାତୀୟ ଗଣମାଧ୍ୟମ ‘ଦି ନ୍ୟୁଇ ଇଣ୍ଡିଆନ୍ ଏକ୍ସପ୍ରେସ’ର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ସୀମାରେ ଥିବା ବିହାରର ବକ୍ସର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ବେଳେ ବ୍ୟବହାର ହେଉଥିବା ମାନିଲା ଦଉଡ଼ି ପ୍ରସ୍ତୁତ କରିବାକୁ କୁହାଯାଇଛି । ଆବଶ୍ୟକତା ନଥିଲେ ଏଭଳି ଦଉଡ଼ି ପ୍ରସ୍ତୁତ କରାଯାଏ ନାହିଁ ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ଏବେ ବକ୍ସର ଜେଲକୁ ଏହିପରି ୧୦ଟି ଦଉଡ଼ି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଆସିଛି ।

ବିହାରର ବକ୍ସର ଜେଲ୍

୨୦୧୩ ପରେ ପ୍ରଥମ କରି ବକ୍ସର ସେଣ୍ଟ୍ରାଲ୍ ଜେଲକୁ ଦଉଡ଼ି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶେଷଥର ପାଇଁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ଅଜମଲ୍ କସବ ପାଇଁ ଦଉଡ଼ି ତିଆରି କରାଯାଇଥିଲା । ବକ୍ସର ଜେଲର ସୁପରିଟେଣ୍ଡେଣ୍ଟ ବିଜୟ କୁମାର ଆରୋରାଙ୍କ ସୂଚନା ମୁତାବକ, ଭବିଷ୍ୟରେ ଏହି ଦଉଡ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ପାଇଁ ନିର୍ଦ୍ଦେଶ ଆସିଥାଇପାରେ । ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ନଆସିଲେ ଏହାକୁ ସାଧାରଣରେ ତିଆରି କରାଯାଏ ନାହିଁ ।

ଅଫଜଲ ଗୁରୁ

ଏହାସହ ସେ ଆହୁରି କହିଛନ୍ତି ଯେ, ୨୫ ଦିନ ମଧ୍ୟରେ ଏହି ଫାଶୀ ଦଉଡ଼ି ତିଆରି ପାଇଁ କୁହାଯାଇଛି । ଜେ-୩ କଟନ ବ୍ୟବହାର ସହ ଟ୍ବିଷ୍ଟ ଓ ଟର୍କ କୌଶଳ ବ୍ୟବହାର କରି ଏହାକୁ ତିଆରି କରାଯିବ । ୮ ଜଣ ବ୍ୟକ୍ତି ଏହାକୁ ତିଆରି କରିବେ । ଗୋଟିଏ ଗୋଟିଏ ଦଉଡ଼ିରେ ୭ ହଜାର ୨୦୦ ଶହ ସୂତା ବ୍ୟବହାର ହୋଇଥାଏ । ୧୫୦ କିଲୋରୁ ଅଧିକ ଓଜନ ସମ୍ଭାଳିବାର କ୍ଷମତା ରଖିଥାଏ ଏହି ଫାଶୀ ଦଉଡ଼ି । ସାଧାରଣତଃ ୧୬ ଫୁଟର ଲମ୍ବର ଦଉଡ଼ି ପ୍ରସ୍ତୁତ ହୋଇଥାଏ । ୭୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଥାଏ । ଏବେ ୨୦୧୨ ନିର୍ଭୟା ମାମଲାରେ ୪ ଜଣ ଫାଶୀ ଦଣ୍ଡାଦେଶ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟ ଖାରଜ୍ କରିଦେଇଛି । ଅନ୍ୟଜଣେ ଅଭିଯୁକ୍ତ ବିନୟ ଶର୍ମା ଶନିବାର ଦିନ ରାଜକ୍ଷମା ଆବେଦନ ପ୍ରତ୍ୟାହାର କରିଛନ୍ତି ।


ଏପଟେ ଫାଶୀ ଦଉଡ଼ି ପ୍ରସ୍ତୁତ କରିବାକୁ ବକ୍ସର ଜେଲକୁ ନିର୍ଦ୍ଦେଶ ଏବଂ ସେପଟେ ତିହାର ଜେଲରେ ଘାତକ ନଥିବାରୁ ଅନ୍ୟ ରାଜ୍ୟରୁ ଆଣିବାକୁ ଯୋଜନା, ନିକଟରେ କିଛି ବଡ଼ ହେବାର ସଙ୍କେତ ଦେଉଛି । ନିର୍ଭୟା ଘଟଣାରେ ଦୋଷୀ ୪ ଜଣଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଯାଇଛି । ତେବେ ଶେଷଥର ପାଇଁ ୨୦୧୩ରେ ଅଫଜଲ ଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ୧୯୩୦ ମସିହାରୁ ଏହି ଜେଲ୍ ଫାଶୀ ଦଉଡ଼ି ତିଆରି କରିଆସୁଛି ।

