spot_img
Home Blog Page 7589

ପେଟ୍ରୋଲ ଦର ବାଟବଣା, ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ପିଆଜ ଦରବୃଦ୍ଧିକୁ ନେଇ ହୋହାଲ୍ଲା ଚାଲିଥିବା ବେଳେ ଏବେ ପେଟ୍ରୋଲ ଦରବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ।

ରାଜଧାନୀ ଦିଲ୍ଲୀରେ ଏକ ବର୍ଷ ପରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ହୋଇଛି । ଏବଂ ଡିଜେଲର ଦାମ ଲିଟର ପିଛା ୬୬.୦୪ ଟଙ୍କା ହୋଇଯାଇଛି । ପ୍ରଥମେ ପିଆଜ ଓ ପରେ ପେଟ୍ରୋଲ ଓ ଡିଜେଲର ଦାମରେ ଏଭଳି ବୃଦ୍ଧିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦରବୃଦ୍ଧି ପାଇଁ ଜନତା ବହୁ ଅସୁବିଧାୟ ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଜାଗାରେ ପିଆଜ କିଲୋ ପ୍ରତି ୨୦୦ ଟଙ୍କାରେ ପହଞ୍ଚି ଯାଇଥିବାବେଳେ ପୋଟ୍ରୋଲ ଦର ବୃଦ୍ଧି ହୋଇ ୭୫ ଟଙ୍କାରେ ପହଞ୍ଚିଛି । ମୋଦି ସରକାର ନିଦ୍ରା ଅବସ୍ଥାରେ ଥିବା ଜଣାପଡ଼ୁଛି ।’

ଜଣାଇ ରଖିଛୁ ଯେ, ଗତ ବର୍ଷ ୨୪ ନଭେମ୍ବରରେ ପେଟ୍ରୋଲର ଦାମ ଲିଟର ପିଛା ୭୫.୨୫ ଟଙ୍କା ଥିଲା । ତା’ ପରେ ଆଜି ପେଟ୍ରୋଲ ଦର ୭୫ରେ ପହଞ୍ଚିଛି । ପେଟ୍ରୋଲର ଦାମରେ ସୋମବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପାଞ୍ଚ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି ଏବଂ ଡିଜେଲର ଦାମ ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ୧୦ ପଇସା ଏବଂ ଚେନ୍ନାଇରେ ୧୧ ପଇସା ବୃଦ୍ଧି ପାଇଛି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରେଲର ଦାମ ବଢ଼ି ୭୫ ଟଙ୍କା, ୭୭.୬୭ ଟଙ୍କା, ୭୭.୯୭ ଟଙ୍କା ପ୍ରତି ଲିଟର ହୋଇଯାଇଛି । ଚାରୋଟି ମହାନଗରରେ ଡିଜେଲର ଦାମ ୬୬.୦୪ ଟଙ୍କା, ୬୮.୪୫ ଟଙ୍କା, ୬୯.୨୭ ଟଙ୍କା, ୬୯.୮୧ ଟଙ୍କା ଲିଟର ପ୍ରତି ହୋଇଯାଇଛି ।

ଏହି ବିଜେପି ଶାସିତ ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ଏତେ, ସ୍ଥାପିତ ହେବ ୧୦୦ରୁ ଅଧିକ ଫାଷ୍ଟ ଟ୍ରାକ କୋର୍ଟ

