spot_img
Home Blog Page 7585

ମୂଷା ପଛରେ ପଡ଼ିଛି ରେଳବାଇ, ୩ ବର୍ଷରେ ଖର୍ଚ୍ଚ ହେଲାଣି …

0

ମୁମ୍ବାଇ: ଆପଣ ମୂଷା ମାରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଖୁବ୍ ବେଶୀରେ ୧୦୦ କି ଦେଢ଼ ଶହ । କିନ୍ତୁ ୱେଷ୍ଟର୍ଣ୍ଣ ରେଲଓ୍ୱେ ମୂଷା ମାରିବାକୁ ଦେଢ଼ କୋଟି ଖର୍ଚ୍ଚ କରିସାରିଲାଣି । 

ମୁମ୍ବାଇର ରେଳଧାରଣା ପାଇଁ ଏବେ କାଳ ପାଲଟିଛନ୍ତି ମୂଷା । ମୂଷା ରେଳଧାରଣା କଡ଼େ କଡ଼େ  ଯାଇଥିବା କେବଲ କାଟି ପକାଇବାର ସମ୍ଭାବନା ରହିଥାଏ । ଏହି ସବୁ ଅସୁବିଧାକୁ ରୋକିବା ପାଇଁ ରେଳ ବିଭାଗ ରୋଡେଣ୍ଟ କଣ୍ଟ୍ରୋଲ ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଛି । ଏନେଇ ରୋଡେଣ୍ଟ କଣ୍ଟ୍ରୋଲ ୩ ବର୍ଷ ମଧ୍ୟରେ ୧କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି । ସବୁଠାରୁ ବଡ଼ କଥା ହେଉଛି ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମାତ୍ର ୫ହଜାର ୪୫୭ଟି ମୂଷା ମରିଛନ୍ତି ।

ଏଭଳି ସୂଚନା ଦେଇଛି ମୁମ୍ବାଇର ଆରଟିଆଇ ବିଭାଗ । ଯଦି ଆମେ ହିସାବକରିବା ତେବେ ପ୍ରତି ଦିନ ୫ଟି ମୂଷା ମାରିବା ପାଇଁ ଖର୍ଚ୍ଚ ହେଉଛି ଦିନକୁ ୧୪ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ମୂଷା ପିଛା ଖର୍ଚ୍ଚ ହେଉଛି ୨୮୦୦ ଟଙ୍କା । ରେଳ ବିଭାଗ କହିଛି ରୋଡେଣ୍ଟ କଣ୍ଟ୍ରୋଲକୁ ଠିକାରେ ଦାୟିତ୍ୱ ଦିଆଯାଇଛି ବୋଲି ଏତିକି ଟଙ୍କା ଖର୍ଚ୍ଚ ହେଉଛି ।

ରାଜ୍ୟରେ ଖୋଲିବ ୪୫ଟି ଫାଷ୍ଟ୍‌ ଟ୍ରାକ୍ କୋର୍ଟ

ଭୁବନେଶ୍ୱର: ଏଣିକି ଖୁବ୍‌ଶୀଘ୍ର ପୀଡ଼ିତାଙ୍କୁ ମିଳିବ ନ୍ୟାୟ । ଏନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ଟି ନୂଆ ଫାଷ୍ଟ ଟ୍ରାକ୍‌ କୋର୍ଟ । କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋକ୍ସୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ହାଇକୋର୍ଟରେ ଫଇସଲା ନହୋଇ ପଡ଼ିରହିଥିବା ମାମଲା ଉପରେ ସୂଚନା ଦେଇ କହିଛନ୍ତି, ହାଇକୋର୍ଟରେ ବର୍ତ୍ତମାନ ୧୪ ବିଚାରପତି ପଦବୀ ଖାଲି ଅଛି । ଆମେ ଚାହୁଁଛୁ ଏହା ତୁରନ୍ତ ପୂରଣ ହେଉ ଫଳରେ ଲୋକଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ ।

୨୨ ମାସ ପରେ କାହିଁକି ଖୋଳା ହେଲା କଫିନ୍ ?

