୨୨ ମାସ ପରେ କାହିଁକି ଖୋଳା ହେଲା କଫିନ୍ ?

ଫୁଲବାଣୀ: ୨୨ ମାସ ପରେ ଖୋଳା ହେଲା କବର । ବାହାରିଲା କଙ୍କାଳ । ବାଲିଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବର ଖୋଳାଯାଇ କଙ୍କାଳ ବାହାର କରାଯାଇଛି । ଏହି ଘଟଣା ଜି.ଉଦୟିଗିରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।୨୦୧୮ ମସିହା ଫେବ୍ରୁଆରୀ ୧ ତାରିଖରେ ଜି.ଉଦୟଗିରି ବ୍ଲକ ମଲ୍ଲିକପଡ଼ା ପଞ୍ଚାୟତ କୁମ୍ଭାରକୁପାର ଏନ୍ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଥିଲା । ଫ୍ୟାନରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ତେବେ, ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।ଏନେଇ ପରିବାର ଲୋକ କନ୍ଧମାଳ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ମାମଲାରେ ବାଲିଗୁଡ଼ା ଏସଡିଜେଏମ୍ କବର ଖୋଳିବାକୁ ନିର୍ଦ୍ଦେଶ ଦେବା ପରେ କଙ୍କାଳକୁ ବାହାର କରାଯାଇ ସାଇଣ୍ଟିଫିକ୍ ଟିମକୁ ହସ୍ତାନ୍ତର କରାଯାଇଛି ।

Leave a Reply