ଲକ୍ଷ୍ନୌ: ଉନ୍ନାଓରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିଦେବା । ଲକ୍ଷ୍ନୌରେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିବା । ରାତି ପାହିଲେ ଏମିତି ଉତ୍ତର ପ୍ରଦେଶରେ ଘଟୁଛି ଏମିତି ବର୍ବୋରଚିତ କାଣ୍ଡ । ଯାହା ପାଇଁ ବଦନାମ ମୁଣ୍ଡାଇଛି ଯୋଗୀ ସରକାର । ନାରୀ ନିର୍ଯାତନା ରୋକିବା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଉତ୍ତରପ୍ରଦେଶ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ୨୧୮ଟି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନକୁ ମଞ୍ଜୁରୀ ଦେଇଛି ଯୋଗୀ କ୍ୟାବିନେଟ୍ ।ସ୍ଥାପନ ହେବାକୁ ଥିବା ୨୧୮ଟି ଫାଷ୍ଟ ଟ୍ରାକ୍ କୋର୍ଟ ମଧ୍ୟରୁ କେବଳ ୧୪୪ଟି କୋର୍ଟରେ ଦୁଷ୍କର୍ମ ସମ୍ପର୍କିତ ମାମଲାର ବିଚାର କରାଯିବ । ୭୪ଟି ଅଦାଲତରେ ପକ୍ସୋ ସମ୍ପର୍କିତ ମାମଲାର ନିୟମିତ ଶୁଣାଣି ହେବ ।ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ୨୦୧୭ ତଥ୍ୟ ଅନୁଯାୟୀ, ଦେଶରେ ସର୍ବାଧିକ ମହିଳା ହିଂସା ଉତ୍ତରପ୍ରଦେଶରେ ହେଉଛି । ଦେଶରେ ମୋଟ ୩ ଲକ୍ଷ ୫୯ ହଜାର ମହିଳା ହିଂସା ମଧ୍ୟରୁ ଉତ୍ତରପ୍ରଦେଶରେ କେବଳ ୫୬ ହଜାର ୧୧ଟି ମାମଲା ହୋଇଛି ।

https://nandighoshatv.comunnao-rape-victim-died-in-delhi-hospital/

ଏପରିକି ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ନେତା କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି ।

https://nandighoshatv.comlast-word-of-unnao-victim-in-medical-bed/

୬ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନୂଆ ଡିଜିପିଙ୍କ ନଜର

କଟକ: ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭୟ । ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ଅଭୟ ଆଜି ଡିଜିପି ଭାବେ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି । ଅନ୍ତରୀଣ ଡିଜିପି ସତ୍ୟଜିତ୍ ମହାନ୍ତି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୋଲିସ ମୁଖ୍ୟାଳୟରେ ଅଭୟଙ୍କୁ ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ଦାୟିତ୍ୱ ଗ୍ରହଣ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଅଭୟ ଫୋକସ୍ କରିଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବ । 5T ଆଧାରରେ ପୋଲିସ ବ୍ୟବସ୍ଥାରେ ସ୍ୱଚ୍ଛତା, ଅଭିଯୋଗକାରୀଙ୍କୁ ପ୍ରାଥମିକତା ଦେଇଛନ୍ତି ନୂଆ ପୋଲିସ ଡିଜି ଅଭୟ ।

ଦିନକୁ ଦିନ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଉପରେ ଡିଜିପି ଫୋକସ୍ କରିଛନ୍ତି । ନାରୀଙ୍କୁ ସୁରକ୍ଷା ସହ ଶସକ୍ତକରଣ ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ରାଜ୍ୟରେ ମାଓବାଦ ସମସ୍ୟା ଉପରେ ଧ୍ୟାନ ଦିଆଯିବ । ଗତ ୫ରୁ ୧୦ ବର୍ଷ ମଧ୍ୟରେ ମାଓ କାର୍ଯ୍ୟକଳାପ କମିଛି । ମୂଳ ଉତ୍ପାଟନ ଲାଗି ପଦକ୍ଷେପ ନିଆଯିବ ।

ସେହିପରି ସଙ୍ଗଠିତ ଅପରାଧ ରୋକିବା ପାଇଁ ପୋଲିସ ମାଫିଆ ଦମନ ଅଭିଯାନ ଆରମ୍ଭ କରିବ । ରାଜ୍ୟ ପୋଲିସର ତଦନ୍ତ ପ୍ରଣାଳୀକୁ ଆହୁରି ଉନ୍ନତ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଜିପି ଅଭୟ ।

https://nandighoshatv.com1996-batch-ips-abhaya-will-join-as-odisha-dgp-soon/

ଏହା ପୂର୍ବରୁ ଅଭୟ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

https://nandighoshatv.com1986-batch-ips-abhay-appointed-as-odisha-dgp/

https://youtu.be/Ba9rthkFGlI

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ଉପରେ ଓଲଟି ପଡ଼ିଲା କ୍ରୋମାଇଟ ବୋଝେଇ ଟ୍ରକ

ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସଡ଼କ ଦୁର୍ଘଟଣା। ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍ ବୋଝେଇ ଟ୍ରକ୍। ଫଳରେ ଦମ୍ପତି ଉକ୍ତ କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ।