0

ଫୁଲବାଣୀ: ୨୨ ମାସ ପରେ ଖୋଳା ହେଲା କବର । ବାହାରିଲା କଙ୍କାଳ । ବାଲିଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବର ଖୋଳାଯାଇ କଙ୍କାଳ ବାହାର କରାଯାଇଛି । ଏହି ଘଟଣା ଜି.ଉଦୟିଗିରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।୨୦୧୮ ମସିହା ଫେବ୍ରୁଆରୀ ୧ ତାରିଖରେ ଜି.ଉଦୟଗିରି ବ୍ଲକ ମଲ୍ଲିକପଡ଼ା ପଞ୍ଚାୟତ କୁମ୍ଭାରକୁପାର ଏନ୍ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଥିଲା । ଫ୍ୟାନରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ତେବେ, ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।ଏନେଇ ପରିବାର ଲୋକ କନ୍ଧମାଳ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ମାମଲାରେ ବାଲିଗୁଡ଼ା ଏସଡିଜେଏମ୍ କବର ଖୋଳିବାକୁ ନିର୍ଦ୍ଦେଶ ଦେବା ପରେ କଙ୍କାଳକୁ ବାହାର କରାଯାଇ ସାଇଣ୍ଟିଫିକ୍ ଟିମକୁ ହସ୍ତାନ୍ତର କରାଯାଇଛି ।

ଆସିଲା ଛପ୍ପାକ୍ ଟ୍ରେଲର, ସ୍ତବ୍ଧ ହେଲେ ଦର୍ଶକ

ନାକ୍ ନେହିଁ ହୈ,କାନ୍ ନେହିଁ ହୈ,ଅବ୍ ଝୁମକେ କାହାଁ ଲଟକାଉଙ୍ଗି?
ଏଇ ଗୋଟିଏ ବାକ୍ୟ ଯଥେଷ୍ଟ ମାଳତୀର ଦୁଃଖକୁ ଅନୁଭବ କରିବା ପାଇଁ । କରେଣ୍ଟ ଏରାର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅପକମିଂ ଚଳଚ୍ଚିତ୍ର ଛପ୍ପକ୍ ରିଲିଜ ହୋଇଛି । ଟ୍ରେଲର ଦେଖିବା ପରେ ସ୍ତବ୍ଧ ହୋଇଛନ୍ତି ଦୀପିକାଙ୍କ ପ୍ରଶଂସକ । ସିନେମାରେ ଏସିଡ଼୍ ଆଟାକର ବଳିଷ୍ଠ କାହାଣୀ ଆପଣଙ୍କ ଅପେକ୍ଷାକୁ ବାନ୍ଧି ରଖିବ ସତ ହେଲେ ଦୀପିକାଙ୍କ ଲୁକ୍ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଟ୍ରେଲର ଦେଖିଲେ ହି ଆପଣ ନିଜେ ଅନୁମାନ ଲଗାଇପାରିବେ ଏସିଡ଼ ଆଟାକର ସମ୍ମୁଖୀନ ହୋଇଥିବା ପୀଡ଼ିତା କେତେ ମାତ୍ରାରେ ଯନ୍ତ୍ରଣା ସହିଥିବେ, ଜୀବନ ଯୁଦ୍ଧରେ ବାଜି ଜିତିବା ପାଇଁ ମାନସିକ ଭାବରେ କେତେ ପ୍ରସ୍ତୁତ ହୋଇଥିବେ, ପୋଡ଼ିଯାଇଥିବା ନିଜ ଚେହେରାକୁ ସମାଜ ଆଗରେ କିଭଳି ଦେଖାଇଥିବେ ।


