ମୂଷା ପଛରେ ପଡ଼ିଛି ରେଳବାଇ, ୩ ବର୍ଷରେ ଖର୍ଚ୍ଚ ହେଲାଣି …

ମୁମ୍ବାଇ: ଆପଣ ମୂଷା ମାରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଖୁବ୍ ବେଶୀରେ ୧୦୦ କି ଦେଢ଼ ଶହ । କିନ୍ତୁ ୱେଷ୍ଟର୍ଣ୍ଣ ରେଲଓ୍ୱେ ମୂଷା ମାରିବାକୁ ଦେଢ଼ କୋଟି ଖର୍ଚ୍ଚ କରିସାରିଲାଣି । 

ମୁମ୍ବାଇର ରେଳଧାରଣା ପାଇଁ ଏବେ କାଳ ପାଲଟିଛନ୍ତି ମୂଷା । ମୂଷା ରେଳଧାରଣା କଡ଼େ କଡ଼େ  ଯାଇଥିବା କେବଲ କାଟି ପକାଇବାର ସମ୍ଭାବନା ରହିଥାଏ । ଏହି ସବୁ ଅସୁବିଧାକୁ ରୋକିବା ପାଇଁ ରେଳ ବିଭାଗ ରୋଡେଣ୍ଟ କଣ୍ଟ୍ରୋଲ ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଛି । ଏନେଇ ରୋଡେଣ୍ଟ କଣ୍ଟ୍ରୋଲ ୩ ବର୍ଷ ମଧ୍ୟରେ ୧କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି । ସବୁଠାରୁ ବଡ଼ କଥା ହେଉଛି ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମାତ୍ର ୫ହଜାର ୪୫୭ଟି ମୂଷା ମରିଛନ୍ତି ।

ଏଭଳି ସୂଚନା ଦେଇଛି ମୁମ୍ବାଇର ଆରଟିଆଇ ବିଭାଗ । ଯଦି ଆମେ ହିସାବକରିବା ତେବେ ପ୍ରତି ଦିନ ୫ଟି ମୂଷା ମାରିବା ପାଇଁ ଖର୍ଚ୍ଚ ହେଉଛି ଦିନକୁ ୧୪ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ମୂଷା ପିଛା ଖର୍ଚ୍ଚ ହେଉଛି ୨୮୦୦ ଟଙ୍କା । ରେଳ ବିଭାଗ କହିଛି ରୋଡେଣ୍ଟ କଣ୍ଟ୍ରୋଲକୁ ଠିକାରେ ଦାୟିତ୍ୱ ଦିଆଯାଇଛି ବୋଲି ଏତିକି ଟଙ୍କା ଖର୍ଚ୍ଚ ହେଉଛି ।

Leave a Reply