ପରେ ନିକଟରେ ଥିବା ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି କ୍ରମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଉକ୍ତ ବ୍ୟକ୍ତିଙ୍କର ଗୋଡ ୨ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଦମ୍ପତି ତାଳଜଙ୍ଗା ଗ୍ରାମର ବୋଲି ଜଣାପଡିଛି। ତେବେ ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

 

ଉପନିର୍ବାଚନରେ ୟେଦିଙ୍କୁ ଆଶ୍ୱସ୍ତି, ୧୫ ଆସନରୁ ୧୨ଟିରେ ବିଜେପିର ବାଜିମାତ୍

ବେଙ୍ଗଳୁରୁ: ସଫଳ ହେଲା ବିଜେପି । କର୍ଣ୍ଣାଟକରେ ହୋଇଥିବା ଉପନିର୍ବାଚନରେ ବିଜେପିର ବଡ଼ ବିଜୟ । ଗଡ଼ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି ବିଏସ୍. ୟେଦିୟୁରପ୍ପା । ୧୫ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ କଂଗ୍ରେସ-ଜେଡିଏସକୁ କଡ଼ା ଟକ୍କର ଦେଇଛନ୍ତି । ୧୨ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ପୁଣି ବହୁମତ ହାସଲ କରିବାରେ ଦଳ ସକ୍ଷମ ହୋଇଛି । ବିଜେପି ପାଖରେ ଏବେ ୧୦୫ ବିଧାୟକଙ୍କ ସହ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ବହୁମତ ପାଇଁ ଦଳକୁ ଆଉ ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା । ଉପନିର୍ବାଚନରେ ଏହି ବିଜୟ ଦଳକୁ ସ୍ଥିର ସରକାର ସହ ୟେଦିୟୁରପ୍ପାଙ୍କ ଗାଦିକୁ ସୁରକ୍ଷା ଦେଇଛି ।

କଂଗ୍ରେସ ପ୍ରାର୍ଥୀ ୨ଟି ଆସନରେ ବିଜୟ ଲାଭ କରିଛନ୍ତି । ଦଳୀୟ କର୍ମୀ ବିଜୟ ଉତ୍ସବ ମନାଇଛନ୍ତି । ଉପନିର୍ବାଚନ ହୋଇଥିବା ୧୫ ଆସନ ମଧ୍ୟରୁ ୧୨ଟି ପୂର୍ବରୁ କଂଗ୍ରେସ ପାଖରେ ଥିଲା । ଏହା ଏବେ ବିଜେପି ଖାତାକୁ ଚାଲିଆସିଛି । ଜନମତକୁ ସମ୍ମାନ ଦେଇ ବିରୋଧୀ ଦଳ ପଦନେତାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ସିଦ୍ଧରମୈୟା ।

https://nandighoshatv.comkarnataka-by-election-counting-today-yediyurappa-faces-big-test/

ଫିନଲ୍ୟାଣ୍ଡର ୩୪ ବର୍ଷୀୟ ସନା ମାରିନ୍ ବନିଲେ ଦୁନିଆର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ଫିନଲ୍ୟାଣ୍ଡ: ଫିନଲ୍ୟାଣ୍ଡର ସୋସିଆଲ ଡେମୋକ୍ରେଟିକ୍ ଦଳ ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ୩୪ ବର୍ଷୀୟ ପୂର୍ବ ପରିବହନ ମନ୍ତ୍ରୀ ସନା ମରିନଙ୍କୁ ଚୟନ କରିଛି । ରବିବାର ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଚି । ଏନ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ମରିନ୍ ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ମରିନ୍ ଏବେ ମହିଳା ନେତୃତ୍ୱାଧୀନ ପାଞ୍ଚଟି ଦଳର ମିଳିତ ସରକାରର ନେତୃତ୍ୱ ନେବେ ।

ଏହାସହ ମରିନ୍ ଫିନଲ୍ୟାଣ୍ଡ କାହିଁକି ସାରା ବିଶ୍ୱର ରାଜନୈତିକ ଇତିହାସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି ।

ଜାକିଣ୍ଡା ଆର୍ଚନ ୩୯ ବର୍ଷ ବୟସରେ ନିଉଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ୟୁକ୍ରେନର ପ୍ରଧାନମନ୍ତ୍ରୀ ଓଲେକ୍ସି ହୋଞ୍ଚାରୁକ୍ ୩୫ ବର୍ଷରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।