ତେବେ ସିନେମାରେ ଦୀପିକା ମାଳତୀ ଚରିତ୍ରରେ ନଜର ଆସିବେ । ଦୀପିକା କୁହନ୍ତି ଜୀବନରେ ସେ ଅନେକ ଚଳଚ୍ଚତ୍ର କରିଛନ୍ତି ଏବଂ ଆଗକୁ ମଧ୍ୟ ଅଭିନୟର ଯାତ୍ରା ଜାରି ରଖିବେ, ତେବେ ଛପ୍ପକ ତାଙ୍କ ଜୀବନରେ ଏକ ଅବିସ୍ମରଣୀୟ ଅଧ୍ୟାୟ । ମେଘନା ଗୁଲଜରଙ୍କ ନିର୍ଦ୍ଦେଶିତ ଏବଂ ସତ୍ୟ ଘଟଣା ଉପରେ ଆଧାରିତ  ଏ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ  । ତେବେ ୧୦ଜାନୁୟାରୀ ୨୦୨୦ରେ ବଡ଼ପରଦାରେ ରିଲିଜ ହେବ ଛପ୍ପକ୍ ।

ସର୍ବସାଧାରଣରେ ମୋବାଇଲ ଚାର୍ଜ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଚୋରି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

0

ଆଜିର ଯୁଗରେ ଫୋନ୍ ଯେପରି ଆମ ନିତିଦିନିଆ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି । ଡିଜିଟାଲ ଯୁଗରେ ସମସ୍ତେ ପ୍ରାୟ ମୋବାଇଲ ଉପରେ ନିର୍ଭରଶୀଳ । ଫୋନରେ କଥା ହେବାଠୁ ଆରମ୍ଭ କରି ମନି ଟ୍ରାଞ୍ଜାକ୍ସନ୍, ସୋସିଆଲ ମିଡିଆ, ଇ-ମେଲ, ବ୍ୟାଙ୍କ ତଥ୍ୟ ଆଦି ସବୁ କାମ ଏବେ ମୋବାଇଲର ଏକ କ୍ଲିକରେ ।

ତେବେ ଫୋନ ବ୍ୟବହାର ସହିତ ସବୁବେଳେ ଯେପରି ଏଥିରେ ଚାର୍ଜ ରହିବ ସେଥିପ୍ରତି ମଧ୍ୟ ସମସ୍ତେ ସଜାଗ ଥାଆନ୍ତି । ଏଣୁ ଫୋନରେ ଚାର୍ଜ ସରିଲା ମାତ୍ରେ ଚାର୍ଜ କରିବାକୁ ଲୋକେ ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି । ଅନେକ ଥର ଏଭଳି ହୋଇଥାଏ କି ଯାତାୟତ ସମୟରେ ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରିବାର ଆବଶ୍ୟକତା ପଡ଼ିଥାଏ ।

କିନ୍ତୁ ସାବଧାନ ହୋଇ ଯାଆନ୍ତୁ –

ସର୍ବସାଧାରଣରେ ଫୋନ୍ ଚାର୍ଜ କରିବା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ମୋବାଇଲରୁ ଗୋପନୀୟ ତଥ୍ୟ ସଂଗ୍ରହ କରିନେବେ । ଯେପରିକି ଆପଣଙ୍କ ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେବେ ।

ଏଭଳି ସଂକଟରୁ ବଞ୍ଚିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଟ୍ୱିଟ ଯୋଗେ ଲୋକମାନଙ୍କୁ ସାବଧାନ ହେବାକୁ ପରାମର୍ଶ ଦେଇଛି । ବ୍ୟାଙ୍କ କହିଛି, ‘କୌଣସି ସର୍ବସାଧରଣ (ପବ୍ଲିକ ପ୍ଲେସ )ରେ ଫୋନ ଚାର୍ଜ କରିବା ପୂର୍ବରୁ ଥରୁଟିଏ ଭାବନ୍ତୁ । ଏଭଳି କରିବା ଦ୍ୱାରା ଆପଣ ହ୍ୟାକର୍ସ ମାନଙ୍କୁ ସୁଯୋଗ ଦେଉଛନ୍ତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିବା ପାଇଁ । ଫୋନରେ ଥିବା ବ୍ୟାଙ୍କ ତଥ୍ୟ , ଇମେଲ ଓ ସୋସିଆଲ ନେଟୱର୍କର ପାସୱାର୍ଡ ଆଇଡିକୁ ହ୍ୟାକର୍ସମାନେ ଚୋରାଇ ନେଇ ଯାଇପାରନ୍ତି । ଏୟାରପୋର୍ଟ, ରେଳ ଷ୍ଟେସନ , ଟ୍ରେନ କିମ୍ବା ହୋଟେଲରେ ଫୋନ୍ ଚାର୍ଜ କରନ୍ତୁ ନାହିଁ ।’