ଆଜିର ରାଶିଫଳ(୦୯.୧୨.୨୦୧୯)ସୋମବାର

ଆଜିର ପଞ୍ଚାଙ୍ଗ

ତା୦୯.୧୨.୨୦୧୯ରିଖ, ସୋମବାର

ଆଜି ୨୦୧୯ ମସିହା ଡିସେମ୍ବର ୯ତାରିଖ, ସୋମବାର, ମାର୍ଗଶିର ଶୁକ୍ଲପକ୍ଷ, ସୌରମାସ ବିଛା ୨୩ ଦିନ, ୧୨ଶୀ ତିଥି ନିବା ୯/୫୩ ଗତେ ୧୩ଶୀ, ଦ୍ୱିଜା ନକ୍ଷତ୍ର, ମେଷଚନ୍ଦ୍ର, ପରିଘଯୋଗ, ବୈଳବ କରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିର

ଘାତବାର- ମିଥୁନ ରାଶିର

ଘାତଚନ୍ଦ୍ର- ମେଷ ରାଶିର

ରାହୁକାଳ- ପ୍ରାତଃ ୭/୩୫ମି.ରୁ ଦିବା ୮୫୬ମି.

କାଳବେଳା-ପ୍ରାତଃ ୭୩୫ମି.ରୁ ଦିବା ୮୫୬ମି.

ଶୁଭବେଳା- ଦିବା ୯୦୭ମି.ରୁ ଦିବା ୧୧୧୭ମି.

ପର୍ବପର୍ବାଣୀ- ସୋମ ପ୍ରଦୋଷବ୍ରତ, ବ୍ୟଞ୍ଜନ ଦ୍ୱାଦଶୀ, ଅନଙ୍ଗ ତ୍ରୟୋଦଶୀ

ଆଜିର ରାଶିଫଳ

ମେଷ- ଆଜି ଦିନଟି ବହୁତ ଭଲରେ କଟିବ । ମାନ ସମ୍ମାନ ପ୍ରାପ୍ତି ହେବେ ।  ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ଅନ୍ୟର ଦୁଃଖରେ ଦୁଃଖି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ବୃଷ- ସାମାନ୍ୟ ଭାବରେ ଅସୁସ୍ଥତା ଦେଖାଦେଇପାରେ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ବନ୍ଧୁବର୍ଗଙ୍କ ବିରୋଧି ହେବେ । କୌଣସି ପାରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

ମିଥୁନ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ । କଳା, ସଂଗୀତ, ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ଯ଼ୋଗ ରହୁଛି ।

କର୍କଟ– ଉଦ୍ୟମ ବଳରେ ଅସମ୍ଭବକୁ ସମ୍ଭବ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ଯାନବାହନ ଭୂ-ସମ୍ପଦ ପ୍ରାପ୍ତି ଯୋଗ ରହିଛି । ପାରିବାରିକ ଜୀବନ ସୁଖରେ କଟିବ ।

ସିଂହ- କର୍ମ କ୍ଷେତ୍ରରେ ଯଶ ଖ୍ୟାତି ସମ୍ପନ୍ନ ହେବେ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଧନ ଆଗମନ ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା– ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିବ । କୌଣସି ସ୍ଥିର ନିଷ୍ପତି ନେବାରେ ସକ୍ଷମ ହୋଇନପାରନ୍ତି । ଗୃହରେ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ଆୟ ଠାରୁ ବ୍ୟୟର ମାତ୍ରା ବୃଦ୍ଧି ହେବ ।

ତୁଳା– ମାଲି ମକଦ୍ଦମା କାର୍ଯ୍ୟରେ ବିଜୟୀ ହେବେ । ଗୃହ ପାରିବାରିକ ଜୀବନ ସୁଖମୟ ହେବ । ସାମାଜିକସ୍ତରରେ ମାନସମ୍ମାନର ଅଧିକାରୀ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟର ସମ୍ପାଦନ ହେବ ।

ବିଛା- ସତ୍ୟ କଥା କହି ଅପ୍ରିୟ ହେବେ ।  ବନ୍ଧୁବର୍ଗ ମାନେ ଇର୍ଷା କରି ପାରନ୍ତି । ଅର୍ଥ ଲାଭର ସୂଚନା । ମାନସିକ ସ୍ଥିତି ଶାନ୍ତ ରହିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ଧନୁ-   କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଆୟଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ମକର- ମାନସିକ ଅବସାଦ ମଧ୍ୟରେ ଦିନଟି କଟିବ । ଚଞ୍ଚଳମନା ହେବେ । ନିଷ୍ଠାର ଅଭାବ ପରିଲକ୍ଷିତ ହେବ । ଆଳସ୍ୟତା କାରଣରୁ କ୍ଷତି ସହିବେ ।

କୁମ୍ଭ- ଚିନ୍ତା କରୁଥିବା କାର୍ଯ୍ୟ ବାଧାପ୍ରାପ୍ତ ହେବ ।  ଆର୍ଥିକ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ପାରିବାରିକ ଜୀବନ ବିଷାଦପୂର୍ଣ୍ଣ ହେବ ।

ମୀନ- ଆନନ୍ଦ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ ।  ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟରେ ଲାଭବାନ ହେବେ ।