https://nandighoshatv.comsecurity-issue-in-android-mobiles/

ଝିଅକୁ କାଟି ଖଣ୍ଡ ଖଣ୍ଡ କଲା ବାପା

0

ମୁମ୍ବାଇ: ଅନର କିଲିଙ୍ଗର ଶିକାର ହୋଇଛି ଆଉ ଏକ ଝିଅ । ଆଉ ତାକୁ ହତ୍ୟା କରିଛି ନିଜ ବାପ । ଯୋଉ ଝିଅ ଦିନେ ବାପର ଜୀବନ ଥିଲା ସେଇ ଝିଅକୁ କାଟି ଖଣ୍ଡ ଖଣ୍ଡ କରିଛି ବାପ । ମୁମ୍ବାଇର ଏହି ଘଟଣା ଏବେ ଲୋକଙ୍କ ଆଖିରୁ ଲୁହ ନିଗାଡ଼ୁଛି ।

ଘଟଣା ଘଟିଛି ତିତୱାଲାର ଇନ୍ଦିରା ନଗରଠାରେ । ଅଭିଯୁକ୍ତ ବାପା ଅରବିନ୍ଦ ତିୱାରିଙ୍କ  ଝିଅ ପ୍ରିନ୍ସି ଏକ ପୁଅକୁ ଭଲ ପାଉଥିଲେ ଆଉ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ପୁଅ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ଅରବିନ୍ଦ ଅରାଜି ଥିଲେ । କିନ୍ତୁ ଝିଅ ସେଇଠି ବିବାହ କରିବାକୁ ଜିଦ୍ ଧରିବାରୁ ଅରବିନ୍ଦ କ୍ରୋଧ ନିୟନ୍ତ୍ରଣ କରି ନପାରି ଶେଷରେ ଝିଅକୁ ହତ୍ୟା କରିଥିଲେ । ଝିଅକୁ ମାରିଦେବା ପରେ ସେ ତାକୁ ଖଣ୍ଡ ଖଣ୍ଡ କରି କାଟି ଏକ ସୁଟ୍‌କେସ୍‌ରେ ଭର୍ତ୍ତିକରି କିଛିବାଟ ଅଟୋରେ ନେଇ ଏକ ଅଜଣା ଜାଗାରେ ଫିଙ୍ଗି ଦେଇଥିଲେ । ପରେ ଅଟୋ ଚାଳକଙ୍କ ସାହାଯ୍ୟରେ ଖବର ସାମ୍ନାକୁ ଆସିବା ପରେ ରାତିସାରା ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

Image result for murder silhouette

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫-ଟି ସଚିବ ଓ ଟିମ୍, ରୋଗୀଙ୍କ ସହ କଥାହେଲେ, ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ତାଙ୍କ ଟିମ୍ । ସମସ୍ତେ ଅଚାନକ୍ ମେଡିକାଲରେ ପହଞ୍ଚି ରୋଗୀ ଓ ସେମାନଙ୍କର ସଂପର୍କୀୟଙ୍କୁ ସାକ୍ଷାତ କରିଥିଲେ ।

ମେଡିକାଲର ଭିତ୍ତିଭୂମି ବୁଲି ଦେଖିଥିଲେ ୫-ଟି ସଚିବ । ଅଧିକାରୀଙ୍କ ସହ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଏହି ଗସ୍ତବେଳେ ରୋଗୀଙ୍କ ଠାରୁ ମୋ-ସରକାର ଓ ୫-ଟି ଲାଗୁ ସଂପର୍କରେ ମତାମତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।

ପାଣ୍ଡିୟାନଙ୍କ ସହ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଚରମ୍ପା ସ୍ଥିତ ସିଆରଏସଆରରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ ୫-ଟି ଟିମ୍ ।